Advertisment

ମାଟି ଦୀପର ନାହିଁ ଚାହିଦା: ବୁଡ଼ିବାକୁ ବସିଲାଣି କୌଳିକ ବୃତ୍ତି

ଦୀପାବଳୀରେ ଆଜିକାଲି ପ୍ଲାଷ୍ଟିକ ଦୀପ ଓ ଲିଚୁ ଲାଇଟ୍ ବହୁଳ ବ୍ୟବହାର ବୃଦ୍ଧି ପାଉଛି । ଧୀରେ ଧରେ କମୁଛି ମାଟି ଦୀପର ଚାହିଦା । ଏଥିପାଇଁ ଆସ୍ତେ ଆସ୍ତେ କୁମ୍ଭକାର ପରିବାରର କୌଳିକ ବ୍ୟବସାୟ ବୁଡିବାକୁ ବସିଲାଣି । ହେଲେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହୁଥିବା ହାତ ଗଣତି କୁମ୍ଭକାର ପରିବାର କୌଳିକ ବୃତ୍ତି ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
No demand for clay lamps

No demand for clay lamps

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନେଟଙ୍ଗା ଗାଁର କାରିଗର ଦୀପାବଳୀ ପାଇଁ ଜୋରସୋରରେ ଜାରି ରଖିଛନ୍ତି ଦୀପ କାମ । କିଏ ଦୀପ ତିଆରି କରୁଛି ତ କିଏ ବିକ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପୂର୍ବରୁ ଗାଁର ପ୍ରାୟ ଶହେରୁ ଅଧିକ ପରିବାର ଦୀପ ଓ ମାଟିପାତ୍ର ତିଆରି କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ପ୍ଲାଷ୍ଟିକ ଦୀପ ଓ ଲିଚୁ ଲାଇଟ୍ ଆଦିର ବହୁଳ ବ୍ୟବହାର ଲାଗି ମାଟି ଦୀପର ଚାହିଦା ନଥିବାରୁ ଅନେକ ମୁହଁ ଫେରାଇ ନେଲେଣି ପରିଶ୍ରମ ହିସାବରେ ପାରିଶ୍ରମିକ ମିଳୁନଥିଲେ ବି ହାତ ଗଣତି କିଛି ପରିବାର କୌଳିକ ବୃତ୍ତି ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି ।

Advertisment
potter in bhanjanagar କୁମ୍ଭକାର

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ପେଡ଼ାଗଡି ଗାଁରେ ବି କୁମ୍ଭକାରଙ୍କ ସମାନ ଦୁର୍ଦଶା ଗାଁର ଅନେକ ପରିବାର ମାଟି ପାତ୍ର ତିଆରି କରୁଥିବାବେଳେ ଗତ ବର୍ଷ କରୋନା ମହାମାରୀ ଯୋଗୁ ଜୀବିକା ପ୍ରଭାବିତ ହୋଇଥିଲା ବିକ୍ରି ନହୋଇ ଘରେ ପଡି ରହିଛି ଶହ ଶହ ସଂଖ୍ୟାରେ ମାଟିପାତ୍ର ।ଏଣୁ ଆଗକୁ ଦୀପାବଳୀ ଓ କାଳୀପୂଜା ଥିବାରୁ ଦ୍ୱୀପ ଓ ମାଟି ପାତ୍ର ଆଦି ଭଲ ବିକ୍ରି ହେବ ବୋଲି ଆଶା ରଖିଛନ୍ତି କାରିଗର ।

Advertisment
Potter  Potter

କଟକ ଜିଲ୍ଲା ସାଲେପୁର ବ୍ଲକ ମାଳଲେଖାନପୁରର କୁମ୍ଭକାରଙ୍କ ମଧ୍ୟ ସମାନ ସ୍ଥିତି ଏଇଠି ରୁହନ୍ତି ୨୦୦ରୁ ଅଧିକ କୁମ୍ଭକାର ପରିବାର ଦିନରାତି କୁମ୍ଭରଶାଳର ଚକ୍ରି ବୁଲିଲେ ହିଁ କୁମ୍ଭକାର ପରିବାରର ଚୁଲି ଜଳେ ହେଲେ ଏ କୂଳ ବେଉସା ଉପରେ ଏବେ କରୋନା ଦାଉ ସାଧିଛି । ଆଗକୁ ଦୀପାବଳି ଆସୁଛି ହେଲେ ଗାଁକୁ କେହି ଜଣେବି ଗରାଖ ଆସୁନାହାନ୍ତି ଦୀପ କିମ୍ବା ମାଟିପାତ୍ର ନେବାପାଇଁ ,ଫଳରେ ବହୁ ସଂଖ୍ୟାରେ ମାଟିପାତ୍ର ଆଉ ଦୀପ ସେମିତି ଘରେ ପଡିରହିଛି । କରୋନା କଟକଣା ଏବେ ଦୀପ କାରିଗର ଓ ଗରାଖ ମାନଙ୍କୁ ସନ୍ଦେହରେ ପକାଇ ଦେଇଛି । ଫଳରେ ବିକ୍ରିବଟା ନହେବାରୁ ବୃତ୍ତିକୁ ନେଇ ଏବେ ଆଶଙ୍କାରେ କୁମ୍ଭକାର ।

Happy Diwali 2021
Advertisment
Advertisment