• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ପ୍ରେମିକ ପାଲଟିଲା ପିଶାଚ

  • ବିବାହ ପ୍ରଲୋଭନ ଦେଖାଇ ନାବାଳିକାକୁ ଗଣଦୁଷ୍କର୍ମ

ବାଲିଗୁଡା (ଅଜିତ ନାୟକ): ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ । କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଜଣେ ଯୁବକ ଫୁଲବାଣୀ ଅଂଚଳର ଜଣେ ଯୁବତୀଙ୍କୁ ଅପହରଣ କରିବା ପରେ ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଛି । ଏହି ଘଟଣାରେ ୪ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ବାଲିଗୁଡା ଦଣ୍ଡପଦର ସାହିର ଚକାଡୋଳା ଦିଗାଳ ନାମକ ଜଣେ ଯୁବକ ଫୁଲବାଣୀ ଅଂଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ପ୍ରେମ ସମ୍ପର୍କ ରଖି ସେହି ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ହେଲେ ଯୁବତୀ ଜଣକ ନାବାଳିକା ହୋଇଥିବାରୁ ବିବାହ କରିବାକୁ ଅମଙ୍ଗ ହେଉଥିଲେ । ଯେଉଁଥିରେ ଉତକ୍ଷିପ୍ତ ହୋଇ ଗତ ୨୬ ତାରିଖରେ ପ୍ରେମିକ ତାର ୩ ଜଣ ସାଙ୍ଗଙ୍କ ସହ ମିଶି ଫୁଲବାଣୀରୁ ସମ୍ପୃକ୍ତ ଯୁବତୀଙ୍କୁ ଅପହରଣ କରିନେଇଥିଲା ।

ଚକାଡୋଳା ନିଜ ପ୍ରେମିକା ତଥା ଯୁବତୀଙ୍କୁ ଅପହରଣ କରିବା ପରେ ତାକୁ ନେଇ ଏକ ନିଛାଟିଆ ଅନ୍ଧାର ସ୍ଥାନରେ ନିଜ ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିଲା । ପରେ ଯୁବତୀ ଜଣକ ସେମାନଙ୍କ କବଳରୁ ଖସି ଆସି ନିଜ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା । ପରିବାର ଲୋକଙ୍କୁ ଉକ୍ତ ଘଟଣା ସମ୍ପର୍କରେ ଜଣାଇଥିଲା । ଘଟଣାକୁ ନେଇ ପିଡିତାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ପ୍ରେମିକ ସମେତ ତାର ୩ ସାଙ୍ଗଙ୍କୁ ଗିରଫ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ଚର୍ଚ୍ଚା ଜୋର ଧରିଛି ।

ପୂର୍ବରୁ ମଧ୍ୟ ଗତ ଅକ୍ଟୋବର ୧୬ ତାରିଖରେ ମୟୁରଭଞ୍ଜ ଜିଲ୍ଲାରେ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଦୃର୍ବୁତ୍ତମାନେ ଯୁବତୀଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ । ବୈଶିଙ୍ଗା ଥାନା କଲମା ଛକ ନିକଟରେ ଏହି ଗଣଦୁଷ୍କର୍ମ ହୋଇଥିଲା । ଯାହାକୁ ନେଇ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ସେହିପରି ମୟୂରଭଞ୍ଜ ଜିଲ୍ଲା ଶୁକୃଳିରେ ମଧ୍ୟ ସୈତାନୀ କାଣ୍ଡ ହୋଇଥିଲା । ଯେଉଁଥିରେ ଦୁର୍ବୃତ୍ତ  ଜଣେ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ ସହ ବୀଭତ୍ସ ଭାବେ ଆକ୍ରମଣ କରିଥିଲେ । ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ଡାକି ନେଇ ଏଭଳି ଅମାନୁଷିକ କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଥିଲା ।