• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଉଚ୍ଚ ଶିକ୍ଷା ପରେ ଚାକିରୀ ନାହିଁ । କର୍ମ ସଂସ୍ଥାନର ସୁଯୋଗ ନାହିଁ । ରୋଜଗାର ପାଇଁ ବାରଦୂଆର ଯୁବକ ଯୁବତୀ । ବାସ୍ ଏହି ସୁଯୋଗର ସୁବିଧା ନେଇ ମାତିଛନ୍ତି ଦଲାଲ । ଚାକିରୀ ଦେବା କହି ଆଦାୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଦଲାଲ ଲଗାଇ ଟଙ୍କା ଆଦାୟ ପରେ, କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି ମାଷ୍ଟର ମାଇଣ୍ଡ । ଆଉ ବର୍ଷ ବର୍ଷ ଧରି ଟଙ୍କା ଦେଇ ଚାକିରୀ ନ ପାଇଲା ପରେ, ଟଙ୍କା ମାଗିଲେ ମିଳୁଛି ଧମକ । ଗତ କିଛି ଦିନ ତଳେ ଏଭଳି ଜଣେ ମାଷ୍ଟର ମାଇଣ୍ଡ ଜପବନ୍ଧୁ କମ୍ପକୁ ଗିରଫ କରି ଜେଲ ପଠାଇଛି ବଲାଙ୍ଗିର ପୋଲିସ । କିନ୍ତୁ ଧିରେ ଧିରେ ଖୋଲୁଛି ଜପବନ୍ଧୁର ନକଲି ନିଯୁକ୍ତିର ମାୟାଜାଲ ।

ନକଲି ନିଯୁକ୍ତି ରେକେଟର ମାଷ୍ଟର ମାଇଣ୍ଡ ଜୟବନ୍ଧୁ କମ୍ପ ପାଇଁ କାମ କରୁଥିଲା ଦିବ୍ୟଲୋଚନ । ଜପବନ୍ଧୁ କମ୍ପ ସହିତ ଦିବ୍ୟଲୋଚନର ଭଳ ସଂପର୍କ ଥିଲା । ଜଙ୍ଗଲ ବିଭାଗର ଟେଣ୍ଡର ପାଇଛି କହି ଦଲିଲ ଦେଖାଇଥିଲା କମ୍ପ ଭାଇ । ବିଭାଗରେ ଚାକିରୀ କରାଇବା ମୋ ଦାୟିତ୍ୱ । ନିଜ ନିଜ ପିଲାଙ୍କୁ ଚାକିରୀ ଦେବାକୁ କହି, ଦିବ୍ୟଲୋଚନକୁ ଟଙ୍କା ଆଦାୟ କାମରେ ଲଗାଇଥିଲା ଜପବନ୍ଧୁ କମ୍ପ । ଫରେଷ୍ଟ ପାରାଗାର୍ଡ ପାଇଁ ଜଣ ଜଣ ପିଛାକୁ ୭୦ ରୁ ୮୦ ହଜାର ଟଙ୍କା ଦେଇଥିଲେ। ବାସ୍, ପ୍ରଥମ ଦଫାରେ ପାଂଚଜଣ ପିଲାଙ୍କ ଠାରୁ ଟଙ୍କା ଆଦାୟ କରି ଜପବନ୍ଧୁ କମ୍ପକୁ ଦେଇଥିବା କହିଛନ୍ତି ଖୋଦ ଦିବ୍ୟଲୋଚନ ବେହେରା । ଏପରିକି କମିଶନ ବାବଦକୁ ମୁଁ ବି ପାଂଚ ଦଶ ହଜାର ଟଙ୍କା ଖାଇଥିବା ସ୍ବୀକାର କରିଛି ଦିବ୍ୟଲୋଚନ।

ଅଧିକ ପଢ଼ନ୍ତୁ: ଚାକିରି କରେଇ ଦେବାକୁ କହି ଠକିଦେଲେ,୨ କୋଟିରୁ ଅଧିକ ଟଙ୍କାର ଠକେଇ

ଏହାପରେ ନିଜ ଅନୁଷ୍ଠାନ ନାଁରେ ବେକାର ଯୁବକ ଯୁବତୀଙ୍କୁ ନକଲି ନିଯୁକ୍ତି ପତ୍ର ଦେଇ, ଦଲାଲ ମାଧ୍ୟମରେ ଦୀର୍ଘ ବର୍ଷ ଧରି ଟଙ୍କା ଆଦାୟ କରୁଥିଲା ଜପବନ୍ଧୁ କମ୍ପ । ଆଉ ଯଦି କିଏ ତାକୁ ଟଙ୍କା ମାଗୁଥିଲା ତାହାଲେ ବିଜେଡି ସାଂସଦ ତା ହାତରେ ଥିବା କହି ଧମକାଉଥିଲା ଜଗବନ୍ଧୁ ।

ଦୁଇ ବର୍ଷ ତଲେ ଜପବନ୍ଧୁ କମ୍ପ ବଲାଙ୍ଗିର ଜିଲ୍ଳା ପ୍ରଶାସନରେ ସରକାରୀ ଚାକିରୀ କରାଇ ଦେବାକୁ କହି ୨୯ ବର୍ଷୀୟ ଉଚ୍ଚ ଶିକ୍ଷିତ ଯୁବକ ପୂର୍ଣ୍ଣଚନ୍ଦ୍ର ରାଉତଙ୍କୁ ଠକିଥିଲା । ତାଙ୍କଠାରୁ ଜପବନ୍ଧୁ ଅଗ୍ରୀମ ୪ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲା। କିନ୍ତୁ ଚାକିରୀ ନ ହେବାରୁ, ବାର ବାର ଟଙ୍କା ମାଗୁଥିଲେ ପୂର୍ଣ୍ଣଚନ୍ଦ୍ର । ଟଙ୍କା ଦେବା ପରିବର୍ତ୍ତେ, ଧମକାଉଥିଲେ କମ୍ପଭାଇ। ଏପରିକି ସରକାରୀ କାର୍ଯ୍ୟାଳୟକୁ ଯାଇ, ପୂର୍ଣ୍ଣଚନ୍ଦ୍ରଙ୍କ ବାପାଙ୍କୁ ଧମକାଇଥିଲେ ।

ଖାଲି ସେତିକି ନୁହେଁ, ତାଙ୍କ ମଧ୍ୟସ୍ଥି ଦିବ୍ୟଲୋଚନ ବେହେରାଙ୍କ ଚେକରେ କମ୍ପଭାଇ ଏକ ଲକ୍ଷ ଟଙ୍କାର ଚେକ ପୂଣ୍ଣଚନ୍ଦ୍ର ରାଉତଙ୍କୁ ଦେଇଥିଲେ । କିନ୍ତୁ ଟଙ୍କା ନଥିବାରୁ ଚେକ ବାଉନ୍ସ ହୋଇଯାଇଥିଲା । ତେବେ ଏହିପରି ବଲାଙ୍ଗିର ଜିଲ୍ଲା ଓ ଜିଲ୍ଲା ବାହାରୁ ଶହ ଶହ ଯୁବକ ଯୁବତୀଙ୍କଠାରୁ ଚାକିରୀ କରେଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବାର ତଥ୍ୟ ରଖିଛନ୍ତି ଦିବ୍ୟଲୋଚନ ।

ସେପଟେ ଏତେ ବଡ଼ ନକଲି ନିଯୁକ୍ତି କେଲେଙ୍କାରୀରେ ପୋଲିସର ଭୂମିକା ସନ୍ଦେହ ଜନକ । କାରଣ ମାତ୍ର ଗୋଟିଏ କେସରେ କୋର୍ଟ ଚାଲାଣ କରି ତୁନି ପଡ଼ିଛି ପୋଲିସ । କିନ୍ତୁ ଅଭିଯୁକ୍ତ ଜପବନ୍ଧୁ କମ୍ପ ବିରୋଧରେ, ଓଟିଭିର ଏକ୍ସକ୍ଳୁସିଭ ତଥ୍ୟ ପରେ ପୋଲିସ ପ୍ରତିକ୍ରିୟା ରଖିଛନ୍ତି । କେସ୍‌ ଓପନ୍‌ ଅଛି । ଅଧିକ ଲୋକ ଅଭିଯୋଗ କଲେ ଅଭିଯୁକ୍ତ ଜପବନ୍ଧୁ କମ୍ପକୁ ରିମାଣ୍ଡରେ ଆଣିବୁ ବୋଲି ପୋଲିସ୍‌ ପ୪ରୁ କୁହାଯାଇଛି ।

ପଢନ୍ତୁ ଏହି ଖବର: ଧରମ ଭାଇ କରି ୪୦ ଲକ୍ଷ ଠକି ନେଲା ଧରମ ଭଉଣୀ !

OTV is now on Whatsapp

Join and get latest news update delivered to you via whatsapp

Join Now