Advertisment

RI-ARI-ଅମିନ ପରୀକ୍ଷା ବାତିଲ ଦାବି; ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ପରୀକ୍ଷାର୍ଥୀ

SSSC ଦ୍ବାରା ପରିଚାଳିତ RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ ସହ ଅନଲାଇନ ପରୀକ୍ଷା ଦାବି। ଷ୍ଟୁଡେଣ୍ଟ ଏଗେନ୍‌ଷ୍ଟ୍ କରପ୍ସନ ଏହି ଦାବି କରିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
OSSSC Exam

OSSSC Exam

OSSSC ଦ୍ବାରା ପରିଚାଳିତ RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ ସହ ଅନଲାଇନ ପରୀକ୍ଷା ଦାବି ଉଠିଛି। ଷ୍ଟୁଡେଣ୍ଟ ଏଗେନ୍‌ଷ୍ଟ୍ କରପ୍ସନ ଏହି ଦାବି କରିଛି। ଏଥିରେ ସମୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରୀକ୍ଷାର୍ଥୀ। 

Advertisment

ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟ ସରକାର ପଦକ୍ଷେପ ନନେଲେ ଲୋୟର ପିଏମଜିରେ ହଜାର ହଜାର ପରୀକ୍ଷାର୍ଥୀ ବିଭିନ୍ନ ଜିଲ୍ଲାରୁ ଆସି ଆନ୍ଦୋଳନ କରିବେ। ସେଥିପାଇଁ ଯେଉଁ ପରିସ୍ଥିତି ଉପୂଜିବ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ଷ୍ଟୁଡେଣ୍ଟ୍ ଏଗେନ୍‌ଷ୍ଟ୍ କରପ୍ସନ।  ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପରୀକ୍ଷାର୍ଥୀ। ତେବେ ଏନେଇ OSSSCର ପ୍ରତିକ୍ରିୟା ମିଳି ନାହିଁ। 

ଏପଟେ ଆରଆଇ ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏ ସମ୍ପର୍କରେ ଅବଗତ କରିଛି । ଏଭଳି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଆମ ପାଖରେ ଯେଉଁ ଅଭିଯୋଗ ହସ୍ତଗତ ହୋଇଛି, ମୋତେ ଲାଗୁଛି ପରୀକ୍ଷା ପାଇଁ ଏହା ଅନୁକୂଳ ପ୍ରକ୍ରିୟା ନୁହଁ । ବ୍ଲାକ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । 

Advertisment

କାହିଁକି ହେଉଛି ବାତିଲ ଦାବି ? 

OSSSC ଦ୍ୱାରା ପରିଚାଳିତ RI, ARI, ICDS SUPERVISOR ଓ ଅମିନ ଭଳି ଗ୍ରୁପ୍-ବି ଏବଂ ଗ୍ରୁପ୍-ସି ପଦବୀର ଅନଲାଇନ ପରୀକ୍ଷା ଦାୟିତ୍ୱ ନେଇଛି ତାମିଲନାଡୁର SIFY ଟେକ୍ନୋଲୋଜି ନାମକ ଏକ ଘରୋଇ ସଂସ୍ଥା । ୨୦୨୨ରେ ପେପର୍ ଲିକ୍ ମାମଲାରେ ବ୍ଲାକ୍ ଲିଷ୍ଟେଡ୍ କରିଥିଲେ କେନ୍ଦ୍ର ସରକାର । ଏପରିକି ସିବିଆଇରେ କେଶ୍ ଚାଲିବା ସହ ସଂସ୍ଥାର ୧୭ ଜଣଙ୍କୁ ଗିରଫ ବି କରାଯାଇଥିଲା । ପୂର୍ବରୁ ଏଭଳି ଅଭିଯୋଗ ଆଣିଛି ଷ୍ଟୁଡେଣ୍ଟସ ଏଗେନ୍‌ଷ୍ଟ୍ କରପସନ । ଏହା ଏକ ସୁବ୍ୟବସ୍ଥିତ ସ୍କାମ୍ ବୋଲି ଅଭିଯୋଗ ଆଣିବା ସହିତ ତୁରନ୍ତ ଏହି ସଂସ୍ଥା ବିରୋଧରେ ତଦନ୍ତ କରିବାକୁ ଦାବି କରିଛି ଷ୍ଟୁଡେଣ୍ଟ ଏଗେନ୍‌ଷ୍ଟ୍ କରପସନ୍ ।

ପୂର୍ବ ବିଜେଡି ସରକାର ଅମଳରେ ୨୦୨୩ରୁ ହିଁ SIFYକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଇଛି । ସୂଚନା ଅନୁସାରେ, ଏହି ଅନଲାଇନ ପରୀକ୍ଷା ପରିଚାଳନା ଦାୟିତ୍ୱ ଓକାକକୁ ଦେଇଛି OSSSC । ତେବେ ଷ୍ଟୁଡେଣ୍ଟ ଏଗେନ୍‌ଷ୍ଟ୍ କରପସନର ଅଭିଯୋଗ ଯଦି ସତ, ତାହେଲେ କାହିଁକି ଏହି କଳା ତାଲିକାଭୁକ୍ତ ଏବଂ ପରୀକ୍ଷା ଆୟୋଜନର ମାନଦଣ୍ଡ ପୂରଣ କରୁନଥିବା ସଂସ୍ଥାକୁ ସରକାରୀ ପରୀକ୍ଷା ଆୟୋଜନ ଦାୟିତ୍ୱ ଦିଆଯାଇଛି ? ବିଭିନ୍ନ ସମୟରେ ପରୀକ୍ଷା ପରିଚାଳନାରେ ବିଭ୍ରାଟ ସତ୍ତ୍ୱେ କାହିଁକି ସମସ୍ତେ ନିରବ ?

Exam RI
Advertisment
Advertisment