ଏତେ ମାତ୍ରାରେ ଚାଷ ହୋଇଥିଲେ ମଧ୍ୟ ଏହାର ଟେର୍ ପାଉନି ପୋଲିସ କିମ୍ବା ଅବକାରୀ ବିଭାଗ। ଏମିତିକି ବନବିଭାଗ ମଧ୍ୟ ନିରବି ଯାଇଥିବା ଦେଖିବାକୁ ମିଳିଛି। ପୂର୍ବବର୍ଷ ୩୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅଫିମ ଚାଷ ନଷ୍ଟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ଥିବା ଅଫିମ ଚାଷୀ କିମ୍ବା ମାଫିଆ ମାନଙ୍କୁ ଧରିବାରେ ସଫଳ ହୋଇନି ପୋଲିସ୍ କିମ୍ବା ଅବକାରୀ ବିଭାଗ।
୩ ମାସର କଅଁଳା ଛୁଆକୁ ରାସ୍ତା କଡ଼ ପିଣ୍ଡାରେ ଗଡ଼େଇ ଦେଇ ପରିବା ବିକୁଛି ମାଆ। ମାଆଟି ପାଖରେ ଉପାୟ ମଧ୍ୟ ନାହିଁ। ନହେଲେ ପେଟ ପୋଷିବ କେମିତି? ଛୁଆକୁ କ୍ଷୀର ଦେବ କେମିତି? ହେଲେ ମୟୂରଭଂଜ ଜିଲ୍ଲାର ଏହି ଆଦିବାସୀ ମାଆଟି କାହାକୁ ହାତ ପାତିନାହିଁ। ନିଜ ବଳରେ ସେ ଗୋଡ଼ କାଢ଼ିଛି ପଦାକୁ। ଏଭଳି ମାଆ ପାଇଁ ବଢ଼ି ଆସିବା କଥା ସହାୟତାର ହାତ, କିନ୍ତୁ ସାହାଯ୍ଯ କରୁଛି କିଏ?
ମୟୂରଭଂଜ ଜିଲ୍ଲା କରଞ୍ଜିଆରେ ପାରଦ କେତେ ରହିଛି, କିଭଳି ଜାଡ଼ ପଡୁଛି, ସେ ନେଇ ଦେଖନ୍ତୁ ଏ ଭିଡିଓ..
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ । ୨୬ ଟିକିଆ ହାତୀ ପଲ ଗତ ୪ଦିନ ମଧ୍ୟରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ କରିବା ସହିତ ଦୁଇଟି ଘର ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
କୁହୁଡି ପାଇଁ ଧନ ଜୀବନ ଅସ୍ତବ୍ୟସ୍ତ। ଆଜି ସକାଳୁ ସକାଳୁ କରଞ୍ଜିଆ ସହର ସମେତ ଆଖପାଖ ଅଞ୍ଚଳରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି ।
ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଂଚଳରେ ହାତୀ ଆତଙ୍କ। ଜାତୀୟ ରାଜପଥ ୪୯ର ସିଙ୍ଗିଡା ନିକଟରେ ଥିବା ପେଟ୍ରୋଲ ପମ୍ପକୁ ଗୋଟିଏ ଦନ୍ତା ହାତୀ ଚାଲି ଆସିଥିଲା । ଏଥିଯୋଗୁ ରାସ୍ତାର ଉଭୟ ପଟେ ଗାଡି ଅଟକି ରହିଥିଲା । ହାତୀ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ଦେଖନ୍ତୁ ଦୃଶ୍ୟ। ହଠାତ୍ ଜଣେ ଯୁବକ ଆସିଲେ ଆଉ ଜଣଙ୍କୁ କଟୁରୀ ଧରି ହାଣିବାକୁ ଉଦ୍ୟମ କଲେ। ଖବର ଅନୁସାରେ ଯିଏ ହାଣିବାକୁ ଉଦ୍ୟମ କରୁଛନ୍ତି ତାଙ୍କ ପତ୍ନୀଙ୍କ ସହ କେଉଁ ଜଣେ ଯୁବକ ଫୋନରେ ରାତିସାରା କଥା ହେଉଛନ୍ତି। ତେଣୁ ସେ ସନ୍ଦେହ କରି ଅନ୍ୟ ଯୁବକ ଜଣକୁ ଏମିତି ଆକ୍ରମଣ କରିବାକୁ ଉହୁଙ୍କି ଉଠୁଛନ୍ତି। କିନ୍ତୁ ଏ ସମ୍ପର୍କରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଯୁବକଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ।
ସୁଭଦ୍ରାଙ୍କ ବୟସ ୧୪ ବର୍ଷ । ସେ ଜନ୍ମରୁ ଦିବ୍ୟlଙ୍ଗ । ସୁଭଦ୍ରାର ଗୋଡ ନଥିବା ବେଳେ ଅଧ ଖଣ୍ଡିଆ ହାତ ଦେଇଛନ୍ତି ଭଗବାନ୍ । ହେଲେ ଏଥିପାଇଁ କେବେ ଭଗବାନଙ୍କୁ ଦୋଷ ଦେଇନି କି କେବେ ଉଣା କରିନି ସୁଭଦ୍ରା । ରାକ୍ଷୀ ପୂର୍ଣ୍ଣିମା ଆସିଲେ ଭାଇ ହାତରେ ରାକ୍ଷୀ ବାନ୍ଧିବ ବୋଲି ମନ କୁଣ୍ଢେମୋଟ ହୋଇଯାଏ ।