• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ୟ୍ୟୁଟୁବ୍‌ରେ ଫେମସ ହେଲେ ଆଦିବାସୀ ଝିଅ 

  • କୁଇ ଗୀତ ଗାଇ ଦର୍ଶକଙ୍କ ମନ କିଣିଲେ ରୋଜାଲିନ୍‌

ରାୟଗଡା (ମନୋଜ କୁମାର ପାତ୍ର ): କୁଇ ଗୀତ ଗାଇ ପାଲଟିଲେ ସୁପରହିଟ୍ ଗାୟକ । ରାୟଗଡା ନିକଟସ୍ଥ ଆଦିବାସୀ ଇଲାକାର ଶିରିଗୁଡା ଗ୍ରାମର ରୋଜାଲିନ୍‌ ହିମିରିକା । ରୋଜାଲିନ୍‌ ଆଦିବାସୀ ସମ୍ପ୍ରଦାୟର ଜଣେ ଅତି ଗରୀବ ଝିଅ ରୋଜାଲିନ୍ । ହେଲେ ଗୀତ ପ୍ରତି ତାଙ୍କର ଅହେତୁକ ଆଗ୍ରହ ରହିଛି । ମାତ୍ର ୨୪ ବର୍ଷ ବୟସରେ ସେ ୭୦ରୁ ଉର୍ଦ୍ଧ୍ୱ ଆଲବମ୍‌ ଗୀତ ଗାଇ ସାରିଲେଣି । ସେ ଗାଇଥିବା ଗୀତ ଗୁଡିକ ମଧ୍ୟରୁ ଅଧିକାଂଶ କୁଇ ଭାଷାର ଗୀତ । ରୋଜାଲିନ୍‌ଙ୍କ ସବୁ ଗୀତଗୁଡିକ ୟୁଟ୍ୟୁବ୍‌ରେ ମଧ୍ୟ ବେଶ୍‌ ଜନାଦୃତ ହେବାରେ ଲାଗିଛି । ତାଙ୍କ କଣ୍ଠରେ ସତେ ଯେପରି ଯାଦୁ ରହିଛି ଯାହା ଏବେ ସମସ୍ତଙ୍କୁ ମତୁଆଲା କରିଦେଇଛି ।

ଅତି କମ୍‌ ବୟସରେ ସେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ କୁଇ ଗୀତ ଗାଇ ଫେମସ୍‌ ହେବାରେ ଲାଗିଛନ୍ତି ରୋଜାଲିନ୍‌ । ଯାହାକି ଅବିଭକ୍ତ କୋରାପୁଟ ଜିଲ୍ଳା ସମେତ ଆଖପାଖ ଅଞ୍ଚଳରେ ବେଶ୍‌ ଚହଳ ସୃଷ୍ଟି କରିଛି ।  ଏମ୍‌.ବି.ଏ ପାଠ ପଢିବା ସାଙ୍ଗକୁ ଝାଟିମାଟିର ଚାରିକାନ୍ଥ ଭିତରେ ସେ ଅନବରତ ଜାରି ରଖିଛନ୍ତି ନିଜର ସଙ୍ଗୀତ ସାଧନା ।

ପିଲାଟି ଦିନରୁ ଗୀତ ପ୍ରତି ରୋଜାଲିନଙ୍କ ପ୍ରବଳ ଆଗ୍ରହ ରହିଥିଲା ।  ହେଲେ ଏବେ ଏହା ତାଙ୍କ ନିଶା ପାଲଟିଛି ।ବିନା ଟ୍ରେନିଂରେ ସେ ଭଳି କି ଭଳି ଗୀତ ଗାଉଛନ୍ତି ।  ରୋଜାଲିନ୍‌ ଆଗକୁ ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ସେ ୭୦ରୁ ଉର୍ଦ୍ଧ୍ୱ ଗୀତ ଗାଇ ସାରିଲେଣି । କେବଳ କୁଇ ଗୀତ ନୁହଁ, ଓଡିଆ, ତେଲୁଗୁ ଭାଷାରେ ମଧ୍ୟ ସେ ଗୀତ ଗାଉଛନ୍ତି । ବିଭିନ୍ନ ମ୍ୟୁଜିକ୍‌ ନିର୍ଦ୍ଦେଶକଙ୍କ ଷ୍ଟୁଡିଓରେ ମଧ୍ୟ ସେ ଗୀତ ଗାଉଛନ୍ତି । ତାଙ୍କର ଅନେକ କୁଇ ଗୀତ ଏବେ ଶ୍ରୋତା ମହଲରେ ବେଶ୍‌ ଆଦୃତ ଲାଭ କରିଛି । ଏମିତି କି ରୋଜାଲିନ୍‌ ଗାଇଥିବା କେତେକ ଗୀତ ୟୁଟ୍ୟୁବ୍ ମିଲିୟନ ଅତିକ୍ରମ କରିସାରିଲାଣି ।

ରୋଜାଲିନ୍‌ଙ୍କ ଏହି ସଫଳତାରେ ବେଶ୍‌ ଖୁସି ଅଛନ୍ତି ତାଙ୍କ ଫ୍ୟାନ୍‌, ସହ ଗାୟକ ସାଙ୍ଗକୁ ସଙ୍ଗୀତ ନିର୍ଦ୍ଦେଶକ । ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗକୁ ସୁଯୋଗ ପାଇଲେ ରୋଜାଲିନ୍‌ ସଙ୍ଗୀତ ଜଗତରେ ନିଶ୍ଚିତ ଭାବେ ସୁନାମ ଅର୍ଜନ କରିବେ ବେଲି ସେ ଆଶା ରଖିଛନ୍ତି ।