• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଦିବ୍ୟଙ୍କ ଗୋବିନ୍ଦର କଳଙ୍କିତ କାଣ୍ଡ ଭିତରେ ଚର୍ଚ୍ଚାରେ ଛତିଶଗଡ଼ ଲିଙ୍କ୍ ।

  • ଦିବ୍ୟଶଙ୍କରଙ୍କ ରାୟପୁର ଘରେ ହୋଇଥିଲା କି ପ୍ରକାର ବୈଠକ ?

  • ଖିଅ ଧରି ବିଜୟ ଓ ନରସିଂହଙ୍କ ଟାର୍ଗେଟ୍ ପରେ ବି ନୀରବ ସରକାର ।

ଭୁବନେଶ୍ୱର (ରିପୋର୍ଟର: ଜଗଦୀଶ ଦାସ, ସଞ୍ଜୟ ଜେନା, ବରେନ୍ଦ୍ରନାଥ ପଣ୍ଡା, ମନୋରଂଜନ ମିଶ୍ର ):  ଗୋବିନ୍ଦଙ୍କ ଗୋଲକଧନ୍ଧା ଭିତରେ ମମିତା ହତ୍ୟାର ଗୁମର ଫିଟିବ କେବେ ? ନିଇତି ନୂଆ କାହାଣୀ ଆସୁଛି ସାମ୍ନାକୁ । ବରିଷ୍ଠ ନେତା ବିଜୟ ମହାପାତ୍ର ଓ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ପରେ ଏବେ ଚର୍ଚ୍ଚାରେ ମନ୍ତ୍ରୀଙ୍କ ରାୟପୁର ଘର । ଉଭୟଙ୍କ ଅଭିଯୋଗ, ସେହି ଘରକୁ ଗୋବିନ୍ଦ ଓ ମମିତାଙ୍କୁ ଡକାଇ ବିବାଦର ସମାଧାନ ପାଇଁ ମଧ୍ୟସ୍ଥି ସାଜିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର । ଯାହାର ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ବି ପୋଲିସ ଦେଇସାରିଛି । ତେବେ ମମିତା-ଗୋବିନ୍ଦଙ୍କ ମଧ୍ୟରେ ଏମିତି କେଉଁ ବିବାଦ ମୁଣ୍ଡ ଟେକିଲା ଯେ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା ? କାହିଁକି ସେ ଦିଗକୁ ଖୁଲାସା କରୁନି ପୋଲିସ ? 

ଦିବ୍ୟଙ୍କ ଗୋବିନ୍ଦର କଳଙ୍କିତ କାଣ୍ଡ ଭିତରେ ଚର୍ଚ୍ଚାରେ ଛତିଶଗଡ଼ ଲିଙ୍କ୍ । ରାୟପୁର ସ୍ଥିତ କ୍ୟାପଟେନ୍‌ଙ୍କ କୁଲ୍ ହୋମ୍ ଆପାର୍ଟମେଣ୍ଟ ଏବେ ରହସ୍ୟଘେରରେ । ବ୍ଲକ-E, ଫ୍ଲାଟ୍ ନମ୍ବର-203 । ସେହି ଫ୍ଲାଟ୍ ଯାହା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ରହିଛି । ୧୨୧୪ ସ୍କୋୟାର୍ ଫୁଟ୍‌ର ସେହି ଘର, ଯେଉଁ ଘରକୁ ନେଇ ଏବେ ହୁଲସ୍ତୁଲ ରାଜ୍ୟ ରାଜନୀତି ।

ପ୍ରଥମେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ପରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଣିଥିଲେ ସଂଗୀନ ଅଭିଯୋଗ । କହିଥିଲେ ଗୋବିନ୍ଦ-ମମିତା ବିବାଦରେ ମଧ୍ୟସ୍ଥି ସାଜି ଏହି ଘରେ କୁଆଡ଼େ ମନ୍ତ୍ରୀ ଦିବ୍ୟଶଙ୍କର କରିଥିଲେ ସମାଧାନ ବୈଠକ । ମମିତା ସହ କମ୍ପ୍ରମାଇଜ୍ ପାଇଁ ଚେଷ୍ଟା କରିଥିଲେ । ଯାହାର ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦେଇସାରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ।

ଉଭୟ ହେଭିେୱେଟ୍‌ଙ୍କ ଏଭଳି ଷଣ୍ଢୁଆସୀ ଆକ୍ରମଣ ପରେ ଏବେ ଚର୍ଚ୍ଚାରେ କ୍ୟାପ୍ଟେନ୍‌ଙ୍କ KOOL HOME ଆପାର୍ଟମେଣ୍ଟ । ଆଉ ଏହି ଚର୍ଚ୍ଚା ଭିତରେ ଆଜି ଆପାର୍ଟମେଣ୍ଟରେ ପହଞ୍ଚିଥିଲା ଓଟିଭି ।

ତେବେ ବାସ୍ତବରେ ଏମିତି କି ବିବାଦ ଉପୁଜିଲା ଯେ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଣ୍ଡ ପୁରାଇବାକୁ ପଡ଼ିଲା ? କେଉଁ ଘଟଣାକୁ ନେଇ କ୍ଷୁବ୍ଧ ଥିଲେ ମହାଲିଙ୍ଗ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ? ମମିତାଙ୍କ ସମ୍ପର୍କୀୟ ଭାଇଙ୍କୁ ସନ୍‌ସାଇନ୍ ସ୍କୁଲର ଜଣେ ସହ ଶିକ୍ଷୟିତ୍ରୀ ଫୋନକଲ୍‌ରେ ଦେଇଥିଲେ ଚାଞ୍ଚଲ୍ୟକର ତଥ୍ୟ । କହିଥିଲେ ଶିକ୍ଷାନୁଷ୍ଠାନରେ ଚାଲିଥିବା ଯୌନ କେଳେଙ୍କାରୀର ଗୁପ୍ତ ତଥ୍ୟ ପ୍ରଘଟ ପାଇଁ ପୂର୍ବରୁ ଧମକ ଦେଇଥିଲେ ମମିତା । ତେବେ ମମିତାଙ୍କ ଏହି ଧମକକୁ ନେଇ ଗୋବିନ୍ଦ ଏବଂ ମମିତା ମଧ୍ୟରେ ଉପୁଜିଥିଲା କି ବିବାଦ ? ଆଉ ସେହି ବିବାଦର ସମାଧାନ ପାଇଁ ଦିବ୍ୟଶଙ୍କର ସାଜିଥିଲେ କି ମଧ୍ୟସ୍ଥି ? ପରିବାର ଲୋକଙ୍କ କହିବା କଥା, ସ୍କୁଲ୍‌କୁ ଯିବାକୁ ଆଉ ଚାହୁଁନଥିଲେ ମମିତା । 

ଗୋବିନ୍ଦ-ମମିତା-ଦିବ୍ୟଙ୍କ ତଥାକଥିତ ବୈଠକ ସମ୍ପର୍କିତ ଅଭିଯୋଗ ନେଇ ଏବେ ଚର୍ଚ୍ଚା ଲାଗି ରହିଥିଲେ ବି ମୁହଁ ଖୋଲୁନି ମାମଲାର ତଦନ୍ତ କରୁଥିବା ପୋଲିସ ।ଏପରିକି ଏହାର ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀକୁ ଡିଆଇଜି ଦେଇଥିବା କୁହାଯାଉଛି । ଯଦି ରିପୋର୍ଟ ପାଇଛନ୍ତି ମୁଖ୍ୟମନ୍ତ୍ରୀ, ତେବେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନି ? କେହି ବି ମୁହଁ ଖୋଲିବାକୁ ନାରାଜ । ତେଣେ କୁଲ୍ ହୋମ୍‌ରେ କ୍ୟାପଟେନ୍‌ଙ୍କ କଂପ୍ରମାଇଜ୍ ମିଟିଂର ତଦନ୍ତ ନେଇ ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ । କିନ୍ତୁ ସେ କ୍ୟାମେରା ସାମ୍ନାରେ କିଛି କହିନଥିଲେ ବି ରାଜ୍ୟ ବାହାରେ ଘଟିଥିବା ଘଟଣା ସମ୍ପର୍କରେ ସେଭଳି ସୁରାଗ୍ ମିଳିନଥିବା ସୂଚନା ଦେଇଛନ୍ତି ।