Advertisment

ଓଟିଭି ନାଁରେ ମାନହାନୀ ମାମଲା ରୁଜୁ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର: କହିଲେ....

ଓଟିଭି ନାଁରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାନହାନୀ ମାମଲା ରୁଜୁ କରିଛନ୍ତି। ଓଟିଭି, ଓଡ଼ିଶା ରିପୋର୍ଟର ଏବଂ ଅନ୍ୟ ଏକ ଚ୍ୟାନେଲ ନାଁରେ ମାମଲା ରୁଜୁ ହୋଇଛି। ମିଥ୍ୟା ଖବର ପ୍ରସାରଣ କରି ବଦନାମ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର

author-image
Sarbeswar
ଅଦ୍ୟତନ ହୋଇଛି
Dibya Shankar Mishra

Dibya Shankar Mishra

ଭୁବନେଶ୍ୱର: ଓଟିଭି ନାଁରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାନହାନୀ ମାମଲା ରୁଜୁ କରିଛନ୍ତି। ଓଟିଭି, ଓଡ଼ିଶା ରିପୋର୍ଟର ଏବଂ ଅନ୍ୟ ଏକ ଚ୍ୟାନେଲ ନାଁରେ ମାମଲା ରୁଜୁ ହୋଇଛି। ମିଥ୍ୟା ଖବର ପ୍ରସାରଣ କରି ବଦନାମ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର। ଏହାକୁ ନେଇ ତାଙ୍କ ପରିବାର ମାମଲା କରିଥିବା ମନ୍ତ୍ରୀ ପ୍ରେସ୍‌ ବାର୍ତ୍ତା କରି ଜଣାଇଛନ୍ତି।

Advertisment

ମୋଟ୍‌ ଉପରେ, ମମିତା ହତ୍ୟା ମାମଲାରେ ପ୍ରେସବାର୍ତ୍ତା ଜରିଆରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ ତମ୍ବିତୋଫାନ୍ ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ। ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ମର୍ମାହତ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହାସହ ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଥିବା ସେ ପ୍ରେସ ବାର୍ତ୍ତାରେ କହିଛନ୍ତି। କେବଳ ଏତିକି ନୁହେଁ ବରଂ ଆଇନ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

Advertisment

ଏହାସହ ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ତାଙ୍କ ଚରିତ୍ର ସଂହାର କରିଥିବା କହିଲେ ଦିବ୍ୟଶଙ୍କର। ମୋଟ୍‌ ଉପରେ ଓଟିଭି, ଓଡ଼ିଶା ରିପୋର୍ଟର ଓ ଅନ୍ୟ ଏକ ଗଣମାଧ୍ୟମ ନାଁରେ ମାମଲା ରୁଜୁ ହୋଇଛି। ମହାଲିଙ୍ଗ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା ସଂପର୍କରେ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି। କହିଛନ୍ତି, ଜନ ପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ମୁଁ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେଇଥାଏ ଆଉ ସେଠି ପରେ କିଛି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ। ମୋ ବିରୋଧରେ କିଛି ପ୍ରମାଣ ଥିଲେ ପୋଲିସ ଓ କୋର୍ଟକୁ ଦିଅନ୍ତୁ। ବାୟୁସେନାର ଆଦର୍ଶ ନେଇ ମୁଁ ରାଜନୀତିକୁ ଆସିଛି ବୋଲି ଦିବ୍ୟଶଙ୍କର କହିଛନ୍ତି। ମୁଁ ପଛେ କ୍ଷତିଗ୍ରସ୍ତ ହେବି, ଜଣେ ହେଲେ ବ୍ୟକ୍ତିକୁ ଦୁଃଖ ଭୋଗିବାକୁ ଦେବିନି ବୋଲି ସ୍ପଷ୍ଟ କରିଛନ୍ତି ଦିବ୍ୟଶଙ୍କର।

Otv Dibya Shankar Mishra Mamita Murder Case
Advertisment
Advertisment