Advertisment

ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନାନ୍ତର ବେଳେ ଭାଙ୍ଗିଲା ମୂର୍ତ୍ତୀ, ଅଠା ମାରି ଯୋଡ଼ିଲା ପ୍ରଶାସନ !

ମାଷ୍ଟରକ୍ୟାଣ୍ଟିନସ୍ଥିତ ଐତିହ୍ୟ ଘୋଡ଼ା ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ପାଇଁ ମୂର୍ତ୍ତି ସ୍ଥାନାନ୍ତର ବେଳେ ଭାଂଗିଗଲା ନର୍ତ୍ତକୀ ମୂର୍ତ୍ତି । ଏହାର ପ୍ରତିବାଦ କରି ଆଜି ଘୋ଼ଡା ଏବଂ ଯୋଦ୍ଧା ମୂର୍ତ୍ତି ତଳେ ବିକ୍ଷୋଭ ଏବଂ ଧାରଣା ଦିଆଯାଇଥିଲା ।

author-image
Satyendu Shekher Mishra
ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନାନ୍ତର ବେଳେ ଭାଙ୍ଗିଲା ମୂର୍ତ୍ତୀ, ଅଠା ମାରି ଯୋଡ଼ିଲା ପ୍ରଶାସନ !

Master Canteen Statue

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନସ୍ଥିତ ଐତିହ୍ୟ ଘୋଡ଼ା ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ପାଇଁ ମୂର୍ତ୍ତି ସ୍ଥାନାନ୍ତର ବେଳେ ଭାଂଗିଗଲା ନର୍ତ୍ତକୀ ମୂର୍ତ୍ତି । ଏହାର ପ୍ରତିବାଦ କରି ଆଜି ଘୋ଼ଡା ଏବଂ ଯୋଦ୍ଧା ମୂର୍ତ୍ତି ତଳେ ବିକ୍ଷୋଭ ଏବଂ ଧାରଣା ଦିଆଯାଇଥିଲା । ତେବେ ଭଙ୍ଗା ମୂର୍ତ୍ତିକୁ ଅଠା ମାରି ଯୋଡି ଦିଆଯାଇଥିବା ଦେଖିବାକୁ ମିଳିଛି ।

Advertisment
Master Canteen Statue

ଆଜି ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ନେତୃତ୍ୱରେ BMC, BDA ପକ୍ଷରୁ ମାଷ୍ଟର କ୍ୟାଣ୍ଟିନସ୍ଥିତ ଐତିହ୍ୟ ଘୋଡା ନିକଟରେ ସୌନ୍ଦର୍ଯ୍ୟକରଣ କାମ ଚାଲିଛି । ପ୍ରାଥମିକ ପର୍ଯ୍ୟାୟରେ ଘୋଡ଼ା ଚତୁଃପାର୍ଶ୍ୱରେ ଥିବା ମୂର୍ତ୍ତି ଗୁଡ଼ିକୁ ଉଠାଯାଉଛି । ମୂର୍ତ୍ତି ସ୍ଥାନାନ୍ତର ବେଳେ ଗୋଟିଏ ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଥିବା ସୂଚନା ମିଳିଛି । ତେବେ ରାସ୍ତା ପ୍ରଶସ୍ତିକରଣ ପରେ ଉଠାଯାଇଥିବା ମୂର୍ତ୍ତି ଗୁଡିକ ଲଗାଯିବ । ଅଢ଼େଇ ମାସ ମଧ୍ୟରେ ସୌନ୍ଦର୍ଯ୍ୟକରଣ କାମ ସାରିବାକୁ ଯୋଜନା ରହିଛି । ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି କୁହାଯାଇଛି ।

Advertisment

ଗତ ଜୁନ୍‌ରେ ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା । ତେବେ ସ୍ମାର୍ଟ ଜନପଥର ବିକାଶ ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବର୍ଷ ବର୍ଷ ଧରି ଏହି ଛକର ଶୋଭା ବଢାଉଥିବା ଏହି ସ୍ଥାପତ୍ୟକୁ ସ୍ଥାନାନ୍ତର କରିବାକୁ ଯୋଜନା ପରେ ଏହାକୁ ବିରୋଧ କରାଯାଇଥିଲା । 

ସ୍ମାର୍ଟସିଟି ଯୋଜନାକୁ କାର୍ଯ୍ୟକାରୀ କରିବା ଆଳରେ ଘୋଡ଼ା ପ୍ରତିମୂର୍ତ୍ତିକୁ ହଟାଇବା ପାଇଁ ଚାଲିଥିବା ଉଦ୍ୟମକୁ ଉଭୟ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଥିଲେ । ଉଭୟ ଦଳ ଏହି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଜନ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଥିଲେ । 

Master Canteen Statue

କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ, ସ୍ମାର୍ଟସିଟି ଯୋଜନାର କାର୍ଯ୍ୟକାରିତା ପାଇଁ ମାଷ୍ଟରକ୍ୟାଂଟିନ ଛକରୁ ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତିକୁ ରାଜଭବନ ଛକକୁ ଉଠାଇ ନେବା ପାଇଁ ବିଡ଼ିଏ ପକ୍ଷରୁ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ତାହା କଦାପି କରାଇ ଦିଆଯିବ ନାହିଁ । ଏଠାରେ ଥିବା ଯୋଦ୍ଧା ଘୋଡ଼ା ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ, ବୀରପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀରତ୍ୱର ଗାଥାର ଏକ ପ୍ରଦର୍ଶନ ବୋଲି ସେ କହିଥିଲେ ।

Bhubaneswar Master Canteen
Advertisment
Advertisment