• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସଟ୍‌ଡାଉନ୍‌ ନିୟମ ଭାଙ୍ଗି ବାର୍‌ ଚଲାଇଥିବାରୁ ସିଲ୍‌ କଲା ବିଡିଏ ।

  • ସପ୍ତାହନ୍ତ ସଟ୍‌ଡାଉନ୍‌ ସମୟରେ ଖୋଲିଥିଲା ବାର୍‌ ।

  • ଚୋରାରେ ଚାଲିଥିଲା ଜୁଆ ଆଡ୍ଡା ।

ଭୁବନେଶ୍ୱର: ସିଲ୍‌ ହେଲା ବାର୍‌ । ସଟ୍‌ଡାଉନ୍‌ ନିୟମ ଭାଙ୍ଗି ବାର୍‌ ଚଲାଇଥିବାରୁ ସିଲ୍‌ କଲା ବିଡିଏ । ସପ୍ତାହନ୍ତ ସଟ୍‌ଡାଉନ୍‌ ସମୟରେ ବାର୍‌ ବନ୍ଦ ରଖିବାକୁ ନିୟମ ଥିବା ବେଳେ ଏହାକୁ ଖାତିର ନକରି ବାର୍‌ ଖୋଲାଯାଇଥିଲା । ଖାଲି ସେତିକି ନୁହେଁ ବାର୍‌ ଭିତରେ ଚୋରାରେ ଜୁଆ ଆଡ୍ଡା ମଧ୍ୟ ଜମିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୩ ଜଣ ଯୁବକ ଓ ୩ ଯୁବତୀଙ୍କୁ ଗିରଫ କରିଛି ।

ତେବେ ଗୋଟିଏ ବାର୍‌ ନୁହେଁ ଏଭଳି ନିୟମ ଉଲଂଘନ୍ କରିଥିବାରୁ ଶନିବାର ରାତିରେ ବିଡିଏ ଓ ସ୍ଥାନୀୟ ପୋଲିସ ପ୍ରଶାସନ ମିଳିତ ଭାବେ ଚଢ଼ାଉ କରି ଦୁଇଟି ବାର୍‌କୁ ସିଲ୍‌ କରିଛି । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଏହି ୨ଟି ବାର୍ ହେଲା ପେଣ୍ଟାଗନ୍ ଓ ନଶା ।

ସଟ୍‌ଡାଉନ୍‌ ସମୟରେ ବାର୍‌ରୁ ଗିରଫ ହୋଇଥିବା ଯୁବକ ଯୁବତୀଙ୍କୁ ପୋଲିସ ଥାନାକୁ ନେଇଥିଲା । ସେଠାରେ ପଚରାଉଚରା କରିଛି ।ସେମାନଙ୍କଠାରୁ ନଗଦ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ କରିଥିଲା ପୋଲିସ ।

ସୂଚନାନୁଯାୟୀ, ଗତକାଲି ରାତିରେ ଲକ୍ଷ୍ମୀସାଗର ଅଞ୍ଚଳର ପେଣ୍ଟାଗନ ହୋଟେଲରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ହୋଟେଲରେ ଚଢଉ କରିଥିଲା ।