ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗତ କିଛି ସପ୍ତାହ ହେଲା କମିଛି । ଏହାଦ୍ବାରା ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ରୁ ୩ ଟଙ୍କା କମିପାରେ ।
ଶସ୍ତା ହେଲା ପେଟ୍ରୋଲ୍ ଓ ଡିଜେଲ୍ । ଲିଟର ପିଛା ୨ ଟଙ୍କା ଶସ୍ତା କଲେ କେନ୍ଦ୍ର ସରକାର । ସୋସିଆଲ୍ ମିଡ଼ିଆ Xରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ ସୂଚନା ।
ଲଗାତାର ଭାବେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁ ରାଷ୍ଟ୍ରୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଶସ୍ତା ହୋଇପାରେ।ଯଦି ଅଶୌଧିତ ତୈଳ ଦାମ୍ ୧୦୦ ଡଲାର ପାଖାପାଖି ରହିବ ତା’ହେଲେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି।
ବିମାନ ଇନ୍ଧନ(Aviation Turbine Fuel- ATF) ଦାମ୍ ଗତକାଲି ୨.୨% କମିଛି। ଅନ୍ୟପକ୍ଷେ, ଗତ କିଛିଦିନ ହେବ କ୍ରୁଡ୍ ଅଏଲ୍(ଅଶୌଧିତ ତୈଳ) ଦର ପାଖାପାଖି ୧୦୦ ଡଲାର ରହିଛି।
ପେଟ୍ରୋଲ ଓ ଡିଜେଲ ଦର ୧ ଟଙ୍କା କମିଲେ ମଧ୍ୟ ସାଧାରଣଜନତାଙ୍କ ପାଇଁ ଏହା ବଡ଼ ଆଶ୍ୱସ୍ତିକର ତଥା ଖୁସି ଖବର ବୋଲି କୁହାଯାଇଥାଏ। ତେବେ ପେଟ୍ରୋଲ ଓ ଡିଜେଲ ଆହୁରି ଶସ୍ତା ହେବ ବୋଲି ଆଶା କରାଯାଉଛି।
ମହଙ୍ଗା ମାଡ଼ରୁ ରାଜ୍ୟବାସୀଙ୍କୁ ମିଳିବ କି ଆଶ୍ୱସ୍ତି ?
ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ଏବେ ରାଜ୍ୟ ସରକାରଙ୍କ ପାଳି। ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା କମିଥିବା ବେଳେ, ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମିଛି।
ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ଓ ଡିଜେଲରୁ ଏକ୍ସାଇଜ୍ ଡ୍ୟୁଟି କମିଛି।
ପୁଣି ମହଙ୍ଗା ହେଲା ତେଲଦର । ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍ । ଗତ ୮ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ସପ୍ତମ ଥର ପାଇଁ ବୃଦ୍ଧି ପାଇଛି ।
ପୁଣି ବଢିଲା ତେଲଦର । ପେଟ୍ରୋଲ ଲିଟର ପିଛା ୮୬ ପଇସା ଏବଂ ଡିଜେଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି ।
ଖୁବ୍ଶୀଘ୍ର ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇପାରେ। ଅଶୌଧିତ ତୈଳ ଦରରେ ବୃଦ୍ଧି ଘଟିଥିବା ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ରାଜ୍ୟ ସରକାର ଭାଟ୍ କମାଇବା ପରେ ପେଟ୍ରୋଲ ଏବଂ ଡିଜେଲ ଦର କମିଛି । କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି କମାଇବା ପରେ ରାଜ୍ୟ ସରକାର ଭାଟ୍ କମାଇଛନ୍ତି । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୁଣି ବଢିଲା ତେଲ ଦର । ଗତ ଦୁଇ ଦିନର ବିରତି ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ପୁଣି ବୃଦ୍ଧି ପଇଛି । ଗତ ମଙ୍ଗଳବାର ଓ ବୁଧବାର ତେଲ ଦର ସ୍ଥିର ରହିଥିଲା । ହେଲେ ଆଜି ବିଭିନ୍ନ ସହରରେ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ତେଲ ଦରରେ ଲାଗୁନି ଲଗାମ୍ । ଲଗାତାର କିଛି ଦିନ ହେବ ତେଲ ଦର ବଢିବାରେ ଲାଗିଥିବାବେଳେ ଆଜି ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର । ଯାହା ଫଳରେ ସାଧାରଣ ଲୋକମାନଙ୍କ ଚଳିବା କଷ୍ଟକର ହୋଇପଡୁଛି ।
ଲଗାତାର ତୃତୀୟ ଦିନ ପାଇଁ ପୁଣି ବଢିଲା ତେଲ ଦର । ଗତ କିଛି ଦିନ ହେବ ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ୍ ଦର । ଇଣ୍ଡିଆଲ୍ ଅଏଲ୍ ପକ୍ଷରୁ ଆଜି ତେଲ ଦରକୁ ବୃଦ୍ଧି କରାଯାଇଛି ।
ପୁଣି ବଢିଲା ତୈଳ ଦର । କ୍ରମାଗତ ଭାବେ ଆଜି ଦ୍ୱିତୀୟ ଦିନ ପେଟ୍ରୋଲ ଡିଜେଲ ଦରବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀର ଡିଜେଲ ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଥିବାବେଳେ ପେଟ୍ରୋଲର ଦର ୧୦୨ ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ଦେଶର ସମସ୍ତ ସ୍ଥାନରେ ତୈଳ ଦର ଅଧିକ ସଂଖ୍ୟା ରେ ବୃଦ୍ଧି ହେବାରେ ଲାଗିଛି ।
ପୁଣି ବଢ଼ିଲା ତେଲ ଦର । ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ଓଏଲ୍ ମାର୍କେଟିଂ କମ୍ପାନୀ ଗୁଡିକ ଘରୋଇ କମ୍ପାନୀରେ ମଧ୍ୟ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖାଯାଇଛି । ପେଟ୍ରୋଲ ଦର ଲିଟର ପିଛା ଆଜି ୨୪ ରୁ ୨୫ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ୍ ଦରରେ ୩୦ରୁ ୩୨ ପଇସା ବୃଦ୍ଧି ପାଇଛି । ଗତକାଲି ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୦.୫୭ ପ୍ରତିଶତ ହ୍ରାସ ପାଇ ୭୭.୯୦ ଡଲାରର ହୋଇଥିଲା
ସାରା ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ ଦର କମିଛି ଯାହା କି ସାଧାରଣ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେଇଛି। ଗତ ୭ ଦନ ହେବ ରିଟେଲ ଫୁଏଲ ଦାମ ସ୍ଥିର ଥିଲା। ସେଥିପାଇଁ ଅଏଲ ମାର୍କେଟିଂ କମ୍ପାନୀ ତୈଳ ଦର ହ୍ରାସ କରିଛନ୍ତି।
ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହୋଇଥିବାବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଆଜି ଅର୍ଥାତ୍ ଅଗଷ୍ଟ ୧୯ ତାରିଖରେ ୨ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ତଳମୁହାଁ ହୋଇଛି।
ଗତ ୮ ଦିନ ଧରି ଲଗାତାର ତେଲ ଦର ବୃଦ୍ଧି ହୋଇଥିବା ସ୍ଥାନୀୟ ଡିଲରମାନେ କହିଛନ୍ତି। ଆଜି ତୈଳଦର ବୃଦ୍ଧି ହୋଇନାହିଁ ହେଲେ ବି ଦର ୧୧୦ରେ ପହଞ୍ଚିଲାଣି। ସେହିପରି ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପ୍ରତି ୧୦୧ ଟଙ୍କା ୮୪ ପଇସା ରହିଥିବା ବେଳେ ଡିଜେଲ ୮୯ ଟଙ୍କା ୮୭ ପଇସା ରହିଛି।
ତୈଳଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ପ୍ରତିବାଦ କରି ବାମ ଦଳ ଏହି ବନ୍ଦ ଡାକରା ଆହ୍ୱାନ ଦେଇଛି। ଦରବୃଦ୍ଧି କମାଇବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ସଂଗଠନ। ସେହିପରି ରାଉରକେଲାରେ ମଧ୍ୟ ଗତକାଲି ଓଡ଼ିଶା ବନ୍ଦ ଡାକରା ଆହ୍ୱାନରେ ରାଲି କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ବାଇକ ରାଲି ସହ ଶୋଭାଯାତ୍ରାରେ ଯାଇ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ କରିଥିଲା ବାମପନ୍ଥୀ ସଂଗଠନ।