ATM ଭ୍ୟାନ୍ ଅପହରଣ ଓ ୨୪ ଲକ୍ଷ ଟଙ୍କା ଲୁଟ୍ର ହୋଇଛି ଖୁଲାସା । ଘଟଣା ପଛରେ ଭ୍ୟାନ୍ର ଡ୍ରାଇଭର ହିଁ ମାଷ୍ଟରମାଇଣ୍ଡ । ନିଜେ କେମିକାଲ୍ ସ୍ପ୍ରେ କରି ଅଚେତ ହୋଇଥିଲା ଡ୍ରାଇଭର୍ ।
ଶହ ଶହ ଏକର ଚାଷ ଜମିରେ ବାଇଗଣ ଚାଷ କରିଥିଲେ ଚାଷୀ। ହେଲେ ଚଳିତବର୍ଷ ବର୍ଷାର ଲୁଚକାଳି ଖେଳ ଭିତରେ ବହୁ ସମସ୍ୟା ମଧ୍ୟରେ ଉତ୍ପାଦନ କରିଥିଲେ ଫସଲ। ପ୍ରତିବର୍ଷ ବାଇଗଣ ଚାଷରୁ ଲାଭବାନ ହେଉଥିବା ଚାଷୀ ଏଥର କିନ୍ତୁ ବାଇଗଣ ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଅଛନ୍ତି।
SHG ସଦସ୍ୟାମାନଙ୍କୁ ରୋଜଗାର ଯୋଗାଇ ଦେବାକୁ କଡ଼ା ତାଗିଦ୍ । କାମ ଯୋଗାଇବାରେ ପଛରେ ପଡ଼ିଥିବା ବିଭାଗଗୁଡ଼ିକ ଉପରେ ଅସନ୍ତୋଷ ଝା଼ଡିଲେ ସରକାର ।
ବର୍ଷା ଅଭାବରୁ ପୁଣି ଏକ ପ୍ରାକୃତିକ ଦୁର୍ବିପାକର ସାମ୍ନା କରିବାକୁ ଯାଉଛି ଓଡ଼ିଶା । ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ଆସନ୍ନ ମରୁଡ଼ିର ପଦଧ୍ୱନି । ରାଜ୍ୟରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଯାଜପୁର, ଭଦ୍ରକ, ଅନୁଗୁଳ, ବଲାଙ୍ଗୀରର ଓ କେନ୍ଦୁଝରରେ ସାଙ୍ଘାତିକ ସ୍ଥିତି ।
ଦୀର୍ଘ ଦିନ ଧରି ପଡ଼ି ରହିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଜୁନାଗଡ଼-ନବରଙ୍ଗପୁର, ଧର୍ମଗଡ଼କୁ ସଂପ୍ରସାରଣ ସହିତ ବିଭିନ୍ନ ଷ୍ଟେସନର ମଧ୍ୟ ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି ।
ପଟିଆସ୍ଥିତ RMD ଡିଗ୍ରୀ କଲେଜର ରୋଭରସ, ରେଞ୍ଜର୍ସ ଛାତ୍ରୀଙ୍କ ପକ୍ଷରୁ ନିଆରା ରକ୍ଷା ବନ୍ଧନ ଉତ୍ସବ ପାଳିତ । ବିଭିନ୍ନ ପ୍ରକାର ମଞ୍ଜିରେ ଏମାନେ ରାକ୍ଷୀ ପ୍ରସ୍ତୁତ କରିଥିଲେ ।
ଆଉ ପାଦେ ଆଗେଇଲା ଭୁବନେଶ୍ୱର ଏମ୍ସ । ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ।ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ପକ୍ଷରୁ ଏହି କେନ୍ଦ୍ର ଆରମ୍ଭ କରାଯାଇଛି ।
ପୁଣି ଡରାଇଲେ ମାଓବାଦୀ । ଚାରିଆଡ଼େ ମାରିଲେ ବ୍ୟାନର ପୋଷ୍ଟର । ପ୍ରଶାସନକୁ ଦେଲେ ଚେତାବନୀ । ନବରଙ୍ଗପୁର ଝରିଗାଁ-ଚନ୍ଦାହାଣ୍ଡି ରାଜ୍ୟ ରାଜପଥରେ ଥିବା ସିଙ୍ଗାଡି ଘାଟି ଠାରେ ମାଓ ପୋଷ୍ଟର ଓ ବ୍ୟାନର ।
ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଜି ଜନ୍ମୋତ୍ସବ ପାଳନ ହେଉଛି। ମାର୍କଣ୍ଡେୟ ପୁଷ୍କରଣୀ ପରିସରରେ ବଳଭଦ୍ର ଜନ୍ମୋତ୍ସବ ପାଳନ କରାଯିବ। ବିଧିବିଧାନ ଅନୁସାରେ ଆଜି ଚଉଦଳକୁ ସୁଦର୍ଶନ ମହାପ୍ରଭୁଙ୍କୁ ବିଜେ କରାଯିବ। ଏହାପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନଙ୍କୁ ପ୍ରଦାନ ହେବ। ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଯିବେ
ସିଲ୍ ହେଲା ବାର୍ । ସଟ୍ଡାଉନ୍ ନିୟମ ଭାଙ୍ଗି ବାର୍ ଚଲାଇଥିବାରୁ ସିଲ୍ କଲା ବିଡିଏ । ସପ୍ତାହନ୍ତ ସଟ୍ଡାଉନ୍ ସମୟରେ ବାର୍ ବନ୍ଦ ରଖିବାକୁ ନିୟମ ଥିବା ବେଳେ ଏହାକୁ ଖାତିର ନକରି ବାର୍ ଖୋଲାଯାଇଥିଲା ।
ରାୟଗଡ଼ା ଜିଲ୍ଲା ଆନ୍ଧ୍ର ଓଡ଼ିଶା ସୀମାନ୍ତ ନାଗାବଳୀ ନଦୀରେ ବିପଦସଙ୍କୁଳ ଭାବେ ରାସ୍ତା ପାର କରୁଛନ୍ତି ଲୋକେ । ପାଦେପାଦେ ବିପଦ ଥିଲେ ବି ଦୈନଦିନ ଜୀବନ ଜାପନ ପାଇଁ ନଦୀ ଏପାରିରୁ ସେପାରିକୁ ଯିବାକୁ ବାଧ୍ୟ ହେଉଛନ୍ତି । ଭରା ନଦୀରେ ବାଜି ଲାଗିଛି ଜୀବନ । କିଏ ମୁଣ୍ଡରେ ଭାର ବୋହି ଚାଲିଛି ତ କିଏ ଶଗଡ଼ ଗାଡ଼ି ସାହାଯ୍ୟରେ ନଦୀ ପାର ହେଉଛି
୪ ମାସର ବ୍ୟବଧାନ ପରେ ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ମହାପ୍ରଭୁଙ୍କ ଦର୍ଶନ ପାଇବେ ଭକ୍ତ।
ସୁଭଦ୍ରାଙ୍କ ବୟସ ୧୪ ବର୍ଷ । ସେ ଜନ୍ମରୁ ଦିବ୍ୟlଙ୍ଗ । ସୁଭଦ୍ରାର ଗୋଡ ନଥିବା ବେଳେ ଅଧ ଖଣ୍ଡିଆ ହାତ ଦେଇଛନ୍ତି ଭଗବାନ୍ । ହେଲେ ଏଥିପାଇଁ କେବେ ଭଗବାନଙ୍କୁ ଦୋଷ ଦେଇନି କି କେବେ ଉଣା କରିନି ସୁଭଦ୍ରା । ରାକ୍ଷୀ ପୂର୍ଣ୍ଣିମା ଆସିଲେ ଭାଇ ହାତରେ ରାକ୍ଷୀ ବାନ୍ଧିବ ବୋଲି ମନ କୁଣ୍ଢେମୋଟ ହୋଇଯାଏ ।
ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ଏବେ ନିକ ହଜାରେ ତଳେ ରହୁଛି। ହେଲେ ଭୟ ଦିନକୁ ଦିନ ବଢି ଚାଲିଛି। କାରଣ ତୃତୀୟ ଲହର ପିଲାଙ୍କୁ ବେଶି ପ୍ରଭାବିତ କରିବ ବୋଲି କୁହାଯାଉଥିବାବେଳେ ଏବେ ଦୈନିକ ଆକ୍ରାନ୍ତ ଶିଶୁଙ୍କ ବଢୁଥିବା ଲକ୍ଷ୍ୟ କରାଯାଉଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ସ୍ମାର୍ଟ ହେଲ୍ଥ କାର୍ଡ ପରେ ସ୍ମାର୍ଟ ସ୍କୁଲ୍ । ପଞ୍ଚାୟତ ନିର୍ବାଚନୀ ହାଓ୍ୱା ଯେତିକିି ବଢୁଛି ପ୍ରଚାର ବି ସେତିକି ବେଗ ଧରୁଛି । ଆଜି ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ହିଞ୍ଜିଳି ଓ ଶେରଗଡ ବ୍ଲକ୍ର ୫୦ଟି ସ୍କୁଲ୍କୁ ସ୍ମାର୍ଟ ସ୍କୁଲ୍ ଭାବେ ଉଦଘାଟନ କରିଛନ୍ତି ।
ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଓ ଏହାର ୨୮ ଦିନ ପରେ ତୃତୀୟ ଡୋଜ୍ ନିଆଯିବ। କମ୍ପାନି ଦାବି କରିଛି ଏଇ ଟିକା ୬୬ ଦଶମିକ ୬ ପ୍ରତିଶତ ଫଳପ୍ରଦ। ହେଲେ ଏହାର ମୂଲ୍ୟ କେତେ ରହିବ ତାହା ଆସନ୍ତା ସପ୍ତାହରେ ସ୍ପଷ୍ଟ ହେବ।
ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ୧୩ ଜଣଙ୍କୁ ପଚରାଉଚରା ପରେ ଶେଷରେ ପ୍ରଶ୍ନ ଜାଲରେ ଛନ୍ଦିଛି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ।
ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ସୀମାରେ ଦିନ ରାତି ଜଗୁଛନ୍ତି ଯବାନ । ହେଲେ ଏପଟେ ନିଜ ପରିବାର ଅସୁରକ୍ଷିତ । ଏକ ଜମିଜମା ବିବାଦକୁ ନେଇ ପଡ଼ୋଶୀଙ୍କ ନିର୍ଯାତନା ଓ ପୋଲିସ ବିରୋଧରେ ନାଲିଆଖି ଅଭିଯୋଗ ଆଣିଛନ୍ତି ଜଣେ ଯବାନ ।
ମାଷ୍ଟରକ୍ୟାଣ୍ଟିନସ୍ଥିତ ଐତିହ୍ୟ ଘୋଡ଼ା ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ପାଇଁ ମୂର୍ତ୍ତି ସ୍ଥାନାନ୍ତର ବେଳେ ଭାଂଗିଗଲା ନର୍ତ୍ତକୀ ମୂର୍ତ୍ତି । ଏହାର ପ୍ରତିବାଦ କରି ଆଜି ଘୋ଼ଡା ଏବଂ ଯୋଦ୍ଧା ମୂର୍ତ୍ତି ତଳେ ବିକ୍ଷୋଭ ଏବଂ ଧାରଣା ଦିଆଯାଇଥିଲା ।
ଖୁବଶୀଘ୍ର ଓଡ଼ିଶାକୁ ମିଳିବ ରୁଷାର ବକେୟା ଅର୍ଥ । ରାଜ୍ୟରେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ସ୍ଥିତିି ନେଇ ଆଜି ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଜାତୀୟ ଶିକ୍ଷାନୀତି ଉପରେ ମଧ୍ୟ ଆଲୋଚନା ହୋଇଛି ।
କଟକ ଚୌଦ୍ୱାର ଭଟିମୁଣ୍ଡା ଗାଁରେ ପ୍ରାୟ ୨ ହଜାର ଲୋକେ ବାସ କରୁଥିବା ବେଳେ ୫୦ରୁ ଅଧିକ ପରିବାର ପିତ୍ତଳ ବାସନ ପ୍ରସ୍ତୁତରେ ନିରନ୍ତର ଲାଗିଛନ୍ତି । ରଡ଼ ନିଆଁରେ ପିତଳକୁ ଆଉଟି ଗରା ପ୍ରସ୍ତୁତରେ ଲାଗିଛନ୍ତି କାରିଗର । ନିଆଁ ପାଖରେ ଅହରହ ପରିଶ୍ରମ ପରେ ପ୍ରସ୍ତୁତ ହେଉଛି ଚିକଚିକ୍ କରୁଥିବା ଗରା
ସାରା ଓଡ଼ିଶାରେ ଏବେ ଅଶ୍ୱିନୀ କ୍ରେଜ୍ । ତାଙ୍କ କମନମ୍ୟାନ୍ ଅନ୍ଦାଜ ଏବେ ସବୁରିଙ୍କ ମୁହଁରେ । ତେବେ କେନ୍ଦ୍ର ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସେ ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହେବା ପାଇଁ ଓଡ଼ିଶା ଆସିଛନ୍ତି ।
ସ୍ୱାଧୀନତା ସଂଗ୍ରାମର ମାଟି ହେଉଛି ଯାଜପୁର ଜିଲ୍ଲାର ବରୀ ଅଂଚଳ । ୧୯୪୨ ମସିହା ଅଗଷ୍ଟ ମାସ ୨୬ତାରିଖ ଗହ୍ମା ପୁର୍ଣ୍ଣମୀ ଦିନ ବରୀ କଳାମାଟିଆଠାରେ ବ୍ରିଟିଶ ପୋଲିସ ଗୁଳିରେ ଟଳିପଡିଥିଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବଂଧୁ ପଣ୍ଡା ଓ ମାୟାଧର ଭୂୟାଁ। ଏହାସହ ଅନେକ ସଂଗ୍ରାମୀ ଆହତ ମଧ୍ୟ ହୋଇଥିଲେ। ରକ୍ତରଂଜିତ ହୋଇଥିଲା କଳାମାଟିଆ ମାଟି
ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତାରେ ଯିବାକୁ ଡରୁଛନ୍ତି ଡ୍ରାଇଭର । ୪୯ ନମ୍ବର ଜାତୀୟ ରାଜପଥର ଏହି ବାଙ୍ଗିରୀପୋଷି ଘାଟିରେ ଗତ ୭ ବର୍ଷରେ ୫୨ ଜଣଙ୍କ ପ୍ରାଣହାନି ହୋଇଛି, ଆହତ ହୋଇଛନ୍ତି ଶତାଧିକ । ୨ ଦିନ ତଳେ ଘାଟିର ଶହେ ଫୁଟ ରାସ୍ତା ତଳକୁ ଖସିପଡିଥିଲା ମାଲ ବୋଝେଇ ଟ୍ରକ