/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719500706.jpg)
IPS Ashish Singh
ବିବାଦୀୟ ଆଇପିଏସ୍ ଆଶିଷ ସିଂହ ଏବେ କେଉଁଠି ? ଏହି ପ୍ରଶ୍ନ ଆମର ନୁହେଁ ? ଏଭଳି ପ୍ରଶ୍ନ ପଚାରିଛି ଖୋଦ୍ ଗୃହ ବିଭାଗ । ପୋଲିସ ଡିଜିଙ୍କୁ ଗୃହ ବିଭାଗ ଅତିରିକ୍ତ ସଚିବ ଏନେଇ ଚିଠି ଲେଖିଛନ୍ତି ।
ଆଶିଷ ଚାକିରିରେ ଯୋଗ ଦେଲେଣି କି ନାହିଁ ପଚାରିଲା ଗୃହ ବିଭାଗ । ସ୍ୱାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ଆଶିଷ। ମାସେରୁ ଅଧିକ ସମୟ ବିତିଥିଲେ ବି ତାଙ୍କ ବିଷୟରେ କିଛି ସୂଚନା ନାହିଁ। ସେ ଯୋଗଦେଲେଣି ନା ଛୁଟି ବଢ଼ାଇଛନ୍ତି, ବିଭାଗକୁ ଖବର ମିଳିନି । ତେଣୁ ତାଙ୍କ ବିଷୟରେ ତୁରନ୍ତ ଜଣାଇବାକୁ ଡିଜିପିଙ୍କୁ ଚିଠିରେ ଉଲ୍ଲେଖ କରାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଅବାଧ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଗତ ଏପ୍ରିଲ ୨ତାରିଖରେ ଶ୍ରୀ ସିଂହଙ୍କୁ କେନ୍ଦ୍ରାଂଚଳ ରେଞ୍ଜ ପୋଲିସ ଆଇଜି ପଦରୁ ହଟାଇ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ରାଜ୍ୟ ସରକାର ତାଙ୍କୁ ଆଇଜି (ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା) ଭାବେ ନିଯୁକ୍ତି ଦେଇଥିଲେ । ନିର୍ବାଚନ କମିଶନଙ୍କ ତାଗିଦ୍ ଓ ବଦଳି ନିର୍ଦ୍ଦେଶ ପରେ ବି ଶ୍ରୀ ସିଂହ ବିଜେଡି ସପକ୍ଷରେ କାର୍ଯ୍ୟ ଜାରି ରଖିଥିବା ଅଭିଯୋଗରେ ଏପ୍ରିଲ ୫ରେ ବିଜେପି ଜାତୀୟ ନିର୍ବାଚନ କମିଶନଙ୍କ ନିକଟରେ ପୁଣିଥରେ ଲିଖିତ ଅଭିଯୋଗ କରିଥିଲା ।
ତେବେ ସେସବୁକୁ ଖାତିର ନକରି ଶ୍ରୀ ସିଂହ ବିଜେଡିର ନିର୍ବାଚନୀ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତ ଥିବାର ଖବର ଆସିବା ପରେ ନିର୍ବାଚନ କମିଶନ ତାଙ୍କ ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ । ଏହାକୁ ଏଡ଼ାଇବାକୁ ଶ୍ରୀ ସିଂହ ମେ’ ୪ ତାରିଖରୁ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ରହିଥିଲେ । କିନ୍ତୁ ପୁଣିଥରେ ଶ୍ରୀ ସିଂହଙ୍କ ବିରୋଧରେ ମିଳିଥିବା ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)