• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁରାପୁରି ଫିକ୍ସଡ୍ ରେଟ୍, ପିସିରେ ନୋ ମୂଲ୍‌ଚାଲ୍‌ ।

  • ଫାଇଭ୍-ଟିର ନାକ ତଳେ ସରକାରୀ ପ୍ରକଳ୍ପ କାମ କେମିତି ଚାଲିଛି ?

  • ପିସି ଭାଗବଣ୍ଟା କେମିତି ହେଉଛି ? କାହାର ପକେଟ୍‌କୁ କେତେ ଯାଉଛି ?

ନୂଆପଡ଼ା: ପାଞ୍ଚଟି T ବେଶି ଗୁରୁତ୍ୱପୂର୍ଣ୍ଣ, ନା ଗୋଟିଏ P ଓ ଗୋଟିଏ C । ଆମେ ଆପଣଙ୍କୁ ଇଂରାଜୀ ବର୍ଣ୍ଣ ପରିଚୟ କରାଉନୁ । ଆପଣଙ୍କୁ ପରିଚିତ କରାଉଛୁ ସରକାରୀ ବାବୁଙ୍କ ଉପୁରି ମୋହ ସହ । ସିଧାସିଧା କହିଲେ, ପିସିର ମୋହ ଆଗରେ ବାବୁମାନଙ୍କ ପାଇଁ ସତେକି ତୁଚ୍ଛ ହୋଇଯାଇଛି କି ସରକାରଙ୍କ ଫାଇଭ୍-ଟି ମନ୍ତ୍ର ।

ପୁରାପୁରି ଫିକ୍ସଡ୍ ରେଟ୍, ପିସିରେ ନୋ ମୂଲ୍‌ଚାଲ୍‌ । ଫାଇଭ୍-ଟିର ନାକ ତଳେ ସରକାରୀ ପ୍ରକଳ୍ପ କାମ କେମିତି ଚାଲିଛି, ପିସି ଭାଗବଣ୍ଟା କେମିତି ହେଉଛି, କାହାର ପକେଟ୍‌କୁ କେତେ ଯାଉଛି, ତାର କଚ୍ଚା ଚିଠା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରୁ ଜଣାପଡ଼ୁଛି । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ର ୨ କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁଙ୍କର ଅଭିଯୋଗ ଅନୁସାରେ, ସେହି ବ୍ଲକ୍‌ର କାପସି ଡଙ୍ଗରୀପଡ଼ାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଏକ କମ୍ୟୁନିଟି ସେଣ୍ଟର ତିଆରି ହୋଇଛି । ପ୍ରକଳ୍ପ ମୂଲ୍ୟ ରହିଛି ୫ ଲକ୍ଷ ଟଙ୍କା ।

ତେବେ ସେଥିରୁ କିଏ କେତେ ନେବେ, ଠିକାଦାର ଗୋପୀନାଥ ହଂସଙ୍କୁ ଘରକୁ ଡାକି ତାର ତାଲିକା ଦେବା ବେଳେ, ସେ ହିଁ ଏହି ଭିଡିଓ ରେକର୍ଡ କରିଥିଲେ ।ଗୋପୀନାଥଙ୍କ କହିବା କଥା, ୧୮ ପ୍ରତିଶତ ପିସି ଓ ଅନ୍ୟ ପ୍ରଶାସନିକ ଖର୍ଚ୍ଚକୁ ମିଶାଇ ମୋଟ ୩୦ ପ୍ରତିଶତ ଯଦି କେବଳ ସରକାରୀ ଖର୍ଚ୍ଚରେ ଯାଏ, ତେବେ ଠିକାଦାର ପ୍ରକଳ୍ପ କାମ କରିବ କେମିତି ?

ଜେଇ ଉପେନ୍ଦ୍ର ତିହାଡ଼ିଙ୍କ ଘରେ ଏହି ବୈଠକ ବସିଥିଲା । ରେଟ୍ ଚାର୍ଟ ବଖାଣିଥିଲେ ଆଉ ଜଣେ ଜେଇ ନାରାୟଣ ସାହୁ । କାଲ୍‌କୁଲେଟରରେ ହିସାବକିତାବ ପରେ ଟଙ୍କା ଭାଗବଣ୍ଟା ବି ହୋଇଥିଲା । ବ୍ଲକ୍ ସ୍ତରର ସବୁ ଓ୍ୱାର୍କ ଅର୍ଡର୍ ଜେଇଙ୍କ ନାଁରେ ହେଉଥିବାରୁ, ଠିକାଦାରଙ୍କ ପାଖରେ ବି ତାଙ୍କ କଥା ମାନିବା ଛଡ଼ା କିଛି ଉପାୟ ନାହିଁ । ହେଲେ ଏସବୁର ଭିଡିଓ ସର୍ବସମ୍ମୁଖକୁ ଆସିବା ପରେ ଏବେ ବାବୁମାନେ ପୁରା ଗାୟବ । ଫୋନ୍‌ରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟସେ ଆଉ ଫୋନ ରିସିଭ୍ କରିନଥିଲେ ।

ତେବେ ରେଟ୍ ଚାର୍ଟରେ ବିଡିଓଙ୍କ ନାଁ ବି ଥିବା ବେଳେ, ସେ କହିଛନ୍ତି ଫାଇଭ୍-ଟି ଅନୁସାରେ କାମ ହେଉଛି, ଟ୍ରାନ୍ସପରେନ୍ସି ଆମ ମୁଖ୍ୟ ଲକ୍ଷ୍ୟ । ସେପଟେ ଜିଲ୍ଲାପାଳ କହିଛନ୍ତି, ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।