Advertisment

ଆଦିବାସୀ ସେବକ କରୁଛନ୍ତି ଠାକୁରଙ୍କ ଅଣସର ନୀତି; ଶାବର ଶ୍ରୀକ୍ଷେତ୍ରରେ ଭିନ୍ନ ଏକ ପରମ୍ପରା...

ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ। ଶାବର ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ଆଦିବାସୀ ସେବକଠାକୁର ମାନଙ୍କର ଉପଚାର ଆରମ୍ଭ କରିଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Tribal Community Man Serves Lord Jagannath Sabar Srikshetra in Koraput

Tribal Community

ବ୍ରାହ୍ମଣ ନୁହଁନ୍ତି କି ପୂଜା ପାଠ ପାଇଁ ସଂସ୍କୃତ ବି ଭଲରେ ଜାଣି ନାହାନ୍ତି। କିନ୍ତୁ ସେବକ ବୋଲି ମହାପ୍ରଭୁଙ୍କଠାରେ ତାଙ୍କ ମନ। ଅଣସର ବେଳେ ସେ ହିଁ ସେବା କରନ୍ତି। ନିଜେ ଫୁଲ ତୋଳନ୍ତି, ନିଜେ ଠାକୁରଙ୍କୁ ସଜେଇ ଦିଅନ୍ତି। ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ନିଜେ ବଣକୁ ଯାଇ ଜଟିବୁଡି ସଂଗ୍ରହ କରି ଆଣି ମହାପ୍ରଭୁଙ୍କ ସେବାରେ ଦିଅନ୍ତି । ଏଭଳି ଶବର ସେବକ ଜଣକ ହେଉଛନ୍ତି ରାମଚନ୍ଦ୍ର ଗେମେଲ। ୧୭ ବର୍ଷ ହେଲାଣି ସେ ଏହିପରି କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କୁ ଶବର ସେବା ଦେଇ ଆସୁଛନ୍ତି।

Advertisment

ପଢନ୍ତୁ ଏହି ଖବର: ମହାପ୍ରଭୁଙ୍କ ଦେହ ଖରାପ... ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ। ଶାବର ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ଆଦିବାସୀ ସେବକଠାକୁର ମାନଙ୍କର ଉପଚାର ଆରମ୍ଭ କରିଛନ୍ତି। ସେବକ ରାମଚନ୍ଦ୍ର ଗେମେଲ ଠାକୁରମାନଙ୍କୁ ସୁସ୍ଥ କରିବା ପାଇଁ ପୁର୍ବ ପୁରୁଷ ମାନଙ୍କଠାରୁ ଶିଖିଥିବା ଚିକିତ୍ସା ପଦ୍ଧତିରେ ଉପଚାର କରୁଛନ୍ତି। ୧୫ ଦିନ ଧରି ବିଭିନ୍ନ ଚେରିମୁଲି, ଫଳ ଭୋଗ  ଓ ଅନ୍ୟ ଶୁଖିଲା ଭୋଗ ଲାଗି କରୁଛନ୍ତି ଆଦିବାସି ସେବକ ରାମଚନ୍ଦ୍ର। ମନ୍ଦିରରେ ଦାରୁ ଦଅଁଙ୍କ ଦର୍ଶନ ଏବେ ବନ୍ଦ। ମନ୍ଦିର ପ୍ରବେଶ ଦ୍ଵାରରେ ପଟଦିଅଁ ପୂଜା ପାଉଛନ୍ତି। ପଟ୍ଟଦିଅଁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି। ଆଉ ଏପଟେ ମହାପ୍ରଭୁଙ୍କ ସହ ପଟିଦିଅଁଙ୍କ ଉପାସନାରେ ଲାଗିଛନ୍ତି ରାମଚନ୍ଦ୍ର।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କର ଆଦିପୂଜକ ଆଦିବାସୀଙ୍କ ମଧ୍ୟରେ ଥିବା ସଂପର୍କ କେବଳ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ହିଁ ଦେଖିବାକୁ ମିଳେ। ପ୍ରତି କାର୍ଯ୍ୟକ୍ରମ ଆରମ୍ଭରୁ ଆଦିବାସୀଙ୍କ ସେବାପୂଜାକୁ ଏଠାରେ ପ୍ରାଥମିକତା ଦିଆଯାଇଥାଏ। ଶବର ସେବକ ହିଁ ବଣ ଜଙ୍ଗଲର ଫଳ,ଫୁଲ, ଚେରମୁଳିକୁ ବ୍ୟବହାର କରି ତିନି ଠାକୁରଙ୍କ ଉପଚାର ଆରମ୍ଭ କରିଛନ୍ତି । ସତରେ ବଡ ବୈଚିତ୍ରମୟ ଆମ ସଂସ୍କୃତି ଆମ ପରମ୍ପରା ଆଉ ଆମ ଜଗନ୍ନାଥ ସଂସ୍କୃତି ।

Advertisment

ପଢନ୍ତୁ ଏହି ଖବର: ଦ୍ୱିତୀୟ ଶ୍ରୀକ୍ଷେତ୍ର...ଜ୍ୱରରେ ପଡ଼ିଛନ୍ତି ପ୍ରଭୁ, ଖାଁ ଖାଁ ସିଂହଦ୍ୱାର

Lord Jagannath Tribal Community
Advertisment
Advertisment