• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Panchayat Polls
ଏଣିକି ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି

ନୂଆ ନିୟମ ଅନୁସାରେ ଭୋଟ ଗ୍ରହଣ ଶେଷ ହେବାପରେ ପ୍ରିଜାଇଡିଂ  ଅଫିସର୍, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବେଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ଡ କରିବେ। ତାପରେ ତାକୁ ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ଆଉ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକରେ କାଉଣ୍ଟିଂ ହେବ। 

Loot
ନିଜକୁ ଶ୍ରମ କର୍ମଚାରୀ କହି ଲୁଟି ନେଲେ ହଜାର ହଜାର ଟଙ୍କା

ଠକ ମହିଳା ଜଣକ ନିଜକୁ ଜଗାବଳିଆ ସଂସ୍ଥାର ସଭାନେତ୍ରୀ ଓ ସାଙ୍ଗରେ ଆସିଥିବା ଯୁବକଙ୍କୁ ସମ୍ପାଦକ ବୋଲି ପରିଚୟ ଦେଇଥିଲେ। ଶ୍ରମିକଙ୍କୁ ଶ୍ରମିକକାର୍ଡ ଓ ଆଧାରକାର୍ଡ ଧରି ପଡ଼ିଆବେଡା ହାଟକୁ ଡାକିଥିଲେ। ୧୫୦୦ଟଙ୍କାର ଲୋଭ ଦେଖାଇ ପ୍ରତେକଙ୍କ ଠୁ ଲୁଟିନେଲେ ୨୦୦ଟଙ୍କା ନେଇଯାଇଥିଲେ।

Political Leader
କେନ୍ଦ୍ରମନ୍ତ୍ରୀଙ୍କ ଏଣ୍ଟ୍ରି ପରେ ରାଜ୍ୟ ରାଜନୀତିରେ ଉଷ୍ମତା, ପ୍ରଣବ-ଅରୁଣଙ୍କ ଟ୍ୱିଟ୍‌କୁ ବିଜେପିର ଜବରଦସ୍ତ ଟାର୍ଗେଟ୍‌

ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ଗତକାଲି ରାଜ୍ୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଯାଇଛି ।

Ashwini Vaishnaw
‘ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ହେବ ତ୍ୱରାନ୍ୱିତ’

ରାୟଗଡା ନୂତନ ରେଳ ଡିଭିଜନର କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ପ୍ରସ୍ତାବିତ ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।

 CM Naveen Smart Health Card
ସାଢ଼େ ୩ କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ, ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା

ମାଲକାନଗିରିରେ ବିିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରଛନ୍ତି ମୁଖ୍ୟମନ୍ତ୍ରୀ । ସଦର ମହକୁମାସ୍ଥିତ ସଂସ୍କୃତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ ସହ ହିତାଧିକାରୀଙ୍କୁ  BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।

gold prices rise
ବଢ଼ିଲା ସୁନା ଦର

ସର୍ରାଫା ବଜାରରେ ଆଜି ସୁନା-ରୂପା ଦରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବୁଧବାର ତୁଳନାରେ ଆଜି ୨୪ କ୍ୟାରେଟ୍‌ ସୁନାର ସ୍ପଟ୍‌ ପ୍ରାଇସ୍‌ ୧୩୫ ଟଙ୍କା ମହଙ୍ଗା ହୋଇଛି। ଫଳରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୭,୪୧୧ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା।

clove oil
ସ୍ୱାସ୍ଥ୍ୟ ପାଇଁ ଲବଙ୍ଗ ତେଲ: ଜାଣନ୍ତୁ ଏହାର ଉପକାରିତା

ଲବଙ୍ଗ ଏକ ଉପକାରୀ ମସଲା । ଆୟୁର୍ବେଦ ଅନୁଯାୟୀ, ଲବଙ୍ଗ ସହିତ ଏହାର ତେଲ ମଧ୍ୟ ଅନେକ ଶାରୀରିକ ସମସ୍ୟା ଦୂର କରିବାରେ ପ୍ରଭାବଶାଳୀ ହୋଇଥାଏ । ଲବଙ୍ଗ ଖାଦ୍ୟର ସ୍ୱାଦ ବଢାଇବା ଏବଂ ସୁସ୍ଥ ରହିବା ପାଇଁ ବ୍ୟବହାର କରାଯାଏ । ତେବେ ଆସନ୍ତୁ ଜାଣିବା ଲବଙ୍ଗ ତେଲର ଅନେକ ଜଣା ଅଜଣା ଲାଭଦାୟକ ଗୁଣ ବିଷୟରେ ।

Miscreants Loot Cash From Petrol Pump Staff
ବାଇକ୍‌ରେ ଆସିଲେ, ପେଟ୍ରୋଲ ପକାଇଲେ; ବନ୍ଧୁକ ଦେଖାଇ ଝାମ୍ପି ନେଲେ ଟଙ୍କା ବ୍ୟାଗ୍‌

ସିସିଟିଭରେ କଏଦ ହେଲା ପେଟ୍ରୋଲ ପମ୍ପରେ ଡକାୟତି ସମୟର ଦୃଶ୍ୟ। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ଲୁଟି ନେଇଥିବା ଦୃଶ୍ୟ CCTVରେ କଏଦ ହୋଇଛି।

chilli fish
ଘରେ ବନାନ୍ତୁ ‘ଚିଲି ମାଛ’

ଆପଣ ମାନଙ୍କୁ ଆଜି ମାଛର ଏକ ଚଟପଟା ଓ ସରଳ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିଲ୍ଲି ମାଛ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

Rakshya Bandhan
ରକ୍ଷା ବନ୍ଧନ; ୪୭୪ ବର୍ଷ ପରେ ଏଥର ପଡ଼ିଛି ମହାସଂଯୋଗ

ଆଉ ୨ ଦିନ ପରେ ପବିତ୍ର ରକ୍ଷାବନ୍ଧନ। ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ। ତେବେ ଏ ବର୍ଷ ରକ୍ଷା ବନ୍ଧନର ଏକ ସ୍ୱାତନ୍ତ୍ର୍ୟ ରହିଛି। କାରଣ ୪୭୪ ବର୍ଷ ପରେ ଏଥର ଏକ ମହାସଂଯୋଗ ପଡ଼ିଛି। 

Deadbody of a girl student
ରାତି ୨ଟାରେ ଫାର୍ମ ହାଉସ୍‌ରେ ପଶିଥିଲେ ଛାତ୍ରୀ, ସକାଳୁ ମିଳିଲା ମୃତଦେହ

ଏକ ଫାର୍ମ ହାଉସ୍‌ର ପୋଖରୀ ଭିତରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏହି ଫାର୍ମ ହାଉସ୍‌ର ପୋଖରୀ ଭିତରୁ ସନ୍ଦେହଜନକ ଅବସ୍ଥାରେ ସମ୍ପୃକ୍ତ ଛାତ୍ରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। 

discover of a new fungus
ଆବିଷ୍କାର ହେଲା ନୂଆ ଫଙ୍ଗସ୍‌; ଦେଖା ଦେଉଛି ଏମିତି ଲକ୍ଷଣ

ଏବେ ଆଉ ଏକ ନୂଆ ଫଙ୍ଗସ୍‌ର ଆବିଷ୍କାର ହୋଇଛି। ଭୁବନେଶ୍ୱର ଏମ୍ସ ଗବେଷକଙ୍କ ଏହି ନୂଆ ଫଙ୍ଗସ୍‌ର ଆବିଷ୍କାର କରିଛନ୍ତି। ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି। 

986 persons test positive for Covid19 in Odisha
୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୯୮୬ କରୋନା ପଜିଟିଭ୍‌, କେବଳ ୧୮ ବର୍ଷରୁ କମ୍ ବୟସର ୧୨୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୯୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୧୨ ରହିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ ଶୂନରୁ ୧୮ ବର୍ଷ ବୟସର ଅଛନ୍ତି। 

former hockey coach
ଦିନେ ଜାତୀୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଥିଲେ, ଆଜି ଅଲୋଡ଼ା ହୋଇଯାଇଛନ୍ତି ଏହି ପୂର୍ବତନ ହକି କୋଚ୍‌

ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ହକିକୁ  ନେଇ ଲୋକଙ୍କ ମନରେ କ୍ରେଜ୍‌ ଦେଖା ଦେଇଥିବା ବେଳେ ସରକାରଙ୍କ ବି ଶୁଭଦୁଷ୍ଟି ଏହା ଉପରେ ପଡ଼ଛି। ହେଲେ ଆଜି ବି ଅନେକ ଖେଳାଳି ଓ କୋଚ୍‌ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଅପରିଚିତ ଭାବେ ଜୀବନ କାଟୁଛନ୍ତି।

Politics
ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ରାଜ୍ୟ ରାଜନୀତି, ଗାଁ ଭୋଟରଙ୍କୁ ହାତେଇବାକୁ ନେତାଙ୍କ ଯୋଜନା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଗାଁ ଭୋଟରଙ୍କୁ ଆକର୍ଷିତ କରିବାକୁ ଗାଁ ମୁହାଁ ନେତା । ବିଜେପି ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଜିଠୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି ।

Taliban fires on Independence Day in Afghanistan
ଆଫଗାନିସ୍ତାନରେ ସ୍ୱାଧୀନତା ଦିବସରେ ପତାକା ରାଲି, ପତାକା ରାଲି ଉପରକୁ ଗୁଳି ଚଳାଇଲେ ତାଲିବାନୀ

ତାଲିବାନ ଆତଙ୍କ ମଧ୍ୟରେ ଆଜି ଆଫଗାନିସ୍ତାନ ପାଳନ କରୁଛି ସ୍ୱାଧୀନତା ଦିବସ । ୧୯୧୯ ମସିହା୧୯ ତାରିଖ ଆଜିର ଦିନରେ ବ୍ରିଟିଶ କବଳରୁ ଆଫଗାନିସ୍ତାନ ସ୍ୱାଧୀନ ହୋଇଥିଲା । ତେବେ ଏହି ଅବସରରେ ତାଲିବାନ ଆଫଗାନିସ୍ତାନର ସ୍ୱାଧୀନତା ଦିବସ ପାଳନ କରି ଆମେରିକାରେ ଏହା "ବିଶ୍ୱ ଶକ୍ତି କହିବାର ଅହଂକାର" କୁ ପରାସ୍ତ କରିଛି ବୋଲି ଘୋଷଣା କରିଛି। କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିବା ପ୍ରତିଶ୍ରୁତି ଦେଇଥିଲେ ବି ତାଲିବାନ ନିଜର ବର୍ବରତା ଦେଖାଇଛି ।

pihu
ପିହୁ ନିଖୋଜ ମାମଲାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ NHRCଙ୍କ ଜବାବ ତଲବ

ବହୁ ଚର୍ଚ୍ଚିତ ପିହୁ ନିଖୋଜ ମାମଲାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ NHRC ଙ୍କ ଜବାବ ତଲବ । ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବା ପାଇଁ ଡିଜିପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ।

bhartuhari mahatab
ବୋହୂର ଅଭିଯୋଗ ନେଇ ଭର୍ତ୍ତୃହରିଙ୍କ ବଡ଼ ବୟାନ, ଘରର ବଡ଼ ଭାଇ ଭାବେ ନବୀନ ସବୁ ଜାଣିଛନ୍ତି

ବୋହୂର ଅଭିଯୋଗ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା । ମୋ ଜୀବନ ଏକ ଖୋଲାବହି ବୋଲି କହିଲେ ଭର୍ତ୍ତୃହରି ମହତାବ । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ଜାଣିଥିଲେ କହିଲେ ଭର୍ତ୍ତୃହରି ।

KOTIA
କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, ପଞ୍ଚାୟତ ଭବନ ଓ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପୁଣି ପ୍ରବେଶ । ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିଭୂମି ପ୍ରସ୍ତର ସ୍ଥାପନ । ଫାଟୁସିନେରୀରେ ପଞ୍ଚାୟତ ଭବନ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

BPEd Student Protest
ନଅତାଲାରେ BPEd ଛାତ୍ରଛାତ୍ରୀଙ୍କ ହଙ୍ଗାମା, ପୋଲିସ ଟେକି ନେଇ ବାହାରେ ଛାଡ଼ିଲା

ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ କାର୍ଯ୍ୟାଳୟ ଘେରିଲେ ବ୍ୟାଚଲର ଅଫ୍ ଫିଜିକାଲ ଏଜୁକେଶନ ବା BPEd ଛାତ୍ରଛାତ୍ରୀ । ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ନତାଲାର ଷଷ୍ଠ ମହଲାରେ ଥିବା ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ ସମ୍ମୁଖରେ ଧାରଣାରେ ବସିଲେ ।

Elephant Corridor
ରାଜ୍ୟରେ ୧୪ଟି ହାତୀ କରିଡର ପାଇଁ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ରାଜ୍ୟରେ ରହିଥିବା ହାତୀଙ୍କ ସୁରକ୍ଷା ଲାଗି ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ, ହାତୀଙ୍କ ଚଲାପଥ ସୁରକ୍ଷିତ କରିବାକୁ ଖୁବଶୀଘ୍ର ୧୪ଟି ହାତୀ କରିଡର ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ । ୨ ମାସ ମଧ୍ୟରେ ଏନେଇ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି ।

cofee
କୋରାପୁଟର କଫି କିଣିବ ଟାଟା କମ୍ପାନୀ, ଉତ୍ସାହିତ ଚାଷୀ

ଦେଶବିଦେଶରେ ମହକିବ କୋରାପୁଟ କଫି । ଟାଟା କମ୍ପାନୀ ଏହାକୁ କିଣିବା ପାଇଁ ଆଗ୍ରହ ଦେଖାଇବାପରେ ବେସ୍ ଉତ୍ସାହିତ ଅଛନ୍ତି କୋରାପୁଟର ଚାଷୀ । ବିଶେଷ କରି ଆଦିବାସୀ କଫି ଚାଷୀମାନଙ୍କ ମଧ୍ୟରେ ଦେଖାଦେଇଛି ଆନନ୍ଦ ଓ ଉତ୍ସାହ । କୋରାପୁଟ କଫିର ଚାହିଦା ବଢିବା ସହ ଆଦିବାସୀ ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଧୁରିବାର ଆଶା ମଧ୍ୟ ଦେଖାଦେଇଛି ।

bhadrak
ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶାରେ ଚାଷୀ : ଭଦ୍ରକ ବସନ୍ତିଆ ଅଞ୍ଚଳର ଯୁବ ସଫଳ ଚାଷୀ ଭାବେ ଜଣାଶୁଣା ଉଦୟନାଥ

ଭଦ୍ରକ ବନ୍ତ ବ୍ଳକ ଅଧିନସ୍ତ ବସନ୍ତିଆ ପଞ୍ଚାୟତ ସିଲନ୍ଦୀ ଗାଁର ଉଦୟନାଥ କର । ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶା ଚାଷ । ତାହା ପୁଣି ଭଳିକି ଭଳି ଚାଷ । ଜମିରେ ଗଛ ତ ଲଗାଇଛନ୍ତି । ତାସହ ମାଛଚାଷ, କୁକୁଡ଼ା ଚାଷ, ଜିଆ ଚାଷ, ଧଳା ଘୁଷୁରୀ, ଠେକୁଆ ଚାଷ କରିଛନ୍ତି । ଏପରିକି ଗୋପାଳନ ସହ ଦୁଗ୍ଧ ଚାଷ କରି ବେଶ୍ ଦୁଇ ପଇସା ଉପାର୍ଜନ କରୁଛନ୍ତି ଉଦୟନାଥ

Rakhi Kits
ରାକ୍ଷୀ ତିଆରିରେ ବ୍ୟସ୍ତ କଟକର ଅନେକ କାରିଗର : ତିଆରି କରୁଛନ୍ତି କୋଭିଡ୍ ସହ ଅକ୍ସିଜେନ ରାକ୍ଷୀ କିଟ୍

ରାକ୍ଷୀ ପୂର୍ଣ୍ଣମୀ ସ୍ନେହ ଓ ବନ୍ଧନର ପର୍ବ ପାଳନ ପାଇଁ ମଝିରେ ଆଉ ମାତ୍ର କେତେ ଦିନ । ଏଥିପାଇଁ କଟକର କାରିଗରମାନେ ଏବେ ରାକ୍ଷୀ ତିଆରିରେ ବ୍ୟସ୍ତ । ଏଥର ମହାମାରୀ କରୋନାକୁ ଦୃଷ୍ଟିରେ ରଖି କାରିଗରମାନେ ପ୍ରସ୍ତୁତ କରୁଛନ୍ତି ଭିନ୍ନ ଧରଣର ରାକ୍ଷୀ ।