Advertisment

Police Encounter: ମହେଶକୁ ଏନକାଉଣ୍ଟର; ବାମ ଗୋଡ଼ରେ ବାଜିଛି ଗୁଳି

ମହେଶ ପୁଲିସକୁ ଦେଖି ଖସି ପଳାଇବା ପାଇଁ ଉଦ୍ୟମ କରିଥିଲା ଓ ଏଥିସହ ପୁଲିସ ଉପରକୁ ଗୁଳି କରିଥିଲା। ପୁଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ମହେଶର ବାମ ଗୋଡ଼ରେ ଗୁଳି ବାଜିଥିଲା। ତାକୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
police

police

ସମ୍ବଲପୁରରେ ଫୁଟିଲା ଗୁଳି । ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରିଛି ପୋଲିସ। ମହେଶର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ମହେଶକୁ ପୁଲିସ ପୂର୍ବରୁ ଟ୍ରାକ୍‌ କରୁଥିଲା। ଆଜି ଭୋର୍ ୫ଟା ବେଳେ ଅଇଁଠାପାଲି ଥାନା ଲମଡୁଙ୍ଗୁରୀ ନିକଟରେ ମହେଶ ଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ପୁଲିସ ମହେଶକୁ ଧରିବାକୁ ଉଦ୍ୟମ କରିଥିଲା।

ଅଧିକ ପଢ଼ନ୍ତୁ: ବାଲିଅନ୍ତାରେ ଆପାର୍ଟମେଣ୍ଟ ଲୁଟେରାର ଏନକାଉଣ୍ଟର କଲା ପୋଲିସ, ଏମ୍ସରେ ଭର୍ତ୍ତି

Advertisment

ମହେଶ ପୁଲିସକୁ ଦେଖି ଖସି ପଳାଇବା ପାଇଁ ଉଦ୍ୟମ କରିଥିଲା ଓ ଏଥିସହ ପୁଲିସ ଉପରକୁ ଗୁଳି କରିଥିଲା। ପୁଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ମହେଶର ବାମ ଗୋଡ଼ରେ ଗୁଳି ବାଜିଥିଲା। ତାକୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ମହେଶ ନାଁରେ ସମ୍ବଲପୁର ଓ ବରଗଡ଼ରେ ଅପରାଧିକ ମାମଲା ରହିଛି। ପୁଲିସ ତା’ ନିକଟରୁ ବନ୍ଧୁକ ସହ ନଗଦ ୪୦ ହଜାର ଟଙ୍କା ଜବତ କରିଛି। ଏଥିସହ ଘଟଣାସ୍ଥଳରୁ ୨ଟି ଖୋକା ଜବତ କରଛି ।

ଅଧିକ ପଢ଼ନ୍ତୁ :ଛତିଶଗଡରେ ବଡ଼ ଏନକାଉଣ୍ଟର, ୩୧ ମାଓବାଦୀ ସଫା, ୨ ଯବାନ ସହିଦ

Sambalpur Encounter
Advertisment
Advertisment