• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

couple found hanging
ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ

ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ପ୍ରୀତିପୁର ପଞ୍ଚାୟତ ସୁନ୍ଦରପୁର ଗାଁରେ ଏହି ଘଟଣା ଘଟିଛି। ବର୍ଷକ ତଳେ ସେମାନଙ୍କର ବିବାହ ହୋଇଥିଲା।

STATE CASES
୨୪ ଘଣ୍ଟାରେ ୨ ହଜାର ୧୧୦ ସଂକ୍ରମିତ ଚିହ୍ନଟ, ରାଜ୍ୟରେ ଆଉ ୬୬ ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟା ମଧ୍ୟରେ ୨ ହଜାର ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୭ ହଜାର ୮୫୯ରେ ପହଞ୍ଚିଛି ।

odisha
ଭୁଲ୍‌ ପ୍ରମାଣିତ ହେଲା ସୂଚନା, ରାସ୍ତା ମଝିରେ ହଟହଟା ହେଲେ ଅବକାରୀ ଅଧିକାରୀ

ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ଟିମ୍‌ ରାସ୍ତା ମଝିରେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ। ଏପରିକି ଗାଡ଼ିର କାଚ ମଧ୍ୟ ଭାଙ୍ଗି ଥିବା ଅଭିଯୋଗ ହୋଇଛି। 

Salepur
ଜନ୍ମରୁ ଦୃଷ୍ଟିବାଧିତ : ବିନା ଗୁରୁରେ ନାକରେ ଚମତ୍କାର ବଂଶୀ ବଜାନ୍ତି କୃଷ୍ଣଚନ୍ଦ୍ର

୭୦ ବର୍ଷୀୟ କୃଷ୍ଣଚନ୍ଦ୍ର କେବେବି ବଂଶୀ ଦେଖିନାହାଁନ୍ତି, କେବଳ ଯାହା ତାକୁ ଅନୁଭବ କରିଛନ୍ତି

adapa mandap rituals
ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଦ୍ୱିତୀୟ ଦିନ:ସମ୍ପନ୍ନ ହେବ ବନକଲାଗି ନୀତି, ଝଲସିବେ ମହାବାହୁ

ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବ । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ବନ୍ଦ ଥିବାରୁ କେବଳ ସେବାୟତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ

odisha Bandh
ଆଜି ବାମଦଳର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା : ତୈଳ ଓ ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି ପ୍ରତିବାଦ

ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ବାମ ଦଳ

Politics On Public
ନିର୍ବାଚନ ଆସୁଛି, ରାଜନୀତି ବଢ଼ୁଛି

ଆବାସ କେଳେଙ୍କାରୀ ବିରୋଧରେ ରଣହୁଙ୍କାର ସରୁ ସରୁ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପିର ଗର୍ଜନ। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ସହ ଶୁଳ୍କ ବୃଦ୍ଧି ଦାଉରେ ଛଟପଟ ଉପଭୋକ୍ତାଙ୍କ ଅସନ୍ତୋଷକୁ ଅସ୍ତ୍ର କରି ଦଳ ଆରମ୍ଭ କରିଛି ରାଜ୍ୟବ୍ୟାପୀ ପ୍ରତିବାଦ

Pradip Purohit
ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ପୂର୍ବରୁ ବିଜେପିର ୮ ଦାବି

ଆସନ୍ତାକାଲିଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଉଛି ଚାଷୀଙ୍କ ପଞ୍ଜୀକରଣ । ତେବେ ଏହା ପୂର୍ବରୁ ଧାନ ସଂଗ୍ରହ ଯେଭଳି ସୁବିଧାରେ କରାଯିବ ସେ ନେଇ ରାଜ୍ୟ ସରକାରଙ୍କୁ ୮ ଦଫା ଦାବି ପତ୍ର ଦେଇଛି ବିଜେପି ।

Corona Virus
ନୂଆ ଗାଇଡ୍‌ ଲାଇନ୍‌କୁ ଅପେକ୍ଷା

ଏଣେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଆଜି ସବୁ ରାଜ୍ୟକୁ ଚିଠି କରି କୋଭିଡ ଗାଇଡଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରିବାକୁ ଅପିଲ୍ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଲୋକମାନେ କୋଭିଡ୍ ନିୟମ ମାନୁନାହାଁନ୍ତି। ଲକଡାଉନ୍ କୋହଳ କରାଯାଇଥିବାରୁ ବିଭିନ୍ନ ସ୍ଥାନରେ ଭିଡ଼ ଜମୁଛି। ଏହାକୁ ନିୟନ୍ତ୍ରଣ କରିବାକୁ ରୋକଠୋକ୍‌ ଭାବେ କୁହାଯାଇଛି।

Balasore Prabhati panda
ବୟସ ୭୦ ଟପିଲାଣି, ଆଖିକୁ ଦେଖାଯାଉନି ! ତଥାପି ପୁରୀ ଯାଇ କାଳିଆ ସାଆନ୍ତକୁ ଦର୍ଶନ କରିବାକୁ ମନ

ଜଗତ ନିୟନ୍ତା ଜଗନ୍ନାଥ ଭକ୍ତ ବଚ୍ଛଳ । ସେ ରତ୍ନ ସିଂହାସନରେ ବସୁଛନ୍ତି ସତ, ହେଲେ ଭକ୍ତ ଡାକ ଦେଲେ କୁଡ଼ିଆ ଘର ହେଉ ଅବା ଶ୍ମଶାନ, ସବୁଠି ବିଦ୍ୟମାନ ହୁଅନ୍ତି ।

Tarang
କଟକଣା ଭିତରେ ତରଙ୍ଗର ସିରିଏଲ ସୁଟିଂ ଆରମ୍ଭ, କଳାକାର-ଦର୍ଶକ ଆଶ୍ୱସ୍ତ

ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ସାଷ୍ଟମ ହେବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍‌ଲାଇନ୍‌ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ ।

5T
ଭାଇରଲ ଭିଡିଓରେ ପିସି ଭାଗବଣ୍ଟା ! କାହାର କେତେ ରେଟ୍‌, ସବୁ ଫିକ୍ସଡ୍‌..

ପାଞ୍ଚଟି T ବେଶି ଗୁରୁତ୍ୱପୂର୍ଣ୍ଣ, ନା ଗୋଟିଏ P ଓ ଗୋଟିଏ C । ଆମେ ଆପଣଙ୍କୁ ଇଂରାଜୀ ବର୍ଣ୍ଣ ପରିଚୟ କରାଉନୁ । ଆପଣଙ୍କୁ ପରିଚିତ କରାଉଛୁ ସରକାରୀ ବାବୁଙ୍କ ଉପୁରି ମୋହ ସହ ।

BJP protest On Electric BILL
ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ଆନ୍ଦୋଳନ, ୭ ଦିନ ଯାଏଁ ଚାଲିବ

ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ଆନ୍ଦୋଳନ । ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ୍ ନେଇ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ସବୁ ବିଦ୍ୟୁତ ଅଫିସ ଆଗରେ ଦଳ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

viral-video
ଦେଢ଼ବର୍ଷ ପରେ ହଠାତ୍ ତତ୍ପରତା କାହିଁକି ?

ଭୁବନେଶ୍ୱର: ଦେଢ଼ବର୍ଷ ପରେ ହଠାତ୍ ତତ୍ପରତା କାହିଁକି? କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ୍ ମାମଲାରେ ଗିରଫଦାରିର ଦେଢ଼ବର୍ଷ ପରେ ହଠାତ୍ ପୋଲିସର ତତ୍ପରତାକୁ ନେଇ ପ୍ରଶ୍ନ ଏକ ସ୍ପର୍ଶକାତର ମାମଲାର ତଦନ୍ତରେ ଯଦି ଆଉ କିଛି ରହିଯାଇଥିଲା, ତାହେଲେ ଦେଢ଼ବର୍ଷ ଧରି କଣ କରୁଥିଲା କେନ୍ଦୁଝର ପୋଲିସ୍? ଏହି ମାମଲାରେ ଦେଢ଼ବର୍ଷ ତଳୁ ଓଟିଭର ଜଣେ ପୂର୍ବତନ ସାମ୍ବାଦିକଙ୍କ ସହ ମୋଟ୍ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏହା ଭିତରେ ଅଭିଯୁକ୍ତମାନେ […]

  • Wednesday, 14 July 2021
Congress Rally
ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା

ତୈଳଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ପ୍ରତିବାଦ କରି ବାମ ଦଳ ଏହି ବନ୍ଦ ଡାକରା ଆହ୍ୱାନ ଦେଇଛି। ଦରବୃଦ୍ଧି କମାଇବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ସଂଗଠନ। ସେହିପରି ରାଉରକେଲାରେ ମଧ୍ୟ ଗତକାଲି ଓଡ଼ିଶା ବନ୍ଦ ଡାକରା ଆହ୍ୱାନରେ ରାଲି କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ବାଇକ ରାଲି ସହ ଶୋଭାଯାତ୍ରାରେ ଯାଇ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ କରିଥିଲା ବାମପନ୍ଥୀ ସଂଗଠନ।

Ajay Bhalla
କୋଭିଡ୍ ଗାଇଡଲାଇନ କଡାକଡି ପାଳନ କରିବାକୁ କେନ୍ଦ୍ରରୁ ଆସିଲା କଡ଼ା ନିର୍ଦେଶ

କୋଭିଡ୍ ଗାଇଡଲାଇନ କଡାକଡି ପାଳନ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲେ ସଂପୃକ୍ତ ଜିଲ୍ଲାର ଅଧିକାରୀ ଦାୟୀ ରହିବେ ବୋଲି ଚିଠିରେ କଡ଼ା ତାଗିଦ୍‌ କରାଯାଇଛି ।

bbsr
ରାଜଧାନୀ ହଜାରେ ପାର କଲା କରୋନା; ଗଣମାଧ୍ୟମ ସଂସ୍ଥାରେ ୫ ଚିହ୍ନଟ

ରାଜଧାନୀରେ ବେକାବୁ କରୋନା। ଭୁବନେଶ୍ୱରରେ ଆଜି ସର୍ବାଧିକ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ କ୍ୱାରେଣ୍ଟିନ କେନ୍ଦ୍ରରୁ ହୋଇଥିବା ବେଳେ ୫୨ ଲୋକାଲ୍ କେସ୍ ଅଛନ୍ତି। ଏହାକୁ ମିଶାଇ ଏଯାବତ୍ ୧୦୪୩ ଜଣ ଆକ୍ରାନ୍ତ ହେଲେଣି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୫୭୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- ଲକ୍ଷ୍ମୀବିହାର […]

  • Wednesday, 14 July 2021
lockdown
ଏଥର କଡ଼ାକଡ଼ି ହେବ ଲକ୍‌ଡାଉନ; ସହର ଭିତରକୁ ପ୍ରବେଶ ମନା

ଭୁବନେଶ୍ୱର: ଏଥର ଲକ୍‌ଡାଉନ୍‌ କଡାକଡି ହେବ, ସହର ଭିତରକୁ ବାହାର ଲୋକଙ୍କୁ ଆସିବାକୁ ଅନୁମତି ଦିଆଯିବନି। ଆବଶ୍ୟକ ନଥିଲେ ଘର ବାହାରକୁ ବାହାରନ୍ତୁନି। ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଆଜି ରାତି ୯ଟାରୁ ଆସନ୍ତା ୩୧ ଯାଏ ୪ ଜିଲ୍ଲା ହେବ ସମ୍ପୂର୍ଣ୍ଣ ଲକ୍‌ଡାଉନ୍। ତେବେ ଏହି ଲକ୍‌ଡାଉନ୍‌ରେ ଟ୍ୱିନ୍‌ ସିଟିରେ କଣ କଣ ପଦକ୍ଷେପ ନିଆଯିବ, ଏ ନେଇ ସବିଶେଷ ସୂଚନା ଦେଇଛନ୍ତି […]

  • Wednesday, 14 July 2021
ils
'କରୋନା ଟେଷ୍ଟ ବଢୁଥିବାରୁ ପଜିଟିଭ ବଢୁଛି'

ଭୁବନେଶ୍ୱର: କୋଭିଡ୍ ଟେଷ୍ଟ୍ ବଢ଼ୁଥିବାରୁ ପଜିଟିଭ୍ ସଂଖ୍ୟା ବଢ଼ୁଛି। ରାଜ୍ୟରେ ଦୈନିକ ୬ ହଜାର ଟେଷ୍ଟ୍ ପାଇଁ ଟାର୍ଗେଟ୍ ରହିଛି। ତେବେ ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। ଅନ୍ୟ ଜିଲ୍ଲା ଗୁଡ଼ିକର ସ୍ଥିତି ସେତେଟା ସଂଗୀନ ନୁହେଁ। ରାଜ୍ୟରେ ବର୍ଦ୍ଧିତ ସଂକ୍ରମଣ ହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ILSର ନିର୍ଦ୍ଦେଶକ। ଏଥିସହ ଲକ୍ଷଣବିହୀନ ବା କ୍ଷୀଣ ଲକ୍ଷଣ ଥିବା କରୋନା […]

  • Wednesday, 14 July 2021
plasma
କାଲିଠୁ ରାଜ୍ୟରେ ପ୍ଲାଜମା ଥେରାପି

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି(Plasma Therapy)। ଭୁବନେଶ୍ୱର ସମ୍, କିମ୍ସ ଓ କଟକ ଅଶ୍ୱିନୀରେ ଏହା ଆରମ୍ଭ ହେବ। କଟକ SCB ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ ସୂଚନା ମିଳିଛି। ରାଜ୍ୟରେ କୋଭିଡ଼ ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ୫ଟି ଜିଲ୍ଲାକୁ ଅଧିକ ଫୋକସ୍‌ ଦେବା ପାଇଁ କୁହାଯାଇଛି। […]

arrested
୨ ସୁପରଭାଇଜରଙ୍କୁ ଅପହରଣ, ୧୦ ଲକ୍ଷ ଦେବାକୁ ଧମକ

କଲ୍ୟାଣସିଂହପୁର: ୨ ସୁପରଭାଇଜରଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି କରି ଗିରଫ ହେଲେ ୧୧ଜଣ। ୧୧ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ସୁପରଭାଇଜରଙ୍କୁ ଉଦ୍ଧାର କରିଛି ପୋଲିସ୍। ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ଥାନା ଅଞ୍ଚଳରେ। ସୂଚନା ଅନୁସାରେ କାଶୀପୁର ବ୍ଲକର ମାଣ୍ଡିବିଶି ଅଞ୍ଚଳରେ ରାସ୍ତାର ଡ୍ରେନେଜ୍ ନିର୍ମାଣ କାର୍ଯ୍ୟରେ ଠିକାଦାର ସାରଦା ନାୟକଙ୍କ ଦୁଇ ସୁପରଭାଇଜର ନିୟୋଜିତ ଥିଲେ। ସେହି ସମୟରେ ୧୧ଜଣ ଦୁର୍ବୃତ୍ତ ୧୦ ଲକ୍ଷ ଟଙ୍କା ଦାଦା […]

  • Wednesday, 14 July 2021
manab
ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ପୋଲିସ୍‌ର ବଡ଼ ଖୁଲାସା !

ଭୁବନେଶ୍ୱର:  ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଯେତିକି ଆଗେଉଛି ସେତିକି ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି। ଆଦିତ୍ୟ ମୃତ୍ୟୁ ମାମଲାରେ ଜିଆରପି ପୋଲିସ ତନାଘନା ଚଳାଇଛି।  ଜିଆରପି ପୋଲିସ୍‌ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟର ଏକ ବଡ଼ ଖୁଲାସା କରିଛି।  ମୃତ୍ୟୁ ପୂର୍ବରୁ ଆଦିତ୍ୟ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ଫୁଟେଜ୍‌ରେ ସେ ଷ୍ଟେସନ୍ ଆଡ଼କୁ ଯାଉଥିବା ଜଣାଯାଇଛି। ଏହି CCTV ଫୁଟେଜକୁ GRP ଜବତ କରିଛି। ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ ଧକ୍କା […]

  • Wednesday, 14 July 2021
police
ସୁନ୍ଦରଗଡ଼ରେ ୩୭ କୋଭିଡ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ

ରାଉଲକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସ୍ଥିତି ସଂଗୀନ ହୋଇଛି। ଜିଲ୍ଲାରେ ଆଜି ୫୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ୩୭ କରୋନା ଯୋଦ୍ଧାଙ୍କ ମଧ୍ୟରୁ ୩୬ ଜଣ ପୋଲିସ କର୍ମଚାରୀ ଓ ଜଣେ ଡାକ୍ତର ଅଛନ୍ତି। ପୋଲିସଙ୍କ ମଧ୍ୟରେ ଜଣେ ଡିଏସପି ଓ ଜଣେ ଇନସ୍ପେକ୍ଟର ଅଛନ୍ତି। ଏହାଛଡ଼ା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ରାଜ୍ୟ ବାହାରରୁ ଆସିଥିବା ଜଣାପଡ଼ିଛି। ତେବେ ୭ ଜଣ ପୂର୍ବ […]

  • Wednesday, 14 July 2021
guide
କ୍ୱାରେଣ୍ଟିନ୍‌ରେ ରହିବାକୁ କହି ବୁଲୁଥିଲେ ବଡ଼ଦାଣ୍ଡରେ, ଜାଣିଦେଲା ପ୍ରଶାସନ

ପୁରୀ: କ୍ୱାରେଣ୍ଟିନ ନିୟମ ଭଙ୍ଗ ଅଭିଯୋଗରେ ଜଣେ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ପୁରୀ ପ୍ରଶାସନ।  ବାହାର ରାଜ୍ୟରୁ ଫେରି ଯୁବକ ଜଣକ କ୍ୱାରେଣ୍ଟିନ ନିୟମ ଭାଙ୍ଗି ସହରରେ ବୁଲୁଥିବାରୁ ତାଙ୍କ ବିରୋଧରେ ମହାମାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହାସହ ତାଙ୍କୁ ପେଡ୍ କ୍ୱାରେଣ୍ଟିନରେ ଛଡ଼ାଯାଇଛି। ପ୍ରକାଶଥାଉକି ଗତ ଜୁଲାଇ ୫ ତାରିଖରେ ତେଲେଙ୍ଗାନା ରାଜ୍ୟରୁ ସ୍ଥାନୀୟ କୁମ୍ଭାରପଡା ଅଂଚଳର ଜଣେ ଯୁବକ ନିର୍ବେନ୍ଦୁ କୁମାର ପଟ୍ଟନାୟକ ଘରକୁ ଫେରିଥିଲେ। ସ୍ଥାନୀୟ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ […]

  • Wednesday, 14 July 2021