• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଅସୁସ୍ଥ ଓଡିଆ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଅସୁସ୍ଥ ଯୁବକ ବାଇଧର ଘଡାଇ ଶୁକ୍ରବାର ଓଡିଶାରେ ପହଞ୍ଚିଛନ୍ତି । ବାଇଧରଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଅକ୍ଟୋବର ୨୩ ତାରିଖରେ ଏକ ଚିଠି ଲେଖି ନିବେଦନ କରିଥିଲେ । ତାସହ ଦୂତାବାସ ସହ ନିୟମିତ ଯୋଗାଯୋଗରେ ମଧ୍ୟ ଥିଲେ ବୈଜୟନ୍ତ ।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ପନ୍ତୁରୀ ଗାଁର ନିରାକାର ଘଡାଇଙ୍କ ବଡ ପୁଅ ବାଇଧର ଘଡାଇ ନିଜର ସଂର୍ପକୀୟଙ୍କ ଜରିଆରେ କର୍ମସଂସ୍ଥାନ ପାଇଁ ଦୁବାଇ ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ ଗତ ୫ ମାସ ହେବ କାମ କରି ଆସୁଥିଲେ । କିନ୍ତୁ ହଠାତ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଆରମ୍ଭ ହୋଇଥିଲା । ଚିକିତ୍ସାରେ କୌଣସି ସୁଫଳ ନମିଳିବା ସହ ଅଧିକ ଯନ୍ତ୍ରଣା କାରଣରୁ କମ୍ପାନୀ ଛାଡି ଭାରତ ଫେରି ଆସିବାକୁ ସ୍ଥିର କରିଥିଲେ ।

ହେଲେ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଚକିରିରୁ ଅବ୍ୟାହତି ଦେଇନଥିଲେ । କିମ୍ବା ବକେୟା ଦରମା ମଧ୍ୟ ଦେଉନଥିବା ବାଇଧର ପରିବାର ଲୋକଙ୍କୁ ଜଣାଇଥିଲେ ।ଅସହାୟ ବାଇଧର ସେଠାରେ ଅର୍ଥ ଅଭାବରୁ ଭୋକ ଉପାସରେ ରହୁଥିଲେ । ଏନେଇ ବାଇଧରଙ୍କ ପିତା ନିରାକାର ଘଡାଇ ପୁଅକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ । ଏଭଳି କାର୍ଯ୍ୟ ପାଇଁ ବାଇଧରଙ୍କ ପରିବାର ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ।