Advertisment

ଇତିହାସ ପାଲଟିବାକୁ ଯାଉଛି ଅଷ୍ଟମ ଶତାବ୍ଦୀର ଐତିହ୍ୟ ! ରକ୍ଷଣାବେକ୍ଷଣ ନହେଲେ...

ଦିନେ ଇତିହାସର ମୁକ ସାକ୍ଷୀ ସାଜିଥିବା ଏହି ଭଗ୍ନ ମନ୍ଦିର ଏବେ ନିଜେ ଇତିହାସ ପାଲଟିବାକୁ ବସିଛି। ଭୁଗର୍ଭରେ ଧିରେ ଧିରେ ଲୀନ ହେବାରେ ଲାଗିଛି ଅଷ୍ଟମ ଶତାବ୍ଦୀର ବଳଦେବଜୀଉଙ୍କ ଭଗ୍ନ ମନ୍ଦିରl ମାଟିରେ ସମାଧି ନେବାକୁ ବସିଲାଣି ଅଷ୍ଟମ ଶତାବ୍ଦୀର କଳାକୃତି।

author-image
Manoranjan Behera
ଅଦ୍ୟତନ ହୋଇଛି
Temple Monument Demolished In Ganjam

Monument Demolished

ଅଷ୍ଟମ ଶତାବ୍ଦୀରେ ଦେବବଂଶୀ ରାଜା ମାନଙ୍କ ଶାସନ କାଳର ମନ୍ଦିର ଆଜି ମାଟିରେ ଲୀନ ହେବାକୁ ବସିଛିl ପୁନଃରୁଦ୍ଧାର ଓ ରକ୍ଷଣାବେକ୍ଷଣା ଅଭାବରୁ ଧିରେ ଧିରେ ମାଟି ରେ ସମାଧି ନେଲାଣି ଐତିହ ସମ୍ପର୍ଣ୍ଣ କଳାକୃତିl କେବଳ ମନ୍ଦିରର ଅଳାଶ୍ରୀଟି ମାଟି ଉପରେ ଦେଖାଯାଉଥିବା ବେଳେ ମନ୍ଦିର ଗର୍ଭ ଭାଗ ମାଟି ତଳେ ପୋତି ହୋଇରହିଥିବା ଅନୁମାନ କରାଯାଉଛିl

Advertisment

ଦିନେ ଇତିହାସର ମୁକ ସାକ୍ଷୀ ସାଜିଥିବା ଏହି ଭଗ୍ନ ମନ୍ଦିର ଏବେ ନିଜେ ଇତିହାସ ପାଲଟିବାକୁ ବସିଛି। ଭୁଗର୍ଭରେ ଧିରେ ଧିରେ ଲୀନ ହେବାରେ ଲାଗିଛି ଅଷ୍ଟମ ଶତାବ୍ଦୀର ବଳଦେବଜୀଉଙ୍କ ଭଗ୍ନ ମନ୍ଦିରl ମାଟିରେ ସମାଧି ନେବାକୁ ବସିଲାଣି ଅଷ୍ଟମ ଶତାବ୍ଦୀର କଳାକୃତି। ଗଞ୍ଜାମ ଜିଲ୍ଲାର ଐତିହାସିକ ସହର ବୁଗୁଡ଼ା ଠାରୁ ଦଶ କିଲୋମିଟର ଦୁର ଭଗବାନପୁର ପଞ୍ଚାୟତ ମହୁଲପଲ୍ଲୀ ଗ୍ରାମ ନିକଟ ଜଙ୍ଗଲରେ କପିଳେଶ୍ୱର ମନ୍ଦିର ନିକଟରେ ରହିଥିବା ମୁକୁନ୍ଦ ଗଡ଼ରେ ଦେଖିବାକୁ ମିଳିଛି ଏହିଭଳି ଦୃଶ୍ୟ।

ଅଧିକ ପଢ଼ନ୍ତୁ: ଅଠରନଳା ଐତିହ୍ୟ ସେତୁରେ ‘ଫାଟ’...ଆବର୍ଜନା ପାଣି ଗନ୍ଧରେ ଫାଟୁଛି ପରିବେଶ...

Advertisment

ସ୍ଥାନୀୟ ଲୋକଙ୍କ କହିବା କଥା ଅଳାଶ୍ରୀ ପଡ଼ିରହିଥିବା ସ୍ଥାନରେ ବହୁ ବର୍ଷ ପୂର୍ବେ ଗୋଟିଏ ମନ୍ଦିରର ଉପରିଭାଗ ଭୁପୃଷ୍ଟ ଠାରୁ ଦୁଇରୁ ତିନି ଫୁଟ ଉଚ୍ଚରେ ଦେଖିବାକୁ ମିଳୁଥିଲା। କାଳକ୍ରମେ ତାହା ମାଟିରେ ପୋତି ହୋଇ ଗଛ ଲତା ମଧ୍ୟରେ ବର୍ତ୍ତମାନ କେବଳ ଅଳଶ୍ରୀଟି ଦେଖିବାକୁ ମିଳୁଛି। ଯଦି ଏହାର ପୁନଃରୁଦ୍ଧାର ଉଦ୍ଧାର ନ କରାଯାଏ ତାହାଲେ ମନ୍ଦିରଟି ସମ୍ପୂର୍ଣ ଭାବେ ମାଟି ତଳେ ପୋତିହୋଇଯିବା ନେଇ କହିଛନ୍ତି ଅଞ୍ଚଳବାସୀ।

ତେବେ ଇତିହାସ କୁହେ ଅଷ୍ଟମ ଶତାବ୍ଦୀ ସମୟରେ ଗଡଜାତ ଅଞ୍ଚଳ ମୁକୁନ୍ଦ ଗଡ଼ରେ ଶାସନ କରୁଥିବା ଦେବବଂଶୀ ରାଜା ବଳଦେବଜୀଉଙ୍କ ଏଠି ମନ୍ଦିର ଓ ପାଖରେ ପୁଷ୍କରଣୀ ନିର୍ମାଣ କରିଥିଲେl ପରବର୍ତ୍ତୀ ସମୟରେ ସେମାନଙ୍କ ସହ ଭଞ୍ଜ ରାଜାଙ୍କ ଲଢେଇ ହୋଇଥିଲା। ଭଞ୍ଜ ରାଜା ମୁକୁନ୍ଦ ଗଡ଼ ବିଜୟୀ ହେବା ପରେ ଗଡ଼ଟି ଭଗ୍ନ ଅବସ୍ଥାରେ କିଛି ବର୍ଷ ପଡ଼ିରହିବା ପରେ ଶ୍ରୀକର ଭଞ୍ଜଙ୍କ ଶାସନ ସମୟରେ ସେ ବଳଦେବଜୀଉଙ୍କୁ ବୁଗୁଡ଼ା ଠାରେ ସ୍ଥାପନ କରାଇଥିଲେl ସେବେଠୁ ଏହି ଭଗ୍ନ ମନ୍ଦିରର ଆଉ ରକ୍ଷଣା ବେକ୍ଷଣା ହୋଇପାରିଲା ନାହିଁ।

କାଳକ୍ରମେ ମନ୍ଦିରର ଭଗ୍ନାବଶେଷ ଲୋକମାନେ ନେବା ସହ ମାଟିରେ ପୋତି ହୋଇଯାଇଛି ଏବଂ ପାଖରେ ରହିଥିବା ପୁଷ୍କରଣୀ ମଧ୍ୟ ପୋତି ହୋଇ ଯାଇଥିବା କହିଛନ୍ତି ଅଞ୍ଚଳବାସୀ। ତେବେ ଅଞ୍ଚଳର କଳା ଗବେଷକ ଡାକ୍ଟର ସ୍ଥିତଧି ରଥ ବିଭିନ୍ନ ସମୟରେ ଏଠାକୁ ଆସି ମାଟି ଉପରେ ଦେଖାଯାଉଥିବା ଅଳାଶ୍ରୀକୁ ସଫେଇ କରି ଫେରୁଥିବା ବେଳେ ସରକାର ପ୍ରାତ୍ନତାତ୍ୱିକ ଖନନ କରି ଅଷ୍ଟମ ଶତାବ୍ଦୀର ଐତିହ ସମ୍ପର୍ଣ ମନ୍ଦିରକୁ ଉଦ୍ଧାର କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।

ଯଦିଓ ସରକାର ପ୍ରାତ୍ନତାତ୍ୱିକ ଖନନ କରି ପୋତି ହୋଇ ରହିଥିବା ମନ୍ଦିର ଓ ତାର କଳାକୃତିକୁ ସରକ୍ଷଣ କରିବାରେ ସଫଳ ହୁଅନ୍ତି, ତେବେ ଆଗାମୀ ପିଢ଼ି ଐତିହାସିକ କଳାକୃତି ଦେଖିବାର ସୁଯୋଗ ପାଇପାରନ୍ତେl

Ancient Monuments
Advertisment
Advertisment