• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପ୍ରଦୁଷଣ ମୁକ୍ତ ଦୀପାବଳୀ ପାଇଁ ନୂଆ ପ୍ରୟାସ

  • ପ୍ରଦୂଷଣ ମୁକ୍ତ ପଞ୍ଚଗବ୍ୟ ଦୀପ

କଟକ: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଦୀପ ପ୍ରସ୍ତୁତରେ ଲାଗି ପଡିଛନ୍ତି ଗୋଟେ ପରିବାର । ପ୍ରଦୁଷଣ ମୁକ୍ତ ଦୀପାବଳୀ ପାଇଁ ନୂଆ ପ୍ରୟାସ କରିଛନ୍ତି କଟକର ରବିନ୍ଦ୍ରନାଥ ଓଝା । ମାଟି ବଦଳରେ ବୈଦ୍ୟଶାସ୍ତ୍ରରେ ଥିବା ପଞ୍ଚଗବ୍ୟ ଆଧାରରେ ପ୍ରସ୍ତୁତ ହେଉଛି ଦୀପ । ପଞ୍ଚଗବ୍ୟ ଅର୍ଥାତ ଗୋବର, ଗୋମୁତ୍ର, ଦହି, ଖୀର ଓ ଘିଅର ମିଶ୍ରଣ କରି ଦୀପ ପ୍ରସ୍ତୁତ କରୁଛନ୍ତି ରବିନ୍ଦ୍ର ଓ ତାଙ୍କ ପରିବାର । ଯାହା ଦୀପକୁ ସମ୍ପୂର୍ଣ୍ଣ ଜାଳିବା ସହିତ ପାଉଁଶରେ ପରିଣତ କରୁଛି ଏବଂ ଵାୟୁ ମଣ୍ଡଳରେ ଅମ୍ଳଜାନ ତିଆରି କରୁଛି । ଏହି ପାଉଁଶକୁ ପୁଣି ସାର ରୂପେ ଗଛରେ ବ୍ୟବହାର କରି ହେଉଛି ।

Diyas Made Of Cowdung Diyas Made Of Cowdung

ଆମେ ପୂର୍ବରୁ ଦେଖିଚେ ମାଟିରେ ପ୍ରସ୍ତୁତ ହୋଇଥିବା ଦୀପ ଆଉ ଚାଇନା ଦୀପ । କିନ୍ତୁ ପଞ୍ଚଗବ୍ୟ ଦୀପ ବିଷୟରେ ଆପଣ ଜାଣିଛନ୍ତି କି ? ଏହି ଦୀପ କୌଣସି ମାଟିରେ ପ୍ରସ୍ତୁତ ହେଉ ନାହିଁ, ବରଂ ବୈଦ୍ୟ ଶାସ୍ତ୍ରରେ ଥିବା ପଞ୍ଚଗବ୍ୟ ଆଧାରରେ ଏହି ସମସ୍ତ ଦୀପ ପ୍ରସ୍ତୁତ ହେଉଛି । ଗୋବର, ଗୋମୁତ୍ର, ଦହି, ଖୀର ଓ ଘିଅର ମିଶ୍ରଣକୁ ପଞ୍ଚଗବ୍ୟ ବୋଲି କୁହାଯାଉଛି । ଏହାର ମିଶ୍ରଣ କରି ମାଟିର ଦୀପ ସଦୃଶ୍ୟ ଏହି ଦୀପ ପ୍ରସ୍ତୁତ କରିବାର ନୂଆ ପ୍ରୟାସ କରିଛନ୍ତି କଟକର ରବିନ୍ଦ୍ରନାଥ ଓଝା । ପ୍ରଥମେ ପ୍ରଥମେ ନିଜର ପରିକଳ୍ପନାକୁ ଦୀପ ରୂପେ ବାସ୍ତବ ରୂପ ଦେଇଥିଲେ । ସେଥିରେ ସଫଳତା ମିଳିବା ପରେ ଏବେ ନିଜ ହାତରେ ହଜାର ହଜାର ସଂଖ୍ୟାରେ ଦୀପ ପ୍ରସ୍ତୁତ କରିଛନ୍ତି ରବିନ୍ଦ୍ରଙ୍କ ପରିବାର ।

ରବୀନ୍ଦ୍ର ହେଉଛନ୍ତି ଜଣେ ଗୋ ସେବକ । ସେ ଗୋ ସେବା କରୁ କରୁ ଦିନେ ସେ ଗୋବରରୁ ଦୀପ ପ୍ରସ୍ତୁତ କରିବେ ବୋଲି ପରିକଳ୍ପନା କରିଥିଲେ ଆଉ ଏବେ ତାକୁ ବାସ୍ତବ ରୂପ ଦେଉଛନ୍ତି । ଏହି ଦୀପ ସମ୍ପୂର୍ଣ୍ଣ ରୂପରେ ମାଟି ଦୀପ ଠାରୁ ଭିନ୍ନ । ଏହି ପଞ୍ଚଗବ୍ୟ ଦୀପକୁ ସାଧାରଣ ଦୀପ ଭଳି ତେଲ ଓ ସଳିତାର ବ୍ୟବହାର କରି ଦୀପ ଜାଳି ହେବ । ତେଲ ଶେଷ ହେବା ପରେ ଦୀପ ପାତ୍ରଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଉଛି ଏବଂ ସେହି ପାଉଁଶକୁ ପୁଣି ସାର ରୂପେ ଗଛରେ ବ୍ୟବହାର କରି ହେଉଛି । ଏହା ଦ୍ଵାରା ବାୟୁ ମଧ ପ୍ରଦୂଷଣ ହେବ ନାହିଁ ବରଂ ଶୁଦ୍ଧ ହେବ । ତେବେ ଗୋ ମାତାର ସୁରକ୍ଷା ଓ ଗାଈର ଜୈବିକ ପଦାର୍ଥର ପ୍ରଚାର ପ୍ରସାର ପାଇଁ ଏହି ନୂଆ ବାଟ ଆପଣାଇଛନ୍ତି ରବିନ୍ଦ୍ରଙ୍କ ପରିବାର । ଗତ ବର୍ଷ ସିମୀତ ସଂଖ୍ୟାରେ ଏହି ଦୀପ ପ୍ରସ୍ତୁତ କରାଯାଇଥିବା ବେଳେ ଏଥର ଏହି ସଂଖ୍ୟା ଢେର ବଢିଛି । ଏହି ସବୁ ଦୀପର ବିକ୍ରି ବଜାରରେ ବେସ୍ ଭଲ ରହିଛି ଏବଂ ଏହା ପ୍ରଦୂଷଣ ମୁକ୍ତ ତଥା ପରିବେଶ ଉପଯୋଗୀ ହୋଇଥିବାରୁ ଏହାକୁ ଗ୍ରାହକ ଖୁବ୍ ପସନ୍ଦ କରୁଛନ୍ତି ।