Advertisment

ଦାବି ମାନିନିଅ, ନହେଲେ ଆଗକୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

୩୦ ଜିଲ୍ଲାର ଡ୍ରାଇଭରମାନେ ଏକାଠି ହୋଇ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରାଲିର ଆୟୋଜନ କରିଛନ୍ତି। ଏମାନେ ସମସ୍ତେ ନବୀନ ନିବାସ ଅଭିମୁଖେ ବାହାରିଛନ୍ତି।

author-image
Chandan Shishu
Driver Association Rally

Driver Association Rally

ଭୁବନେଶ୍ୱର: ରାଜଧାନୀରେ ଓଡିଶା ଡ୍ରାଇଭର ମହାସଂଘର ବିଶାଳ ଶୋଭାଯାତ୍ରା। ଶହ ଶହ ସଂଖ୍ୟାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଡ୍ରାଇଭର ମାନେ ବିଶାଳ ଶୋଭାଯାତ୍ରା କରି ଭୁବନେଶ୍ୱରକୁ ପହଞ୍ଚିଛନ୍ତି। ରସୁଲଗଡ଼, ବାଣୀବିହାର ହୋଇ ଏମାନେ ନବୀନ ନିବାସ ଅଭିମୁଖେ ଯାଉଛନ୍ତି। ହାତରେ ପ୍ଲାକାର୍ଡ, ମନରେ କ୍ଷୋଭ ନେଇ ବଢ଼ୁଛନ୍ତି ଡ୍ରାଇଭରମାନେ। 

Advertisment

ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଅନୁଗୁଳ, ବାଲେଶ୍ୱର ଭଳି ବିଭିନ୍ନ ଜିଲ୍ଲାରୁ ଡ୍ରାଇଭର ଏହି ବିକ୍ଷୋଭ ଶୋଭଯାତ୍ରାରେ ସାମିଲ ହୋଇଛନ୍ତି। କରୋନା କାଳରେ ଡ୍ରାଇଭର ମାନେ ଅହରହ କାମ କରିଥିଲେ। ହେଲେ ତାଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା। ହେଲେ ତାଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇଥିଲା। 

ରାଜ୍ୟର ୩୦ଟି ଜିଲ୍ଲାର ବହୁସଂଖ୍ୟକ ଡ୍ରାଇଭର ଏଥିରେ ସାମିଲ ହୋଇଛନ୍ତି। ନିଜର ଦାବି ପୂରଣ ପାଇଁ ଡ୍ରାଇଭରମାନେ ନବୀନ ନିବାସ ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଦୁଘର୍ଟଣା ହେଲେ ଡ୍ରାଇଭରଙ୍କୁ ସହାୟତା ରାଶି, ୨୦ ଲକ୍ଷ ଟଙ୍କା ଇନସୁରାନ୍ସ, ପ୍ରତି ୧୦୦ କିମି ଦୂରତାରେ ବସ୍ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଏବଂ ୫୫ ବର୍ଷ ପରେ ପେନସନ୍ ଭଳି ତିନିଟି ଦାବି ନେଇ ରାଜଧାନୀକୁ ଆସିଛନ୍ତି ଡ୍ରାଇଭର୍। 

Advertisment

ଏନେଇ ଜଣେ ଆନ୍ଦୋଳନକାରୀ ଡ୍ରାଇଭର କହିଛନ୍ତି ଯେ ଯଦି କୌଣସି ଡ୍ରାଇଭରଙ୍କ ଦୁର୍ଘଟଣା ହୁଏ, ତାହାହେଲେ ସରକାରଙ୍କ କୌଣସି ଆର୍ଥିକ ସହାୟତାର ବ୍ୟବସ୍ଥା ନାହିଁ। ୬୦ ବର୍ଷ ପରେ ଆମ ଲାଇସେନ୍ସ ବାତିଲ ହୋଇଯାଉଛି। ସେଥିପାଇଁ ପେନସନ୍‌ ଲାଗୁ କରିବା ପାଇଁ ଦାବି କରିଛୁ। ଏହି ଦାବି ସବୁ ସରକାର ନମାନନ୍ତି, ତାହାହେଲେ ଆଗକୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବୁ।

Bhubaneswar Odisha Driver Association
Advertisment
Advertisment