Advertisment

ଅନ୍ଧାରରେ ବାଲେଶ୍ୱର ସହରର ପ୍ରବେଶ ପଥ; ବଢୁଛି ଦୁର୍ଘଟଣାର ଆଶଙ୍କା

ସୂର୍ଯ୍ୟାସ୍ତ ହୋଇଯିବା ପରେ ଏଠି ଚାରିଆଡ଼ କିଟିକିଟି ଅନ୍ଧାର। ଲାଇଟ୍ ପୋଷ୍ଟ ଅଛି, ହେଲେ ଜଳୁନି। ମିଶାଇଲ ସିଟି କୁହାଯାଉଥିବା ବାଲେଶ୍ୱର ସହରର ଦୃଶ୍ୟ ସାଙ୍ଘାତିକ।

author-image
Manoranjan Behera
Darkness

Darkness

ଅନ୍ଧାରରେ ବାଲେଶ୍ୱର ସହରର ପ୍ରବେଶ ଦ୍ୱାର। ଦୀର୍ଘ ଦିନ ହେଲା ଆଲୁଅ ଜଳୁନଥିବାରୁ ଆତଯାତ ହେବାରେ ସମସ୍ୟା ସହ ବଢୁଛି ଦୁର୍ଘଟଣାର ଆଶଙ୍କା। ପୁଣି ଚୋରି, ଛିନତାଇ ଭଳି ଭୟ ବି ରହିଛି। ତେବେ ଘରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜିବା ଭଳି ସହରର ପ୍ରବେଶ ଦ୍ୱାରରୁ ଯଦି ଏଭଳି ଅବ୍ୟବସ୍ଥା, ତେବେ ସହର ଭିତରର ସ୍ଥିତି କଣ ଥିବ, ଉଠିଛି ପ୍ରଶ୍ନ। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

Advertisment

ସୂର୍ଯ୍ୟାସ୍ତ ହୋଇଯିବା ପରେ ଏଠି ଚାରିଆଡ଼ କିଟିକିଟି ଅନ୍ଧାର। ଲାଇଟ୍ ପୋଷ୍ଟ ଅଛି, ହେଲେ ଜଳୁନି। ମିଶାଇଲ ସିଟି କୁହାଯାଉଥିବା ବାଲେଶ୍ୱର ସହରର ଦୃଶ୍ୟ ସାଙ୍ଘାତିକ। ସବୁବେଳେ ଚଳଚଂଚଳ ଥିବା ଏହି ସହର ସନ୍ଧ୍ୟା ହେଲେ ଅନ୍ଧାରରେ ବୁଡ଼ି ଯାଉଛି। ସହରର ମୁଖ୍ୟ ପ୍ରବେଶ ପଥ କୁହାଯାଉଥିବା କୁରୁଡା ଠାରୁ ତମୁଳିଆ ଗେଟ୍ ପର୍ଯ୍ୟନ୍ତ ୨ କିଲୋମିଟର ସମ୍ପୂର୍ଣ୍ଣ ଅନ୍ଧାର। ଲାଇଟ୍ ନଥିବାରୁ ଯାତାୟାତରେ ଅସୁବିଧା ହେବା ସହ ଦୁର୍ଘଟଣାର ଆଶଙ୍କା ରହୁଛି। ପୁଣି ଅସାମାଜିକ ତତ୍ତ୍ୱଙ୍କ ପ୍ରାଦୁର୍ଭାବ ବି ବଢିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ। ଗଲା ବର୍ଷେ ହେଲା ଏଠାରେ ଏଭଳି ସ୍ଥିତି ଥିବାବେଳେ ପ୍ରଶାସନ ଯେପରି ଆଖି ବୁଜି ଦେଇଛି।

ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ସମୟରେ ଏମଏଲ୍ଏ ପାଣ୍ଠିରୁ ଏହି ଲାଇଟ୍ ଲଗାଯାଇଥିବାବେଳେ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଥିଲା କୁରୁଡ଼ା ପଞ୍ଚାୟତକୁ। ହେଲେ କିଛି ଦିନ ଲାଇଟ୍ ଜଳିବା ପରେ ପଞ୍ଚାୟତ ବିଜୁଳି ବିଲ୍ ଭରିପାରିନଥିବାରୁ ଏବେ ଅନ୍ଧାରମୟ ସହରର ପ୍ରବେଶ ପଥ। ତେଣେ ସରପଞ୍ଚ କହିଛନ୍ତି ପଞ୍ଚାୟତ ପାଖରେ ବିଜୁଳୀ ବିଲ୍ ଭରିବା ପାଇଁ ପାଣ୍ଠି ନଥିବା ବେଳେ ଏନେଇ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି।

Advertisment

(ରିପୋର୍ଟ- ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନା)

Darkness
Advertisment
Advertisment