• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 22 August 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ATM ଭ୍ୟାନ୍ ଅପହରଣ ସହ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌, ଜାଣନ୍ତି କଣ ଥିଲା ପୁରା କାହାଣୀ !

ATM ଭ୍ୟାନ୍ ଅପହରଣ ଓ ୨୪ ଲକ୍ଷ ଟଙ୍କା ଲୁଟ୍‌ର ହୋଇଛି ଖୁଲାସା । ଘଟଣା ପଛରେ ଭ୍ୟାନ୍‌ର ଡ୍ରାଇଭର ହିଁ ମାଷ୍ଟରମାଇଣ୍ଡ । ନିଜେ କେମିକାଲ୍ ସ୍ପ୍ରେ କରି ଅଚେତ ହୋଇଥିଲା ଡ୍ରାଇଭର୍ । More

  • Sarbeswar
  • 3 years ago

ଚିନ୍ତାରେ ବାଇଗଣ ଚାଷୀ : କିଲୋକୁ ୩ ରୁ ୪ ଟଙ୍କାରେ ହେଉଛି ବିକ୍ରି

ଶହ ଶହ ଏକର ଚାଷ ଜମିରେ ବାଇଗଣ ଚାଷ କରିଥିଲେ ଚାଷୀ। ହେଲେ ଚଳିତବର୍ଷ ବର୍ଷାର ଲୁଚକାଳି ଖେଳ ଭିତରେ ବହୁ ସମସ୍ୟା ମଧ୍ୟରେ ଉତ୍ପାଦନ କରିଥିଲେ ଫସଲ। ପ୍ରତିବର୍ଷ ବାଇଗଣ ଚାଷରୁ ଲାଭବାନ ହେଉଥିବା ଚାଷୀ ଏଥର କିନ୍ତୁ ବାଇଗଣ ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଅଛନ୍ତି। More

  • Satyendu Shekher Mishra
  • 3 years ago

ବିଜେଡି ଖେଳିଲାଣି SHG କାର୍ଡ, ମହିଳା ଭୋଟ ଖସିବା ନେଇ ରହିଛି କି ଭୟ ?

SHG ସଦସ୍ୟାମାନଙ୍କୁ ରୋଜଗାର ଯୋଗାଇ ଦେବାକୁ କଡ଼ା ତାଗିଦ୍ । କାମ ଯୋଗାଇବାରେ ପଛରେ ପଡ଼ିଥିବା ବିଭାଗଗୁଡ଼ିକ ଉପରେ ଅସନ୍ତୋଷ ଝା଼ଡିଲେ ସରକାର । More

  • Satyendu Shekher Mishra
  • 3 years ago

ରାଜ୍ୟରେ ମରୁଡ଼ି ସ୍ଥିତି, ୨୭ ଜିଲ୍ଲାରେ କମ୍‌ ବର୍ଷା

ବର୍ଷା ଅଭାବରୁ ପୁଣି ଏକ ପ୍ରାକୃତିକ ଦୁର୍ବିପାକର ସାମ୍ନା କରିବାକୁ ଯାଉଛି ଓଡ଼ିଶା । ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ଆସନ୍ନ ମରୁଡ଼ିର ପଦଧ୍ୱନି । ରାଜ୍ୟରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଯାଜପୁର, ଭଦ୍ରକ, ଅନୁଗୁଳ, ବଲାଙ୍ଗୀରର ଓ କେନ୍ଦୁଝରରେ ସାଙ୍ଘାତିକ ସ୍ଥିତି ।  More

  • Satyendu Shekher Mishra
  • 3 years ago

ଖୁବଶୀଘ୍ର ସଂପୂର୍ଣ୍ଣ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ: ଅଶ୍ୱିନୀ ବୈଷ୍ଣବ

ଦୀର୍ଘ ଦିନ ଧରି ପଡ଼ି ରହିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଜୁନାଗଡ଼-ନବରଙ୍ଗପୁର, ଧର୍ମଗଡ଼କୁ ସଂପ୍ରସାରଣ ସହିତ ବିଭିନ୍ନ ଷ୍ଟେସନର ମଧ୍ୟ ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି । More

  • Satyendu Shekher Mishra
  • 3 years ago

ନିଆରା ରାକ୍ଷୀ ଆଉ ନିଆରା ଢ଼ଙ୍ଗରେ ପାଳନ ହେଲା ରକ୍ଷା ବନ୍ଧନ, ଦେଖନ୍ତୁ..

ପଟିଆସ୍ଥିତ RMD ଡିଗ୍ରୀ କଲେଜର ରୋଭରସ, ରେଞ୍ଜର୍ସ ଛାତ୍ରୀଙ୍କ ପକ୍ଷରୁ ନିଆରା ରକ୍ଷା ବନ୍ଧନ ଉତ୍ସବ ପାଳିତ । ବିଭିନ୍ନ ପ୍ରକାର ମଞ୍ଜିରେ ଏମାନେ ରାକ୍ଷୀ ପ୍ରସ୍ତୁତ କରିଥିଲେ । More

  • Satyendu Shekher Mishra
  • 3 years ago

ଆଉ ପାଦେ ଆଗେଇଲା ଭୁବନେଶ୍ୱର AIIMS, ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ଆରମ୍ଭ

ଆଉ ପାଦେ ଆଗେଇଲା ଭୁବନେଶ୍ୱର ଏମ୍‌ସ । ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେଲା ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ।ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ପକ୍ଷରୁ ଏହି କେନ୍ଦ୍ର ଆରମ୍ଭ କରାଯାଇଛି । More

  • Satyendu Shekher Mishra
  • 3 years ago

ପୁଣି ବ୍ୟାନର ପୋଷ୍ଟର ମାରି ଚେତାବନୀ ଦେଲେ ମାଓବାଦୀ, ଲୋକେ ଆତଙ୍କିତ

ପୁଣି ଡରାଇଲେ ମାଓବାଦୀ । ଚାରିଆଡ଼େ ମାରିଲେ ବ୍ୟାନର ପୋଷ୍ଟର । ପ୍ରଶାସନକୁ ଦେଲେ ଚେତାବନୀ । ନବରଙ୍ଗପୁର ଝରିଗାଁ-ଚନ୍ଦାହାଣ୍ଡି ରାଜ୍ୟ ରାଜପଥରେ ଥିବା ସିଙ୍ଗାଡି ଘାଟି ଠାରେ ମାଓ ପୋଷ୍ଟର ଓ ବ୍ୟାନର ।  More

  • Sarbeswar
  • 3 years ago

ଶ୍ରୀମନ୍ଦିରରେ ପାଳନ ହେଉଛି ଗହ୍ମାପୂର୍ଣ୍ଣମୀ, ମହାପ୍ରଭୁ ବଳଭଦ୍ରଙ୍କ ଆଜି ସ୍ୱର୍ଣ୍ଣ ନକ୍ଷତ୍ର

ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଜି ଜନ୍ମୋତ୍ସବ ପାଳନ ହେଉଛି। ମାର୍କଣ୍ଡେୟ ପୁଷ୍କରଣୀ ପରିସରରେ ବଳଭଦ୍ର ଜନ୍ମୋତ୍ସବ ପାଳନ କରାଯିବ। ବିଧିବିଧାନ ଅନୁସାରେ ଆଜି ଚଉଦଳକୁ ସୁଦର୍ଶନ ମହାପ୍ରଭୁଙ୍କୁ ବିଜେ କରାଯିବ। ଏହାପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନଙ୍କୁ ପ୍ରଦାନ ହେବ। ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଯିବେ More

  • Satyendu Shekher Mishra
  • 3 years ago

ରାଜଧାନୀରେ ପେଣ୍ଟାଗନ୍ ଓ ନଶା ବାର୍‌ ସିଲ୍‌, ୩ ଯୁବତୀ ଉଦ୍ଧାର

ସିଲ୍‌ ହେଲା ବାର୍‌ । ସଟ୍‌ଡାଉନ୍‌ ନିୟମ ଭାଙ୍ଗି ବାର୍‌ ଚଲାଇଥିବାରୁ ସିଲ୍‌ କଲା ବିଡିଏ । ସପ୍ତାହନ୍ତ ସଟ୍‌ଡାଉନ୍‌ ସମୟରେ ବାର୍‌ ବନ୍ଦ ରଖିବାକୁ ନିୟମ ଥିବା ବେଳେ ଏହାକୁ ଖାତିର ନକରି ବାର୍‌ ଖୋଲାଯାଇଥିଲା । More

  • Minati Mishra
  • 3 years ago

ଅମିତ ରୋହିଦାସଙ୍କୁ ସୁନ୍ଦରଗଡ଼ରେ ଭବ୍ୟ ସ୍ୱାଗତ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ହକିରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳି ଅମିତ ରୋହିଦାସଙ୍କୁ ସୁନ୍ଦରଗଡ଼ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା।  ଗତକାଲି ସୁନ୍ଦରଗଡ଼ରେ ଅମିତ ରୋହିଦାସ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାସହ ଅମିତଙ୍କ ନିଜ ଗାଁ ସଉନାମରାରେ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

 ଗାଁକୁ ଯିବା ବାଟରେ ତଳସରା ଛକରେ ମଧ୍ୟ ଲୋକେ ଅମିତଙ୍କୁ ଅଭିନନ୍ଦନ ଜଣାଇଥିଲେ । ବିଧାୟକ ଭବାନୀ ଶଙ୍କର ଭୋଇ ଏବଂ ବାଲିଶଙ୍କରା ବିଡିଓ ଅମିତ ରୋହିଦାସଙ୍କୁ ସ୍ୱାଗତ ଜଣାଇଥିଲେ । ଆଦିବାସୀ ପରମ୍ପରା ଅନୁଯାୟୀ ଏକ ଖୋଲା ଜିପ୍‌ରେ ତାଙ୍କୁ ପାଛୋଟି ନେଇଥିଲେ ଗ୍ରାମବାସୀ । ଗାଁ ମାଟିରେ ଅଲିମ୍ପିକ୍ ଚାମ୍ପିଅନକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା। 

  • Minati Mishra
  • 3 years ago

 ନବରଙ୍ଗପୁରରେ ମାଓ ପୋଷ୍ଟର

 ନବରଙ୍ଗପୁର ଝରିଗାଁ-ଚନ୍ଦାହାଣ୍ଡି ରାଜ୍ୟ ରାଜପଥରେ ଥିବା ସିଙ୍ଗାଡି ଘାଟି ଠାରେ ମାଓ ପୋଷ୍ଟର ଓ ବ୍ୟାନର। ମାଓବାଦୀମାନେ ଗଛ କାଟିବା ସହ ପୋଷ୍ଟର ଓ ବ୍ୟାନର ଲଗାଇଥିବା ଦେଖିବାକୁ ମିଳିଛି । ବ୍ଲକ୍ ଅନ୍ତର୍ଗତ ତେଲନଦୀଗାଁ ବିଲେଇଲାଠି ନିକଟରେ ତେଲନଦୀ ଉପରେ ପ୍ରସ୍ତାବିତ ଡ୍ୟାମ ଏବଂ ଜଳ ବିଦ୍ୟୁତ ପ୍ରକଳ୍ପକୁ ବିରୋଧ କରି ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ପ୍ରକଳ୍ପ ହେଲେ ଝରିଗାଁ, ଉମରକୋଟ ଓ ରାଇଘର ବ୍ଲକ୍ର ପ୍ରାୟ ୧୦୦୦ ପରିବାର ବିସ୍ଥାପିତ ହେବେ ବୋଲି ବ୍ୟାନ ରେ ଉଲ୍ଲେଖ ରହିଛି । ଘଟଣା ସ୍ଥଳରେ ଝରିଗାଁ ପୋଲିସ ପହଂଚି ଥିବା ସୂଚନା ମିଳିଛି ॥

  • Minati Mishra
  • 3 years ago

କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଳାହାଣ୍ଡି: କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କଳାହାଣ୍ଡି ଭବାନୀପାଟଣାରେ ଦେବୀ ମାଣିକେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ  । ଗତକାଲି ବୁଢାରାଜା ମନ୍ଦିର ଦର୍ଶନ କରିବା ପରେ ଜୁନାଗଡ଼ର ମା ଲଙ୍କେଶ୍ୱରୀଙ୍କୁ ଦର୍ଶନ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ । ଆଜି  ଟିଟିଲାଗଡ଼ ଓ ବଲାଙ୍ଗିରରେ ସେ ରୋଡ୍ ସୋ କରିବା କାର୍ଯ୍ୟକ୍ରମ ରହିଛି । ରୋଡ୍ ସୋ ସହ ମନ୍ତ୍ରୀଙ୍କ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ବଲାଙ୍ଗିର ଗସ୍ତ ସାରିବା ପରେ ଦୂର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସରେ ସେ ଭୁବନେଶ୍ୱର ଅଭିମୁଖେ ରାତିରେ ବାହାରିବେ।

 

  • Minati Mishra
  • 3 years ago

କଲ୍ୟାଣ ସିଂହଙ୍କ ଶେଷକୃତ୍ୟ ଆସନ୍ତାକାଲି ହେବ

 ୍ଆସନ୍ତାକାଲି ହେବ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଶେଷକୃତ୍ୟ । ଆଜି ଲକ୍ଷ୍ନୌସ୍ଥିତ ତାଙ୍କ ବାସଭବନରେ ପାର୍ଥୀବ ଶରୀର ରଖାଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ‘ଆମେ ଜଣେ ଦକ୍ଷ ନେତାଙ୍କୁ ହରାଇଲୁ।  ତାଙ୍କର ଅବର୍ତ୍ତମାନରେ ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବାସଭବନରୁ ତାଙ୍କର ପର୍ଥୀବ ଶରୀରକୁ ବିଧାନସଭା ପରିସର ଏବଂ ପରେ ବିଜେପି ପାର୍ଟି ଅଫିସକୁ ନିଆଯିବ । ପରେ ତାଙ୍କର ମରଶରୀରକୁ ଆଲିଗଡ଼ ନିଆଯିବ । ସେଠାରେ ସାଧାରଣ ଲୋକେ ତାଙ୍କର ଶେଷ ଦର୍ଶନ କରିବେ । ଆସନ୍ତାକାଲି ଗଙ୍ଗା ଘାଟରେ ତାଙ୍କର ଶେଷକୃକ୍ୟ ସଂପନ୍ନ ହେବ। ଉତ୍ତର ପ୍ରଦେଶର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିଲେ କଲ୍ୟାଣ ସିଂହ। କଲ୍ୟାଣ ସିଂହଙ୍କ ପରଲୋକରେ ୟୁପିରେ ୩ ଦିନିଆ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେପ୍ସିସ୍ ଓ ମଲ୍ଟି ଅର୍ଗାନ ଫେଲ ହେବା ଯୋଗୁଁ  ୮୯ ବର୍ଷ ବୟସରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା।

  • Minati Mishra
  • 3 years ago

ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେଲା ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ।

 ଭୁବନେଶ୍ୱର: ଆଉ ପାଦେ ଆଗେଇଲା ଭୁବନେଶ୍ୱର ଏମ୍ସ।  ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେଲା ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ।  ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ICMR ପକ୍ଷରୁ ଏହି କେନ୍ଦ୍ର ଆରମ୍ଭ କରାଯାଇଛି  । ଏହି କେନ୍ଦ୍ରରେ ବିଭିନ୍ନ ପ୍ରକାର ଫଙ୍ଗସ୍ ଉପରେ ଗବେଷଣା କରାଯିବ । ଗବେଷଣା ପାଇଁ ICMR ଆଗାମୀ ୩ ବର୍ଷ ମଧ୍ୟରେ ଅଢ଼େଇ କୋଟି ଟଙ୍କା ଦେବ । ଏହାକୁ ପୂର୍ବ ଭାରତର ରେଫରାଲ ସେଣ୍ଟର ଭାବେ ଉପଯୋଗ କରାଯିବ । ବର୍ତ୍ତମାନ ସମୟରେ ଦେଖାଦେଇଥିବା ବିଭିନ୍ନ ପ୍ରକାରର ନୂତନ କୀଟାଣୁ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବା ସହ ଏହାର ପ୍ରତିକାର ସଂକ୍ରାନ୍ତରେ ମଧ୍ୟ ଏହି ସେଣ୍ଟର ବେଶ୍ ପ୍ରଭାବଶାଳୀ ହେବ ବୋଲି ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବତମାନବେ । ଏହି ସେଣ୍ଟରରେ ଗବେଷକଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ଶେଷ ହୋଇଛି ଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶିକା।

  • Prangyan Parimita
  • 3 years ago

ହାତ ନାହିଁ ସିନା, ରାକ୍ଷୀପୂର୍ଣ୍ଣିମାର ମହତ୍ତ୍ୱ ବୁଝିଛି ଦିବ୍ୟାଙ୍ଗ ଭଉଣୀ : ଖଣ୍ଡିଆ ହାତରେ ଭାଇକୁ ରାକ୍ଷୀ ବାନ୍ଧିଲା କୁନି ସୁଭଦ୍ରା

ସୁଭଦ୍ରାଙ୍କ ବୟସ ୧୪ ବର୍ଷ । ସେ ଜନ୍ମରୁ ଦିବ୍ୟlଙ୍ଗ । ସୁଭଦ୍ରାର ଗୋଡ ନଥିବା ବେଳେ ଅଧ ଖଣ୍ଡିଆ ହାତ ଦେଇଛନ୍ତି ଭଗବାନ୍ । ହେଲେ ଏଥିପାଇଁ କେବେ ଭଗବାନଙ୍କୁ ଦୋଷ ଦେଇନି କି କେବେ ଉଣା କରିନି ସୁଭଦ୍ରା । ରାକ୍ଷୀ ପୂର୍ଣ୍ଣିମା ଆସିଲେ ଭାଇ ହାତରେ ରାକ୍ଷୀ ବାନ୍ଧିବ ବୋଲି ମନ କୁଣ୍ଢେମୋଟ ହୋଇଯାଏ । More

  • Minati Mishra
  • 3 years ago

୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୩ କରୋନା ରୋଗୀ, ଆକ୍ରାନ୍ତଙ୍କ ମଧ୍ୟରେ ୧୦୦ ପିଲା

ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ଏବେ ନିକ ହଜାରେ ତଳେ ରହୁଛି। ହେଲେ ଭୟ ଦିନକୁ ଦିନ ବଢି ଚାଲିଛି। କାରଣ ତୃତୀୟ ଲହର ପିଲାଙ୍କୁ ବେଶି ପ୍ରଭାବିତ କରିବ ବୋଲି କୁହାଯାଉଥିବାବେଳେ ଏବେ ଦୈନିକ ଆକ୍ରାନ୍ତ ଶିଶୁଙ୍କ ବଢୁଥିବା ଲକ୍ଷ୍ୟ କରାଯାଉଛି।  More

  • Minati Mishra
  • 3 years ago

କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ରାକ୍ଷୀ ବାନ୍ଧିଲେ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର: କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ରାକ୍ଷୀ ବାନ୍ଧିଲେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ବାଲେଶ୍ୱର ବାମପଦା ସ୍ଥିତ କୁଷ୍ଠାଶ୍ରମରେ ଅନ୍ତେବାସୀଙ୍କୁ ରାକ୍ଷୀ ବାନ୍ଧିବା ସହ ଲଡୁ ଖୁଆଇ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଛନ୍ତି ସାଂସଦ । ଏଥିସହ ରକ୍ଷା ବନ୍ଧନର ଗୀତ ଗାଇ ଲୋକଙ୍କୁ ଏହାର ତାତ୍ପର୍ଯ୍ୟ ସଂପର୍କରେ ବୁଝାଇଛନ୍ତି। ସାଂସଦଙ୍କୁ ପାଖରେ ପାଇ ଆଶ୍ରମର ଛୋଟ ଛୋଟ ପିଲାମାନେ ଖୁସି ହୋଇ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ପ୍ରଥମ ଥର ପାଇଁ ଜଣେ ସାଂସଦ ଅନ୍ତେବାସୀଙ୍କୁ ରାକ୍ଷୀ ପିନ୍ଧାଇ ଲଡୁ ବାଣ୍ଟି ଥିବାରୁ ଅନ୍ତେବାସୀ ମାନେ ଖୁସି ପ୍ରକାଶ କରିଛନ୍ତି ।

  • Minati Mishra
  • 3 years ago

ଜୁଆ ଆଡ୍ଡାରେ ଚଢାଉ, ୧୬ ଅଟକ

ଭୁବନେଶ୍ୱର: ସପ୍ତାହାନ୍ତ ସଟଡାଉନରେ ରାଜଧାନୀର ଏକ ବାରରେ ଜୁଆ ଖେଳ ବେଳେ ପୋଲିସ ଚଢ଼ାଉ କରି ୩ ଯୁବତୀ ଓ ୧୩ ଜଣ ଯୁବକ ଅଟକ ରଖିଛି।  ସେମାନଙ୍କୁ ପଚରାଉଚରା କରୁଛି  । କଟକ ରୋଡ୍ ଅଞ୍ଚଳର ଏହି ବାରରେ ଜୁଆ ଆଡ୍ଡା ଚାଲିଥିଲା। ଏହି ଖବର ପାଇ କମିଶନରେଟ ପୋଲିସ ଚଢ଼ାଉ କରିଥିଲା॥ ଆଉ ସେଠାରୁ ଜୁଆ ଆଡ୍ଡା ଜମାଇଥିବା ଯୁବକ ଯୁବତୀଙ୍କୁ ଧରି ପୋଲିସ ଥାନାକୁ ଆଣିଛି।  ସେମାନଙ୍କ ଠାରୁ ପୋଲିସ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ କରିଛି। କରୋନା ପାଇଁ ଏବେ ସପ୍ତାହାନ୍ତ ସଟହଡାଉନ୍ କଟକଣା ଥିଲେ ମଧ୍ୟ କେମିତି ବାର୍ ଚାଲିଥିଲା, ତାସହ ଜୁଆ ଆଡ୍ଡା ଚାଲିଥିଲା, ତାକୁ ନେଇ ନାନା ପ୍ରଶ୍ନ ଛିଡ଼ା ହୋଇଛି।

  • Satyendu Shekher Mishra
  • 3 years ago

ସ୍ମାର୍ଟ ହେଲ୍ଥ କାର୍ଡ ପରେ ସ୍ମାର୍ଟ ସ୍କୁଲ୍ ! ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ କାର୍ଡ ଖେଳିଲାଣି ବିଜେଡି

ସ୍ମାର୍ଟ ହେଲ୍ଥ କାର୍ଡ ପରେ ସ୍ମାର୍ଟ ସ୍କୁଲ୍ । ପଞ୍ଚାୟତ ନିର୍ବାଚନୀ ହାଓ୍ୱା ଯେତିକିି ବଢୁଛି ପ୍ରଚାର ବି ସେତିକି ବେଗ ଧରୁଛି । ଆଜି ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ୫୦ଟି ସ୍କୁଲ୍‌କୁ ସ୍ମାର୍ଟ ସ୍କୁଲ୍ ଭାବେ ଉଦଘାଟନ କରିଛନ୍ତି । More

  • Sarbeswar
  • 3 years ago

ସଂକ୍ରମଣ କମୁଛି ସତ କିନ୍ତୁ ଟେନ୍‌ସନ୍‌ କମିନାହିଁ

ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଓ ଏହାର ୨୮ ଦିନ ପରେ ତୃତୀୟ ଡୋଜ୍ ନିଆଯିବ। କମ୍ପାନି ଦାବି କରିଛି ଏଇ ଟିକା ୬୬ ଦଶମିକ ୬ ପ୍ରତିଶତ ଫଳପ୍ରଦ। ହେଲେ ଏହାର ମୂଲ୍ୟ କେତେ ରହିବ ତାହା ଆସନ୍ତା ସପ୍ତାହରେ ସ୍ପଷ୍ଟ ହେବ। More

  • Satyendu Shekher Mishra
  • 3 years ago

ACF ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ପ୍ରଶ୍ନରେ ଘାଇଲା DFO, ଗଣମାଧ୍ୟମ ଆଗରେ ବାହାରିଲା ପ୍ରଷ୍ଟ୍ରେସନ୍‌

ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ୧୩ ଜଣଙ୍କୁ ପଚରାଉଚରା ପରେ ଶେଷରେ ପ୍ରଶ୍ନ ଜାଲରେ ଛନ୍ଦିଛି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ । More

  • Satyendu Shekher Mishra
  • 3 years ago

ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ, ହେଲେ ତାଙ୍କ ପରିବାରକୁ ସୁରକ୍ଷା ଦେବ କିଏ ?

ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ସୀମାରେ ଦିନ ରାତି ଜଗୁଛନ୍ତି ଯବାନ । ହେଲେ ଏପଟେ ନିଜ ପରିବାର ଅସୁରକ୍ଷିତ । ଏକ ଜମିଜମା ବିବାଦକୁ ନେଇ ପଡ଼ୋଶୀଙ୍କ ନିର୍ଯାତନା ଓ ପୋଲିସ ବିରୋଧରେ ନାଲିଆଖି ଅଭିଯୋଗ ଆଣିଛନ୍ତି ଜଣେ ଯବାନ । More

  • Satyendu Shekher Mishra
  • 3 years ago

ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନାନ୍ତର ବେଳେ ଭାଙ୍ଗିଲା ମୂର୍ତ୍ତୀ, ଅଠା ମାରି ଯୋଡ଼ିଲା ପ୍ରଶାସନ !

ମାଷ୍ଟରକ୍ୟାଣ୍ଟିନସ୍ଥିତ ଐତିହ୍ୟ ଘୋଡ଼ା ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ପାଇଁ ମୂର୍ତ୍ତି ସ୍ଥାନାନ୍ତର ବେଳେ ଭାଂଗିଗଲା ନର୍ତ୍ତକୀ ମୂର୍ତ୍ତି । ଏହାର ପ୍ରତିବାଦ କରି ଆଜି ଘୋ଼ଡା ଏବଂ ଯୋଦ୍ଧା ମୂର୍ତ୍ତି ତଳେ ବିକ୍ଷୋଭ ଏବଂ ଧାରଣା ଦିଆଯାଇଥିଲା । More