• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା । ଅଣସରରେ ତିନି ଠାକୁର, ସିଂହଦ୍ୱାରରେ ଏବେ ପଡିଛି ତାଲା । ଖାଁ ଖାଁ ଲାଗୁଛି ମନ୍ଦିର । ଭକ୍ତଙ୍କ ଗହଳି ନାହିଁ । ଜ୍ୱରରେ ପଡ଼ିଛନ୍ତି ତିନି ଠାକୁର, ଚାଲିଛି ଗୁପ୍ତ ସେବା । ଆଉ ଦିନ କେଇଟା ପରେ ନବ ଯୌବନ ବେଶରେ ଦର୍ଶନ ଦେବେ ତିନି ଠାକୁର । ୧୪୭୫ ମସିହାରୁ ବାରିପଦା ବଡ଼ ଦାଣ୍ଡରେ ଶୋଭାପାଉଛି ପ୍ରଭୁ ହରି ବଳଦେବଜୀୟୁ ବିଜେଙ୍କ ମନ୍ଦିର ।

ଶ୍ରୀମନ୍ଦିର ଠାଣିରେ ଏଠାରେ ମଧ୍ୟ ତିନି ଠାକୁରଙ୍କ ଅତ୍ୟଧିକ ସ୍ନାନ ଯୋଗୁଁ ପ୍ରଭୁ ଏବେ ଅସୁସ୍ଥ ହୋଇ ପଡିଛନ୍ତି । ଏଥିପାଇଁ ସିଂହଦ୍ଵାରରେ ପଡିଛି ତାଲା । ମନ୍ଦିର ସମ୍ମୁଖରେ ପୂର୍ବ ପରି ଭକ୍ତଙ୍କ ସମାଗମ ନାହିଁ କି ମନ୍ଦିର ବେଢ଼ାରେ ଗହଳି ନାହିଁ । ଠାକୁରଙ୍କୁ ଜ୍ୱର ହୋଇଛି । କାଳେ ବ୍ୟାଘାତ ସୃଷ୍ଟି ହେବ ସେଥିପାଇଁ ନାଟ ମଣ୍ଡପରେ କାହାଳୀ, ମୃଦଙ୍ଗ,ଘଣ୍ଟଘଣ୍ଟାର ଶବ୍ଦ ନାହିଁ।

ପଢନ୍ତୁ ଏହି ଖବର: ଆଦିବାସୀ ସେବକ କରୁଛନ୍ତି ଠାକୁରଙ୍କ ଅଣସର ନୀତି; ଶାବର ଶ୍ରୀକ୍ଷେତ୍ରରେ ଭିନ୍ନ ଏକ ପରମ୍ପରା...

ରତ୍ନ ସିଂହାସନରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଶ୍ରୀ ନାରାୟଣ, ବଳଦେବଙ୍କ ବାଡାରେ ମହାରୁଦ୍ର ଏବଂ ମା ସୁଭଦ୍ରାଙ୍କ ବାଡାରେ ଭୁବନେଶ୍ଵରୀ ପୂଜା ପାଉଛନ୍ତି । ଠାକୁର ଶୀଘ୍ର ସୁସ୍ଥ ହେବେ ସେଥିପାଇଁ ଆରମ୍ଭ ହୋଇଛି ଔଷଧୀୟ ସେବା । ପଞ୍ଚମୀ ଠାରୁ ଆରମ୍ଭ ହୋଇଛି ଗୁପ୍ତ ସେବା ।

ଅନ୍ୟପଟେ ଆଗକୁ ରଥଯାତ୍ରା । ତେଣୁ ମନ୍ଦିରକୁ ନୂଆ ରଙ୍ଗ ଦେବା ସହ ପରିସରକୁ ସଫା ସୁତୁରା ରଖିବା ପାଇଁ ଲାଗି ପଡ଼ିଛନ୍ତି ଶ୍ରମିକ । ନୂଆ ବୋହୂ ପରି ସଜେଇ ହେବ ବାରିପଦାର ପ୍ରଭୁ ଶ୍ରୀ ହରି ବଳଦେବଜୀୟୁ ବିଜେଙ୍କ ମନ୍ଦିର । ପରମ୍ପରା ଅନୁଯାୟୀ ବାରିପଦାରେ ପୁରୀ ରଥଯାତ୍ରାର ଗୋଟିଏ ଦିନ ପରେ ରଥଯାତ୍ରା ଆରମ୍ଭ ହୋଇଥାଏ ।

ତେବେ ଏହାର ବିଶେଷତ୍ୱ ହେଉଛି ବାରିପଦାରେ କେବଳ ମହିଳାମାନେ ମାଆ ସୁଭଦ୍ରାଙ୍କ ରଥ ଟାଣି ଥାଆନ୍ତି । ନୀତି ଓ ପରମ୍ପରା ଅନୁସାରେ ବାରିପଦାରେ ତିନି ଠାକୁରଙ୍କ ନବ କଳେବର ହୋଇ ନଥାଏ । କିନ୍ତୁ ଜଗନ୍ନାଥ ସଂସ୍କୃତିର ପାଖାପାଖି ସମସ୍ତ ପରମ୍ପରା ଓ ରୀତିନୀତି ପାଳିତ ହୋଇଥାଏ ।

ପଢନ୍ତୁ ଏହି ଖବର: ମହାପ୍ରଭୁଙ୍କ ଦେହ ଖରାପ... ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

OTV is now on Whatsapp

Join and get latest news update delivered to you via whatsapp

Join Now