/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635494144.jpg)
ଓଡ଼ିଆ ବୀର ଯବାନ ଅଜୟ ଭଞ୍ଜ
ବାରିପଦା(ମାନିକ ଲାଲ ପାଣି): ଜଣେ ଓଡ଼ିଆ ପୁଅ ଯିଏକି ଭାରତ-ପାକିସ୍ତାନ ଯୁଦ୍ଧର ମୂକସାକ୍ଷୀ। ଖାଲି ଏତିକି ନୁହେଁ,୧୯୬୫,୧୯୭୧ ଯୁଦ୍ଧ ଏବଂ ୨୦୦୦ କାରଗିଲ ଯୁଦ୍ଧର ଜଣେ ବୀର ଯବାନ। ତାଙ୍କର ନିର୍ଦ୍ଦେଶରେ ଏୟାର ଡିଫେନ୍ସ ସିଷ୍ଟମ କଂଟ୍ରୋଲ ହେଉଥିଲା। ସେ ସୁଇଜ ଚିପିଲେ ସାରଫେଷ୍ଟ ଟୁ ଏୟାର ମିଜାଇଲ ଫାୟାର ହେଉଥିଲା। ଆଉ ସେ ଅପରେଟିଂ କରୁଥିବା ରାଡାର ସିଷ୍ଟମ ଭାରତକୁ ବାହ୍ୟ ଶତ୍ରୁ ପକ୍ଷରୁ ଭାରତକୁ ସୁରକ୍ଷା ଦେଉଥିଲା। ସେ ହେଉଛନ୍ତି ଓଡ଼ିଆ ବୀର ଯବାନ ଅଜୟ ଭଞ୍ଜ। ଯିଏକି ନିଜ ଜୀବନର ୪୦ବର୍ଷ ଭାରତର ସୁରକ୍ଷା ପାଇଁ ଉତ୍ସର୍ଗ କରିଛନ୍ତି। ଆସନ୍ତୁ ଜାଣିବା ଅଜୟଙ୍କ ସେଇ ବିଜୟ କାହାଣୀ।
ବାରିପଦାର ଅମ୍ବିକା ସାହିରେ ରୁହନ୍ତି ଅଜୟ କୁମାର ଭଞ୍ଜ । ବୟସ ୭୫ବର୍ଷ ହେବ। ଅଜୟ ୧୭ବର୍ଷ ବୟସରେ ଭାରତୀୟ ବାୟୁ ସେନାରେ ଯୋଗ ଦେଇଥିଲେ। ମାଇନିଂ ଡିପ୍ଲୋମା ଅଜୟଙ୍କୁ ୧୯୬୫ ମସିହାରେ ୟଙ୍ଗ ଏୟାର ମେନ ହିସାବରେ ଆଗ୍ରାସ୍ଥିତ ଏୟାର ବେସରୁ ଦିଲ୍ଲୀ ଏୟାର ବେସକୁ ପଠାଯାଇଥିଲା। ଆଉ ସେହି ଠାରେ ସେ ଭାରତୀୟ ବାୟୁ ସେନା ରାଡରର ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରିଥିଲେ।
୧୯୭୧ ମସିହାରେ ପାକିସ୍ତାନ ସହ ଭାରତର ଯୁଦ୍ଧ ବେଳେ ସାରଫେଷ୍ଟ ଟୁ ଏୟାର ରାସିୟାନ ମେଡ ମିଜାଇଲ ରାଡାର ସିଷ୍ଟମରେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। କରାଚୀ ପଟୁ କାଳେ ଭାରତକୁ ଆକ୍ରମଣ କରାଯିବ, ଏଥିପାଇଁ ବିଜୟବାଡାରୁ ଆଣି ମୁମ୍ବାଇ ସ୍ଥିତ ଏୟାର ବେସରେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଅଜୟ ତାଙ୍କ ଅଭିଜ୍ଞତାକୁ ପାଥେୟ କରି ୨୦୦୦ ମସିହାରେ କାରଗିଲ ଯୁଦ୍ଧକୁ ସେ ସାମନା କରିଥିଲେ।
କାରଗିଲ ଯୁଦ୍ଧରେ ସେ ମିରାଜ ଭଳି ଯୁଦ୍ଧ ବିମାନର ରାଡାର ସିଷ୍ଟମକୁ ଅପରେଟିଂ ଦାୟିତ୍ୱ ଦିଆଯାଇଥିଲା । ଦୀର୍ଘ ବର୍ଷର ରାଡାର ସିଷ୍ଟମର ଅଭିଜ୍ଞତା ଓ ସଫଳତା ଯୋଗୁଁ ତାଙ୍କୁ ଡିଆରଡିଓରେ ମିଜାଇଲ ମେନ ଡ. ଏପିଜେ ଅବଦୁଲ କଲାମଙ୍କ ସହ କାର୍ଯ୍ୟ କରିବାକୁ ସୁଯୋଗ ମିଳିଥିଲା। ତାଙ୍କର ଦେଶ ସେବା ପାଇଁ ତାଙ୍କୁ ଅନେକ ମେଡାଲ ସହ ରାଷ୍ଟ୍ରପତି ପୁରସ୍କୃତ ହୋଇସାରିଛନ୍ତି। ଭାରତ ସ୍ୱାଧୀନତାର ୭୫ବର୍ଷ ପୂତ୍ତି ଅବସରରେ ଆଜାଦୀ କି ଅମୃତ ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)