• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ପିଇଓ ରାମଚନ୍ଦ୍ର ନାୟକ
ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି, ପିଇଓଙ୍କୁ ମାଡ଼ ମାରିଲେ

ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆବାସ ଗୃହ ବଣ୍ଟନ ନକରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି।

Raksha Bandhan 2021
ରାକ୍ଷୀପୂର୍ଣ୍ଣିମାର ପୌରାଣିକ ପୃଷ୍ଠଭୂମି . . . . .

ଭରସା ଓ ସୁରକ୍ଷାର ସାକ୍ଷୀ ରାକ୍ଷୀ । ସ୍ନେହ, ମମତାର ସମ୍ପର୍କକୁ ନେଇ ଆସେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧିବା ଏକ ପରମ୍ପରା ହେବା ସହ ଏକ ନିବିଡ଼ ବନ୍ଧନ ମଧ୍ୟ । ରକ୍ଷାବନ୍ଧନର ପର୍ବ ଭାଇଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ମଜଭୁତ କରେ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ

coronavirus infection to children
କେମିତି ଶିଶୁଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରାଯାଇପାରିବ ? ପରାମର୍ଶ ଦେଲେ DMET

ରାଜ୍ୟରେ ୨ ଦିନ ହେଲା କରୋନା ସଂକ୍ରମଣ ହଜାରେ ତଳେ ଥିଲେ ବି ଏବେ ଶିଶୁଙ୍କ ସଂକ୍ରମଣ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟାରେ ପୁଣି ଶହେ ପାର୍‌ କରିଛି ଶୂନରୁ ୧୮ ବର୍ଷ ବୟସ୍କଙ୍କ ସଂକ୍ରମିତ ସଂଖ୍ୟା।  ଗତ ୨୪ ଘଣ୍ଟାରେ ୧୩୮ ଜଣ ଏହି ବର୍ଗରେ କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Opposition Leader Pradipta Naik
କେମିତି ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ?

ଗତ ୧୯ ତାରିଖରେ ପ୍ରଦୀପ୍ତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ୫ ଦିନ ପରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କିଛି ଦିନ ଠିକ୍‌ ରହିବା ପରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାକୁ ଆରମ୍ଭ କଲା। ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

Boy Death
ଅନଲାଇନ୍‌ କ୍ଲାସ୍‌ ପାଇଁ ଆସିଲାନି ନେଟୱର୍କ, ପାହାଡରୁ ଖସି ଚାଲିଗଲା ଜୀବନ

ଅନଲାଇନ କ୍ଲାସ ଚିଲିକା ମାଛ ଆକାଶ କଂୟା ସଦୃଶ ହୋଇଛି। ଦାରିଦ୍ର୍ୟ ଓ ଅନୁନ୍ନତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ଅପହଞ୍ଚ। ଅଧିକାଂଶ ଅଞ୍ଚଳରେ ପିଲା ଅନଲାଇନ୍‌ କ୍ଲାସ କଣ ଜାଣିନାହାନ୍ତି। ତେଣୁ ଏହି ଅନଲାଇନ୍‌ କ୍ଲାସ ଏବଂ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। 

acf soumya ranjan mohapatra
ସୌମ୍ୟଙ୍କୁ ଚିକିତ୍ସା କରିଥିବା ୩ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ୍‌ର ଜେରା

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଆଗଉଛି, ସେତେ ନୂଆ ନୂଆ ଚରିତ୍ର ସାମନାକୁ ଆସିବାରେ ଲାଗିଛନ୍ତି। ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଚାଲିଛି ମାରାଥନ୍ ଜେରା। ସହକର୍ମୀ ଏସିଏଫ୍, ଫରେଷ୍ଟ ଗାର୍ଡ, ରୋଷେୟା, ଜଗୁଆଳୀ, ମାଳି ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଜଣ ଜଣଙ୍କୁ ଡାକି ଜେରା କରିଥିଲା ସିବି। 

bhadrak mla's car accident
ବିଧାୟକଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକ୍‌ ବିଧାୟକଙ୍କ କାର୍‌କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ନିକଟରେ ଏହି ଦୁର୍ଘଟଣା ଘଟିଛି।

Covid test Children
ଚିନ୍ତା ବଢାଉଛି କରୋନା ଟ୍ରେଣ୍ଡ୍: ବଢିଲା ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତଙ୍କ ସଂଖ୍ୟା

୪୧୫ ଲୋକାଲ କେସ୍ ହୋଇଥିବା ବେଳେ, ୫୭୮ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି।  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

youth held for cheating people
ମାଛ ତେଲରେ ମାଛ ଭାଜି ମାଲାମାଲ୍‌ ହେଉଥିଲେ, ଶେଷରେ ସାମ୍ନାକୁ ଅସିଲା କଳାକାରନାମା

ମାଛ ତେଲରେ ମାଛ ଭାଜୁଥିଲେ। ଠକେଇର ଅଭିନବ ଉପାୟ ପ୍ରୟୋଗ କରି ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କାର ଚୁନ ଲଗାଉଥିଲେ। ହେଲେ ଏହି କଳାକାରନାମା ବେଶୀ ଦିନ ତିଷ୍ଠି ରହି ପାରିଲା ନାହିଁ। 

Award Ceremony of Indian Hockey Team
୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ହେବ ଓଡିଶା

ମୁଖ୍ୟମନ୍ତ୍ରୀ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଅବସରରେ ଓଡିଆ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଦିଆଯାଇଛି ତାଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Kiss
KISSକୁ ବଡ଼ ଝଟ୍‌କା, ମୁହଁ ଫେରାଇନେଲା WAU

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ ବା କିସ୍‌ରେ ହେବନି ବିଶ୍ୱ ନୃତ୍ତତ୍ୱ ସମ୍ମିଳନୀ । ନିଜେ ଏକଥା ସ୍ପଷ୍ଟ କରିଛି ବିଶ୍ୱ ଆନ୍ଥ୍ରୋପୋଲୋଜିକାଲ ୟୁନିୟନ ବା WAU ।

Rainfall
୨ ଦିନ ପ୍ରବଳ ବର୍ଷିବ

ଏପଟେ ଲଗାଣ ବର୍ଷାରେ ବେହାଲ୍ ହୋଇଛି ମାଲକାନଗିରି ଜିଲ୍ଲାର କୋରକଣ୍ଡା ଓ ଏମ୍‌ଭି-୩୭ ପୋଲ ଉପରେ ପାଣି କମୁଥିବାବେଳେ ପୋଟେରୁ, କାଙ୍କରିକୁଣ୍ଡା ଅଞ୍ଚଳରେ ପାଣି ବଢୁଛି। ମାଲକାନଗିିରିରୁ ମୋଟୁକୁ ଏବଂ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଛି।

Soumya bidyaBharati
ଆସିଲେ ନୂଆ ଚରିତ୍ର: ଘଟଣା ଦିନ ଉପସ୍ଥିତ ଥିଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି ଥାନା ପରିସରରେ ଥିବା ଗେଷ୍ଟ ହାଉସରେ ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ୫୦ ରୁ ୬୦ ପ୍ରଶ୍ନ, ଘଣ୍ଟା ଘଣ୍ଟାର ଘଣ୍ଟା-ଚକଟା ସମସ୍ତଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି। ତଦନ୍ତକାରୀ ଟିମ୍ ତଦନ୍ତର ଚତୁର୍ଥ ଦିନ ତଥା ଜେରାର ଦ୍ୱିତୀୟ ଦିନରେ ପାଳି ପଡିଥିଲା ଜଗୁଆଳି, ମାଳି ଏବଂ ଜଣେ ବନ କର୍ମଚାରୀଙ୍କର।

Afghanistan Student
ଓଡ଼ିଶାରେ ଥାଇ ଡରୁଛନ୍ତି ଆଫ୍‌ଗାନ୍‌ ଛାତ୍ର, ପରିବାରକୁ ନେଇ ଚିନ୍ତିତ ! ଶୁଣନ୍ତୁ...

ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ ।

BJP Pressmeet
ପଛୁଆ ବର୍ଗଙ୍କ ପାଇଁ କେତେ ଖର୍ଚ୍ଚ କରିଛ?: ବିଜେପି

ରାଜ୍ୟରେ ପଛୁଆ ବର୍ଗଙ୍କୁ କରାଯାଉଥିବା ଅବହେଳା ଓ ସେମାନଙ୍କ ସମସ୍ୟା ସମାଧାନ ଲାଗି କେନ୍ଦ୍ର ପଛୁଆ ବର୍ଗ କମିଶନଙ୍କୁ ଫେରାଦ ହୋଇଛି। କମିଶନଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଏନେଇ ଅନୁଧ୍ୟାନ କରିବା ଲାଗି ଓଡ଼ିଶା ଆସିବ ବୋଲି ସୂଚନା ଦେଇଛି ବିଜେପି ଓବିସି ମୋର୍ଚ୍ଚା।

Paralympics
୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ, ପଲକ କୋହିଲଙ୍କ ସହ କଥା ହେଲେ ମୋଦି

ଆସନ୍ତା ୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ । ଏଥିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହୋଇଛନ୍ତି ସାମିଲ । ତେବେ ପରା ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ପାରାଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି ।

Raksha Bandhan
କାହିଁକି ଓ କେବେଠାରୁ ପାଳନ ହେଉଛି ରାକ୍ଷୀ ପୂର୍ଣ୍ଣିମା?

ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଶାସ୍ତ୍ରରେ ଅନେକ କଥା କୁହାଯାଇଛି। ପୂରାଣ ଅନୁସାରେ,  ଦ୍ରୌପଦୀ ନିଜ ପିନ୍ଧା ଶାଢୀର ଛୋଟ କନା ଖଣ୍ଡେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଥିଲେ, ଆଉ ତାଙ୍କୁ ଭାଇ କରିଥିଲେ। ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ। କେବଳ ଏତିକି ନୁହେଁ ବରଂ ଏହି ଦିନ ବ୍ରାହ୍ଣଣମାନେ ବେଦ ଧ୍ୱନୀ କରନ୍ତି, ତେଣୁ ଏହି ପବିତ୍ର ଦିନରେ ପାଠ ପଢ଼ା ଆରମ୍ଭ କଲେ ପାଠ ଭଲ ହେଉଥିବା କୁହାଯାଏ

Hockey Team
ଭାରତୀୟ ହକି ଦଳକୁ ଓଡ଼ିଶାରେ ଭବ୍ୟ ସ୍ୱାଗତ, ସହର ସାରା ପୋଷ୍ଟର

ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ଖେଳ ପ୍ରଦର୍ଶନ ସହ ବ୍ରୋଞ୍ଜ ଜିତିଥିବା ପୁରୁଷ ହକି ଟିମ୍ ଓ ସେମି ଫାଇନାଲ୍‌କୁ ଯାଇଥିବା ମହିଳା ହକି ଟିମ୍‌କୁ ସ୍ୱାଗତ କରିଛି ଓଡ଼ିଶା ।

5t secretary  V.K Pandian
ଓଡ଼ିଆ ଅକ୍ଷର ଉପରେ ଚଢି ଅଡୁଆରେ ପାଣ୍ଡିଆନ୍ !

ଅକ୍ଷରମାଳାକୁ ବିଦ୍ୟାଦାତ୍ରୀ ସରସ୍ୱତୀ ଏବଂ ସଂଖ୍ୟାଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତୀକ ଭାବେ ବିବେଚନା କରାଯାଉଥିବାବେଳେ ତା ଉପରେ ଚାଲିବା ଠିକ୍ ନୁହେଁ ବୋଲି ବିଭିନ୍ନ ସଂଗଠନ ଓ ବୁଦ୍ଧୀଜୀବୀ ମତ ରଖିଛନ୍ତି। ଖାଲି ସେତିକି ନୁହେଁ ଅଙ୍ଗନବାଡ଼ି କେନ୍ଦ୍ରର ସେହି କୋଠରୀ କାନ୍ଥରେ ଥିବା ଜାତୀୟ ପତାକାଟି ମଧ୍ୟ ଭୁଲ୍ କରି ଅଙ୍କା ଯାଇଥିବା ଦେଖିବାକୁ ମିଳିଥିଲା।

+3 Admissions
୨୦ରୁ +୩ ନାମଲେଖା ଆବେଦନ

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ +୩ ନାମଲେଖା ପାଇଁ ଆବେଦନ। ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଗଷ୍ଟ ୨୦ରୁ ସେମ୍ବେର ୪ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୯ରୁ ୧୪ ଯାଏଁ ସାମ୍ସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିବେ ଛାତ୍ରଛାତ୍ରୀ। ଏହାସହ ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ମେରିଟ୍ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

DMET CBK Mohanty
ତୃତୀୟ ଲହର ଆସିବା ପୂର୍ବରୁ ଶିଶୁଙ୍କ ସୁରକ୍ଷା ଲାଗି ଅଧିକ ବ୍ୟବସ୍ଥା କରାଯାଉଛି

ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ ହେଉଥିବାରୁ ଦ୍ୱିତୀୟ ଲହର ସରି ସରି ଆସୁଛି । ହେଲେ ସଂପୂର୍ଣ୍ଣ ସରିନଥିବାରୁ ଏବେ ବି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।

jamun
ଶରୀର ପାଇଁ ଲାଭଦାୟକ ଜାମୁକୋଳି

ଔଷଧୀୟ ଗୁଣରେ ଭରପୁର ଜାମୁକୋଳି । ଆୟୁର୍ବେଦ ଅନୁସାରେ ଜାମୁ କୋଳିକୁ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ ଭାବେ ବିବେଚନା କରାଯାଏ। ଜାମୁକୋଳି ,ଏହାର ମଞ୍ଜି ,ଗଛର ଛାଲି ଓ ତାହାର ପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ,ସି ଓ କେରୋଟିନ୍ ରହିଛି ।

egg cotlet
ଘରେ ବନାନ୍ତୁ 'ଅଣ୍ଡା କଟଲେଟ୍'

ଅଣ୍ଡା ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ଘରେ ଘରେ ଅଣ୍ଡାକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ତେବେ ଆମେ ଆପଣ ମାନଙ୍କୁ ଅଣ୍ଡାର ଏକ ନୂଆ ଓ ସରଳ ସ୍ନାକ୍ସ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଏଗ୍ କଟଲେଟ୍’ ।

biswabandhu
ଗରିବ ମେଧାବୀ ବିଶ୍ୱବନ୍ଧୁ : ନାସାରେ କାମ କରିବାର ସୁଯୋଗ ପାଇଲେ କେନ୍ଦୁଝରର ୧୫ ବର୍ଷିୟ ଛାତ୍ର

ବୟସ ଅଳ୍ପ କିନ୍ତୁ ପ୍ରତିଭା ଅନେକ । ପ୍ରତିକୂଳ ପରିସ୍ଥିତିରେ ସଫଳତା ପାଇଛନ୍ତି । ଛୋଟ ଏକ ଗାଁରୁ ଆମେରିକାର ନାସାରେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇଛନ୍ତି ଜଣେ ମେଧାବୀ ପ୍ରତିଭାବାନ ଛାତ୍ର । ତୁଳସୀ ଦୁଇପୁତ୍ରରୁ ବାସିବା ଭଳି କେନ୍ଦୁଛରର ବିଶ୍ୱବନ୍ଧୁଙ୍କ ପ୍ରତିଭା ପିଲାଟି ବେଳୁ ଜଣାପଡିଥିଲା ।