• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସାରା ଓଡ଼ିଶାରେ ଏବେ ଅଶ୍ୱିନୀ କ୍ରେଜ୍‌ ।

  • ତାଙ୍କ କମନମ୍ୟାନ୍‌ ଅନ୍ଦାଜ ଏବେ ସବୁରିଙ୍କ ମୁହଁରେ ।

  • ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହେବା ପାଇଁ ଓଡ଼ିଶା ଆସିଛନ୍ତି । 

ନବରଙ୍ଗପୁର: ସାରା ଓଡ଼ିଶାରେ ଏବେ ଅଶ୍ୱିନୀ କ୍ରେଜ୍‌ । ତାଙ୍କ କମନମ୍ୟାନ୍‌ ଅନ୍ଦାଜ ଏବେ ସବୁରିଙ୍କ ମୁହଁରେ । ତେବେ କେନ୍ଦ୍ର ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସେ ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହେବା ପାଇଁ ଓଡ଼ିଶା ଆସିଛନ୍ତି । ଓଡ଼ିଶା ଆସିବା ପରେ ସେ କୋରାପୁଟ ରାୟଗଡ଼ା ନବରଙ୍ଗପୁର ଆଦି ଅଞ୍ଚଳ ବୁଲିଛନ୍ତି । ସାଧାରଣ ଲୋକଙ୍କ ଭଳି ଟ୍ରେନ୍‌ ଯାତ୍ରା କରିଛନ୍ତି । ସେଥିରେ ଥିବା ସାଧାରଣ ଲୋକଙ୍କ ସହ ଟ୍ରେନ୍‌ ଯାତ୍ରା ସମ୍ପର୍କୀତ ସମସ୍ୟା ନେଇ ମଧ୍ୟ ଆଲୋଚନା କାରିଛନ୍ତି । ତେବେ ଅଶ୍ୱିନୀଙ୍କ ଏଭଳି କମନମ୍ୟାନ୍‌ ଅନ୍ଦାଜ ସବୁରିଙ୍କ ମନ ମୋହି ନେଇଛି । ତାଙ୍କ ଚା’ ବିସକୁଟ୍ ଖିଆ ଷ୍ଟାଇଲ ଓ ଫୋନ୍‌ ପେ’ରେ ପେମେଣ୍ଟ କରିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ପ୍ରକଳ୍ପ ନେଇ ମଧ୍ୟ ଆଜି ବିଭିନ୍ନ ବର୍ଗରେ ଆଲୋଚନା କରିଛନ୍ତି । ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ଏବଂ ଥେରୁବାଲି-ଗୁଣୁପୁର ରେଳ ପ୍ରକଳ୍ପ ତ୍ୱରାନ୍ୱିତ ନେଇ ସେ ଆଲୋଚନା କରିଛନ୍ତି । ଜୟପୁର-ନବରଙ୍ଗପୁର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବା ପରେ କାର୍ଯ୍ୟ ଶୀଘ୍ର ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଯୋଗାଯୋଗ ରହିଲେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଆଶ୍ୱିନୀ କହିଛନ୍ତି । ରେଲୱେ ଅଧିକାରୀଙ୍କ ସହ ବୈଠକ ପରେ ନବରଙ୍ଗପୁରରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଆଜି ଅଶ୍ୱିନୀଙ୍କୁ ଜୟପୁରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।  ଜୟପୁର ସହରରେ କେନ୍ଦ୍ର ମନ୍ତ୍ରୀ ରୋଡ୍ ସୋ କରିଥିଲେ । ଏହି ଅବସରରେ ଅଶ୍ୱିନୀଙ୍କୁ ସ୍ୱାଗତ କରିଥିଲେ ସ୍ଥାନୀୟ ବାସିନ୍ଦା, ବିଜେପି ନେତା ଓ କର୍ମୀ ।

ଗତକାଲି ରାୟଗଡାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ କୋରାପୁଟ ଜିଲ୍ଲା ଗସ୍ତ କରିଥିଲେ ରେଳ ମନ୍ତ୍ରୀ । ରାୟଗଡ଼ାରୁ କୋରାପୁଟ ଯିବା ବାଟରେ ବିଭିନ୍ନ ଛକରେ ରେଳ ମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ଲକ୍ଷ୍ମୀପୁରରେ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଅଶ୍ୱିନୀ । 

ରାୟଗଡ଼ାରେ ପହଞ୍ଚିବା ପରେ ପ୍ରଥମେ ମାଆ ମଝିଘରିଆଣୀ ମନ୍ଦିର ଯାଇ ଦର୍ଶନ କରିଥିଲେ । ଏକ ରୋଡ୍ ସୋ କରିବା ସହ ସ୍ଥାନୀୟ ଆଦିବାସୀଙ୍କ ସହ ମିଶି ନାଚିଥିଲେ । ରାୟଗଡାରେ ନୂତନ ରେଳ ଡିଭିଜନର କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ପ୍ରସ୍ତାବିତ ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଅଶ୍ୱିନୀ । ସମସ୍ତଙ୍କ ସହଯୋଗରେ ସାମୁହିକ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି । ପୂର୍ବ ଭାରତର ସର୍ବାଙ୍ଗୀନ ଉନ୍ନତି ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ସେଥିପାଇଁ ବିଶେଷକରି ଓଡିଶା ଉପରେ ଫୋକସ କରିଛନ୍ତି କେନ୍ଦ୍ର ସରକାର ।