• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

fine-1
ନୂଆବର୍ଷରୁ ଟ୍ରାଫିକ୍‌ ନିୟମ ହେବ କଡ଼ାକଡ଼ି, ପଛବାଲା ପିନ୍ଧିବେ ବି ହେଲମେଟ୍

ଭୁବନେଶ୍ୱର: ନୂଆବର୍ଷରୁ ଟ୍ରାଫିକ୍‌ ନିୟମ ଆହୁରି ହେବ କଡ଼ାକଡ଼ି। ଆସନ୍ତାକାଲିଠାରୁ ବାଇକ୍ ପଛରେ ବସୁଥିବା ଯାତ୍ରୀ ବି ହେଲମେଟ୍ ପିନ୍ଧିବେ। ଉଭୟ ଚାଳକ ଏବଂ ଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ। ଆସନ୍ତାକାଲିଠାରୁ କଡାକଡି ହେବ ଚେକିଂ। ହେଲମେଟ୍ ନପିନ୍ଧିଲେ ଗାଡିର ସମସ୍ତ କାଗଜପତ୍ର ଯାଞ୍ଚ ହେବ ବୋଲି ଆଜି ସ୍ପଷ୍ଟ କରିଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ମନ୍ତ୍ରୀ କହିଛନ୍ତି, ବାଇକରେ ଅଧିକ ଦୁର୍ଘଟଣା ଘଟୁଛି। ରୋଡ ସେଫଟି କମିଟି ଚେୟାରମ୍ୟାନ ରାଜ୍ୟକୁ ଦୁର୍ଘଟଣା ପାଇଁ ତାଗିଦ […]

  • Thursday, 15 July 2021
strain
୩ ବ୍ରିଟେନ ଫେରନ୍ତା କରୋନାରେ ଆକ୍ରାନ୍ତ: 'ବିଚଳିତ ହୁଅନି, ମୁକାବିଲା କର'

ଭୁବନେଶ୍ୱର: ବ୍ରିଟେନ୍ ଫେରନ୍ତାଙ୍କୁ ତଥ୍ୟ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ନିବେଦନ। ପତ୍ତା ମିଳୁ ନ ଥିବା ବ୍ରିଟେନ ଫେରନ୍ତାଙ୍କୁ ନିଜ ନିଜର ତଥ୍ୟ ଦେବାକୁ ନିବେଦନ କରିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିଜ ଆଡୁ ସରକାରଙ୍କ ପାଖରେ ତଥ୍ୟ ରଖିବାକୁ ସେ ଅନୁରୋଧ କରିଛନ୍ତି। ବ୍ରିଟେନରୁ ଫେରିବା ପରେ ଦେଇଥିବା ମୋବାଇଲ ନମ୍ବର ଅନେକକଙ୍କର ଭୁଲ ରହିଛି। ୧୮ଟି ଜିଲ୍ଲାର ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ୱରର ଅଟନ୍ତି। BMC ପକ୍ଷରୁ ସେମାନଙ୍କୁ ଠାବ କରିବାକୁ ପ୍ରୟାସ […]

khabar-odisha-kendrar
କେନ୍ଦ୍ର ଦେଉଛି, ରାଜ୍ୟ ହାଇଜାକ୍‌ କରୁଛି !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଚଞ୍ଚକତା କରିଥିବା ଅଭିଯୋଗରେ ଆଜି ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଉଛି। ରାଜ୍ୟର ବିଭିନ୍ନ ଥାନାରେ ଦଳ ପକ୍ଷରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦିଆଯାଉଛି। କ୍ୟାପିଟାଲ ଥାନାରେ ବିଜେପି ମହିଳା ମୋର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦିଆଯାଇଛି। ଏହା ପୂର୍ବରୁ ଗତକାଲି ରାଜ୍ୟର ସମସ୍ତ ୩୧୪ଟି ବ୍ଲକ ଆଗରେ ଦଳ ଧାରଣା ଦେବା ସହ ପ୍ରତିବାଦ କରିଥିଲା। କେନ୍ଦ୍ର ସରକାରଙ୍କ […]

  • Thursday, 15 July 2021
khabar-odisha-barsa-anubhav
ଆସିଲେ ବର୍ଷା, ଏବେ ଅନୁଭବଙ୍କୁ ଅପେକ୍ଷା

ଭୁବନେଶ୍ୱର: ସେଲିବ୍ରିଟି ବିବାଦ ଆସି ମହିଳା କମିଶନଙ୍କ ନିକଟରେ ପହଞ୍ଚିଛି। ମହିଳା କମିଶନ ଅଫିସ୍‌ରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ ବିବାଦ ନେଇ ବର୍ଷା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନୁଭବ ଏବଂ ତାଙ୍କ ବାପା, ମାଙ୍କୁ ହାଜର ପାଇଁ ନୋଟିସ ହୋଇଛି। ଆଜି ହାଜର ହେବାକୁ ୩ ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ। ଓଲିଉଡ୍ ଦମ୍ପତି ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ ଘରୋଇ ବିବାଦ ମାମଲାରେ ଆଜି ରାଜ୍ୟ ମହିଳା […]

wife-dead-body
ସୈତାନ ସ୍ୱାମୀ: ସ୍ତ୍ରୀକୁ ହତ୍ୟା କରି କଦଳୀ ଗଛ ତଳେ ପୋତିଦେଲା

ସୁନ୍ଦରଗଡ଼: ଏତେ ନୃଶଂସ କଣ ମଣିଷ ହୋଇପାରେ ! ଯାହାକୁ ବିଶ୍ୱାସ କରି ହାତ ଧରିଥିଲା, ଆଜି ସେଇ ବିଶ୍ୱାସର ହାତ ନୃଶଂସ ଭାବେ ହତ୍ୟା କରିବାକୁ ପଛାଇଲାନି। ନିଜ ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ପୋତିଦେଲା ସୈତାନ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ତଳସରା ଥାନା ସବଡେଗା ଗାଁରେ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେ଼ଗା ବସ୍ତିରେ ରୁହନ୍ତି ଖଏରୁ ନାଏକ ଓ ସ୍ତ୍ରୀ ଶକୁନ୍ତଳା ନାଏକ। ସ୍ତ୍ରୀ ଶକୁନ୍ତଳା ନାଏକ ୩୦ […]

  • Thursday, 15 July 2021
naxal
ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ସଫା

ଦାନ୍ତେୱାଡ଼ା: ଛତିଶଗଡ଼ରେ ସୁରକ୍ଷାବଳକୁ ବଡ଼ ସଫଳତା। ଦୁଇ ହାର୍ଡ କୋର୍ ମହିଳା ମାଓବାଦୀ ଏନକାଉଣ୍ଟରରେ ନିହତ। ଛତିଶଗଡ଼ ଦାନ୍ତେୱାଡ଼ା କାଲୋପଲ୍ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଖବର ପାଇଁ କମ୍ବିଂ କରିଥିଲେ ଯବାନ। ତେବେ ଏହି ସମୟରେ ପୋଲିସ୍ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ ନକ୍ସଲ। ଏହାର କଡ଼ା ଜବାବ ଦେଇଥିଲେ ଯବାନ। ଏଥିରେ ୱାଣ୍ଟେଣ୍ଡ ମାଓବାଦୀ ଇଜେ ମରକୋମ୍ ଓ ମାଲାଙ୍ଗିରିଙ୍କ ମୃତ୍ୟୁ ହୋଇଛି। ଇଜେ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା […]

  • Thursday, 15 July 2021
goda-bhangi
ଯୌତୁକ ଯାତନା: ଗୋଡ଼ ବାନ୍ଧି ନବବଧୂକୁ ଫିଙ୍ଗିଦେଲେ !

ଭୁବନେଶ୍ୱର: ଯୌତୁକ ଜୁଇରେ ଜଳିବା ଆଗରୁ ଅଳ୍ପକେ ବର୍ତ୍ତିଗଲା ବୋହୂଟିଏ। ମରଣ ମୁହଁକୁ ଠେଲି ହୋଇ ନିଶ୍ଚିହ୍ନ ହେବା ଆଗରୁ ଫେରିଆସିଲା ଝିଅଟିଏ। ଆଉ ମାତ୍ର କେଇ ଘଣ୍ଟା ବିଳମ୍ବ ହୋଇଥିଲେ ହୁଏତ କିଛି ବି ଘଟିଯାଇଥାନ୍ତା। ସୌଭାଗ୍ୟକୁ ପଡୋଶୀଙ୍କ ଆଖିପଡ଼ିଲା ବୋଲି ଜୀବନ ବଞ୍ଚିଗଲା। ଦେଖନ୍ତୁ କେତେ ବର୍ବର, ବୀଭତ୍ସ ଆଉ ବେଦନାଦାୟକ ଦୃଶ୍ୟ। ବାନ୍ଧି ଦିଆଯାଇଛି ହାତଗୋଡ଼। ଡୋଲିରେ ପକାଇ ଚେତାଶୂନ୍ୟ କରି ଫିଙ୍ଗିଦିଆଯାଇଛି ଗାଇ ଗୁହାଳରେ। ଏ ହେଉଛନ୍ତି ବୁଗୁଡ଼ା ଥାନା ମଙ୍ଗରାଜପୁର […]

  • Thursday, 15 July 2021
madi-asuchi
ନୂଆବର୍ଷରେ ଥରିବ ଓଡ଼ିଶା ! ଏଇ ଜିଲ୍ଲାକୁ ପାଣିପାଗ ବିଭାଗର ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶାକୁ ମାଡ଼ି ଆସୁଛି ହାଡ଼ଭଙ୍ଗା ଶୀତ। ଅସହ୍ୟ ଜାଡ଼ରେ ଥରିବ ଓଡ଼ିଶା। ୩୦ରୁ ଜାନୁଆରୀ ୨ ଯାଏ ପ୍ରବଳ ଶୀତ ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ଶୀତ ଲହରି ନେଇ ସତର୍କ ସୂଚନା ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, କନ୍ଧମାଳ। ସଂପୃକ୍ତ ୬ ଜିଲ୍ଲା ଲାଗି ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ ବିଭାଗ ସୂଚନା ଆଧାରରେ […]

  • Thursday, 15 July 2021
sea-beach
ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ମିଳିଲା ମାନ୍ୟତା

ଭୁବନେଶ୍ୱର: ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ଆଜି ବିଧିବଦ୍ଧ ଭାବେ ମିଳିଲା ମାନ୍ୟତା। ଆନୁଷ୍ଠାନିକ ଭାବେ ଆଜି ସମୁଦ୍ରକୂଳରେ ଲାଗିଛି ବ୍ଲୁଫ୍ଲାଗ୍। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍ ଭିଡିଓ କନ୍ଫେରେନ୍ସିଂରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ପୁରୀ ବିଚ୍‌ରେ ଆଜି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଚ୍‌ରେ ବ୍ଲୁଫ୍ଲାଗ୍‌କୁ ଉଡ଼ାଇଛନ୍ତି। ପୁରୀ ସମେତ ୮ଟି ବିଚ୍‌ର ଏକାସଙ୍ଗେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ପ୍ରଦୂଷଣମୁକ୍ତ କରିବା ନେଇ ପଦକ୍ଷେପ ପାଇଁ ପୂର୍ବରୁ […]

school
ସରକାରୀ ସ୍କୁଲରେ ପାଠ ପଢ଼ିଲେ ମିଳିବ ସଂରକ୍ଷଣ

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲରେ ପାଠ ପଢ଼ିଲେ ମିଳିବ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ। ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ଯେକୌଣସି ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା ରହିବ। ଏନେଇ ରାଜ୍ୟ କ୍ୟାବିନେଟରେ ସଂରକ୍ଷଣ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ଶିକ୍ଷାବର୍ଷରୁ ବ୍ୟବସ୍ଥା ଲାଗୁ କରାଯିବା ନେଇ ସଂକଳ୍ପ ଆଗତ ହୋଇଛି। ସଂକଳ୍ପକୁ […]

  • Thursday, 15 July 2021
pradipta-main
'ମହିଳାଙ୍କ ପାଇଁ ପ୍ରତୀକାତ୍ମକ ନୁହେଁ, ଠୋସ୍ ପଦକ୍ଷେପ ନେବା ଜରୁରୀ'

ଭୁବନେଶ୍ୱର: କରୋନା ବେଳେ ମୋଦି ୮୫ ଲକ୍ଷ ୨୦ ହଜାର ମହିଳାଙ୍କ ଜନଧନ ଖାତାକୁ ୧୨୫୮ କୋଟିରୁ ଅଧିକ ଟଙ୍କା ପହଞ୍ଚାଇଛନ୍ତି। ୪୭ ଲକ୍ଷରୁ ଅଧିକ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ମିଳିଛି। ହେଲେ ମୋଦି ସରକାର ମହିଳାଙ୍କ ରୋଷେଇରେ ସୀମିତ ରଖୁଛନ୍ତି ବୋଲି ବିଜେଡି ପ୍ରଣବ ପ୍ରକାଶ ଦାସ କହୁଛନ୍ତି। କିଛି ଏଭଳି ଢଙ୍ଗରେ ପ୍ରଣବଙ୍କୁ କଡ଼ା ସମାଲୋଚନା କରି ଟ୍ୱିଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ମହିଳା ସଶକ୍ତିକରଣର ବଡ଼ ନିଦର୍ଶନ […]

  • Thursday, 15 July 2021
ekalayv
ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ପ୍ରଦାନ କରାଯାଇଛି। ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ୨୮ତମ ଏକଲବ୍ୟ ପୁରସ୍କାର ବାବଦରେ ନମିତାଙ୍କୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ IMPACT ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ଭାରୋତ୍ତଳକ ସ୍ନେହା ସୋରେନ ଓ ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ପୁରସ୍କାର ମିଳିଛି। ଏମାନଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ସହ ମାନପତ୍ର ଦିଆଯାଇଛି। […]

  • Thursday, 15 July 2021
Abhaya
ରାଜ୍ୟରେ ଅପରାଧର ମାତ୍ରା କମିଛି: ଅଭୟ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ। ପୋଲିସ ଡିଜି ଅଭୟ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ମିଳନୀକୁ ସମ୍ବୋଧନ କରି ଅଭୟ କହିଛନ୍ତି ଯେ, ୨୦୨୦ରେ ପୋଲିସ ବାହିନୀ ଭଲ ଭାବେ କରୋନା ମୁକାବିଲା କରିଛି। କରୋନା ସହ ଲଢ଼େଇରେ ୪୭ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ସେ କହିଛନ୍ତି। ଏହାସହ ୯୦୦ରୁ ଅଧିକ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ଏହାସହ ଚଳିତ ବର୍ଷ ମାଓ ମୁକାବିଲା […]

  • Thursday, 15 July 2021
hockey
ଓଡ଼ିଶାରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ

ରାଉଲକେଲା: ରାଉରକେଲାରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିଅମ। ୨୦ ହଜାର ଦର୍ଶକ ଏକାଠି ବସି ଷ୍ଟାଡିଅମରୁ ମ୍ୟାଚ୍ ଦେଖିପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଷ୍ଟାଡିଅମ୍ ନେଇ ଆଜି ଘୋଷଣା କରିଛନ୍ତି। ରାଉରକେଲାର ବିପିୟୁଟି କ୍ୟାମ୍ପସ ପରିସରରେ ୧୫ ଏକର ଜମିରେ ନିର୍ମାଣ ହେବ ଏହି ହକି ଷ୍ଟାଡିଅମ। ୨୦୨୩ ପୁରୁଷ ହକି ବିଶ୍ୱକପ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ। ଏହାପୂର୍ବରୁ ଏଠାରେ ବୃହତ ହକି ଷ୍ଟାଡିଅମ୍ ନିର୍ମାଣ ନେଇ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, […]

  • Thursday, 15 July 2021
santa-cluz
ପତ୍ରରୁ ସାଣ୍ଟା କହିଲା ହାପି ଖ୍ରୀଷ୍ଟମାସ୍

ରାତି ପାହିଲେ ବଡ଼ ଦିନ। ଏଭଳି ଦିନରେ ଛୋଟ ପିଲାଠୁ ଆରମ୍ଭ କରି ଯୁବପିଢି ପର୍ଯ୍ୟନ୍ତ ଶୁଭେଚ୍ଛା ଜଣାଉଛନ୍ତି। କିନ୍ତୁ ଏହି ଅବସରରେ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ। ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ପତ୍ର ଆର୍ଟ। ଏକ ନିଆରା କଳା ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ଖ୍ରୀଷ୍ଟ ଧର୍ମର ଲୋକଙ୍କୁ। ଏକ ଗଛର ଛୋଟ ପତ୍ରରେ ଅତି ନିଖୁଣ ଭାବେ ଖ୍ରୀଷ୍ଟମାସର ଶୁଭେଚ୍ଛା ଓ ତାହା ସହ କରୋନା ସଚେତନତାର […]

  • Thursday, 15 July 2021
corona-fase-2
କରୋନାର ସେକେଣ୍ଡ ୱେଭ୍ ଆସିଲା କି ?

ଭୁବନେଶ୍ୱର: ସାରା ବିଶ୍ୱକୁ ନିଜ ବଳୟ ଭିତରେ ରଖିଛି କରୋନା। ଅନେକ ସମୟରେ କରୋନା ଭୂତାଣୁ ତାର ରୂପ ପରିବର୍ତ୍ତନ କରୁଥିବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। କରୋନା ସେକେଣ୍ଡ ୱେଭ୍ ଅନେକ ସ୍ଥାନରେ ଦେଖାଦେବା ପରେ ପୁଣି ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହାରି ଭିତରେ ସାରା ବିଶ୍ୱକୁ ଘାରିଲାଣି କରୋନାର ଆଉ ଏକ ରୂପ ତଥା କରୋନାର ନୂଆ ଷ୍ଟ୍ରେନ୍। ତାହା ହେଲେ ଏହା କଣ କରୋନା ଦ୍ୱିତୀୟ ୱେଭ କି ? ଏନେଇ କଣ […]

Death
କୋକେଇରେ ଶୋଇଥିଲେ ବାପା, ଷ୍ଟେଥୋସ୍କୋପ ପକାଇ ଚିକିତ୍ସା କଲା ପୁଅ

ଜୟପୁର(ଟି. ଗୌରୀ ଶଙ୍କର): ବାପାଙ୍କ ଇଚ୍ଛା ଥିଲା ପୁଅ ଡାକ୍ତର ହେବ ଲୋକଙ୍କ ସେବା କରିବ, ଆଉ ତାହା ଭାବି ପୁଅକୁ ଡାକ୍ତରୀ ପାଠ ପଢାଇଲେ ବାପା। ଆଉ କିଛି ଦିନ ପରେ ପୁଅର ଡାକ୍ତରୀ ପାଠ ବି ସରିଥାନ୍ତା ହେଲେ ପୁଅର ସେବା ଦେଖିବା ଆଗରୁ ଚାଲିଗଲେ ବାପା। ପୁଅର ଡାକ୍ତରୀ ପାଠ ସରିନି କି ଡାକ୍ତର ହୋଇ ଲୋକଙ୍କ ସେବା କରିବା ବି ବାପା ଦେଖିପାରିଲେନି। କିନ୍ତୁ ବାପାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ […]

  • Thursday, 15 July 2021
lootera
ଫୁଲ୍ ଫିଲ୍ମି ଷ୍ଟାଇଲ୍‌ରେ ବୟସ୍କ ଦମ୍ପତିଙ୍କ ଠାରୁ ଲୁଟିନେଲେ

ଭୁବନେଶ୍ୱର: ପୁଣି ଲୁଟେରାଙ୍କ ଟାର୍ଗେଟ୍‌ରେ ବରିଷ୍ଠ ନାଗରିକ। ହେଲେ ଏଥର ଫୁଲ୍ ଫିଲ୍ମି ଷ୍ଟାଇଲ୍, ଜବରଦସ୍ତ ପ୍ରି ପ୍ଲାନିଂ  ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ କହି, ସଚେତନ କରିବା ନାଁରେ ବୟସ୍କ ଦମ୍ପତିଙ୍କ ଠାରୁ ଲୁଟିନେଲେ ସୁନା ଗହଣା। ଘଟଣା ଘଟିଛି ଭୁବନେଶ୍ୱର ପଟିଆ ସ୍ୱର୍ଣ୍ଣପୁରୀ ରୋଡ୍ RJ ଲଞ୍ଜ୍ ସମ୍ମୁଖରେ। ସିସିଟିଭିରେ କଏଦ୍ ହୋଇଛି ଗତ ସୋମବାରର ପୁରା ଘଟଣା। ଅଭିଯୋଗ ଅନୁସାରେ, ବାସୁଦେବ ଏନକ୍ଲେଭରେ ରହୁଥିବା ବିଶ୍ୱରଞ୍ଜନ ଆଚାର୍ଯ୍ୟଙ୍କ ବାପା ବିଭୂତି ଭୂଷଣ ଓ ମାଆ […]

  • Thursday, 15 July 2021
new-strain
ଭୁବନେଶ୍ୱରର ବ୍ରିଟେନ ଫେରନ୍ତା ଜଣଙ୍କ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରର ବ୍ରିଟେନ ଫେରନ୍ତା ଜଣଙ୍କ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ନେଇ ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ୩୪ ବର୍ଷିୟ ଯୁବକ ଜଣକ ଗତ ୧୮ ଡିସେମ୍ବରରେ ଏକ ଘରୋଇ ଲ୍ୟାବରେ ପଜିଟିଭ ଚିହ୍ନଟ ହୋଇଥିଲେ। ଯୁବକଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର ସାମାନ୍ୟ ଫ୍ଲୁ ଲକ୍ଷଣ ଥିବା ଜଣାପଡ଼ିଥିଲା। ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଓ ପରିବାରର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। […]

  • Thursday, 15 July 2021
high-court
ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କଲେ ହାଇକୋର୍ଟ

କଟକ: ଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତର ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କରିଛନ୍ତି ହାଇକୋର୍ଟ। ଏହା ସହ ମାମଲାର ପୁନଃ ଶୁଣାଣୀ ପାଇଁ ଅନୁଗୁଳ ପୋକ୍ସୋ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଜାନୁଆରୀ ୨୦ ତାରିଖରେ ଅନୁଗୁଳ ଥାନା ଅଧୀନରେ ଏକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ନେଇ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ଶ୍ରୀନିବାସ ଦେଉରି ଓରଫ୍ ଅନାମ ଦେଉରିକୁ ଅଭିଯୁକ୍ତ ଦର୍ଶାଇ ପୋଲିସ କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର କରି […]

  • Thursday, 15 July 2021
pari-case
ହାତକଡ଼ି ପରେ ବି ଥମୁନି ବିବାଦ, ହଟୁନି ଦ୍ୱନ୍ଦ୍ୱ

ଭୁବନେଶ୍ୱର: ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ହାତରେ ହାତକଡ଼ି ପରେ ବି ଥମୁନି ବିବାଦ। ୫ ମାସ ତଳର ମର୍ଡର ମିଷ୍ଟ୍ରିର ମହାଖୁଲାସା ପରେ ମଧ୍ୟ ହଟୁନି ଦ୍ୱନ୍ଦ୍ୱ। କୁନିଝିଅ ପରୀ କେସ୍‌ରେ ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବା ଏସଆଇଟି ଗତକାଲି ଖୋଲିଥିଲା ମର୍ଡର ପ୍ଲଟ୍‌ର ତମାମ ଦିଗ। ଆଉ ସଂଧ୍ୟାରେ ଯଦୁପୁର ପୋଖରୀରୁ ପ୍ରମାଣ ଅପେକ୍ଷାରେ ଥିବା SITକୁ ମିଳିଥିଲା ଏକ ଲେଙ୍ଗିଙ୍ଗ୍ସ। ଏସବୁ ପରେ ବି SIT ତଦନ୍ତ […]

  • Thursday, 15 July 2021
pratyush
ଆଇପିଏସ ସ୍ତରରେ ଅଦଳବଦଳ, ବଦଳିଲେ ନୟାଗଡ଼ ଏସପି

ଭୁବନେଶ୍ୱର: ବଦଳିଲେ ନୟାଗଡ଼ ଏସପି। ଆଇପିଏସ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରି ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ୱାର୍ଟର ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ତାଳଚେର ଏସିଡିପିଓ ଥିବା ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ର ନୂଆ ଏସପି ଭାବେ ଅବସ୍ଥାପିତ କରାଯାଇଛି। ପରୀ ହତ୍ୟା ମାମଲାକୁ ନେଇ ବିରୋଧୀଙ୍କ ନିଶାନା ପରେ ବିବାଦରେ ଥିଲେ ପ୍ରତ୍ୟୁଷ ଦିବାକର। ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ଦୁର୍ବଳ ତଦନ୍ତକୁ ନେଇ ନୟାଗଡ଼ ଏସ୍‌ପିଙ୍କ ଉପରେ […]

  • Thursday, 15 July 2021