Advertisment

ମନ୍ତ୍ରୀଙ୍କ ରାୟପୁର ଘରେ ପହଞ୍ଚିଲା ଓଟିଭି ଟିମ୍

ମମିତା ମେହେର ହତ୍ୟାକାଣ୍ଡର ପ୍ରମୁଖ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁରସ୍ଥିତ ଘରେ ପହଞ୍ଚିଥିଲା ଓଟିଭି ଟିମ୍। ରାୟପୁରରେ ଥିବା ଘରେ ହିଁ ଦିବ୍ୟଶଙ୍କର ଗୋବିନ୍ଦ ସାହୁ ଏବଂ ମମିତାଙ୍କ ମଧ୍ୟରେ ବୁଝାମଣା କରାଇବା ଲାଗି ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଥିଲେ ଦୁଇ ବରିଷ୍ଠ ରାଜନେତା

author-image
Sarbeswar
OTV

OTV

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡର ପ୍ରମୁଖ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁରସ୍ଥିତ ଘରେ ପହଞ୍ଚିଥିଲା ଓଟିଭି ଟିମ୍। ରାୟପୁରରେ ଥିବା ଘରେ ହିଁ ଦିବ୍ୟଶଙ୍କର ଗୋବିନ୍ଦ ସାହୁ ଏବଂ ମମିତାଙ୍କ ମଧ୍ୟରେ ବୁଝାମଣା କରାଇବା ଲାଗି ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଥିଲେ ଦୁଇ ବରିଷ୍ଠ ରାଜନେତା । ପ୍ରଥମେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗକୁ ଉଠାଇଥିଲେ। ଏପିରିକି ଏ ନେଇ ଡିଆଇଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଭିଯୋଗ କରିଥିଲେ ନରସିଂହ ।

Advertisment

ତେବେ ଗୋବିନ୍ଦ ଏବଂ ମମିତାଙ୍କ ମଧ୍ୟରେ ଏମିତି କି ବିବାଦ ହୋଇଥିଲା ଯେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ହସ୍ତକ୍ଷେପ କରି ବୁଝାମଣା କରିବାକୁ ପଡିଥିଲା ? ଏହା ଏବେ ବି ରହସ୍ୟ ଘେରରେ ରହିଛି। ତେବେ ତଦନ୍ତ ବେଳେ ପୋଲିସ ଏହି ଦିଗ ପ୍ରତି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି । ରାୟପୁର ସହରରେ ଥିବା କୁଲ୍ ହୋମ୍ ଆପାର୍ଟମେଣ୍ଟର ଇ-ବ୍ଲକରେ ଥିବା ଫ୍ଲାଟ୍ ନମ୍ବର ୨୦୩ ଦିବ୍ୟଶଙ୍କରଙ୍କ ନାଁରେ ରହିଛି।

Advertisment

ସେପଟେ, ମମିତାଙ୍କ ପରିବାରକୁ ଭେଟିଲେ ବିଜେପି ନେତା। ବଲାଙ୍ଗିର ଝରଣୀ ଗାଁକୁ ଯାଇ ମମିତାଙ୍କ ମାଆ, ବାପାଙ୍କ ସହ କଥା ହୋଇଛନ୍ତି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଭି. ଶ୍ରୀନିବାସନଙ୍କ ନେତୃତ୍ୱାଧୀନ ଟିମ୍। ଏହାସହ ଓଡ଼ିଶାର କିଛି ବରିଷ୍ଠ ନେତା ବି ମମିତାଙ୍କ ଘରକୁ ଯାଇଛନ୍ତି । ଭି.ଶ୍ରୀନିବାସନ, ସାଂସଦ ସୁନିତା ଦୁଗଲ, ବରିଷ୍ଠ ନେତ୍ରୀ ରୁପା ମିତ୍ରଙ୍କ ସହ ବରିଷ୍ଠ ନେତା ମାନେ ଏଥିରେ ରହିଛନ୍ତି ।ହତ୍ୟା ମାମଲାରେ ଅଭିଯୁକ୍ତକୁ କଡ଼ା ଦଣ୍ଡ ଦେବାକୁ ବିଜେପି ଦାବି କରିଛି। ଏହାସହ ପୀଡ଼ିତାଙ୍କ ପରିବାର ପାଇଁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଆଜି ଘଟଣାର ଅନୁଧ୍ୟାନ ପରେ ଏନେଇ ସବିଶେଷ ରିପୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦେବ ଟିମ୍।

Odisha Police Otv Mamita Murder Case
Advertisment
Advertisment