/odishatv-khabar/media/post_attachments/uploadimage/library/16_9/16_9_0/Murder_1741054768.jpg)
Murder
ପୁଅ ପାଲଟିଲା ନୃଶଂସ। ବାପାମା’ ଓ ଭଉଣୀଙ୍କୁ ପଥରରେ ଛେଚି କଲା ହତ୍ୟା। ଜଗତସିଂହପୁର ସଦର ଥାନା ଜୟ ବଡ଼ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।
Advertisment
ମୃତକ ମାନେ ହେଲେ ଜୟବଡ଼ ଗାଁର ବାପା ପ୍ରଶାନ୍ତ ସେଠୀ,ମା’ କନକଲତା ସେଠୀ ଓ ଝିଅ ରୋଜଲିନ ସେଠୀ। ପୁଲିସ ଅଭିଯୁକ୍ତ ପୁଅ ସୂର୍ଯ୍ୟକାନ୍ତ ସେଠୀ ଓରଫ ବଣ୍ଟିକୁ ଗିରଫ କରିଛି। ବଣ୍ଟି ଯୁକ୍ତ ଦୁଇରେ ପଢ଼ୁଛି।
ଅଧିକ ପଢ଼ନ୍ତୁ: ବିଚ୍ ରାସ୍ତାରେ ସହଦେବ ହତ୍ୟାକାଣ୍ଡ, ଧରାପଡିଲା ମୁଖ୍ୟ ଅଭିଯୁକ୍ତ
ଗତକାଲି ରାତିରେ କୌଣସି କଥାକୁ ନେଇ ବାପାମା’ଙ୍କ ସହ ବଣ୍ଟିର ବଚସା ହୋଇଥିଲା। ପରେ ବଣ୍ଟି ଉତ୍କ୍ଷିପ୍ତ ହୋଇ ବାପାମା’ ଓ ଭଉଣୀକୁ ଘରେ ଥିବା ପଥର ଓ ହେମଦସ୍ତାରେ ଛେଚି ହତ୍ୟା କରିଥିଲା। ପରେ ବାପାମା’ ଭଉଣୀକୁ ହତ୍ୟା କରିଥିବା ଗାଁ ପିଲାଙ୍କ ପାଖରେ କହିଥିଲା। ଏଥିସହ ମାର୍କେଟରେ ବସିଥିଲା। ଗ୍ରାମବାସୀ ଘଟଣାସଂପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବଣ୍ଟିକୁ ଗିରଫ କରିଥିଲା।
Advertisment
ତେବେ ବଣ୍ଟି ବାପାମା’ ଓ ଭଉଣୀକୁ କାହିଁକି ହତ୍ୟା କଲା ତାର କାରଣ ଜଣା ପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ବିଚ୍ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲା; ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ନିଶାରାଣୀ ରମା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)