• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

acf soumya ranjan mohapatra
ACF ସୌମ୍ୟରଂଜନ ମୃତ୍ୟୁ ମାମଲା; ଗେଟ୍ ଜଗୁଆଳି, ରୋଷେୟାଙ୍କୁ ମାରାଥନ ଜେରା

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପୁଣି ମାରାଥନ ଜେରା କରିଛି।

 Exise Dept Employees Allegedly Taking Bribe
ସାମ୍ନାକୁ ଆସିଲା ଅବକାରୀ ବିଭାଗର ଲାଞ୍ଚ କାରବାର; ଭିଡିଓ ଭାଇରାଲ

ଅବକାରୀ ବିଭାଗର ଲାଞ୍ଚ କାରବାର ସାମ୍ନାକୁ ଆସିଛି।  ରାୟଗଡା ଅବକାରୀ ବିଭାଗରେ ଲାଞ୍ଚ କାରବାରର ଏହି ଭିଡିଓ ଭାଇରାଲ ହୋଇଛି। 

Covid Test
ଚିନ୍ତା ବଢାଇଲା ୧୮ରୁ କମ୍‌ ବୟସ୍କଙ୍କ ସଂକ୍ରମଣ, ଆଜି ୯୬ ପିଲା ବାହାରିଲେ ପଜିଟିଭ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଚିନ୍ତା ବଢୁଛି। କୋଭିଡ ତଥ୍ୟକୁ ଦେଖିବା ପରେ ତୃତୀୟ ଲହରର ପଦଧ୍ୱନୀକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ରାଜ୍ୟବାସୀ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Road Problem
ସ୍ୱାଧୀନତାର କେତେ ବର୍ଷ ପରେ ମୌଳିକ ସୁବିଧା ପାଇବେ ଲୋକେ?

ଗାଁ ର ଚାରି କଡରେ ରହିଛି ବିଲ। କେନାଲ ଠାରୁ ଗାଁକୁ ଯିବାକୁ ହେଲେ ଆପଣଙ୍କୁ ବିଲ ଭିତରେ ପାଣି କାଦୁଅରେ ପଶିବାକୁ ପଡ଼ିବ। ମୋଟ୍‌ ଉପରେ କହିବାକୁ ଗଲେ, ଯାଜପୁର ପୌରପାଳିକାର ୧୪ ନଂ ୱାର୍ଡର ହରିପୁର ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା ଟିଏ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ

Corona Virus
'୧୮ବର୍ଷରୁ କମ୍ ବୟସ୍କଙ୍କୁ ସଂକ୍ରମଣ ଆଶଙ୍କା ସବୁଠୁ ବେଶୀ'

ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ଟିକାର ଦୁଇଟି ଯାକ ଡୋଜ୍ ନେବା ସହ ସଠିକ୍ କୋଭିଡ୍ ନିୟମ ମାନିବାକୁ ପଡ଼ିବ। ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି- ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ଦେଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି।

Kotia
ଫାଟୁସିନେରୀରେ ମୁହାଁମୁହିଁ ସ୍ଥିତି: କାହାରିକୁ ପୁରାଇ ଦେବୁନି କହିଲେ ତାରା

ସାଂସଦ ଜୟରାମ ପାଙ୍ଗି ତଥା ଜିଲ୍ଲାର ଅନ୍ୟାନ୍ୟ ରାଜନୈତିକ ନେତୃବୃନ୍ଦ ତଥା ଆମ କୋଟିଆ ସଂଗଠନର ସଦସ୍ୟ ଏହି ବାରିକେଡ୍ ଲଗାଯାଇଥିବା ସ୍ଥାନରେ ଉପସ୍ଥିତ ରହି ପରିସ୍ଥିତିର ତଦାରଖ କରୁଥିବା ଦେଖାଯାଇଛି। 

ଅନ୍ତର୍ଜାତୀୟ ଖେଳାଳି
ଦାଦନ ଖଟୁଛନ୍ତି ଅନ୍ତର୍ଜାତୀୟ ଖେଳାଳି

ଦିନେ ହାତରେ ହକିଷ୍ଟିକ୍ ଧରି ନିଜର ପଡ଼ିଆରେ ନିଜର ଯାଦୁ ଦେଖାଉଥିବା ସନ୍ତୋଷ ଏବେ ଘରେ ଚାଷବାସ କରୁଛନ୍ତି। ଚାଷ କାମ ସରିଲେ ଗୋଆ ଯାଇ ଦାଦନ ଖଟୁଛନ୍ତି। ବଡ଼ କଥା ହେଉଛି ଇଗ୍ନେଶ, ପ୍ରବୋଧ ଓ ଦୀପଗ୍ରେସଙ୍କ ଭଳି ୧୦ରୁ ଅଧିକ ହକି ଖେଳାଳି ସନ୍ତୋଷଙ୍କ ଗାଁରୁ ବାହାରିଛନ୍ତି। ମାତ୍ର ସନ୍ତୋଷ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛନ୍ତି।

old vehicles
 ରାଜ୍ୟରୁ ହଟିବ ପୁରୁଣା ଗାଡ଼ି

ରାଜ୍ୟରୁ ହଟିବ ପୁରୁଣା ଗାଡ଼ି। ୧୫ ବର୍ଷରୁ ଅଧିକ ଅବଧିର ପୁରୁଣା ଅନ୍‌ଫିଟ୍‌ ଗାଡ଼ି ରାସ୍ତାରୁ ହଟିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଘୋଷଣା କରିଛନ୍ତି। 

ACF soumya ranjan mohapatra
ସୌମ୍ୟଙ୍କ ଦୁଇ ସହକର୍ମୀ ACF ଓ ରୋଷେୟାଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା। ଏହି ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିିଏଫ୍‌ଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଲଗାତର ୪ ଘଣ୍ଟା ଧରି କ୍ରାଇମବ୍ରାଞ୍ଚର ଟିମ୍‌ ସେମାନଙ୍କୁ ପଚରାଉଚରା କରିଛି।

benefits of mustard oil
ମାଂସପେଶୀ ଏବଂ ହାଡ ମଜବୁତ କରେ ସୋରିଷ ତେଲ, ଜାଣନ୍ତୁ ଏହାର ଅନେକ ଲାଭଦାୟକ ଗୁଣ

କର୍ମମୟ ଜୀବନ ଭିତରେ ଆମେମାନେ ନିଜକୁ ସମୟ ଦେଇପାରୁନା । ବିଶେଷକରି ମହିଳାମାନେ ନିଜର ବିଶେଷ ଯତ୍ନ ନେଇପାରନ୍ତି ନାହିଁ । ଏହି କାରଣରୁ, ଅନେକ ମହିଳା ପ୍ରାୟତଃ କ୍ଲାନ୍ତ ଏବଂ ଅସ୍ଥିର ଅନୁଭବ କରିଥାନ୍ତି । ଏକ ସହଜ ଉପାୟ ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇ ପାରିବେ । ଶରୀର ପାଇଁ ରାମବାଣ ଭଳି କାମ କରେ ସୋରିଷ ତେଲ । ସୋରିଷ ତେଲରେ ଭିଟାମିନ୍, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍, ଆଇରନ୍ ଇତ୍ୟାଦି ଔଷଧୀୟ ଗୁଣ ଭରପୂର ରହିଥାଏ । ଏହା ଶରୀରର ମାଂସପେଶୀ ଏବଂ ହାଡକୁ ମଜବୁତ କରିଥାଏ । ସୋରିଷ ତେଲରେ ଶରୀରକୁ ମାଲିସ୍ କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ ।

odia recipe
ଘରେ ବନାନ୍ତୁ ଚଟପଟା ‘ଛଚିନ୍ଦ୍ରା ମସଲା’

ସାଧାରଣତଃ ଚଟପଟା ରେସିପି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ଯେ କୈଣସି ପରିବାରେ ତରକାରୀ ହେଉ କି ଭଜା ତିଆରି କଲେ ତାହାକୁ ଆଉ ଟିକେ ଚଟପଟା କରିଲେ ଖାଇବାର ସୁଆଦ ଆହୁରି ବଢି ଯାଇଥାଏ । ତେବେ ଆମେ ଆପଣମାନଙ୍କୁ ଛଚିନ୍ଦ୍ରାର ଏକ ନୂଆ ଓ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ ଛଚିନ୍ଦ୍ରା ମସଲା ’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

 brown sugar seized
ଡିଲ୍‌ ବେଳେ ଧରାପଡ଼ିଲା ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର

ରାଜ୍ୟରେ ବଢୁଛି ନିଶା କାରବାର। ବିଶେଷକରି ଧଳା ଜହର ଯେମିତି ମଣିଷ ସମାଜକୁ ଗ୍ରାସ କରିବାକୁ ବସିଛି।  ଭୁବନଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ ନିୟମିତ ଚାଲିଛି ଏଇ ଧଳା ଜହର କାରବାର। 

homeguard saves live
ଦେବଦୂତ ସାଜି ଯୁବକଙ୍କୁ ଉଦ୍ଧାର କଲେ ହୋମଗାର୍ଡ

ବେଳାଭୂମି ବୁଲିବାକୁ ଆସି ପଡ଼ି ଯାଇଥିଲେ ମୃତ୍ୟୁ ଯନ୍ତାରେ। ହେଲେ ଦେବଦୂତ ସାଜିଲେ ହୋମଗାର୍ଡ। ସମୁଦ୍ରରେ ବୁଡି ଯାଉଥିବା ବେଳେ ଜଣେ ଯୁବକକୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛନ୍ତି ସେଠାରେ ଡ୍ୟୁଟି କରୁଥିବା ଜଣେ ହୋମଗାର୍ଡ  ।

Lover Arrested For Killing Infants
ପ୍ରେମିକାଙ୍କ ସହ ମିଶି ୨ ନବଜାତକଙ୍କୁ ହତ୍ୟା କଲେ, ଶେଷରେ ପ୍ରେମିକା ପାଇଁ ଧରାପଡ଼ିଲେ

ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ। ଶେଷରେ ୨ ନବଜାତ ଶିଶୁକୁ ହତ୍ୟା। ଗୋଆରେ ୨ ଶିଶୁଙ୍କ ହତ୍ୟା ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ୍‌।  

DMET CBK Mohanty
ଶୂନରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ ସଂକ୍ରମଣ ବଢିପାରେ-DMET

ଶିଶୁ ଏବଂ କିଶୋରଙ୍କ ସଂକ୍ରମଣ ପ୍ରସଙ୍ଗରେ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ଦେଶରେ ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି। ସେହି ଦୃଷ୍ଟିରେ ଦେଖିଲେ ରାଜ୍ୟରେ ବି ଶିଶୁ ସଂକ୍ରମଣ ହାର ପ୍ରାୟ ସମାନ ରହିଛି । ତେବେ ଆଗକୁ ଶୂନରୁ ୧୮ ବର୍ଷ ବୟସ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି।

Teachers Recruitment
ଓଡ଼ିଶାରେ ଖାଲି ପଡ଼ିଥିବା ୪୬୧୯ ଶିକ୍ଷକ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପ୍ରାର୍ଥୀମାନେ ଚୁକ୍ତି ଭିତ୍ତିକ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ।

odisha school reopening
ଆଜିଠୁ ଆରମ୍ଭ ହେଲା ନବମ ଶ୍ରେଣୀ କ୍ଲାସ୍‌

ଆଜିଠାରୁ ବିଦ୍ୟାଳୟରେ ନବମ ଶ୍ରେଣୀ କ୍ଲାସ୍‌ ଆରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ କ୍ଲାସ୍‌ରୁମ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ଅନୁମତି ପତ୍ର ନେଇ ସ୍କୁଲ ଆସିଥିବା ବେଳେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା।

angul
ଅଦରକାରୀ ଲୁହାରୁ ପ୍ରସ୍ତୁତ ଭଳିକି ଭଳି ସାମଗ୍ରୀ : ଅନୁଗୁଳ ସହରକୁ ନୂଆ ରୂପ ଦେବାକୁ ନିଆରା ପ୍ରୟାସ

ଅଦରକାରୀ ଜିନିଷରୁ ତିଆରି ହେଉଛି ସୁନ୍ଦର ପ୍ରତିମୂର୍ତ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ପର୍ଯ୍ୟଟନ ବୁଠି ଲାଗିବ ଉନ୍ନତିର ଛାପ । ଭିଜନ-୨୦୨୩ ଯୋଜନା ମାଧ୍ୟମରେ ଆଗାମୀ ୨ବର୍ଷ ମଧ୍ୟରେ ଜିଲ୍ଳାର ସର୍ବାଙ୍ଗୀନ ଉନ୍ନତି କରାଯିବାନେଇ ରହିଛି କାର୍ଯ୍ୟକ୍ରମ । ସେହିକ୍ରମରେ ଅନୁଗୋଳ ସହରକୁ ସ୍ମାର୍ଟ ସିଟି ରୂପେ ସଜେଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି ।

Covid positive
ଆସିଲା କି ତୃତୀୟ ଲହର ? ଆଜି ବି ୧୮ ବର୍ଷରୁ କମ୍ ବର୍ଗର ୧୦୪ ରୋଗୀ ଚିହ୍ନଟ

ଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ଘାରିଲାଣି ତୃତୟ ଲହରର ଭୟ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳେ ରହୁଛି। ହେଲେ ଆଜି ୧୮ ବର୍ଷରୁ କମ୍ ବର୍ଗର ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

PURI-SRIMANDIRA-NEW
ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ, ମିଳିଲା କାଳିଆ ଦର୍ଶନ

ଅପେକ୍ଷାର ହେଲା ଅନ୍ତ । ଖୋଲିଲା ଶ୍ରୀମନ୍ଦିର। ମହାବାହୁଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ମିଳିଲା ଭକ୍ତଙ୍କୁ।

Afghan woman
ତାଲିବାନ ଆମକୁ ମାରିଦେବ, ସେଠି ଝିଅଙ୍କ ଅଧିକାର କିଛି ନାହିଁ: କାବୁଲ ଫେରନ୍ତା ମହିଳା

ସହରରେ ତାଲିବାନ ସେନା ପଶିବା ପରେ କାବୁଲବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତାଲିବାନ କ୍ଷମତାକୁ ଆସିବା ପରେ, ସଂଗଠନର ଟପ୍ ନେତା ମୁଲ୍ଲା ବରାଦର୍ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Bhadrak Road
ଏମାନେ ସବୁ ଖାଇଦେବେ: ଜଳାଶୟ ସ୍ଥାନରେ ରାସ୍ତା ନିର୍ମାଣ ହୋଇଥିବା ଦେଖାଇ ପଇସା ନେଇଗଲେ...

ରାଜ୍ୟ ସରକାରଙ୍କଠାରୁ ପୌରନିର୍ବାଚନର ଆଭାସ ପାଇବା ପରେ ଏବେ ସକ୍ରିୟ ହୋଇଛନ୍ତି ପୌରପାଳିକର ଆଶାୟୀ ପ୍ରାର୍ଥୀ । ବିଧାୟକ ଓ ପୌରପାଳିକାର ପ୍ରଶାସନକୁ ହାତ ବାରିସି କରି ନିଜ ୱାର୍ଡ଼ରେ ଦିନ ରାତି କରୁଛନ୍ତି ବିଭିନ୍ନ କାମ । ନା ଏମାନଙ୍କ କାମକୁ ତଦାରଖ କରୁଛନ୍ତି ବିଭାଗୀୟ ଅଧିକାରୀ ନା ଯନ୍ତ୍ରୀ । ଯେନତେନ ପ୍ରକାରରେ କାମ ସାରିଦେଇ ବିଲ କରି ନେଇଯାଉଛନ୍ତି ଆଉ କୁଜିନେତା ଓ ବିଭାଗୀୟ ଠିକାଦର ହେଉଛନ୍ତି ମାଲେମାଲ୍‌

reopening of Puri Jagannath temple
ରାତି ପାହିଲେ ଶ୍ରୀକ୍ଷେତ୍ରବାସୀଙ୍କ ଦର୍ଶନ ପାଇଁ ଖୋଲିବ ଶ୍ରୀମନ୍ଦିର

୮ ପ୍ଲାଟୁନ୍ ଫୋର୍ସ ସହ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରୁ ଦିନ ୧୦ଟା ୩୦, ପୁଣି ୧୧ଟାରୁ ୨ଟା ୩୦ ଏବଂ ଶେଷରେ ଅପରାହ୍ଣ ୩ଟା ୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। ଶ୍ରଦ୍ଧାଳୁମାନେ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ।