• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

janmasthami
ଆସୁଛି ଜନ୍ମାଷ୍ଟମୀ: ରାଶି ଅନୁସାରେ କି ଭୋଗ ଅର୍ପଣ କଲେ ଶୁଭଫଳ ମିଳିବ ?

ଚଳିତ ବର୍ଷ ଜନ୍ମାଷ୍ଟମୀ ତିଥିରେ ଅଦ୍ଭୁତ ଯୋଗ ରହିଛି। କ’ଣ ସେହି ଅଦ୍ଭୁତ ଯୋଗ ? କ’ଣ ଶୁଭ ଫଳ ମିଳିବ ଜାଣନ୍ତୁ।

Corona Virus
କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୭୭୯ ନୂଆ ସଂକ୍ରମିତ

ଧୀରେ ଧୀରେ ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ  ୭୭୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୫ ଆକ୍ରାନ୍ତ ହୋଇଛନ୍ତି ।

businessman kidnapped
ବ୍ୟବସାୟୀଙ୍କୁ ପ୍ରଥମେ ଅପହରଣ, ପରେ ଅକଥନୀୟ ନିର୍ଯାତନା; ଶେଷରେ..

ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ପ୍ରଥମେ ଅପହରଣ ଓ ପରେ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି। ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗରେ ଏକ ୱେବ୍‌ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 28 August 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Saturday, 28 August 2021
Weather Forecast
ଦାନା ବାନ୍ଧୁଛି ଲଘୁଚାପ, ୩ ଦିନ ବର୍ଷିବ

ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ନୟାଗଡ଼, କଟକ, ଅନୁଗୁଳ, ଦେବଗଡ଼, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। 

Aambulance
ଭିଆଇପି ରାସ୍ତାରେ ଆମ୍ବୁଲାନ୍ସ ଯିବା ମନା କି?

ଭିଆଇପି ଲାଇନରେ ଆମ୍ବୁଲାନ୍ସ କାହିଁକି ଆଣିଲ ବୋଲି ସଂପୃକ୍ତ ଅଣଓଡ଼ିଆ କର୍ମଚାରୀ ତାଙ୍କ ଯୁକ୍ତିତର୍କ କରିବା ସାଙ୍ଗକୁ ଆମ୍ବୁଲାନ୍ସକୁ ୭ରୁ ୮ମିନିଟ ଯାଏଁ ଅଟକାଇ ରଖିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି।

covid-19
ମେଣ୍ଢା ଲଢେଇ ବନ୍ଦ କରିବାରୁ ପୋଲିସ ଉପରେ ଗ୍ରାମବାସୀଙ୍କ ଆକ୍ରମଣ

ନା ଅଛି ମାସ୍କ ନା ଅଛି କୋଭିଡ କଟକଣା। ଖୁଲମଖୁଲା କରୋନା କଟକଣାର ନିୟମକୁ ଭାଙ୍ଗାଯାଇଛି । ସରକାର କରୋନା ନିୟମକୁ କଡ଼ାକଡ଼ି କରୁଥିବା ବେଳେ ଏଠି କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଗୁଡ଼ୁତା ଗାଁରେ ।

Mass Resignation
ଏକାସଙ୍ଗେ ଇସ୍ତଫା ଦେଲେ ବିଜେପିର ୧୫ ଜିଲ୍ଲା ପରିଷଦ ସଦସ୍ୟ

ମୟୁରଭଞ୍ଜ ଜିଲ୍ଲାର ୧୧ ତମ ଜିଲ୍ଲା ପରିଷଦ ବୈଠକ ବସିଥିଲା। ଏଥିରେ ବିଭିନ୍ନ ବିଭାଗର ଆଲୋଚନାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଠକକୁ ଅଧାରୁ ସ୍ଥଗିତ ରଖିଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ହଟ୍ଟଗୋଳ।

Covid 3rd wave
ବିପଦ ଡାକିବ ପାର୍ବଣ ଋତୁ ! ୨ ମାସ ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ

ରାଜ୍ୟରେ ଦୈନିକ ସଂକ୍ରମଣ କିଛିଦିନ ହେଲା ଏକ ହଜାର ତଳେ ରହୁଛି କିନ୍ତୁ ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କ କିଶୋର ଓ ଶିଶୁଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। ତେଣେ ଅଡିଟ୍ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଉ ୬୯ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ଦର୍ଶାଇଛି, ଯେଉଁଥିରେ ୨ ଜଣ ଶିଶୁ ଅଛନ୍ତି।

Mao Neta Sibanna
ବୟସ ବଢ଼ିବାରୁ ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀଙ୍କ ଆତ୍ମ ସମର୍ପଣ

ତେଲେଙ୍ଗାନା ପୋଲିସକୁ ମିଳିଲା ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀ କରିଛି ଆତ୍ମ ସମର୍ପଣ । 

Court
ଆଇନର ଶାସନ ଓ ଦଳୀୟ ଅମଲାତନ୍ତ୍ର

୨୦୨୧ ଅଗଷ୍ଟ ୨୬ ତାରିଖରେ ଗୋଟିଏ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଓଡ଼ିଶା ସମେତ ଭାରତର ଅନ୍ୟ ସମସ୍ତ ପ୍ରଦେଶ ତଥା କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବର୍ଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପ୍ରଣିଧାନଯୋଗ୍ୟ।

Electric Vehicle
ଇ-ଯାନ ପଲିସି ଉପରେ ବାଜିଲା କ୍ୟାବିନେଟ ମୋହର

ବୈଦୁତିକ ଯାନର ନବୀକରଣ ଓ ଗବେଷଣାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ସେହିଭଳି ଉତ୍ପାଦନକାରୀ କମ୍ପାନୀ ଓ ଯାନ ବ୍ୟବହାରକାରୀ ସାଧାରଣ ଲୋକଙ୍କୁ ଆର୍ଥିକ ରିହାତି ସହ ଗାଡ଼ି ପଞ୍ଜିକରଣ ଦେୟ, ରୋଡ୍  ଟ୍ୟାକ୍ସ ଆଦି ଛାଡ଼ କରାଯିବାର ପ୍ରାବଧାନ ରହିଛି।

OTV Senior Reporter Manoranjan Joshi
ସୁଟିଂ ସମୟରେ ଆସିଲା ଛାତିଥରା ଖବର, ଲୁହକୁ ଚାପି ଦାୟିତ୍ୱକୁ ଆଗ ଦେଖିଲେ ସାମ୍ବାଦିକ ମନୋରଞ୍ଜନ

ଆଖିରେ ଲୁହ, ଛାତିରେ କୋହ ତଥାପି ନିଜକୁ ସମ୍ଭାଳି ନେଇଥିଲେ ମନୋରଞ୍ଜନ। ଏମିତିକି ଏ ଦୁଃଖଦ ଖବର ଶୁଣି ସେତେବେଳେ ଖୋଲାକଥାର ହଟ୍‌ସିଟ୍‌ରେ ବସିଥିବା ଅତିଥି ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କାର୍ଯ୍ୟକ୍ରମ ଅନ୍ୟ କେଉଁ ଦିନ କରିବାକୁ ଅନୁରୋଧ କରିଥିଲେ।

Lingaraj Temple
ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୁପା କବାଟ

ମନ୍ଦିରରେ କଣ ସୁବିଧା ଅସୁବିଧା ଅଛି, ତାର ଅନୁଧ୍ୟାନ କରିଥିଲେ। ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାମର ଅଗ୍ରଗତି ନେଇ ଆଲୋଚନା କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି। ସେ ସୂଚନା ଦେଇଛନ୍ତି, ମନ୍ଦିର ଓ ପ୍ରଭୁ ଲିଙ୍ଗରାଜଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ, କିନ୍ତୁ ମରାମତି ପାଇଁ ଅନୁମତି ମିଳିଛି।

Janmashtami
କୃଷ୍ଣ କାହିଁକି ଜନ୍ମ ନେଲେ ଅନ୍ଧାର ରାତିରେ

ଦ୍ୱାପର ଯୁଗରେ ଭଗାବାନ କୃଷ୍ଣ ବୁଧବାର ରୋହିଣୀ ନକ୍ଷତ୍ରରେ ଦେବକୀଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ। ତିଥି ଥିଲା ଅଷ୍ଟମୀ ଓ ସମୟ ଥିଲା ରାତ୍ରି। ଏହା ପଛର କାରଣ ଥିଲା ଯେ ଶ୍ରୀକୃଷ୍ଣ ଚନ୍ଦ୍ରବଂଶୀ ହେବାକୁ ଚାହୁଥିଲେ। ଚନ୍ଦ୍ରଦେବ ତାଙ୍କ ପୂର୍ବଜ ଏବଂ ବୁଧ ଚନ୍ଦ୍ରମାଙ୍କ ପୁତ୍ର। ଏନେଇ ଚନ୍ଦ୍ରବଂଶରେ ପୁତ୍ରବତ ଜନ୍ମ ନେବା ପାଇଁ କୃଷ୍ଣ ବୁଧବାରକୁ ଚିହ୍ନଟ କରିଥିଲେ। ସେହିପରି ରୋହିଣୀ ହେଉଛନ୍ତି ଚନ୍ଦ୍ରଙ୍କ ପ୍ରିୟ ପତ୍ନୀ, ଅଷ୍ଟମୀ ତିଥି ଶକ୍ତିର ପ୍ରତୀକ। ତେଣୁ ଭଗବାନ ଶ୍ରୀକୃଷ୍ଣ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରକୁ ବାଛିଥିଲେ।

Jagannath Temple
ମହାପ୍ରଭୁଙ୍କ ପାଇଁ ସମର୍ପିତ ହେଲା 'ଶ୍ରୀମନ୍ଦିର'

ଆସନ୍ତା ୩୦ ତାରିଖ ସୋମବାରଠାରୁ ତରଙ୍ଗରେ ପ୍ରସାରଣ ହେବ ଧାରାବାହିକ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଧାରାବାହିକ ସମ୍ପର୍କରେ ବିସ୍ତୁତ ଭାବେ ଜଗଦଗୁରୁଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପୂର୍ବରୁ ପ୍ରସାରିତ ଶ୍ରୀଜଗନ୍ନାଥ ଧାରାବାହିକ ସମ୍ପର୍କରେ ବି ବିସ୍ତୁତ ଆଲୋଚନା କରିଥିଲେ।

ShreeMandir
ଅଗଷ୍ଟ ୩୦ରୁ 'ଶ୍ରୀମନ୍ଦିର'

ଓଡିଶାର ଜଗନ୍ନାଥ ପ୍ରେମୀ ତଥା ଶ୍ରୀମନ୍ଦିର ସହ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ଖୁସିର କଥା ଯେ ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ନୂଆ ଧାରାବାହିକ – ଶ୍ରୀମନ୍ଦିର। ଶ୍ରୀମନ୍ଦିର ଧାରାବାହିକର ଭିନ୍ନ ଭିନ୍ନ ସିରିଜ୍‌ରେ ଭିନ୍ନ ଭିନ୍ନ କାହାଣୀ ପ୍ରଦର୍ଶିତ କରିବାକୁ ସ୍ଥିର ହୋଇଥିବାବେଳେ ପ୍ରଥମ ସିରିଜ୍‌ରେ କାଞ୍ଚି ବିଜୟ ବା ପଦ୍ମାବତୀ ପରିଣୟ କାହାଣୀଟି ସ୍ଥାନ ପାଇଛି।

khordha
ମାନବ ସଂଗଠନରେ ସାମିଲ ନହେବାରୁ ବାପ ଓ ପୁଅଙ୍କୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ୍

ଖୋର୍ଦ୍ଧା ବୋଲଗଡ ବ୍ଲକର କଡବ ଗାଁରେ ନୀରିହ ଆଦିବାସୀଙ୍କୁ ମାନବ ସଂଗଠନରେ ସାମିଲ କରିବା ପାଇଁ ଏଭଳି ମାଡମରା ଯାଉଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କିପରି ନୃଶଂସ ଭାବେ ଦୁଇ ଜଣଙ୍କୁ ମାଡ ମରା ହେଉଛି । ତେବେ ଏନେଇ କିନ୍ତୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

dahi fish besara recipe
ଘରେ ପ୍ରସ୍ତୁତ କରନ୍ତୁ ‘ଦହି ପୋହଳା ବେସର’

ଆମ ଦେଶୀ ଓଡ଼ିଆ ଖାଇବାର ରେସିପି ସବୁଠୁ ନିଆରା । ବିଶେଷ କରି ଓଡ଼ିଆ ଦେଶୀ ରାନ୍ଧଣା ପ୍ରାୟତଃ ଆମ ସଭିଙ୍କୁ ପସନ୍ଦ ହୋଇଥାଏ । ଆଜି ଆମେ ପୋହଳା ମାଛର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ ।

peach
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ପିଚ୍, କ୍ୟାନ୍ସର ଭଳି ରୋଗରୁ ଦେଇଥାଏ ସୁରକ୍ଷା

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଫଳ ହେଉଛି ପିଚ୍ । ପିଚ୍ ରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ମିନେରାଲ୍ସ ଏବଂ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ । ଚାଲନ୍ତୁ ଜାଣିବା । ପିଚ୍ ରେ ଉପକାରିତା ବିଷୟରେ…

Odisha CM Naveen Patnaik
ଏସସିବିରେ କରୋନା ସଂକ୍ରମିତଙ୍କୁ ମିଳିବ ମାଗଣା ଇକମୋ ଚିକିତ୍ସା : ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

କଟକ ଏସସିବିରେ ଉଦଘାଟିତ ହୋଇଛି ଇକମୋ ଚିକିତ୍ସା ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି ଏବଂ ଇକମୋ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ତୃତୀୟ ଲହର ପାଇଁ ଅଧିକ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ବେଳେ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି, ତା ସହିତ ନିଜକୁ ଓ ପିଲାଙ୍କୁ ସୁରକ୍ଷିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । କଟକ SCB ପୂର୍ବ ଭାରତର ଇକ୍‌ମୋ ହବ୍ ।

bamboo craft
ସଙ୍କଟରେ ବାଉଁଶ କାରିଗରୀ : ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ

ଯୁଗ ବଦଳିବା ସହ ସମୟ ମଧ୍ୟ ବଦଳିଯାଇଛି । ପୂର୍ବର ପ୍ରତ୍ୟେକଙ୍କ ଘରେ ବାଉଁଶ ସାମଗ୍ରୀର କିଛି ନା କିଛି ଜିନିଷ ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହା ଲୋକଙ୍କ ଘରେ ଦେଖିବାକୁ ମିଳୁନାହିଁ । ଯାହା ଫଳରେ ବାଉଁଶ କାରିଗର ନିଜର କୌଳିକ ବୃତ୍ତିକୁ ଛାଡି ଅନ୍ୟ ବ୍ୟବସାୟ ଆଡେ ମୁହଁ ବୁଳାଇଲେଣି । ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ ।

Country Made Liquor To Attract Youths
ଦେଶୀ ମଦରେ ବିଦେଶୀ ତଡ଼କା, ମହୁଲ ପୋଚରେ ମିଶୁଛି ଦାମୀ ଫଳ

ଦେଶୀ ମଦରେ ବିଦେଶୀ ତଡ଼କା। ମଦ ପ୍ରସ୍ତୁୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଫଳ। ମହୁଲର ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଭଳି ଫଳ ମିଶାଇ ମାଫିଆମାନେ ପ୍ରସ୍ତୁତ କରୁଛନ୍ତି ମଦ। 

children infected with Covid19 succumb to the virus
କରୋନାରେ ଚାଲିଗଲା ୨ ଶିଶୁକନ୍ୟାଙ୍କ ଜୀବନ

କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମୃତ ଶିଶୁ କନ୍ୟା କଟକ ଜିଲ୍ଲାର ବୋଲି ଜଣାପଡ଼ିଛି। ୨ ଶିଶୁଙ୍କ ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ରୁ ସୂଚନା ଦିଆଯାଇଛି।

rain Alert For Odisha
୧୧ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଆସନ୍ତା ୩୦ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି।