Advertisment

ଶ୍ରୀଜିଉଙ୍କ ରଥ ସଖୀଙ୍କୁ ଖାଇଗଲେ ଉଈ ! ରଥଯାତ୍ରା ପୂର୍ବରୁ ସମ୍ଭବ ନୁହେଁ ନୂଆ ସଖୀ ନିର୍ମାଣ...

ଏଥର ଶ୍ରୀଜୀଉଙ୍କ ରଥରେ କମିବ କି ସଖୀଙ୍କ ସଂଖ୍ୟା । ବେପରୁଆ ରକ୍ଷଣାବେକ୍ଷଣକୁ ନେଇ ଉଦବେଗ । ମ୍ୟୁଜିୟମ୍ କରି ସଂରକ୍ଷଣ ପାଇଁ ଦାବି ।

author-image
Satyendu Shekher Mishra
undefined

Ratha Jatra

ଶ୍ରୀଜିଉଙ୍କ ରଥ ସଖୀଙ୍କୁ ଖାଇଗଲେ ଉଈ । ରଥଯାତ୍ରା ପୂର୍ବରୁ ସମ୍ଭବ ନୁହେଁ ନୂଆ ସଖୀ ନିର୍ମାଣ । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଦିନ ଦଶଟା ନାହିଁ। ଏହାପୂର୍ବରୁ ତିନି ରଥର ଶୋଭା ବଢାଉଥିବା ସଖୀଙ୍କ ଅବସ୍ଥା କହିଲେ ନସରେ । କାହାର ନାକ ନାହିଁ ତ ଆଉ କାହାର ତଳୁ ଉପର ଯାଏଁ ସମ୍ପୂର୍ଣ୍ଣ ନଷ୍ଟ । ଉଇ ଲାଗି ସବୁ ସ୍ୱାହା। ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ସଖୀ ମୂର୍ତ୍ତିକୁ ଉଇ ଖାଇ ଖୋଳ କରିଦେଇଛନ୍ତି । ରୂପକାର ସେବକ ସଫା ସଫା କହିଦେଇଛନ୍ତି, ନୂଆ ନିର୍ମାଣ ପାଇଁ ହାତରେ ଆଉ ସମୟ ନାହିଁ।

Advertisment

ସାଧାରଣତଃ, ନବକଳେବର ସମୟରେ ରଥର ସଖୀ, ପାର୍ଶ୍ୱ ଦେବଦେବୀ ଓ ସାରଥିଙ୍କ ନିର୍ମାଣ କରାଯାଇଥାଏ। ୧୯୯୬ ନବକଳେବର ସମୟରେ ଏହି ସଖୀଗୁଡିକ ତିଆରି ହୋଇଥିଲା। ଗତ ରଥଯାତ୍ରା ସମୟରେ ଠିକ୍ ଥିଲା। ଏବେ କିନ୍ତୁ ଏକାଧିକ ସଖୀ ଉଇ ଲାଗି ନଷ୍ଟ ହୋଇଯାଇଛି। ବରିଷ୍ଠ ରୂପକାର ସେବକ କହିଛନ୍ତି, ଏସବୁକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମ୍ୟୁଜିୟମର ଆବଶ୍ୟକତା ରହିଛି।

ସେହିପରି ୨୦୨୦ରେ କରୋନା ସମୟରେ ଶ୍ରୀଜିଉଙ୍କ ତିନି ରଥକୁ ସଂରକ୍ଷିତ ରଖିବା ପାଇଁ ଯୋଜନା କରାଯାଇଥିଲା। ରଥକୁ ନଭାଙ୍ଗି ଯତ୍ନର ସହ ଖୋଲାଯାଇ ଜଗନ୍ନାଥ ବଲ୍ଲଭ ପରିସରରେ ମ୍ୟୁଜିୟମ ସ୍ବରୂପ ରଖିବାକୁ ହୋଇଥିଲା ଯୋଜନା। ହେଲେ, ତାହା ସଫଳ ହୋଇନାହିଁ। ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ସମୟରେ ଜଗନ୍ନାଥ ବଲ୍ଲଭ ପରିସରରେ ଏକ ଅସ୍ଥାୟୀ ମ୍ୟୁଜିୟମ ନିର୍ମାଣ କରାଯାଇଛି। ସେଠାରେ ଶ୍ରୀଜଗନ୍ନାଥଙ୍କର ଅନେକ ପ୍ରକାରର ବେଶ ଓ ତିନିଟି ଛୋଟ ରଥ ଶୋଭାପାଉଛି। ଏହି ଅସ୍ଥାୟୀ ପ୍ରଦର୍ଶନୀକୁ ମ୍ୟୁଜିୟମର ରୂପ ଦେଇ ସ୍ଥାୟୀ କରିବାକୁ ଦାବି ହେଉଛି।

Advertisment

ଏପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ବି ଗୋଟିଏ ମ୍ୟୁଜିୟମ କରିବାକୁ ଦାବି ହୋଇଛି। ଏଥିରେ ଶ୍ରୀଜିଉଙ୍କ ତିନି ରଥର ପ୍ରତିକୃତ୍ତି, ସାରଥି ଓ ପାର୍ଶ୍ୱ ଦେବଦେବୀଙ୍କ ସହ ମହାପ୍ରଭୁଙ୍କ ୨୫ ପ୍ରକାରର ବେଶକୁ ନେଇ ପ୍ରଦର୍ଶନୀ କରାଗଲେ ଦେଶ ବିଦେଶର ଶ୍ରଦ୍ଧାଳୁ ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିପାରିବେ ବୋଲି କୁହାଯାଇଛି।

Lord Jagannath Puri Srimandir Puri Temple Ratha Jatra
Advertisment
Advertisment