• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 02 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 02 November 2021
Mamita Meher Case
ବିଜୟ-ସାଲୁଜାଙ୍କ ପରେ ସୌମ୍ୟରଞ୍ଜନ ବି ଦିବ୍ୟଶଙ୍କରଙ୍କୁ କଲେ ଟାର୍ଗେଟ୍‌, କହିଲେ ଏତେ ଭୟ କାହିଁକି ?

କ୍ୟାପଟେନ୍‌ଙ୍କୁ ତିନିଆଡୁ ତୀର । ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିଜୟ, ସାଲୁଜା, ସୌମ୍ୟଙ୍କ ଶାଣିତ ଆକ୍ରମଣ । କଂଗ୍ରେସ ଓ ବିଜେପି ରାୟପୁରରେ ହୋଇଥିବା ତଥାକଥିତ ବୈଠକକୁ ନେଇ ପୁଣି ଘେରିଥିବା ବେଳେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରିଛନ୍ତି ସିଧାସଳଖ ଟାର୍ଗେଟ୍ ।

Toy sweets Shop
ଆସ ଖାଇବା ସୁଆଦିଆ ଖେଳନା ମିଠା

ଆଗଭଳି ଆଉ ଲାଭ ହେଉନଥିବା ବେଳେ କେବଳ କୌଳିକ ବୃତ୍ତି କୁ ଧରି ରଖିବା ପାଇଁ ଏହି ମିଠା ତିଆରି କରାଯାଉଥିବା କହିଛନ୍ତି କାରିଗର।  ତେବେ ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ନିଜ ପରମ୍ପରା ଓ ଐତିହ୍ୟ କୁ ନ ଭୁଲି ଏହାର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ।

Wrong Treatment
ଇଏ କି ସେବା? ଜଣକ ଇଂଜେକ୍ସନ୍‌କୁ ଅନ୍ୟ ଜଣଙ୍କୁ ଫୋଡିଦେଲେ

ଡାକ୍ତର ଯେଉଁ ସାଲାଇନ୍ ଓ ଇଞ୍ଜେକସନ୍ ଦେବାକୁ କହିଥିଲେ ତା ନଲାଗି ଅନ୍ୟ ଜଣେ ରୋଗୀଙ୍କୁ ଲାଗିଥିଲା। ଘଟଣାକୁ ନେଇ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ପରିବାରଲୋକେ ଜଣାଇଛନ୍ତି।

Andhra Governor BiswoBhusan Harichandan
ଆନ୍ଧ୍ର ସରକାରଙ୍କ ଉପରେ ଖପ୍ପା ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୂର୍ବରୁ ଋଣ ଚୁକ୍ତିନାମାରେ ରାଜ୍ୟପାଳଙ୍କ ନାମକୁ କିପରି ଅନ୍ତର୍ଭୁକ୍ତ କରାଯିବ ସେନେଇ ହାଇକୋର୍ଟ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ ସମାଲୋଚନା କରିଥିଲେ ଏବଂ ଏହାର ଜବାବ ମାଗିଥିଲେ।

Green Cracker Permission
ବାଣ ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ

ଦୀପାବଳିରେ ବାଣ ଫୁଟିବ ନା ନାହିଁ, ଏନେଇ ସସପେନ୍ସ ଲାଗି ରହିଥିଲା। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ। ତେବେ ରାଜ୍ୟରେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟ ଯାଇଥିଲା ବାଣ ବ୍ୟବସାୟୀ ସଂଘ।

knife attack
ମହିଳା ଡ୍ରେସ ପିନ୍ଧି ଘରେ ପଶିଲା ! ମାଆ, ଝିଅଙ୍କୁ ଛୁରାମାଡ଼ କଲା ପଡୋଶୀ ଘରର ଯୁବକ

ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରରେ ଘରେ ପଶି ମାଆ, ଝିଅଙ୍କୁ ଛୁରାମାଡ଼ । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଡ଼ୋଶୀ ଘରର ଯୁବକ ଘରେ ପଶି ଛୁରାମାଡ଼ କରିଛି ।

Jayanarayan Mishra
’ସିନ୍ଦୂର ଫରୁଆରେ ମୁଖ୍ୟମନ୍ତ୍ରୀ’ : ମମିତା ହତ୍ୟା ମାମଲାରେ ସରକାରଙ୍କ ଉପରେ ବର୍ଷିଲେ ଜୟନାରାୟଣ

ମମିତା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ବିଜେପି ନେତା ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ ସିନ୍ଦୂର ଫରୁଆରେ ରହିଛନ୍ତି । ସଚିବାଳୟ, ବିଧାନସଭା ଯାଉନାହାନ୍ତି । କେନ୍ଦ୍ରମନ୍ତ୍ରୀ ଆସିଲେ ଘରକୁ ଡାକୁଛନ୍ତି । ବାହାରକୁ ବାହାରୁ ନାହାନ୍ତି' । କିନ୍ତୁ ରାଜନୀତି ପାଇଁ ବାହାରକୁ ଯାଉଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ଜୟନାରାୟଣ

paneer pulao recipe
ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ପନିର୍‌ ପଲାଉ’

ଏବେ ଚାଲିଛି କାର୍ତ୍ତିକ ମାସ । ସାଧାରଣତଃ ଆମ ଘର ମାନଙ୍କରେ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କୁ ପନିରର ଏକ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ପନିର୍‌ ପଲାଉ’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା ।

oil price hike
ଦର ବୃଦ୍ଧିକୁ ନେଇ ଅଣନିଶ୍ୱାସୀ ଖାଉଟି : ଲଗାତାର ୬ ଦିନ ହେଲା ବଢ଼ୁଛି ପେଟ୍ରୋଲ ଓ ଡିଜେଲ୍ ଦର

ସାଧାରଣ ଜନତାଙ୍କୁ ଅଣନିଶ୍ୱାସୀ କରୁଛି ତେଳ ଦର । ଗତ ୬ ଦିନ ଧରି ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର । ଆଜି ପୁଣି ପୁଣି ବଢିଛି ତେଲ ଦର । ଉଭୟ ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱର ପେଟ୍ରୋଲ ଦର ୧୧୦ ଟଙ୍କା ୬୮ ପଇସା ଥିବା ବେଳେ ଡିଜେଲ ଦର ୧୦୭ଟଙ୍କା ୩୮ ପଇସାରେ ପହଞ୍ଚିଛି

 Santosh Saluja
ସାଲୁଜା ଖୋଲିଲେ ଗୁମର ! ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘରେ ଘଟିଥିଲା କଣ ?

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘରେ ଘଟିଥିଲା କଣ ? ଏହାର ଗୁମର ଖୋଲିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ମମିତା ହତ୍ୟା ମାମଲାରେ ରାୟପୁର ବୁଝାମଣା ନେଇ ଖୁଲାସା କଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା । ପୂର୍ବରୁ ବିଜୟ ମହାପାତ୍ର, ନରସିଂହ ମିଶ୍ର ଏ ପ୍ରସଙ୍ଗରେ ଉଠାଇଥିଲେ, ଆଉ ଏବେ ପୁଣି ଥରେ ରାୟପୁର କଥା ଉଠାଇଛନ୍ତି କଂଗ୍ରେସ ବିଧାୟକ।

constable
ଆୟ ଠାରୁ ଧନ ଅଧିକ , କୁବେର କନେଷ୍ଟବଳ ପ୍ରସନ୍ନଙ୍କର ୭ କୋଟିର ଆୟ ବର୍ହିଭୂତ ସମ୍ପତ୍ତି

କୁବେର କନେଷ୍ଟବଳଙ୍କ ୨୧୧ଗୁଣା ଅଧିକ ସମ୍ପତ୍ତି । ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ ଅମାପ ସମ୍ପତ୍ତିର ଗୁମର ଖୋଲୁଛି । ତାଙ୍କ ଠାରୁ ପ୍ରାୟ ୭କୋଟିର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆ ଯାଇଥିବା ପ୍ରେସନୋଟ୍ ଅନୁଯାୟୀ, ପ୍ରସନ୍ନଙ୍କ ଠାରୁ ୬ କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି

Vegitable Price
ପରିବା ଦରରେ ନିଆଁ: ଭେଣ୍ଡି ୬୦ କୁ ପୋଟଳ ୮୦

କାର୍ତ୍ତିକ ମାସରେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋ ପ୍ରତି ୫୦ ଟଙ୍କା ଉପରେ ରହୁଛି। ବଜାରରେ ବାଇଗଣ, ଟମାଟୋ, ଭେଣ୍ଡି ଦର ଦେଖିଲେ ଗ୍ରାହକ ଚିନ୍ତା କରୁଛି କଣ ଓ କେତେ ପରିମାଣର ପରିବା ଘରକୁ ନେବ। ପୋଟଳ କିଲୋ ପିଛା ଚଢ଼ା ଦରରେ ବିକ୍ରି ହେଉଛି

puri
ଦୀପାବଳିରେ ଦର୍ଶନ ବନ୍ଦ : ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜାଳିବା ମନା

ଦୀପାବଳିରେ ଜଗା ଦର୍ଶନ ବନ୍ଦ । ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ । ଏହି ଅବସରରେ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହେବ । ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତିମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଁରିଆ କାଠ ଜାଳିଥାନ୍ତି ।

JIO Pohen
ଦୀପାବଳିଠାରୁ ବଜାରରେ ଉପଲବ୍ଧ ହେବ ଜିଓଫୋନ ନେକ୍ସଟ, ଜାଣନ୍ତୁ କଣ ରହିଛି ଫିଚର?

ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ

JCB
ମମିତା ହତ୍ୟାକାଣ୍ଡ: ଜେସିବି ଓ ସ୍କୁଟିକୁ ଜବତ କଲା ପୋଲିସ

ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ପୋଲିସ। ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି

somya
ମମିତା ପ୍ରସଙ୍ଗରେ ସୌମ୍ୟରଞ୍ଜନଙ୍କ ସଂପାଦକୀୟ ବାଣ : ଅତନୁଙ୍କ ଉଦାହରଣ ଦେଇ ଦିବ୍ୟଶଙ୍କରଙ୍କୁ ଟାର୍ଗେଟ

ମମିତା ମେହେର ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ଦ୍ୱାରା ପ୍ରକାଶିତ ଏକ ଦୈନିକ ଖବରକାଗଜର ସ୍ୱତନ୍ତ୍ର ସ୍ତମ୍ଭ ଆମ ଘରର ହାଲଚାଲରେ ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକ ସମ୍ପାଦକୀୟ ଲେଖିଛନ୍ତି । ଏଥିରେ ମମିତା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଦର୍ଶାଇଛନ୍ତି । ହତ୍ୟାକାଣ୍ଡର ପ୍ରାୟ ତିନି ସପ୍ତାହ ପରେ ଏକ ପ୍ରେସ ବିବୃତି ଦେଇ ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛନ୍ତି ।

bargarh
ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି : ବରଗଡରେ ବିଜେପି ପକ୍ଷରୁ ୮ ଘଣ୍ଟିଆ ବନ୍ଦ

୮ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଆଜି ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

Congress
ଆହ୍ୱାନ, ଗର୍ଜନ, ମିଶ୍ରଣ... ପ୍ରଦୀପ ମାଝୀଙ୍କ ହୋମ୍ ଗ୍ରାଉଣ୍ଡରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ପ୍ରଦୀପ ମାଝିଙ୍କ ଗଡ଼ ନବରଙ୍ଗପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ସଂକଳ୍ପ ସମାବେଶ, ମହାମିଶ୍ରଣ ପର୍ବ ଏବଂ ବିଶାଳ ସମାବେଶ ଆୟୋଜନ କରି, ଅବିଭକ୍ତ କୋରାପୁଟ ଜିଲ୍ଲା ଏବେବି କଂଗ୍ରେସର ଗଡ଼ ଅଛି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଦଳର ବହୁ ହେଭିୱେଟ୍ । ଆଉ କହିଛନ୍ତି କଂଗ୍ରେସ ଏକ ପୁରୁଣା ଦଳ ।

BJD
ତୈଳଦର ପ୍ରତିବାଦରେ ଆଜି ଆନ୍ଦୋଳନ କରିବ ଶାସକ ଦଳ

ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟ ବ୍ୟାପୀ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି ବିଜୁ ମହିଳା ଜନତା ଦଳ। ବିଶେଷ କରି ତେଲ ଦର ବହୁତ ବାଧୁଛି। ତେଲ ଦର ବଢ଼ିବା ଯୋଗୁଁ ବାକି ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢୁଛି

politics
ବିରୋଧୀଙ୍କ ମମିତା ବନାମ୍ ବିଜେଡିର ଦରବୃଦ୍ଧି ଇସ୍ୟୁ: ପଞ୍ଚାୟତ ଭୋଟ୍ ପୂର୍ବରୁ ଜୋର୍ ଧରୁଛି ପ୍ରତିବାଦ ପଲିଟିକ୍ସ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ରାଜ୍ୟ ରାଜନୀତି । ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କ ଘନଘନ ଆକ୍ରମଣ ଓ ବିକ୍ଷୋଭ ପରେ ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇ ଏହାକୁ କାଉଣ୍ଟର କରିଛି ବିଜେଡି । ପ୍ରାୟ ୩ ବର୍ଷ ପରେ କେନ୍ଦ୍ର ବିରୋଧୀ ସ୍ୱରକୁ ଶାଣିତ କରି ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗତକାଲି ରାଜଭାବନ ଆଗରେ ବିକ୍ଷୋଭ କରିଛି ଶାସକ ଦଳ

Similipal National Park
ଆଜିଠୁ ଖୋଲିବ ଶିମିଳିପାଳ, କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନିବେ ପର୍ଯ୍ୟଟକ

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ପ୍ରତି ବର୍ଷ ବର୍ଷାଋତୁରେ ଏହି ଅଭୟାରଣ୍ୟକୁ ବନ୍ଦ କରାଯାଇଥାଏ। କାରଣ ରାସ୍ତା ଖରାପ ହେଉଥିବାରୁ ସୃଷ୍ଟି ହୋଇଥାଏ ସମସ୍ୟା । ପ୍ରତି ବର୍ଷ ପରି ଏଥର ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ପଟରୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ ।

Hogh Court
ଗୁରୁବାର ଦୀପାବଳି: ବାଣ ଫୁଟାଇବାକୁ ମିଳିବ କି ଅନୁମତି?

ଏ ବର୍ଷ ଦୀପାବଳିରେ ବାଣଫୁଟାକୁ ମିଳିବ କି ଅନୁମତି ? ଆଜି ଦିନ ପ୍ରାୟ ୨ଟା ବେଳେ ମାମଲାର ଚୂଡ଼ାନ୍ତ ଶୁଣାଣି ସହ ରାୟ ପ୍ରକାଶ କରିପାରନ୍ତି ହାଇକୋର୍ଟ। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ

drugs
ଉଦଳା ଥାନା ଅଞ୍ଚଳରେ ରେଡ୍ : ଡ୍ରଗ୍ସ ଜବତ, ଜଣେ ଗିରଫ

ରାଜ୍ୟରେ ଥମୁନି ଡ୍ରଗ୍ସ କାରବାର । ମୟୂରଭଂଜ ଜିଲ୍ଲା ଉଦଳା ଥାନା ଯଇଦା ଗାଁରେ ଚଢ଼ାଉ କରି ଅବକାରୀ ବିଭାଗ ଓ ସ୍ପେସାଲ ସ୍କ୍ୱାର୍ଡ ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ଜବତ କରିଛି । ଅଭିଯୁକ୍ତ ରଜତ କୁମାର କରକୁ ମଧ୍ୟ ଗିରଫ କରିଛି ମିଳିତ ଟିମ୍

New GuideLine
ଆଜିଠୁ ଲାଗୁ ହେବ ନୂଆ ଗାଇଡଲାଇନ୍

ଆଜିଠାରୁ ଲାଗୁ ହୋଇଛି ନୂଆ କରୋନା ଗାଇଡ୍ ଲାଇନ୍ । ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ହୋଇଥିବା ଏହି ନୂଆ ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ପୂର୍ବ ପରି ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ