• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

modi
କରୋନା ସ୍ଥିତି ନେଇ ଖୋର୍ଦ୍ଧା-କଟକ-ସୁଦନ୍ଦରଗଡ଼ ଜିଲ୍ଲାପାଳଙ୍କ ସହ ସିଧାସଳଖ ଆଲୋଚନା କଲେ ମୋଦି

ନୂଆଦିଲ୍ଳୀ: ଦେଶରେ କୋଭିଡ୍ ସ୍ଥିତି ନେଇ ୧୦ ରାଜ୍ୟର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ କରୋନା ସଂକ୍ରମଣ ଅଧିକ ଥିବା ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟ ପାଦଧିକାରୀଙ୍କ ସହ ସ୍ଥିତି ମୁକାବିଲା ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ କ୍ଷେତ୍ର ଉପରେ କାର୍ଯ୍ୟ, ଅନୁଭୂତି ଓ ଅନୁଭବ ହିଁ ସଫଳ ନୀତି ନିର୍ଦ୍ଧାରଣ କରିବାରେ ସହାୟକ ହେବ ବୋଲି ମୋଦି […]

  • Wednesday, 14 July 2021
Police DGP
ପରିବା ଦୋକାନୀ ଓ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା; SPଙ୍କୁ ରିପୋର୍ଟ ମାଗିଲେ DGP

ପୁରୀ: ପୁରୀରେ ପରିବା ଦୋକାନୀ ଓ ସାମ୍ବାଦିକଙ୍କ ଉପରେ ପୋଲିସର ଆକ୍ରମଣ ଅଭିଯୋଗକୁ ଗୁରୁତର ସହିତ ନେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ତୁରନ୍ତ ଏହାର ତଦନ୍ତ କରି ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଏକ ରିପୋର୍ଟ ପଠାଇବା ପାଇଁ ପୁରୀ ଏସପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ନିଜେ ତଦନ୍ତ କରିବାକୁ ଏସପିଙ୍କୁ ଡିଜିପି କହିଛନ୍ତି । ବୁଧବାର ପୁରୀ ବଡ଼ଶଙ୍ଖରେ କିଛି ପରିବା ଦୋକାନୀଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲା ପୋଲିସ । ଏହାକୁ ନେଇ ଉଭୟ […]

  • Wednesday, 14 July 2021
Covid Wastage
ଚିନ୍ତା ବଢ଼ାଉଛି କୋଭିଡ ବର୍ଜ୍ୟବସ୍ତୁ, ସୁପରିଚାଳନା ନହେଲେ ବିପଦ..

କଟକ: କଲବଲ କରିଚାଲିଥିବା କରୋନା ଭୂତାଣୁର ଭୟ ଭିତରେ ଏବେ ଚିନ୍ତା ବଢ଼ାଉଛି ମାସ୍କଠୁ ଆରମ୍ଭ କରି ଗ୍ଲୋବ୍ସ, ପିପିଇ କିଟ୍ ଆଦି ବ୍ୟବହୃତ କୋଭିଡ୍ ସାମଗ୍ରୀ । କାରଣ ବହୁଳ ଭାବେ ବ୍ୟବହାର ହେଉଥିବା ଏସବୁ ସାମଗ୍ରୀ ଏବେ ପଡ଼ିରହୁଛି ଏତେତେଣେ । ଗାଁଠୁ ସହର ଯାଏଁ ବିକ୍ଷିପ୍ତ ଭାବେ ଫୋପଡ଼ା ଯାଉଛି ଏସବୁ ସାମଗ୍ରୀ । ମହାମାରୀ ବେଳେ ସଂକ୍ରମଣ ଚିନ୍ତା ବଢାଇଛି ଏହି କୋଭିଡ ବର୍ଜ୍ୟବସ୍ତୁ । କଟକ ମହାନଦୀ ବନ୍ଧର ଜଗତପୁର […]

  • Wednesday, 14 July 2021
cyclone
ୟାସ୍ ଭୟ ! ମୁକାବିଲା ପାଇଁ ମ୍ୟାନ-ମେସିନ ସବୁ ପ୍ରସ୍ତୁତ ରଖିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ବାତ୍ୟା ଭୟ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା ୟାସ୍ । ୨୬ ତାରିଖ ସକାଳେ ଏହା ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ଅଛି । ତେବେ ସମ୍ଭାବ୍ୟ ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ମ୍ୟାନ ପାଓ୍ୱାର ଓ ମେସିନାରରୀ ପ୍ରସ୍ତୁତ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଏହି ବାତ୍ୟା ଉପରେ ସମୀକ୍ଷା ବୈଠକ କରିଥିଲେ SRC ପିକେ ଜେନା । […]

Ice cream stick Kedarnath
ଆଇସକ୍ରିମ୍ କାଠିରେ ନିଆରା କଳାକୃତି, ଗଢିଲେ ଅବିକଳ କେଦାରନାଥ ମନ୍ଦିର

ପୁରୀ: ଶିଳ୍ପୀର ହାତ କେତେବେଳେ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥଙ୍କୁ ବିରାଜମାନ କରେ ତ କେତେବେଳେ ବିଦ୍ୟାଦାତା ଗଣେଶଙ୍କ ମୂର୍ତ୍ତି ଗଢେ । ଆଉ କେତେବେଳେ ମହାଦେବଙ୍କ ମନ୍ଦିର । ଆଇସକ୍ରିମ କାଠିରେ ନିଆରା କଳାକୃତି କରି ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ପୁରୀ ଅଞ୍ଚଳର ବିଶ୍ୱଜିତ ନାୟକ ଏବେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଆଇସକ୍ରିମ୍ କାଠିରେ ସେ ୧୦ ଇଞ୍ଚର କେଦାରନାଥ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ରହିଛନ୍ତି । ବିଶ୍ୱଜିତ ୧୭୫ଟି ଆଇସକ୍ରିମ୍ କାଠିକୁ […]

  • Wednesday, 14 July 2021
Bonda People
କରୋନା ସଂକ୍ରମିତ ଚିହ୍ନଟ ପରେ ବଣ୍ଡା ଘାଟିରେ ଟିକାକରଣ ଆରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ କରୋନା ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା । ବଣ୍ଡା ଘାଟିରେ ଲୋକଙ୍କ କରୋନା ଟେଷ୍ଟ କରାଯିବା ସହ ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିଛି । ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଯାଇ ଲୋକଙ୍କୁ ଟିକାଦାନ କରୁଛନ୍ତି । ତେବେ ଗତ କିଛି ଦିନ ପୂର୍ବେ ରାଜ୍ୟ ସବୁଠାର  ଦୁର୍ଗମ ଅଞ୍ଚଳ କୁହାଯାଉଥିବା ବଣ୍ଡା ଘାଟିରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ସ୍ଥାନୀୟ […]

cyclone
ଓଡ଼ିଶାକୁ ‘ୟାସ୍‌’ ଭୟ; ୨୬ରେ ଛୁଇଁବ ଉପକୂଳ

ଓଡ଼ିଶାକୁ ପୁଣି ବାତ୍ୟା ଭୟ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା । ୨୬ ତାରିଖ ସକାଳେ ଏହା ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ଅଛି ।

vlcsnap-error653
ଲକଡାଉନ୍ ୨.୦ ଆହୁରି କଡ଼ାକଡ଼ି କରିଛି ପୋଲିସ, ଅମାନିଆ ବି ତାଳ ଦେଇ ଚାଲିଛନ୍ତି..

ଭୁବନେଶ୍ୱର: ମହାମାରୀର ଦ୍ୱିତୀୟ ଲହରକୁ ମାତ୍ ଦେବାକୁ ଆରମ୍ଭ ହୋଇଛି ଲକଡାଉନ୍ ୨.୦ । ଦ୍ୱିତୀୟ ପର୍ଯ୍ୟାୟ କଟକଣାର ପ୍ରଥମ ଦିନରେ ଆଜି ଚେକିଂକୁ ଆହୁରି କଡ଼ାକଡ଼ି କରାଯାଇଛି । ତଥାପି କିଛି ଅମାନିଆ ଲକଡାଉନ୍ କଟକଣାକୁ ବେଖାତିର କରି ଚାଲିଥିବା ଏବଂ ତଣ୍ଡ ବି ଗଣିଥିବା ଦେଖିବାକୁ ମିଳିଥିଲା । କେଉଁଠି ଦୋକାନ ସିଲ କରି ଦୋକାନୀକୁ ବନ୍ଧା ଯାଇଥିଲା ତ ଆଉ କେଉଁଠି ଭୋଜି ଆୟୋଜନ କରବା ଦ୍ୱାରା ଲୋକଙ୍କୁ ଜରିମାନା କରାଯାଇଥିଲା । […]

  • Wednesday, 14 July 2021
gaon Kalyan Samiti
ଏଣିକି ଅମାନିଆଙ୍କୁ ସାବାଡ଼ କରିବ ‘ଗାଁ କଲ୍ୟାଣ ସମିତି’, କିସ୍ତିରେ ମିଳିବ ଟଙ୍କା

ଭୁବନେଶ୍ୱର: କୋଭିଡ୍ ପରିଚାଳନା ପାଇଁ ଗାଁ କଲ୍ୟାଣ ସମିତିକୁ ମିଳିବ ସର୍ବାଧିକ ୨୦ ହଜାର ଟଙ୍କା । ୨୦୨୧-୨୨ ବର୍ଷ ପାଇଁ ୪ଟି କିସ୍ତିରେ ମିଳିବ ୨୦ ହଜାର ଟଙ୍କା । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ACSଙ୍କ ଚିଠି । କରୋନା ମୁକାବିଲା ପାଇଁ ବୈଠକ କରି ୩ ମାସର ଆକ୍ସନ ପ୍ଲାନ କରିବ ସମିତି । ସ୍ଥାନୀୟ ଗଣମାଧ୍ୟମକୁ ନେଇ ଲୋକଙ୍କୁ ସଚେତନ ମଧ୍ୟ କରିବ ସମିତି ।ଏହାସହ ସାନିଟାଇଜ, ଟିକାକାରଣ […]

  • Wednesday, 14 July 2021
corona vaccine
ଘରୋଇ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଧାରିତ ଦରରେ ଟିକାକରଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଏଣିକି ଘରୋଇ ହସ୍ପିଟାଲଗୁଡ଼ିକ ମଧ୍ୟ କରିପାରିବେ ଟିକାକରଣ । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦର ଅନୁସାରେ ହେବ ଟିକାକରଣ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠିରେ ସେ ସିଧାସଳଖ ଲେଖିଛନ୍ତି ଯେ, ସବୁ ଘରୋଇ ହସ୍ପିଟାଲଗୁଡ଼ିକ ଟିକାକରଣ ପାଇଁ ଭିତ୍ତିଭୂମି ସଜାଡ଼ିବା ସହ ପ୍ରସ୍ତୁତ ହୋଇ ରୁହନ୍ତୁ । ନିଜେ ଟିକା କିଣି ଲୋକଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଟିକା ଦିଅନ୍ତୁ । […]

  • Wednesday, 14 July 2021
vaccination
ଡୋରଷ୍ଟେପ୍ ଟିକାକରଣକୁ ନା, ସରକାର କହିଲେ ଏଭଳି କିଛି ନିୟମ ନାହିଁ

ଭୁବନେଶ୍ୱର: ଡ୍ରାଇଭ୍ ଇନ ଓ ଡୋରଷ୍ଟେପ୍ ଟିକାକରଣକୁ ସମ୍ପୂର୍ଣ୍ଣ ମନା କଲେ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ACS ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି । କହିଛନ୍ତି ଡୋରଷ୍ଟେପ୍ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନରେ କିଛି ବି ଉଲ୍ଲେଖ ନାହିଁ । ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯାଉ । ଡୋରଷ୍ଟେପରେ ଟିକାକରଣ ବ୍ୟବସ୍ଥା ଦ୍ୱାରା ଅଧିକ ଟିକା ଅପଚୟ ହେବାର ମଧ୍ୟ ସମ୍ଭାବନା […]

assembly
ବିଧାନସଭା କମିଟି ବୈଠକ ବାତିଲ

ଭୁବନେଶ୍ୱର: ବିଧାନସଭା କମିଟି ବୈଠକ ବାତିଲ। ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ ନେଇ ନିଷ୍ପତ୍ତି ହୋଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଗତମାସରେ ବିଧାନସଭାର ବିଭିନ୍ନ କମିଟି ମିଟିଂ ପାଇଁ ଅନୁମତି ଦେଇଥିଲୁ କରୋନା ସ୍ଥିତି ଦେଖି ସବୁ ବୈଠକ ବାତିଲ ନେଇ କାଲି ନିଷ୍ପତ୍ତି ହୋଇଥିଲା। ବିଧାନସଭା ମାର୍ଚ୍ଚ ୩୦ରେ ହୋଇଥିଲା, ଆଉ ୬ ମାସ ଭିତରେ ହେବା କଥା। ଏନେଇ ଲୋକସଭା ବାଚସ୍ପତି ଓ  ରାଜ୍ୟପାଳଙ୍କ ସହ ସେ କଥା […]

  • Wednesday, 14 July 2021
Aparajita sarangi
କେନ୍ଦ୍ର-ରାଜ୍ୟ ଏକାଠି କରୋନା ସହ ଲଢ଼ୁଛନ୍ତି, ଯୁବ ବର୍ଗଙ୍କୁ ଖୁବଶୀଘ୍ର ଟିକା ମିଳିବ: ସାଂସଦ ଅପରାଜିତା

ଭୁବନେଶ୍ୱର: ଟିକାକରଣ କେନ୍ଦ୍ର ବୁଲିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟିକାକରଣ ସଠିକ୍ ଭାବେ ଚାଲିଛି କି ନାହିଁ ସେନେଇ ତଦାରଖ କରିବା ସହ ସ୍ଥିତି ମଧ୍ୟ ପରଖିଲେ । କହିଲେ ଖୁବ ଶୀଘ୍ର ଟିକା ଅଭାବ ସମସ୍ୟାର ସମାଧାନ ହେବ । ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଉଦ୍ୟମ ଜାରି ରଖିଛନ୍ତି । ଖୋର୍ଦ୍ଧା ପିଏନ୍ ଅଟୋନମସ୍ କଲେଜର ଟିକା କେନ୍ଦ୍ର ପରିଦର୍ଶନ କରିବା ଅବସରରେ ଏଭଳି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । […]

  • Wednesday, 14 July 2021
plus-two
CHSE ଯୁକ୍ତ ଦୁଇ ପରୀକ୍ଷା ବାତିଲ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। CBSE ପରେ CHSE ଯୁକ୍ତ ଦୁଇ ପରୀକ୍ଷା ବି ବାତିଲ। ରାଜ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ବିଷୟରେ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ମାର୍ଚ୍ଚ ୨୩ରୁ ୨୮ ମଧ୍ୟରେ ଥିବା ପରୀକ୍ଷା ବାତିଲ କରାଯାଇଛି। ଏନେଇ ମନ୍ତ୍ରୀ କହିଛନ୍ତି ଯେ କରୋନା ସ୍ଥିତି ଦେଖି ଆଉ ପରୀକ୍ଷା […]

  • Wednesday, 14 July 2021
positive-check
ରାଜ୍ୟରେ ଆଉ ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୮, ଲୋକାଲ୍ କଣ୍ଟାକ୍ଟ ୪୩ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ୭୩୧୬କୁ ବୃଦ୍ଧି ପାଇଛି। ସେହିପରି ୫୧୮୯ ସୁସ୍ଥ ହୋଇଛନ୍ତି। ଏବେବି ୨୦୯୪ ଆକ୍ଟିଭ କେଶ ରହିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। COVID-19 REPORT FOR 30th JUNE New positive Cases: 251 In quarantine: […]

  • Wednesday, 14 July 2021
cat murder
ବିଲେଇକୁ ମାଡ଼ ମାରି କୁକୁର ଆଗକୁ ଫିଙ୍ଗିଥିବା ବ୍ୟକ୍ତି ଗିରଫ

ଭୁବନେଶ୍ୱର: ପ୍ରଶାନ୍ତି ବିହାର ଅଞ୍ଚଳରେ କୁକୁର ଆଗକୁ ବିଲେଇ ଛୁଆକୁ ଫିଙ୍ଗି ମାରିବା ମାମଲାରେ ଅଭିଯୁକ୍ତ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପ୍ରଶାନ୍ତି ବିହାର ଅଞ୍ଚଳର ପ୍ରହଲ୍ଲାଦ ବେହେରା । ଭାଇରାଲ ଭିଡିଓ ଆଧାରରେ ଇନଫୋସିଟି ଥାନା ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗତ ୧୬ ତାରିଖରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ପ୍ରହଲ୍ଲାଦ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ବିଲେଇ ଛୁଆ […]

  • Wednesday, 14 July 2021
strick
ଚାକିରିରୁ ବହିଷ୍କୃତ ହେଲେ ପୂର୍ବତନ ବିରମିତ୍ରପୁର ଆଇଆଇସି

ଭୁବନେଶ୍ୱର: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଡିଜିପି। ପୂର୍ବତନ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ନାବାଳିକାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ଡିଜିପି। DGP has dismissed Inspector Ananda Chandra Majhi former IIC of Birmitrapur Police Station from service . His conduct was shameful .Our apologies to the young girl . — DGP, […]

  • Wednesday, 14 July 2021
track
ତିନି ରଥରେ ବିଜେ ହେଲେ ତିନି ଠାକୁର

ପୁରୀ: ଗୁଣ୍ଡିଚା ମନ୍ଦିରରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ମାଉସୀ ମାଙ୍କ ଠାରୁ ଖେଚୁଡି ଖାଇ ତିନି ଠାକୁର ମନ୍ଦିରରୁ ବାହାରି ୩ ରଥରେ ବିଜେ ହେଲେ। ପବିତ୍ର ବାହୁଡା ଯାତ୍ରା ପାଇଁ ସବୁଠି ଭକ୍ତିମୟ ପରିବେଶ। ଚଳଚଞ୍ଚଳ ହୋଇଉଠିଛି ବଡଦାଣ୍ଡ। ଘଣ୍ଟଘଣ୍ଟା ଓ ବିଜେ କାହାଳୀରେ ପ୍ରକମ୍ପିତ ହେଉଛି ଶରଧାବାଲି। ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି। ଧାଡ଼ି ପହଣ୍ଡିରେ ଆସି  ପ୍ରଥମେ ଚକ୍ରରାଜ ସୁଦର୍ଶନ ଦେବଦଳନ ରଥରେ ବିରାଜମାନ ହୋଇଥିଲେ। […]

  • Wednesday, 14 July 2021
BHAYA
ଗାଁ ନ ଛାଡ଼ିଲେ ମୃତ୍ୟୁ ଦଣ୍ଡ!

ଚିତ୍ରକୋଣ୍ଡା: ଯୁଗ ଓ ସମୟର ବଡ଼ ପରିବର୍ତ୍ତନ ଓ ବିଜ୍ଞାନର ଅଗ୍ରଗତି ହୋଇଥିଲେ ବି ଆଜିବି ଅନେକ ଲୋକ ଅନ୍ଧବିଶ୍ୱାସ ଦ୍ୱାରା କବଳିତ। ଆଉ ଏହାର ପରିଣାମ ଏତେ ଭୟଙ୍କର ହୋଇଛି ଯେ ଦୁଇଟି ପରିବାରକୁ ଆଜି ବାସହରା ହେବାକୁ ପଡିଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଗାଜଲମାମୁଡ଼ି ପଞ୍ଚାୟତର ତୋଟାଗୁଡା ଗ୍ରାମରେ। ସୂଚନା ଅନୁଯାୟୀ, ତୋଟାଗୁଡା ଗ୍ରାମରେ ମୋଟ ୩୩ ପରିବାର ରହୁଛନ୍ତି। କିନ୍ତୁ ଉକ୍ତ ଗ୍ରାମରେ […]

  • Wednesday, 14 July 2021
puri33
କାଲି ରତ୍ନବେଦୀକୁ ବାହୁଡିବେ ତିନି ଠାକୁର

ଭୁବନେଶ୍ୱର: ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା ଜନ୍ମବେଦୀରୁ ଲୀଳାଖେଳା ସାରି ପୁଣି ରତ୍ନବେଦୀକୁ ବାହୁଡିବେ। ଶ୍ରୀଜିଉ ସେଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରତ ତିନି ରଥ ଆଜି ଗୁଣ୍ଡିଚା ମନ୍ଦିରରେ ବିନା ଭକ୍ତରେ ହୋଇଛି ସନ୍ଧ୍ୟା ଦର୍ଶନ। ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ନୀତି ନର୍ଘଣ୍ଟ ଅନୁସାରେ:- ଭୋର ୪ଟାରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି ସକାଳ ୭ଟା ୪୫ରେ ମଙ୍ଗଳାର୍ପଣ ସକାଳ ୮ଟାରୁ ଆରମ୍ଭ ହେବ ବାହୁଡ଼ା ପହଣ୍ଡି […]

  • Wednesday, 14 July 2021
positives
ରାଜ୍ୟରେ ରେକର୍ଡ ସଂଖ୍ୟକ ହେଲେ ସୁସ୍ଥ, ୫ ହଜାର ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ସୁସ୍ଥ ହେଲେ ୨୪୩ ‘କରୋନା’ ଆକ୍ରାନ୍ତ। ଆଜି ରାଜ୍ୟରେ ୨୪୩ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ମୋଟ୍‌ ୫୧୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। କେଉଁ ଜିଲ୍ଲାରୁ କେତେ:- ଆଜି ଗଜପତି ଜିଲ୍ଲାରୁ ସର୍ବାଧିକ ୫୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୪୧, ଖୋର୍ଦ୍ଧାରୁ ୩୮, କନ୍ଧମାଳରୁ ୧୭, ଝାରସୁଗୁଡ଼ାରୁ ୧୫, ସୁନ୍ଦରଗଡ଼ରୁ […]

  • Wednesday, 14 July 2021
intgration
'ଜୁଲାଇ' ପାଇଁ ଆସିଲା ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ୍, ଜାଣନ୍ତୁ କଣ ହେଲା କୋହଳ

ଭୁବନେଶ୍ୱର: କେନ୍ଦ୍ରର ଅନଲକ୍-ଟୁ ପରେ ଜୁଲାଇ ମାସ ଲାଗି ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ୍। ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଗାଇଡଲାଇନକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଘୋଷଣା କରିଥିଲେ। ଜାଣନ୍ତୁ କଣ ରହିଲା କଟକଣା, କଣ ହେବ କୋହଳ? ରାତ୍ରକାଳୀନ କର୍ଫ୍ୟୁ ସମୟ ସୀମାକୁ କୋହଳ। କାଲିଠୁ ସନ୍ଧ୍ୟା ୭ ଟା ପରିବର୍ତ୍ତେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ୫୦ରୁ ଅଧିକ ଆକ୍ଟିଭ୍‌ କେସ୍‌ ଥିବା ୧୦ଟି ଜିଲ୍ଲାକୁ […]

  • Wednesday, 14 July 2021
ani
କରୋନା ମୁକାବିଲା ନେଇ ନବୀନ ଦେଲେ ମନ୍ତ୍ର

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାପାଳ, SPମାନଙ୍କ ସହ ଆଲୋଚନା ବେଳେ ୯ଟି ପରାମର୍ଶ ଦେଇଛନ୍ତି। କୋଭିଡ଼ କେୟାର କମିଟି ଗଠନ। ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍ ପ୍ରତିଷ୍ଠା। କୋଭିଡ଼ କେୟାର ଯୋଦ୍ଧାଙ୍କ ପ୍ରତି ଯତ୍ନଶୀଳ ହେବା। କଣ କରିବା ଉଚିତ/ଅନୁଚିତ ସେନେଇ ଷ୍ଟାଫମାନଙ୍କୁ ସଚେତନ। ମାସ୍କ ଓ ସାମାଜିକ ଦୂରତ୍ୱ ଉଲ୍ଲଂଘନକାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ। ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ପୋଷଣ। କରୋନା ନେଇ […]

  • Wednesday, 14 July 2021
local-case
ସପ୍ତାହକରେ ଦ୍ୱିଶତକ ମୁହାଁ ହେଲାଣି ଲୋକାଲ କେଶ୍, ପ୍ରଶାସନ ନେଲା ଏଭଳି ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଏବେ ମହାବିପଦ ଅଭିମୁଖେ। ଗତ କିଛି ଦିନ ହେଲା, ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଡବଲ ସେଞ୍ଚୁରୀ ମାରୁଥିବା ବେଳେ ନିଦ ହଜାଇଲାଣି। ବଢୁଥିବା ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଆଜି ଗୋଟିଏ ଦିନରେ ରାଜ୍ୟରେ ଚିହ୍ନଟ ୨୪୫ ପଜିଟିଭ୍ ମଧ୍ୟରୁ ୩୧ କେଶ୍ ସ୍ଥାନୀୟ ସଂକ୍ରମଣ, ସେଥିରୁ କେବଳ ଭୁବନେଶ୍ୱରରୁ ୨୩ଟି କେଶ୍ ରହିଛି। ରାଜ୍ୟରେ ଆଉ କାବୁ ହେଉନି କରୋନା ନିଦ ହଜାଇଲାଣି ସ୍ଥାନୀୟ ସଂକ୍ରମଣ। ସପ୍ତାହକରେ ୧୮୭ ଛୁଇଁଲାଣି ଲୋକାଲ୍ […]

  • Wednesday, 14 July 2021
bmc
ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର: ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଗାଇଡଲାଇନ। ଭୁବନେଶ୍ୱରରେ ବସ୍ତି ଅଞ୍ଚଳର ରହୁଥିବା କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ। ବସ୍ତି ଅଞ୍ଚଳରେ ରହୁଥିବା ସବୁ ହସ୍ପିଟାଲ କର୍ମଚାରୀଙ୍କ ଡାଟାବେସ୍ ପ୍ରସ୍ତୁତ ହେବ। ଡାଟାବେସ୍ ପ୍ରସ୍ତୁତ ପାଇଁ ସବୁ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବସ୍ତିରେ ରହୁଥିବା କର୍ମଚାରୀ ଏକାଧିକ୍ରମେ ୧୪ ଦିନ ଡ୍ୟୁଟି କରିବେ। ହସ୍ପିଟାଲ ପରିସରରେ ସଂପୃକ୍ତ କର୍ମଚାରୀଙ୍କ ପାଇଁ ରହଣି ବ୍ୟବସ୍ଥା ହେବ। ୧୪ ଦିନ […]

  • Wednesday, 14 July 2021