ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ। ଶାବର ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ଆଦିବାସୀ ସେବକଠାକୁର ମାନଙ୍କର ଉପଚାର ଆରମ୍ଭ କରିଛନ୍ତି।
ସେ ବ୍ରାହ୍ମଣ ନୁହଁନ୍ତି। ପୂଜା ପାଠ ପାଇଁ ସଂସ୍କୃତ ବି ଭଲରେ ଜାଣି ନାହାନ୍ତି। କିନ୍ତୁ ସେବକ ବୋଲି ମହାପ୍ରଭୁଙ୍କଠାରେ ତାଙ୍କ ମନ। ଅଣସର ବେଳେ ସେ ହିଁ ସେବା କରନ୍ତି। ନିଜେ ଫୁଲ ତୋଳନ୍ତି, ନିଜେ ଠାକୁରଙ୍କୁ ସଜେଇ ଦିଅନ୍ତି। ନିଜେ ବଣକୁ ଯାଇ ଜଟିବୁଡି ସଂଗ୍ରହ କରି ଆଣି ମହାପ୍ରଭୁଙ୍କ ସେବାରେ ଦିଅନ୍ତି। ଆଦିବାସୀ ସେବକ କରୁଛନ୍ତି ଠାକୁରଙ୍କ ଅଣସର ନୀତି, ଶାବର ଶ୍ରୀକ୍ଷେତ୍ରରେ ଭିନ୍ନ ଏକ ପରମ୍ପରା ।
ଗଞ୍ଜାମ ଖେମୁଣ୍ଡିଖୋଲରୁ ଆସିଥିବା ବନବାସୀ ନରସିଂହ ମଣ୍ଡଳ । ଧର୍ମ ପରିବର୍ତ୍ତନ ପରେ ବି ଜନଜାତି କୋଟାର ଫାଇଦା ନେଉଥିବା ବ୍ୟକ୍ତିଙ୍କୁ ଜନଜାତି ସଂରକ୍ଷଣରୁ ବାଦ୍ ନ ଦେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ନରସିଂହ ।
ସରକାରୀ ଜମିକୁ ନେଇ ଆଦିବାସୀ ସମ୍ପ୍ରଦାୟ ଓ ବଙ୍ଗାଳି ସମ୍ପ୍ରଦାୟ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କୁନାରଗୁଡା ଏବଂ ଏମ୍ପିଭି-୨ ମଧ୍ୟରେ ଥିବା ଏକ ବନ୍ଧର ହିଡକୁ ଆଜି ସକାଳେ ଶତାଧିକ ଆଦିବାସୀ କାଟି ଦେଇଥିଲେ।