• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରଞ୍ଜିଆ(ଦୀପକ କୁମାର ମହାନ୍ତ) :  ଦିବ୍ୟାଙ୍ଗ ଭଉଣୀ ବୁଝିଛି ସ୍ନେହ, ପ୍ରେମ, ସୁରକ୍ଷା ଓ ପ୍ରତିଶ୍ରୁତିର ପର୍ବ ରକ୍ଷାବନ୍ଧନର ମହତ୍ତ୍ୱ । ହାତ ନାହିଁ କି ଗୋଡ ନାହିଁ, ତଥାପି ରାକ୍ଷୀ ପୂର୍ଣ୍ଣିମା ଭଳି ପବିତ୍ର ଦିନରେ ନିଜ ଭାଇର ମନକୁ ଉଣା କରିନି ଦିବ୍ୟାଙ୍ଗ ସୁଭଦ୍ରା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସିଛି ମୟୂରଭଞ୍ଜ ଜିଲ୍ଲା ସୁକୃଳି ବ୍ଲକ ତେରଣ୍ଟି ଗାଁ କଲନିସାହିର ଦିବ୍ୟାଙ୍ଗ ଝିଅ ସୁଭଦ୍ରା ।

ସୁଭଦ୍ରାଙ୍କ ବୟସ ୧୪ ବର୍ଷ । ସେ ଜନ୍ମରୁ ଦିବ୍ୟlଙ୍ଗ । ସୁଭଦ୍ରାର ଗୋଡ ନଥିବା ବେଳେ ଅଧ ଖଣ୍ଡିଆ ହାତ ଦେଇଛନ୍ତି ଭଗବାନ୍ । ହେଲେ ଏଥିପାଇଁ କେବେ ଭଗବାନଙ୍କୁ ଦୋଷ ଦେଇନି କି କେବେ ଉଣା କରିନି ସୁଭଦ୍ରା । ରାକ୍ଷୀ ପୂର୍ଣ୍ଣିମା ଆସିଲେ ଭାଇ ହାତରେ ରାକ୍ଷୀ ବାନ୍ଧିବ ବୋଲି ମନ କୁଣ୍ଢେମୋଟ ହୋଇଯାଏ । ଖଣ୍ଡିଆ ହାତରେ ଭଲଭାବରେ ରାକ୍ଷୀବାନ୍ଧି ପାରେନି । ତଥାପି ସକାଳୁ ଉଠି ଗାଧୋଇପାଧୋଇ ସଜବାଜ ହୋଇ ସବୁ ବର୍ଷ ପରି ଏବର୍ଷ ମଧ୍ୟ ଭାଇ ହାତରେ ରାକ୍ଷୀ ବାନ୍ଧିଛି ଭଉଣୀ ।

ଅନ୍ୟପଟେ ଗରିବୀ ଭିତରେ ଜୀବନ ବିତାଉ ଥିଲେ ବି ସୁଭଦ୍ରାଙ୍କ ପରିବାର କାହାରି ପାଖରେ ହାତ ପତାଇ ନାହିଁ । ରାକ୍ଷୀପୂର୍ଣ୍ଣିମା ପରି ଦିନରେ ମିଠା କିଣିବାକୁ ପାଖରେ ପଇସାଟିଏ ବି ନାହିଁ, ସେଥିପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧି ସୁନପାମ୍ପୁଡି ଖୁଆଇଛି ସୁଭଦ୍ରା । ଗରିବୀ ସେମାନଙ୍କ ପବିତ୍ର ସମ୍ପର୍କରେ ବାଧା ସୃଷ୍ଟି କରିପାରିନି, ଅତି ଶ୍ରଦ୍ଧାରେ ନିଜ ଭାଇ ମଥାରେ ସିନ୍ଦୁର ଲଗାଇ ହାତରେ ରାକ୍ଷୀବାନ୍ଧି ସୁନପାମ୍ପୁଡି ଖୁଆଇ ଶୁଭ ମନାସିଛି ସୁଭଦ୍ରା ।

ସୁଭଦ୍ରାଙ୍କ ପରିବାର କହିଲେ ବିଧବା ମା ଏବଂ ଗୋଟିଏ ଛୋଟ ଭାଇ । ବାପା ୧୦ବର୍ଷ ପୂର୍ବରୁ ଚାଲଇଗେଲଣି । ୧୨୦୦ଟଙ୍କା ଭତ୍ତା ଏବଂ ଟଙ୍କାକିଆ ଚାଉଳରେ ମାସସାରା ଚଳୁଛି ପରିବାର । ସରକାରୀ ସହାୟତା ପାଇଁ ବିଭିନ୍ନ ସମୟରେ ଦାବି ହଇଥିଲେ ବି କୌଣସି ସରକାରୀ ସହାୟତା ମିଳି ପାରିନି । ଗୋଟିଏ ଭଙ୍ଗା ଦଦରା ଘରେ ସୁଭଦ୍ରାଙ୍କ ପରିବାର ଶୀତ କାକରରେ ରହୁଥିଲେ ବି ଆଜି ପର୍ଯ୍ୟନ୍ତ ଏକ ଆବାସ ଯୋଜନାରେ ଘରେଟି ଯୋଗାଇ ପାରିନି ସରକାର । ସେହିପରି ସୁଭଦ୍ରାଙ୍କ ଯିବାଆସିବା ପାଇଁ ଟ୍ର।ଇ ସାଇକେଲ ସହିତ ଆବାସ ଯୋଜନାରେ ଏକ ଘର ଯୋଗାଇ ଦେବା ପାଇଁ ସରକାରଙ୍କୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।