• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

cancer
କ୍ୟାନସର ହସ୍ପିଟାଲରୁ ଆଉ ୬ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ ୬ କରୋନା ପଜିଟିଭ। ୬ ଜଣ ଚିହ୍ନଟ ହୋଇଥିବା CDMO ସତ୍ୟବ୍ରତ ଛୋଟରାୟଙ୍କ ସୂଚନା ଦେଇଛନ୍ତି। ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଅଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ଆହାର କେନ୍ଦ୍ର କର୍ମଚାରୀ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ହସ୍ପିଟାଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କାଲି ୨ ଜଣ ନର୍ସ ଓ ପୂର୍ବରୁ ଜଣେ ରୋଗୀ ପଜିଟିଭ ଚିହ୍ନଟ […]

  • Wednesday, 14 July 2021
babi
କୋଭିଡ୍‌ ନିୟମ ଭାଙ୍ଗିଲେ ବବି, ଘେରିଲେ ବିରୋଧୀ

ଭୁବନେଶ୍ୱର: ବିଜେଡିର ସଙ୍ଗଠକ ସମ୍ପାଦକ ପ୍ରଣବ ଦାସ ଓରଫ ବବି ଦାସଙ୍କର ଗତକାଲି ଜନ୍ମଦିନ ଥିଲା। ବାରିପଦାରେ ତାଙ୍କ ଜନ୍ମଦିନ ପାଳନ ହୋଇଥିଲା। ନିଜ ସମଥର୍କଙ୍କ ଗହଣରେ ବବି ଜନ୍ମଦିନ ପାଳନ କରିଥିଲେ। ଏନେଇ ଫଟୋ ମଧ୍ୟ ଶୋସାଲ ମିଡିଆରେ ଭାଇରାଲ ହୋଇଛି। ତେବେ ବବିଙ୍କ ଜନ୍ମଦିନ ପାଳନକୁ ବିରୋଧୀ ଟାର୍ଗେଟ କରିଛନ୍ତି। ବାର୍ଥଡେ ସେଲିବ୍ରେସନରେ କଟକଣା ନମାନି ଅନେକ ଲୋକ ଏକାଠି ହୋଇଥିବା ଅଭିଯୋଗ ହୋଇଥିଲା। ବବି କୋଭିଡ୍‌ ଗାଇଡଲାଇନ୍‌ ଭଙ୍ଗ କରିଥିବା ଅଭିଯୋଗ ଆଣିଛନ୍ତି […]

  • Wednesday, 14 July 2021
taken
ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୯୪୬କୁ ବୃଦ୍ଧି ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। କେଉଁ ଜିଲ୍ଲାରୁ କେତେ:- ଗଂଜାମ ଜିଲ୍ଲାରୁ ସର୍ବାଧିକ ୬୦ ଆକ୍ରାନ୍ତ ସୁସ୍ଥ ହେଲେ। ଗଜପତିରୁ ୨୦, ଖୋର୍ଦ୍ଧାରୁ ୧୯, କଟକରୁ ୧୮, ଭଦ୍ରକ ୧୪, କେନ୍ଦୁଝର ୧୩, ନୟାଗଡ଼ରୁ ୧୨ ସୁସ୍ଥ ହୋଇଛନ୍ତି। ମୟୂରଭଂଜ ୧୦, ଯାଜପୁର ୯, […]

  • Wednesday, 14 July 2021
rain
ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଟ୍ରପ୍ ଲାଇନ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବୌଦ୍ଧ, ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିପାଇଁ ଏହି ୮ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ପୂର୍ବ ମଧ୍ୟପ୍ରଦେଶଠାରୁ ରାଜସ୍ଥାନ ପର୍ଯ୍ୟନ୍ତ ଏହି ଟ୍ରପଲାଇନ ଲମ୍ବିଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା […]

  • Wednesday, 14 July 2021
naba
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝିଅଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନର ଏତଲା ଆଧାରରେ ମାମଲା ରୁଜୁ କରିଛି ପୋଲିସ। ଏହି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସ୍‌ପି। ପୌରପରିଷଦ ଅଧିକାରୀଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି। ଗତ ୨୨ ତାରିଖରେ କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ କରି DRDA କନ୍ଫରେନ୍ସ ହଲରେ ନରସିଂହ-ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟର ସଭା କରିଥିଲେ। କରୋନା ଯୋଦ୍ଧାଙ୍କୁ ସମ୍ମାନିତ […]

  • Wednesday, 14 July 2021
slum
ସହର ବସ୍ତିରେ କାୟା ମେଲାଉଛି କରୋନା, ଆରମ୍ଭ ହେଲା ସ୍ଲମ୍ ସର୍ଭେଲାନ୍ସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇ ଚାଲିଛି କରୋନା। ଚାହୁଁ ଚାହୁଁ ସଂକ୍ରମିତଙ୍କ ସଂଖ୍ୟା ୩ ଶହ ମୁହାଁ ହୋଇଛିା ତେବେ ବସ୍ତିଗୁଡିକରେ ସ୍ଥାନୀୟ ସଂକ୍ରମଣ ବଢିଚାଲିଥିବାରୁ ସରକାରଙ୍କ ଚିନ୍ତା ବି ବଢିଛି। ଆଉ ଏଥିରେ ବ୍ରେକ୍ ଲଗାଇବା ପାଇଁ ଆରମ୍ଭ ହୋଇଛି ସ୍ଲମ୍ ସର୍ଭେଲାନ୍ସ। ୱାର୍ଡକୁ ୱାର୍ଡ ବୁଲୁଛନ୍ତି ଅଧିକାରୀ, ଏଏନଏମ୍, ଅଙ୍ଗନୱାଡ଼ି କର୍ମୀଙ୍କ ସହ କୋଭିଡ୍ ସଚେତକ କମିଟି। ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ଜରିଆରେ ହାତ ଧୁଆ, ମାସ୍କ ପିନ୍ଧା ଓ ସାମାଜିକ […]

  • Wednesday, 14 July 2021
ach
କଟକରେ ୨ ନର୍ସଙ୍କୁ କରୋନା, ସିଡିଏ ସେକ୍ଟର-୯ କଣ୍ଟେନମେଣ୍ଟ ଜୋନ୍

କଟକ: ରାଜଧାନୀ ଭୁବନେଶ୍ୱର ପରେ କଟକରେ ଚିନ୍ତା ବଢାଇଲାଣି କରୋନା। କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୨ ପଜିଟିଭ ଚିହ୍ନଟ। କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀଙ୍କ ଠାରେ ପଜିଟିଭ୍ ଚିହ୍ନଟ ହୋଇଥିଲା। ୨ ନର୍ସ ସଂପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ହସ୍ପିଟାଲର ୫୨ ଜଣ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ ପାଇଁ ଯାଇଥିଲା। ୫୦ ଜଣଙ୍କର ନେଗେଟିଭ୍ […]

  • Wednesday, 14 July 2021
docytor
'ଗୋଷ୍ଠୀ ସଂକ୍ରମଣକୁ ଗତି କଲୁଣି: ଶନି, ରବି ସଟ୍‌ଡାଉନ କର'

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ଏଥିରୁ ଜଣାପଡୁଛି ଗୋଷ୍ଠୀ ସଂକ୍ରମଣ ହୋଇପାରେ। ତେଣୁ ପୂର୍ବଭଳି କଟକଣା ଜାରି ରହିବା ସହ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌ କରାଯାଉ ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ। କରୋନା ସଂକ୍ରମଣକୁ ନେଇ ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ଯେ, ଯେତେବେଳେ ଜଣେ ରୋଗୀ ଆକ୍ରାନ୍ତ ହେଉଛି, […]

  • Wednesday, 14 July 2021
main
କରୋନା ସଂକ୍ରମଣରେ ରେକର୍ଡ ପାର: ସପ୍ତାହକରେ ଲକ୍ଷେ ଆକ୍ରାନ୍ତ

ଭୁବନେଶ୍ୱର: ଭାରତରେ ୫ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ରେକର୍ଡ ୧୮ ହଜାର ୫୫୨ କେସ୍। ମୃତ୍ୟୁ ହୋଇଛି ୩୮୪ ଜଣଙ୍କର ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୧୫ ହଜାର ୬୮୫ ଛୁଇଁଛି। ହେଲେ ଚିନ୍ତାର କଥା ହେଲା, କୋଭିଡ୍ ସଂକ୍ରମଣ ଆରମ୍ଭ ସମୟରେ ଦେଶରେ ପ୍ରଥମ ୧ଲକ୍ଷ ପଜିଟିଭ୍ ସଂଖ୍ୟା ଛୁଇଁବାକୁ ୧୧୦ ଦିନ ଲାଗିଥିବାବେଳେ ୪ ଲକ୍ଷରୁ ୫ ଲକ୍ଷ ଅର୍ଥାତ୍ ଶେଷ ଲକ୍ଷେ […]

  • Wednesday, 14 July 2021
satya
ଜଗନ୍ନାଥ ଭକ୍ତଙ୍କ ସହ ବିଶ୍ୱାସଘାତ: 'ଆଇନ୍‌ ମନ୍ତ୍ରୀ, ଏଜିଙ୍କୁ ବହିଷ୍କାର କର'

ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଗଜପତିଙ୍କ ସାକ୍ଷାତକାର ପରେ ସରକାର ଜଗନ୍ନାଥ ପ୍ରେମୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି କହିବା ସହ ଆଇନମନ୍ତ୍ରୀ ଓ ଆଡଭୋକେଟ ଜେନେରାଲଙ୍କୁ ତୁରନ୍ତ ବହିଷ୍କାର କରିବାକୁ କଂଗ୍ରେସ ଦାବି କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, କୋଟିକୋଟି ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାକୁ ବନ୍ଦ କରିବା ନିମନ୍ତେ […]

  • Wednesday, 14 July 2021
MAA2
ନନ୍ଦିଘୋଷ ରଥର କାଠ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ: ଗୁଣ୍ଡିଚା ମନ୍ଦିରରେ ପାଳିତ ହେଇଛି ହେରା ପଞ୍ଚମୀ ନୀତି। ପରମ୍ପରା ଅନୁସାରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଆସି ଶରଧାବାଲିଲେ ନନ୍ଦିଘୋଷ ରଥର କାଠ ଭାଙ୍ଗିଛନ୍ତି ଅଭିମାନିନୀ ମହାଲକ୍ଷ୍ମୀ। ମହାଲକ୍ଷ୍ମୀ ଆଜି ବିମାନରେ ବିଜେ ହୋଇ ପାଟ ପଟୁଆରରେ ଗୁଣ୍ଡିଚା ମନ୍ଦିର ଆସିଥିଲେ। ବିଧି ଅନୁଯାୟୀ ଦହିପଟି ମଣୋହୀ ଓ ବନ୍ଦାପନା ପରେ ଜୟ ବିଜୟ ଦ୍ୱାର ନିକଟକୁ ଯାଇଥିଲେ ମା। ଏହି ସମୟରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ଅଧର ଚୁମ୍ବିତ ମାଳ ପ୍ରଦାନ କରାଯାଇଥିଲା। ପରେ ମାଙ୍କ […]

  • Wednesday, 14 July 2021
lokseba
୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ମିଳିଲା ନିଯୁକ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ୨୦୧୭ ବ୍ୟାଚ୍ ଆଇଏଏସ୍ ସୋମେଶ କୁମାର ଉପାଧ୍ୟାୟଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଟିଟିଲାଗଡ଼ ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ସେ ଏବେ ଓମଫେଡ୍ ସିଜିଏମ୍ ସହ ହକି ପ୍ରୋମୋସନ୍ କାଉନସିଲ ସିଇଓ […]

  • Wednesday, 14 July 2021
puri-town
ଜୁନ୍‌ ୩୦ରୁ ପୁରୀରେ କର୍ଫ୍ୟୁ

ପୁରୀ: ପୁରୀରେ ପୁଣି ଲାଗୁ ହେବ କର୍ଫ୍ୟୁ। ବାହୁଡା ଯାତ୍ରା ପାଇଁ ପୁଣି ପୁରୀରେ ଜାରି ହେବ କର୍ଫ୍ୟୁ। ଜୁନ୍‌ ୩୦ରୁ ସାରା ଜିଲ୍ଲାରେ କର୍ଫ୍ୟୁ ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆସନ୍ତା ବୁଧବାର ବାହୁଡା ଯାତ୍ରାକୁ ଆଖି ଆଗରେ ରଖି ଜୁନ୍ ୩୦ ତାରିଖ ରାତି ୧୦ରୁ ଜୁଲାଇ ୨ ତାରିଖ ଯାଏ କର୍ଫ୍ୟୁ ଲାଗୁ ହେବ। ଜୁଲାଇ ୨ ତାରିଖ ରାତି ୧୦ଟା ଯାଏ କର୍ଫ୍ୟୁ ଲାଗୁ ହେବ। ସାରା ଜିଲ୍ଲାରେ କର୍ଫ୍ୟୁ […]

  • Wednesday, 14 July 2021
adshf
'ସରକାରଙ୍କ ମୁଖା ଖୋଲିଗଲା'

ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗ ନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧି। ସରକାରଙ୍କ ମୁଖା ଖୋଲିଯାଇଛି ବୋଲି କହିଛନ୍ତି କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର। ସେ କହିଛନ୍ତି ଯେ ମହାରାଜା ସତକୁ ଭକ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି। ଗଜପତିଙ୍କ ଶେଷ ଚିଠି ଗୁରୁତ୍ୱପୂର୍ଣ୍ଣ। ହୃଦୟର ଭାବ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ। ସାଲଭେଙ୍କୁ କାହିଁକି ନିଆଯାଇଥିଲା। ତାଙ୍କୁ ଦିଆଯାଇଥିବା ପଇସା କାହା ପଇସା, ଯେଉଁମାନେ ଜଗନ୍ନାଥଙ୍କ ବଡ଼ ଭକ୍ତ କହୁଥିଲେ, […]

  • Wednesday, 14 July 2021
ananya
'କୋଭିଡ୍‌ ଗାଇଡ୍‌ଲାଇନ ଭାଙ୍ଗିଲେ ଜଣାଉଛି ସାହି କମିଟି'

ଭୁବନେଶ୍ୱର: କରୋନା ପାଇଁ ହୋଇଥିବା ଗାଇଡଲାଇନ ଯଦି କଟକ ସହରରେ କେହି ଭାଙ୍ଗିଲେ ତାହେଲେ ଧରୁଛି ସାହି କମିଟି। ଏଥିପାଇଁ କଟକର ୫୯ଟି ୱାର୍ଡରେ ୱାର୍ଡ କମିଟି ଓ ସାହି କମିଟି ଗଠନ କରାଯାଇଛି। ସାହିକୁ ଆସୁଥିବା ସବୁ ଲୋକଙ୍କ ଉପରେ ନିଘା ରଖୁଛି ସାହି କମିଟି ବୋଲି କହିଛନ୍ତି କଟକ ପର୍ଯ୍ୟବେକ୍ଷକ ଏବଂ ସିଏମସି କମିଶନର। ଆଜି ଜୟଦେବ ଭବନରେ କରୋନା ନେଇ ହୋଇଥିବା ପ୍ରେସମିଟ୍‌ରେ କଟକ ପର୍ଯ୍ୟବେକ୍ଷକ ବା କୃଷି ସଚିବ ସୌରଭ ଗର୍ଗ […]

  • Wednesday, 14 July 2021
nagative
ସୁସ୍ଥ ହେଲେ ଆଉ ୧୮୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏଯାବତ୍ ରାଜ୍ୟରେ ୪,୬୦୬ ଜଣ ସୁସ୍ଥ ହେଲେଣି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। Another 184 #COVID19 patients have recovered and are being discharged on 27.6.2020. 48 from Ganjam 45 from Khurdha 31 from Balasore 12 from Gajapati 10 from Bhadrak 6 from Jagatsinghpur […]

  • Wednesday, 14 July 2021
ganjam
କରୋନାରେ ୩ ନୁହେଁ ଜଣଙ୍କର ହୋଇଛି ମୃତ୍ୟୁ: ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ କରୋନାରେ ୩ଜଣ ନୁହେଁ ବରଂ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଯେଉଁ ଖବର ପ୍ରସାରିତ ହେଉଥିଲା ତାହା ମିଥ୍ୟା ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ପୂର୍ବରୁ ଗଞ୍ଜାମ ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ସରପଞ୍ଚ ସୂଚନା ଦେଇଥିଲେ। ଏଥିସହ ଜାହାଡ଼ା ପଞ୍ଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଏହାକୁ ସଟଡାଉନ୍ […]

  • Wednesday, 14 July 2021
content
ଦମ୍ପତିଙ୍କ ସଂସ୍ପର୍ଶରେ ଆସି ୧୩ କରୋନାରେ ଆକ୍ରାନ୍ତ

ରାୟଗଡ଼ା: ସୁପରସ୍ପ୍ରେଡର ବନିଲେ ଦମ୍ପତି। ରାୟଗଡ଼ା ଗୁଣୁପୁର ଅଞ୍ଚଳର ଏକ ଦମ୍ପତିଙ୍କ ସଂସ୍ପର୍ଶରେ ଆସି ଅଞ୍ଚଳରେ ୧୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୮ ଜଣ ପୁରୁଷ ଥିବାବେଳେ ୫ ଜଣ ମହିଳା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା ଥିବା ଜଣାପଡିଛି। ସେହିଭଳି ରାଣୀଗୁଡ଼ା ଫାର୍ମ ଅଞ୍ଚଳରୁ ଜଣେ ମହାରାଷ୍ଟ୍ର ଫେରନ୍ତା, ବାରିଝୋଲାରୁ ଜଣେ ତାମିଲନାଡୁ ଫେରନ୍ତା ଓ ରାମନାଗୁଡା ବ୍ଲକ ଗୁଗୁପାଡୁରୁ ଆନ୍ଧ୍ର ଫେରନ୍ତା ଚିହ୍ନଟ ହୋଇଛନ୍ତି। ଏହି […]

  • Wednesday, 14 July 2021
poision
କଳି ହେଲା କାଳ: ମା, ଯାଆଁଳା ପୁଅର ଆତ୍ମହତ୍ୟା

ବରଗଡ଼: ପାରିବାରିକ କଳହ କେତେ ଭୟଙ୍କର ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ। ସ୍ୱାମୀଙ୍କ ସହିତ ପାଟିତୁଣ୍ଡ ହେବା ପରେ ସ୍ତ୍ରୀ ଓ ତାଙ୍କର ଯାଆଁଳା ପୁଅ ବିଷ ପିଇଦେବା ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟିଛି। କେମିତି ଥିଲା ଘଟଣା:- ବରଗଡ଼ ଜିଲ୍ଲା ସଦର ଥାନା ଚାରପାଲି ଗାଁ ଗୋପୀନାଥ ବନ୍‌ଛୋରଙ୍କ ସହିତ ପତ୍ନୀ ଉତ୍ତରା ଓ ଦୁଇ ଯାଆଁଳା ପୁଅ(ଜଗା ଏବଂ ବଳିଆ)ଙ୍କର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ […]

  • Wednesday, 14 July 2021
exclusivesfdrg
ଘରୁ ବାହାରିଲା ମାଳମାଳ ସାପ

ଭଦ୍ରକ: ଭଦ୍ରକରେ ପୁଣି ସାପ ଆତଙ୍କ। ଆଜି ଜଣଙ୍କ ଘରୁ ଉଦ୍ଧାର ହୋଇଛି ମାଳମାଳ ସାପ। ଭଦ୍ରକ ଵ୍ଲକ କଲେଇ ପଞ୍ଚାୟତର ରଙ୍ଗରାଜପୁର ଗ୍ରାମର ବିଜୟ ଵିଶ୍ଵାଳଙ୍କ ଘରୁ ୪୩ ଟି ଛୋଟ ସାପ,  ୫୮ ଟି ଅଣ୍ଡା ଓ ମାଆ ନାଗକୁ ଭଦ୍ରକ ସାପ ଧରାଳି ମିର୍ଜା ଆରିଫ ଉଦ୍ଧାର କରିଛି। ଗତ ୮ ଦିନ ହେଲା ବିଜୟ ଵିଶ୍ଵାଳ ନିଜ ଘରେ ସାପ ଏଣେ ତେଣେ ଵୁଲୁଥିବାର ଦେଖିଥିଲେ। ମାଟି ଘରେ ବିଭିନ୍ନ ସ୍ଥାନରେ […]

  • Wednesday, 14 July 2021
Bonded labour
ଇଟାଭାଟିରୁ ଏକାଥରେ ୭୯ ଦାଦନ ଶ୍ରମିକ ଉଦ୍ଧାର, ସେଥିରେ ୪ ଗର୍ଭବତୀ..

ଭୁବନେଶ୍ୱର: ପୁଣି ବାହାର ରାଜ୍ୟରୁ ଉଦ୍ଧାର ହେଲେ ଓଡ଼ିଆ ଦାଦନ ଶ୍ରମିକ। ତେଲେଙ୍ଗାନାର ଏକ ଇଟା ଭାଟିରେ ଶ୍ରମିକମାନେ କାମ କରୁଥିବା ବେଳେ ଉଦ୍ଧାର ହୋଇଛନ୍ତି। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୭୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରିଛନ୍ତି ଜଣେ ସାମାଜିକ କର୍ମୀ। ଶ୍ରମିକମାନଙ୍କୁ ଇଟା ଭାଟିରେ ବିଭିନ୍ନ ନିର୍ଯାତନା ଦିଆଯାଉଥିଲା। ଏହି ଖବର ସାମାଜିକ କର୍ମୀଙ୍କ ପାଖରେ ପହଞ୍ଚିବା ପରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଶ୍ରମିକମାନଙ୍କୁ […]

  • Wednesday, 14 July 2021
Anjana
ହାଇକୋର୍ଟଙ୍କୁ ଅଞ୍ଜନାଙ୍କ ନିବେଦନ; କହିଲେ ବିବନକୁ ଜେରା କରୁ CBI, ସତ ପଦାକୁ ଆସିବ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା। ଘଟଣାର ସିବିଆଇ ତଦନ୍ତ ଦାବି କଲେ ଖୋଦ ପୀଡ଼ିତା ଅଞ୍ଜନା ମିଶ୍ର। ଏନେଇ ସେ ହାଇକୋର୍ଟଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଖାଲି ସେତିକି ନୁହେଁ ଅଞ୍ଜନା ହାଇକୋର୍ଟଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ଯେ, ହାଇକୋର୍ଟରେ ମାମଲା ଲଢ଼ିବା ପାଇଁ ତାଙ୍କ ପାଖରେ ଯଥେଷ୍ଟ ଆର୍ଥିକ ସମ୍ବଳ ନାହିଁ। ତେଣୁ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କ ମାମଲା ଲଢ଼ିବା ପାଇଁ ଜଣେ ଆଇନଜୀବୀଙ୍କୁ ନିଯୁକ୍ତ […]

  • Wednesday, 14 July 2021
BBSR_-_shutdown-_EPS_1
ପୁଣି ରାଜ୍ୟବ୍ୟାପୀ ସପ୍ତାହାନ୍ତ ସଟଡାଉନ: ଭୁବନେଶ୍ୱର ଓ କଟକରେ କମିଶନରେଟ ପୋଲିସର କଡ଼ା ଯାଞ୍ଚ

ଭୁବନେଶ୍ୱର: ପୁଣି ଲାଗୁ ହେଲା ସପ୍ତାହାନ୍ତ ସଟଡାଉନ୍ ନିୟମ। ସକାଳ ୬ଟାରୁ ଏହାକୁ ଲାଗୁ କରାଯାଇଛି। କରୋନା ସଂକ୍ରମଣକୁ ବ୍ରେକ୍ ଦେବାକୁ ରାଜ୍ୟ ସରକାର ପୁଣି ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି। କରୋନାର ଦ୍ୱିତୀୟ ଲହର ଭୟଙ୍କର ହେଉଥିବା ବେଳେ ସଂକ୍ରମଣ ହାର ହ୍ରାସ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ପୁଣି ନିଆଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳ ପାଇଁ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ଗତ ଶନିବାର ଓ ରବିବାର ମଧ୍ୟ ସପ୍ତାହାନ୍ତ ସଟଉନ୍ […]

  • Wednesday, 14 July 2021
coronavirus
ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ଦିନକରେ ୧୦ ହଜାର ୪୧୩ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ପୁଣି ନୂଆ ରେକର୍ଡ। ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୪୧୩ ଜଣ କରୋନା ପଜିଟିଭ ଚିହ୍ନଟ। ଗତକାଲି ଏହି ସଂଖ୍ୟା ୮ ହଜାର ୬୮୧ ଥିବା ବେଳେ ଆଜି ତାହା ୧୦ ହଜାର ପାର୍ ହୋଇଛି। ଏହି ସଂକ୍ରମଣ ସଂଖ୍ୟା ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ ନୂଆ ୧୦୪୧୩ ସଂକ୍ରମିତଙ୍କ ମଧ୍ୟରୁ ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଚିହ୍ନଟ। ଖୋର୍ଦ୍ଧାରୁ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ […]

  • Wednesday, 14 July 2021
exclusive
ରଥ ବନ୍ଦ ପାଇଁ ଷଡ଼ଯନ୍ତ୍ର! ଜଗନ୍ନାଥ ଜାଣିବାକୁ ଚାହୁଁଥିଲେ କିଏ କେମିତି

ପୁରୀ: ଭକ୍ତ ଶୂନ୍ୟ ରଥଯାତ୍ରା ସମ୍ଭବ ଯାହା ଏବେ ହେଲା, ଦୁଇ ମାସ ତଳୁ ରାଜ୍ୟ ସରକାରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ନିଜେ ଗଜପତି ମହାରାଜା। ରଥକୁ ନେଇ କିଛି ଦିନ ତଳେ ସୃଷ୍ଟି ହୋଇଥିବା ଅନିଶ୍ଟିତତା ଦେଖାଦେଇ ନଥାନ୍ତା ହାଇକୋର୍ଟଙ୍କ ଜୁନ୍ ୯ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ, ରଥଯାତ୍ରା ମାତ୍ର ୧୨ ଦିନ ବାକି ଥିବାବେଳେ ସେ ସମୟରେ ହିଁ ସରକାର ନିଷ୍ପତ୍ତି ନେଇଯିବାର ଥିଲା ବୋଲି କହିଛନ୍ତି […]

  • Wednesday, 14 July 2021