• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

misssing
ମିଳିଲା ନିଖୋଜ ସ୍ୱାତୀର ମୃତଦେହ

ନୟାଗଡ଼: ବଧିପାଟଣା ଗାଁରୁ ୩ ବର୍ଷର ଝିଅ ନିଖୋଜ ଝିଅର ମିଳିଲା ମୃତଦେହ।  ବଧିପାଟଣା ଗାଁ ପୋଖରୀରୁ ସ୍ୱାତୀର ମୃତଦେହ ମିଳିଛି। ଘର ଠାରୁ କିଛି ଦୂରରେ ଅନ୍ୟ ଏକ ସାହିରେ ଥିବା ପୋଖରୀରୁ ମିଳିଛି। ଗତ ଶୁକ୍ରବାର ଠାରୁ ନିଖୋଜ ଥିଲା ୩ ବର୍ଷର ଝିଅ ସ୍ୱାତୀ। ଶୁକ୍ରବାର ଦିପହରୁ ଗାଁ ଦାଣ୍ଡ, ବାଡ଼ି, ସାହି ପଡ଼ିଶା କୂଅ ପୋଖରୀ ସବୁ ଘାଣ୍ଟି ସାରିଥିଲେ। ହେଲେ ହେଲେ କୋଉଠି ବି ତିନି ବର୍ଷର କଅଁଳ କଢ଼ିର […]

  • Thursday, 15 July 2021
anm
ଧାରଣାରେ ବସିଥିବା ଜଣେ ANMଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ଧାରଣାରେ ବସିଥିବା ଜଣେ ANMଙ୍କ ଆତ୍ମାହୁତି ଉଦ୍ୟମ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣା ସ୍ଥଳରେ ଆତ୍ମାହୁତି ଉଦ୍ୟମ। କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ANMଙ୍କୁ ଉଦ୍ଧାର କରାଯାଇଛି। ଧାରଣା ଦେଉଥିବା ଅନ୍ୟ ସହଯୋଗୀ ସଂପୃକ୍ତ ANMଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିବା ସୂଚନା ମିଳିଛି। ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନାରାରେ କମ୍ପୁଛି ରାଜଧାନୀର ଲୋୟର ପିଏମଜି। ଆନ୍ଦୋଳନକାରୀଙ୍କ ଏକା ଯିଦ୍, ଦାବି ପୂରଣ ନହେଲେ ଧାରଣାରୁ ହଟିବୁନି। ସ୍ଥାୟୀ […]

  • Thursday, 15 July 2021
court
ଜାମିନ ଆବେଦନ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ ୪ ଅଭିଯୁକ୍ତ ପକ୍ସୋ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ।  ୧୮ ତାରିଖରେ କେସ୍ ଡାଏରୀ ମଗାଯାଇଛି। ୧୮ ତାରିଖରେ ରାୟ ପ୍ରକାଶ ପାଇପାରେ। ତେବେ ଆସନ୍ତା ୧୮ ଯାଏଁ ୪ ଅଭିଯୁକ୍ତ ବିଚାରବିଭାଗୀୟ ହାଜତକୁ ଗଲେ। ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । […]

  • Thursday, 15 July 2021
mother
ଟାର୍ଗେଟ୍‌ରେ ଥିଲା ପୁଅ, ରକ୍ଷା କବଚ ସାଜିଲେ ମା'

ରାଉଲକେଲା: ଟାର୍ଗେଟ୍‌ରେ ଥିଲା ପୁଅ କିନ୍ତୁ ରକ୍ଷା କବଚ ସାଜିଲେ ମା। ପୁଅକୁ ଗୁଳିମାଡ଼ କରାଯାଇଥିଲା କିନ୍ତୁ ଆଗରେ ରହିଗଲେ ମା। ମାଙ୍କ ଦେହରେ ଗୁଳି ବାଜିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ରାଉଲକେଲା ସହରରେ। ପ୍ରକାଶ ପ୍ରସାଦ ନାମକ ସୁନା ବେପାରୀ ତାଙ୍କ ମାଙ୍କ ସହିତ ରାଉରକେଲାରୁ ସିଂ ଟୋଲା ଘରକୁ ଫେରୁଥିଲେ। ରାଉରକେଲା ସହରର ବ୍ରହ୍ମାଣୀ ତରଙ୍ଗ ଥାନା ଅନ୍ତର୍ଗତ ସିଂ ଟୋଲାରେ ହଠାତ୍ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ […]

  • Thursday, 15 July 2021
medical
ଓଡ଼ିଶାରେ ଆଉ ୨ ମେଡିକାଲ କଲେଜ

ଭୁବନେଶ୍ୱର: ପୁରୀ ଓ ଯାଜପୁର ମେଡିକାଲ କଲେଜ ନେଇ କ୍ୟାବିନେଟ ମଂଜୁରୀ ମିଳିଛି। ପୁରୀରେ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ହେବ। ପୁରୀ ମେଡିକାଲ କଲେଜ ପାଇଁ ୨୨୪ କୋଟି ୫୫ ଲକ୍ଷ ଖର୍ଚ୍ଚ ହେବ। ସେହିପରି  ଯାଜପୁରରେ ୧୦୦ ସିଟ୍ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ ହେବ।ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ୪୨୬ କୋଟି ୫୧ ଲକ୍ଷ ଖର୍ଚ୍ଚ ହେବ। ଉଭୟ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ୩ […]

  • Thursday, 15 July 2021
lingaraj-temple
ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ ମିଳିଲା ମଂଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ କ୍ୟାବିନେଟର ମଂଜୁରୀ ମିଳିଛି। ମନ୍ଦିର ପରିଚାଳନା ଏକ କମିଟିକୁ ଦେବା ନେଇ ଅଧ୍ୟାଦେଶକୁ ମଂଜୁରୀ ମିଳିଛି। ଅଧ୍ୟାଦେଶରେ ମନ୍ଦିର ସୁପରିଚାଳନା ନେଇ ବିସ୍ତୃତ ବ୍ୟବସ୍ଥା ହୋଇଛି। ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, ସଭ୍ୟ ସଂଖ୍ୟା ବ୍ୟବସ୍ଥା, କମିଟିର ଦାୟିତ୍ୱ ଓ କ୍ଷମତା, ମନ୍ଦିର ସଂପତ୍ତି ସୁରକ୍ଷା ନେଇ ବ୍ୟବସ୍ଥା ହୋଇଛି। ଏହି ଅଧ୍ୟାଦେଶ ଅନୁସାରେ ଲିଙ୍ଗରାଜ ମନ୍ଦିରର ସୁପରିଚାଳନା ପାଇଁ […]

  • Thursday, 15 July 2021
chest-pain
ପୋଲିସ ଛାଉଣୀରେ ସାରା ଗାଁ, ଯେତେ ଖୋଜିଲେ ବି ମିଳୁନି ସ୍ୱାତୀ !

ଭୁବନେଶ୍ୱର: ତିନିଦିନ ହେଲାଣି ସ୍ୱାତୀ ମିଳୁନି। ସନ୍ଧାନୀ କୁକୁର ବୁଲି ସାରିଲାଣି। ଅଗ୍ନିଶମବାହିନୀ ପରେ ଆଜି ଓଡ୍ରାଫ୍ ଟିମ୍ ଓ ସ୍କୁବା ଡାଇଭର ବି ପାଣିରେ ବୁଡ଼ି ଘାଣ୍ଟି, ଦରାଣ୍ଡି ସାରିଲେଣି। ହେଲେ କୋଉଠି ବି ସ୍ୱାତୀର ପତ୍ତା ନାହିଁ। ମା-ବାପାଙ୍କ ଧୈର୍ଯ୍ୟ ଭାଙ୍ଗୁଛି। ଗାଁ ଲୋକଙ୍କ ଆଶଙ୍କା ବଢୁଛି। ନିଜ ପିଲା ପିଣ୍ଡା ତଳକୁ ଖସିଲେ ଛାତି ଥରୁଛି। ସ୍ୱାତୀ ନିଖୋଜ ପରଠୁ ଏବେ ରଣପୁର ବଧିପାଟଣା ଗାଁକୁ ରାଜନେତାଙ୍କ ସୁଅ ଛୁଟୁଛି। ବିଜେଡି ବିଧାୟକ […]

  • Thursday, 15 July 2021
anubhab--jagruti
ଅନୁଭବଙ୍କୁ ଭଲ ବନ୍ଧୁର ପରିଚୟ ଦେଲେ ଜାଗ୍ରତି

ଭୁବନେଶ୍ୱର: ବର୍ଷା-ଅନୁଭବ ବିବାଦରେ ନୂଆ ଟ୍ୱିଷ୍ଟ୍। ସାମ୍ନାକୁ ଆସିଛି ସାମ୍ବାଦିକା ଜାଗ୍ରତି ଶୁକ୍ଳାଙ୍କ ବୟାନ ଫେସବୁକରେ ସାଂସଦ ଅନୁଭବ ମହାନ୍ତିଙ୍କୁ ବନ୍ଧୁ ବୋଲି ପରିଚୟ ଦେଇଛନ୍ତି ଜାଗ୍ରତି। ଏଥିସହ ଜାଗ୍ରତି ଲେଖିଛନ୍ତି, ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ ସେମାନଙ୍କ ବ୍ୟକ୍ତିଗତ କିନ୍ତୁ କିଛି ଦିନ ହେବ ତାଙ୍କୁ ବିବାଦ ଭିତରକୁ ଟଣାଯାଉଛି। ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଛି। ତାଙ୍କ ପ୍ରତି ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି। ଏଥିରେ ଯେଉଁମାନେ ସଂପୃକ୍ତ ସେମାନେ ପ୍ରାୟତଃ […]

  • Thursday, 15 July 2021
car-kid
ଅପହରଣ କରି ନିଆଯାଉଥିବା ଗାଡ଼ିକୁ ଧରିଲା ପୋଲିସ୍

ଭୁବନେଶ୍ୱର: ଅପହରଣ କରି ନିଆଯାଉଥିବା ଗାଡ଼ିକୁ ଧରିଲା ପୋଲିସ୍। ଗାଡ଼ି ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ଧରାପଡ଼ିଲେ ୮ ଅପହର୍ତ୍ତା। ସୂଚନା ଅନୁସାରେ, ଭୁବନେଶ୍ୱରରୁ ଗୋଟିଏ ଗାଡ଼ିକୁ ଅପହରଣ କରି ନିଆଯାଉଥିଲା। ଡ୍ରାଇଭର ସନ୍ଦେହ କରି କୌଶଳ କ୍ରମେ ମାଲିକଙ୍କୁ ଖବର ଦେଇଥିଲେ। ଭୁବନେଶ୍ୱରର ଗାଡ଼ି ମାଲିକ ପୋଲିସକୁ ଜଣାଇଥିଲେ। ପୋଲିସ ଆଗରୁ ପ୍ରସ୍ତୁତ ରହିଥିବା ସହ ବୌଦ୍ଧ ଜିଲ୍ଲା କଣ୍ଟିଆଣି ନିକଟରେ ଇନୋଭାକୁ ଧରିଥିଲା। ପୁରୁଣାକଟକ ପୋଲିସ୍ ଗାଡ଼ି ଡ୍ରାଇଭରଙ୍କୁ ଉଦ୍ଧାର ସହ ୮ ଅପହର୍ତ୍ତାଙ୍କୁ […]

  • Thursday, 15 July 2021
bus
ବସ୍ ଓଲଟି ୪୦ ଆହତ

ଧର୍ମଗଡ଼: ପୁଣି ବସ୍ ଦୁର୍ଘଟଣା। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। କୋକସରା ନିକଟବର୍ତ୍ତୀ ବଡ଼କେନ୍ଦୁଗୁଡ଼ାରେ ଭାରସାମ୍ୟ ହରାଇ ଏହି ବସ୍‌ଟି ଓଲଟିପଡ଼ିଥିଲା। ଆହତ ୪୦ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ #odisha pic.twitter.com/HNtjsaBkyq — ଓଟିଭି (@otvkhabar) December […]

  • Thursday, 15 July 2021
punji-naveeen
କରୋନା କାଳରେ ରାଜ୍ୟରେ ଲକ୍ଷେ କୋଟି ନିବେଶ

ଭୁବନେଶ୍ୱର: କରୋନା କାଳରେ ରାଜ୍ୟରେ ୧ ଲକ୍ଷ କୋଟିର ନିବେଶ ସୁଯୋଗ ସୃଷ୍ଟି ହୋଇଛି। ଫିକି ପକ୍ଷରୁ ଆୟୋଜିତ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ଭଳି ମହାମାରୀ ସମୟରେ ବି ଓଡ଼ିଶା ନିବେଶକଙ୍କୁ ଆକୃଷ୍ଟ କରିଛି। ଏହି ସମୟରେ ରାଜ୍ୟରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ବାଟ ଫିଟିଛି। ଶିଳ୍ପକୁ ଅନୁକୂଳ ବାତାବରଣ ପାଇଁ ଅନଲାଇନ […]

  • Thursday, 15 July 2021
swati
ପରୀ, ପିହୁ ପରେ ଏବେ ଗାଁ ଦାଣ୍ଡରୁ ସ୍ୱାତୀ ଉଦ୍ଭାନ

ଭୁବନେଶ୍ୱର: କୁନି ଝିଅକୁ ଖୁଆଇବ ବୋଲି ମା ଖୋଜୁଛି। ଅତି ଶରଧାରେ କାମରୁ ଫେରି ବମ୍ବେଇ ଲଡୁ ଦେବାକୁ ବଡ଼ବାପା ଖୋଜୁଛି। ହେଲେ ଗାଁ ଦାଣ୍ଡରୁ ଉଭାନ୍ ହୋଇଯାଇଛି ଅଲିଅଳି ଝିଅ ସ୍ୱାତୀ। କୁଆଡ଼େ ଗଲା ? କିଏ ନେଲା? କାଲି ଦିପହରୁ ଗାଁ ଦାଣ୍ଡ, ବାଡ଼ି, ସାହି ପଡ଼ିଶା କୂଅ ପୋଖରୀ ସବୁ ଘାଣ୍ଟି ସାରିଲେଣି ପରିବାର, ହେଲେ କୋଉଠି ବି ତିନି ବର୍ଷର କଅଁଳ କଢ଼ିର ଚିହ୍ନବର୍ଣ୍ଣ ନାହିଁ। ଝିଅକୁ ନପାଇ ପାଗଳି ପ୍ରାୟ […]

  • Thursday, 15 July 2021
home
ଘର ଉପରେ ପଡ଼ିଲା ବିରାଟ ଗଛ, ଚାପିହୋଇ ରହିଗଲେ ଲୋକେ

ଫୁଲବାଣୀ: ଘର ଉପରେ ପଡ଼ିଲା ବିରାଟକାୟ ଗଛ। ଗଛ ପଡ଼ିଯିବାରୁ ଚାପି ହୋଇରହିଛନ୍ତି ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ସହରର ପିଅନପଡା ଛକରେ। ଏହି ଛକରେ ଥିବା ଏକ ବଡ଼ ଗଛ ରହିଥିଲା। ଏହି ଗଛ ନିକଟରେ ଏକ ଆଜବେଷ୍ଟସ ଘର ରହିଥିଲା।  ଗଛଟି ଘର ଉପରେ ପଡ଼ିଯିବାରୁ ଘର ଲୋକ ଗଛ ତଳେ ଚାପି ହୋଇ ରହିଛନ୍ତି। ସ୍ଥାନୀୟ ଲୋକ ଘର ଭିତରୁ ଗୋଟିଏ ଶିଶୁ ଏବଂ ମହିଳାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ […]

  • Thursday, 15 July 2021
attack
ବନବିଭାଗ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ

ଢେଙ୍କାନାଳ: ପାଟ୍ରୋଲିଂରେ ଯାଇଥିବାବେଳେ ବନବିଭାଗ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ। ଢେଙ୍କାନାଳ ଷଡଙ୍ଗୀ ରେଞ୍ଜ କରଡାବଣି ପଥର ଖାଦାନରେ ଘଟିଛି ଏହି ଘଟଣା। ଆଜି ଦିନ ୧୦ଟାବେଳେ ପାଟ୍ରୋଲିଂରେ ଯାଇଥିବା ୨ ଫରେଷ୍ଟ ଗାର୍ଡଙ୍କ ସହ ୫ ଜଣ ୱାଚମ୍ୟାନଙ୍କୁ ମାଫିଆମାନେ ଆକ୍ରମଣ କରିଥିଲେ। ଏଥିରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ବନବିଭାଗ କର୍ମଚାରୀଙ୍କଠାରୁ ଗୋଟିଏ ସର୍ଭିସ୍ ରିଭଲଭର୍ ଓ ଅନ୍ୟାନ୍ୟ ସାମଗ୍ରୀ ଛଡାଇ ନେଇଛନ୍ତି। ୨୫ରୁ ଉର୍ଦ୍ଧ୍ୱ ମାଫିଆ। ଗୁରୁତରମାନଙ୍କୁ ବରପଦା ପ୍ରାଥମିକ […]

  • Thursday, 15 July 2021
dg
ମହିଳା କ୍ୟାଡର ମାଓବାଦୀ ନିହତ

ଫୁଲବାଣୀ: କନ୍ଧମାଳରେ ମାଓ ଅପରେସନ୍ ବେଳେ ମହିଳା କ୍ୟାଡର ମାଓବାଦୀ ନିହତ। କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏସଓଜି ଓ ଡିଭିଏଫ୍‌ଙ୍କ କମ୍ବିଂ ଅପରେସନ ବେଳେ ନିହତ। କ୍ୟାଡର ମହିଳା ମାଓବାଦୀ ନିହତ ହୋଇଥିବା ପ୍ରେସ ରିଲିଜ୍ ଜରିଆରେ ସୂଚନା ଦେଇଛନ୍ତି ପୋଲିସ ଡିଜି। କମ୍ବିଂ ଅପରେସନ ବେଳେ ୨ଟି ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଜବତ ହୋଇଛି। ପରେ ଏଠାରେ କମ୍ବିଂ ଅପରେସନକୁ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି। ମାଓବାଦୀ ହିଂସା ଛାଡ଼ି ମୁଖ୍ୟ […]

  • Thursday, 15 July 2021
akash pathak
୫ ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ

ଭୁବନେଶ୍ୱର: ଆଇଏଫ୍ଏସ୍ ଅଭୟ କାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗ ମାମଲାରେ ଗିରଫ ଆକାଶଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଗତକାଲି ଅନୁମତି ଦେଇଥିଲେ ଭୁବନେଶ୍ୱର SDJM। ଆକାଶଙ୍କ ବିରୋଧରେ ଟାଟାରେ ଚାକିରି କରାଇ ଦେବାକୁ କହି ବ୍ରହ୍ମପୁର ଓ ଗୋପାଳପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କଠୁ ଠକେଇ କରିଥିବା ଅଭିଯୋଗ ରହିଛି। ମିଳିଥିବା ସୂଚନା ଅନୁସାରେ, ଆକାଶଙ୍କୁ କଟକସ୍ଥିତ କ୍ରାଇମବ୍ରାଞ୍ଚ ହେଡ୍ କ୍ୱାର୍ଟରରେ ରଖି […]

  • Thursday, 15 July 2021
baha
ନବବଧୂକୁ ଘରକୁ ନେଇ ପାରିଲାନି ବର

କଟକ: ଶିଶୁପାଳ ହେଲେ ବର, ବାହାଘର ବେଦୀରେ ସରିଯାଇଥିଲା ବାହାଘର। ବାହାଘର ସରିଯାଇଥିଲେ ବି ନବବଧୂକୁ ଆଉ ଘରକୁ ନେଇ ପାରିଲାନି ବର। ବରଂ ପୋଲିସ ହାଜତକୁ ଚାଲିଗଲେ ବର ସ୍ୱାମୀ। ଦ୍ୱିତୀୟ ବିବାହ କରୁଥିବା ଖବର ପାଇ ପ୍ରଥମ ସ୍ତ୍ରୀ ପୋଲିସ୍‌ ନେଇ ପହଞ୍ଚି ଯାଇଥିଲେ ବାହାଘର ହେଉଥିବା ମନ୍ଦିରକୁ। ପୋଲିସ୍ ପଚରାଉଚରା ପରେ ବର ମାନି ଯାଇଥିଲେ ସବୁ ସତ କଥା। କଟକ ମଧୁପାଟଣା ଥାନା ଅନ୍ତର୍ଗତ ସାର୍ତ୍ତୋଳ ଚଣ୍ଡୀ ମନ୍ଦିରରେ ପ୍ରକାଶ ସାମଲ […]

  • Thursday, 15 July 2021
Pradeep-1
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ହାଇକୋର୍ଟରେ ଜାମିନ ଆବେଦନ କଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ସେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି। ଅପରପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ ଭିଜିଲାନ୍ସ କରିବ। ମାମଲାର ତଦନ୍ତ ଲାଗି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ୨ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଫେବୃୟାରୀ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।  […]

  • Thursday, 15 July 2021
d-bro
ଡି ବଦର୍ସଙ୍କ ସିକ୍ରେଟ ଚାମ୍ବରରେ ଥିଲା କଣ?

ଭୁବନେଶ୍ୱର: ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଡି ବ୍ରଦର୍ସଙ୍କୁ ଅଧିକ ପଚରାଉଚରା କରାଯିବ କହିଲେ ସିପି କହିଛନ୍ତି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିପି କହିଛନ୍ତି ଯେ  ଡି ବଦର୍ସ ଘର ଉପରେ କାଲିର ଚଢ଼ାଉରେ ୧୬ଟି ଚୋରା ବନ୍ଧୁକ, ୧୦୯୫ ଗୁଳି ଜବତ ହୋଇଛି। ଘର ଭିତରେ ଇଣ୍ଟେରିୟର ଡିଜାଇନ ଭିତରେ ଲୁଚାଇ ରଖିଥିଲେ। ବିହାର ମୁଙ୍ଗେରରୁ ଚୋରା ବନ୍ଧୁକ ଏଠାକୁ ଆସିଥିବା […]

  • Thursday, 15 July 2021
prdp
'ବିଜେଡି ଖାତାକୁ ଯାଉଛି ଚାଷୀଙ୍କ ଧାନ'

ଭୁବନେଶ୍ୱର: ରାଜ୍ୟରେ ଚାଷୀ ଧାନ ବିକ୍ରି କରିପାରୁନି। ମଣ୍ଡିରେ ହଇରାଣ ହରକତ ହେଉଛି। ଟୋକନ୍ ବ୍ୟବସ୍ଥା ଚାଷୀଙ୍କୁ ଅଧିକ ହନ୍ତସନ୍ତ କରୁଛି। ରାଜ୍ୟ ସରକାର ଏନେଇ କଣ କରୁଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ୧୮୬୮ ଟଙ୍କା ଏମ୍ଏସ୍‌ପି ଧାର୍ଯ୍ୟ କଲେ। ତେବେ ରାଜ୍ୟରେ ଚାଷୀଙ୍କୁ ସେ ସୁବିଧା ମିଳୁନି। ମଣ୍ଡିରେ ସିଧାସଳଖ ମିଲର୍ ଚାଷୀଙ୍କୁ ଧାନ ୨ରୁ ୧୦ କିଲୋ ଯାଏ କାଟିକି […]

  • Thursday, 15 July 2021
lokayukt
ଭିଜିଲାନ୍ସ ହାତକୁ ଗଲା ପ୍ରଦୀପଙ୍କ ମାମଲା

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ ଭିଜିଲାନ୍ସ କରିବ। ମାମଲାର ତଦନ୍ତ ଲାଗି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ। ୨ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଫେବୃୟାରୀ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।  ମୁଖ୍ୟମନ୍ତ୍ରୀଙ୍କ ସୁପାରିସ୍‌କୁ ଗ୍ରହଣ କରି ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତ ୭ ତାରିଖରେ ଲୋକାୟୁକ୍ତଙ୍କୁ ସୁପାରିସ୍ କରିଥିଲେ ମୁଖ୍ୟମନ୍ତ୍ରୀ। ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ସରକାର […]

  • Thursday, 15 July 2021
aaksh-arup
ମୁହଁ ଖୋଲିଲେ ବିଜେଡି ନେତା ଅରୂପ

ଭୁବନେଶ୍ୱର: ପାଠକ ବାପା-ପୁଅଙ୍କ ସହ ଚାର୍ଟର ଫ୍ଲାଇଟ୍‌ରେ ବୁଲିଥିବା ଅଭିଯୋଗ ଉପରେ ଆଜି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ। ତେବେ ତଦନ୍ତ ଚାଲିଥିବାରୁ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ମତ ରଖିବା ଅନୁଚିତ ବୋଲି ସେ କହିଛନ୍ତି। ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ କିଛି ଦିନ ପୂର୍ବରୁ ଅଭିଯୋଗ କରିଥିଲେ ଯେ, ଆକାଶ ପାଠକଙ୍କ ସହ ଅରୂପ ପଟ୍ଟନାୟକ ମଧ୍ୟ ଚାର୍ଟର ଫ୍ଲାଇଟରେ ବୁଲିଥିଲେ। ଗତ ଜୁଲାଇ ୧୧ ତାରିଖରେ […]

  • Thursday, 15 July 2021