Advertisment

ଚେନ୍ନାଇରେ ଏୟାର୍ ସୋ’ବେଳେ ଅଘଟଣ: ହିଟଷ୍ଟ୍ରୋକରେ ଚାଲିଗଲା ୫ ଦର୍ଶକଙ୍କ ଜୀବନ

ହିଟଷ୍ଟ୍ରୋକରେ ୫ ଜଣ ଦର୍ଶକଙ୍କ ମୃତ୍ୟୁ, ୨ଶହରୁ ଅଧିକ ଅସୁସ୍ଥ । ଅସୁସ୍ଥ ମାନଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

author-image
Sujit kumar Swain
Tragedy Strikes Chennai Airshow

Tragedy Strikes Chennai Airshow

ଚେନ୍ନାଇରେ ବାୟୁସେନା ଏୟାର୍ ସୋ ବେଳେ ଅଘଟଣ । ହିଟଷ୍ଟ୍ରୋକରେ ୫ ଜଣ ଦର୍ଶକଙ୍କ ମୃତ୍ୟୁ, ୨ଶହରୁ ଅଧିକ ଅସୁସ୍ଥ । ଅସୁସ୍ଥ ମାନଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।  ଭୀଷଣ ଖରା, ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଅସମ୍ଭବ ଭିଡ଼ ଯୋଗୁଁ ୨ଶହରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ । 

Advertisment

ଏଥିସହ ଟ୍ରାଫିକ ପରିଚାଳନାରେ ଅବ୍ୟବସ୍ଥା ଓ ପିଇବା ପାଣି ସୁବିଧା ନଥିବା ନେଇ ଅଭିଯୋଗ ହୋଇଛି । ତେବେ ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ । ଚେନ୍ନାଇର ମରିନା ବିଚରେ ଏୟାର ସୋ ହୋଇଥିଲା । ଏଥିରେ ସାମିଲ ହୋଇଥିଲ ଲଢୁଆ ଯୁଦ୍ଧବିମାନ ସୁଖୋଇ-30 ସହ ସାରଙ୍ଗ ହେଲିକପ୍ଟର। 

ଆସନ୍ତା ୮ ତାରିଖରେ ୯୨ତମ ଏୟାର ଫୋର୍ସ ଡେ ଅବ୍ୟବହିତ ପୂର୍ବରୁ ଏହି ଏୟାର ସୋ ଆୟୋଜିତ ହୋଇଛି। ଏଥିରେ ସାମିଲ ହୋଇଥିଲେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏପି ସିଂହ, ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍। ମରିନା ବିଚରେ ଏୟାର ସୋ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥିଲା। ପ୍ରାୟ ୧୬ ଲକ୍ଷ ଲୋକଙ୍କୁ ଏକାଠି କରି ଲିମକା ବୁକ୍ ଅଫ ରେକର୍ଡରେ ସାମିଲ ହେବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି । ଏୟାର ସୋ ଦିନ ୧୧ଟାରେ ଅପରାହ୍ଣ ୧ଟା ଯାଏଁ ଆୟୋଜନ ହୋଇଥିଲେ ବି, ଲୋକମାନେ ସକାଳ ୮ଟାରୁ ଭିଡ଼ ଜମାଇଥିଲେ ।

Advertisment

Airshow Hospitalised Chennai Tragedy
Advertisment
Advertisment