• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Bhadrak
ଚାକିରି ପଛରେ ଗୋଡ଼ାଇଲେ ନାହିଁ, ବାଡ଼ିରେ ଫସଲ କଲେ। ଏବେ ଦିନକୁ ରୋଜଗାର....

ଆଜିର ଦୁନିଆରେ ସରକାରୀ ହେଉ କିମ୍ବା ଘରୋଇ ହେଉ ସମସ୍ତେ ଚାକିରି ପଛରେ ବାୟା। ସ୍ଥିତି ଏମିତି ହେଲାଣି ଯେ, ଚାକିରିଟିଏ ମିଳିବା ଏବେ କଷ୍ଟକର ହେଲାଣି। ତେଣୁ ଏବେ ଚାକିରି ପଛରେ ନଗୋଡ଼େଇ ନିଜ ବାଡ଼ିରେ କିମ୍ବା ପାଳରେ କିଛି କରିବା ଲାଗି ଚେଷ୍ଟା କରୁଛନ୍ତି ଅନେକ ଲୋକେ

Dhenkanal
ଗୋଟିଏ ହାତରେ ଶତ୍ରୁଘ୍ନ ଯାହା କରନ୍ତି, ତିନିଟା ଲୋକ ବି ତାହା କରିପାରିବେ ନାହିଁ

ପେଟ ପୋଷ, ନାହିଁ ଦୋଷ। ଏଇ ହାତ ଜଗନ୍ନାଥ। ବାପା ମାଆ ସିନା ଜନ୍ମଦେଇ ଏ ଦୁନିଆକୁ ଆଣିଲେ, ହେଲେ କର୍ମ ତ ଦେଇ ନାହାନ୍ତି। ତେଣିକି ଯାହା ଭାଗ୍ୟରେ ଥିବ। ଏମିତି ଆମେ ସମସ୍ତେ ଭାବନ୍ତି

Vigilance Raid Tahasildar Ram chandra
ଦିନେ ଥିଲା ଟ୍ରକ ହେଲପର୍, ଏବେ ଆକାଉଣ୍ଟରେ ପୁଳା ପୁଳା କଳା ଟଙ୍କା

ତାଙ୍କ ନାଁରେ ଥିଲା ଦୁଇଟି ଭିଜିଲାନ୍ସ କେସ୍ । ତଥାପି ସେ ଦୁର୍ନୀତି ଛାଡିପାରୁନଥିଲେ । ଏବେ ପୁଣିଥରେ ଏହି ଦୁର୍ନୀତିଗ୍ରସ୍ତ ତହସିଲଦାରଙ୍କୁ ମାଡିବସିଛି ଭିଜିଲାନ୍ସ । ନିଜ ସାନଭାଇ ପାଖରେ ରଖୁଥିଲେ କଳାଟଙ୍କା ।

Boudh Accident
ସଚେତନତାର ଅଭାବ ହିଁ ଦୁର୍ଘଟଣାର କାରଣ, ସେପଟେ ଚେଇଁ ଶୋଇଛି NHAI

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବଢି ବଢି ଚାଲିଛି ଦୁର୍ଘଟଣାର ହାର । ସଡକ ଦୁର୍ଘଟଣାରେ ଅକାରଣେ ଜୀବନ ହରାଉଛନ୍ତି ଅନେକ ଲୋକ । ଭାଂଗି ଯାଉଛି ଅନେକ ପରିବାରର ହସ ଖୁସିର ସଂସାର

fire cracker
ଦୀପାବଳିରେ ଏଥର ଶୁଭିବନି କାନଫଟା ଶବ୍ଦ: ବ୍ୟବସାୟୀଙ୍କୁ ବିଳମ୍ବରେ ଅନୁମତି ଯୋଗୁଁ ବେପାର ମାନ୍ଦା

ବାଣ ଓ ଆଲୋକର ପର୍ବ ଦୀପାବଳିରେ ଏଥର ଶୁଭିନପାରେ କାନଫଟା ଶବ୍ଦ । କାରଣ ରାଜ୍ୟ ସରକାର ସବୁଜ ବାଣ ବ୍ୟତୀତ ଅନ୍ୟ ସମସ୍ତ ବାଣର ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିଥିବା ବେଳେ ବ୍ୟବସାୟୀଙ୍କୁ ବିଳମ୍ବରେ ଅନୁମତି ମିଳିଛି । ଆଉ ଏଥିପାଇଁ ବେପାର ପାଇଁ ହାତରେ ସମୟ ବି ନାହିଁ ।

arrest
ତହସିଲଦାର ରାମଚନ୍ଦ୍ର, ଭାଇ ଲକ୍ଷ୍ମଣ ଗିରଫ

ଭିଜିଲାନ୍ସ ଜାଲରେ ରାମ-ଲକ୍ଷ୍ମଣ । ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଗିରଫ । ରାମଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଭାଇଙ୍କ କଳା କାରବାର ସଂପର୍କରେ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

bhubaneswar double murder
ଜହ୍ଲାଦ ପାଲଟିଲା ସ୍ୱାମୀ: ସ୍ତ୍ରୀ ଓ ପୁଅକୁ କଲା ହତ୍ୟା

ରାଜଧାନୀରେ ଚାଂଚଲ୍ୟ। ତମାଣ୍ଡୋ ଅଂଚଳରେ ହୋଇଛି ଡବଲ ମର୍ଡର। ସୂଚନା ଅନୁସାରେ, ତମାଣ୍ଡୋ ତମାଣ୍ଡୋ ଥାନା ନାରଗଦା ଅଞ୍ଚଳରେ ଡବଲ ମର୍ଡର ହୋଇଛି। ୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି

Nabarangapur
ଗାଁ ମଶାଣି ରାସ୍ତାକୁ ଅଳିଆ ଗଦା କରିଥିଲା ପୌରପାଳିକା, ରାସ୍ତା ଉପରେ ଶବ ରଖି ଗାଁ ଲୋକେ କଲେ ପ୍ରତିବାଦ

ଅଳିଆ ଗଦାରେ ପରିଣତ ହୋଇଛି ଗାଁ ମଶାଣିକୁ ଯାଇଥିବା ରାସ୍ତା । ଏହାକୁ ବିରୋଧ କରି ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ଏମିତି ଘଟଣା ଘଟିଛି ନବରଙ୍ଗପୁର ସଦର ମୁହକୁମାସ୍ଥିତ ମାଝୀଗୁଡା ଗ୍ରାମରେ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ମଶାଣି ରାସ୍ତାରେ ନବରଙ୍ଗପୁର ପୌରପାଳିକା ଅକ୍ତିଆର କରି ଅଳିଆଗଦା କରୁଛି।

malkangiri
ସବୁଜ ଦିଶୁଛି ସ୍ୱାଭିମାନ ଅଞ୍ଚଳ : ଗଞ୍ଜେଇ ଚାଷ ଛାଡ଼ି ଅର୍ଥକାରୀ ଫସଲ କରୁଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ

ଲାଲବାହିନୀଙ୍କ ପ୍ରତ୍ୟକ୍ଷ ଇଶାରାରେ ଚାଲିଥିଲା ଗଞ୍ଜେଇ ଚାଷ । ସ୍ୱାଭିମାନ ଅଞ୍ଚଳର ଯଡାମ୍ବରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ମୁହଁ ଖୋଲିଛନ୍ତି ପଞ୍ଚାୟତବାସୀ । ବର୍ଷ ବର୍ଷ ଧରି ଲାଲବାହିନୀ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ସହ ବିପୁଳ ପରିମାଣର ଟଙ୍କା କମାଉଥିଲେ । କ୍ୟାମ୍ପ ପ୍ରତିଷ୍ଠା ପରେ ଯଡାମ୍ବ ପଞ୍ଚାୟତର ପ୍ରାୟ ୧୦ରୁ ୧୨ଟି ଗାଁର ଲୋକେ ଗଂଜେଇ ବଦଳରେ ଏବେ ଧାନ, ବିରି, ପନିପରିବା ପରି ଅନେକ ଚାଷ କରୁଛନ୍ତି

Sri Mandir
ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୨କୋଟି ୭୨ଲକ୍ଷ ଟଙ୍କା ବ୍ୟୟବରାଦ

ପରିଚାଳନା କମିଟି ମିଟିଂରେ ଶ୍ରୀମନ୍ଦିର ବଜେଟକୁ ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ମୋଟ ବଜେଟ୍ ପରିମାଣ ଏଥର ୧୯୦.୨୬ କୋଟି ଟଙ୍କା ରଖାଯାଇଛି

Santosh Singh Saluja
ଦିବ୍ୟଶଙ୍କରଙ୍କ ଜବାବର ପାଲଟା ଜବାବ ରଖିଲେ ସାଲୁଜା, କହିଲେ ଲୋକଙ୍କୁ ଭ୍ରମିତ କରୁଛନ୍ତି

ପାଲଟା ଜବାବ ରଖିଲେ ସାଲୁଜା । ମମିତା ହତ୍ୟା ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜବାବର ପାଲଟା ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

Nimapara Tehsilda
ଦକ୍ଷତା, ସ୍ୱଚ୍ଛତା ନା ଘନିଷ୍ଠତା ? ପାଞ୍ଚଟି ପାନ କାର୍ଡ କରି ଟଙ୍କା ଫାଙ୍କି ନେଉଥିଲେ ବଡ଼ ବାବୁ

ନାଁ ରାମଚନ୍ଦ୍ର ଜେନା । ବାପାଙ୍କ ନାଁ କେତେବେଳ ଖଗେଶ୍ୱର ଜେନା ତ କେତେବେଳ ବୈଷ୍ଣବ ଜେନା ପୁଣି ଆଉ କେତେବେଳେ ନାରାୟଣ ଜେନା । ଟଙ୍କା ଲୋଭରେ ବଦଳାଇ ଦେଲେ ବାପାଙ୍କ ନାଁ । ତହସିଲଦାରଙ୍କ ତିନି ଜଣ ବାପା । ଆମେ ନୁହେଁ, ତାଙ୍କ ପାନ୍ କାର୍ଡ଼ ହିଁ ଏହା ଦର୍ଶାଉଛି ।

KFC
KFC ବିକ୍ରି କରୁଛି ବାସି ଖାଦ୍ୟ ! CMCର ଅଚାନକ ରେଡ୍‌

KFCରେ ଚଢ଼ାଉ । ବାସି ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗରେ ହେଲା ଚଢ଼ାଉ । ବଡ଼ ବଡ଼ିଆଙ୍କୁ ମନଲୋଭା ଖାଦ୍ୟ, ଅତି ସୁନ୍ଦର ଭାବେ ପରଷି ଦେଉଥିବା ଏହି କେଏଫ୍‌ସସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

Aparajita Sarangi
ଅପରାଜିତାଙ୍କ ଟାର୍ଗେଟ୍‌ରେ ଦିବ୍ୟଶଙ୍କର। ସିବିଆଇ ତଦନ୍ତର ସାମ୍ନା କରନ୍ତୁ

ପୁଣି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଭିନ୍ନ ଗଣମାଧ୍ୟମରେ ନିଜର ପକ୍ଷ ରଖିବା ସହ ନିଜକୁ ସ୍ୱଚ୍ଛ ବୋଲି କହୁଥିବା କ୍ୟାପ୍ଟେନ୍ ଦିବ୍ୟଶଙ୍କରଙ୍କୁ ଅପରାଜିତା ପୁଣି ଥରେ ସମାଲୋଚନା କରିଛନ୍ତି

High court of Odisha
ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା

ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହି ନିର୍ବାଚନ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ନିର୍ବାଚନ ପାଇଁ କୋଅପରେଟିଭ ନିର୍ବାଚନ କମିଶନ ଏକ ମାସ ମଧ୍ୟରେ ନିର୍ବାଚନ ତାରିଖ ଧାର୍ଯ୍ୟ କରିବେ। ସୁନ୍ଦରଗଡ଼ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Minister Dibya Shankar Mishra intercepted by BJP Yuva Morcha member
ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଲେ ଯୁବମୋର୍ଚ୍ଚା କର୍ମୀ

ମନ୍ତ୍ରୀ ଭବାନୀପାଟଣାରୁ ନିଜ ନିର୍ବାଚନ ମଣ୍ଡଳି ଜୁନାଗଡ଼ ଅଭିମୁଖେ ପୋଲିସ ଏସ୍କର୍ଟରେ ଯାଉଥିଲେ। ଏହି ସମୟରେ ପହଞ୍ଚି ଯାଇଥିଲେ ଦୀପଜ୍ୟୋତି। ମମିତା ହତ୍ୟାକାଣ୍ଡର ୨୩ ଦିନ ପରେ କାହିଁକି ବାହାରିଲେ ବୋଲି ପ୍ରଶ୍ନ କରିବା ସହ ଇସ୍ତଫା ଦାବି କରିଥିଲେ। ଯାହାର ଏକ ଭିଡ଼ିଓ ଏବେ ଭାଇରାଲ୍ ହୋଇଛି। 

Cannabis Cultivation
ଗଞ୍ଜେଇ ଚାଷ ଓ କାରବାରକୁ ବନ୍ଦ କରିବ ‘ଅପରେସନ ପରିବର୍ତ୍ତନ’

ବେଆଇନ ଗଞ୍ଜେଇ ଚାଷ ଓ କାରବାରକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ଆନ୍ଧ୍ର-ଓଡିଶା ସୀମାରେ ଆରମ୍ଭ ହୋଇଛି ‘ଅପରେସନ ପରିବର୍ତ୍ତନ’। ଏହି ଅଭିଯାନ ଅନ୍ତର୍ଗତ ଗଞ୍ଜେଇ ଫସଲକୁ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ନଷ୍ଟ କରିବାକୁ ପୋଲିସ ହାତକୁ ନେଇଛି।

pan card
ନିମାପଡ଼ା ତହସିଲଦାରଙ୍କ ୫ଟି ପାନ୍ କାର୍ଡ଼ : କଳାଟଙ୍କା କାରବାର ପାଇଁ ମାଷ୍ଟର ପ୍ଲାନ୍

ଜଣଙ୍କ ନାଁରେ ଗୋଟିଏ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟି ପାନ୍ କାର୍ଡ । ପାନ୍ କାର୍ଡରେ ନାଁ ସମାନ ରହିଥିଲେ ମଧ୍ୟ ନମ୍ବର ଅଲଗା ଅଲଗା ରହିଛି । ପୁରୀ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କଙ୍କ ସମ୍ପତ୍ତି ଯାଞ୍ଚ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି

BJD Workers Thrash Youth Congress Leader
ବିଜେଡିର ଗୁଣ୍ଡାଗିରି: କଂଗ୍ରେସ ନେତାଙ୍କୁ ଚାରିପଟୁ ଘେରି ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ପିଟିଲେ

କଂଗ୍ରେସ ନେତାଙ୍କୁ ଚାରିପଟୁ ଘେରି ପିଟିଲେ ବିଜେଡି କର୍ମୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କୁଚିଣ୍ଡା ବିଧାନସଭା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। 

Distribution of BSKY Card
ନବୀନ କହିଲେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବ୍ୟବସ୍ଥାରେ ସାରା ଦେଶରେ ଓଡ଼ିଶା ପ୍ରଥମ

କୁଚିଣ୍ଡାରେ BSKY ସ୍ମାର୍ଟ କାର୍ଡ ବାଣ୍ଟିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ରଖିଛନ୍ତି। ରାଜ୍ୟର ସାଢ଼େ ୩ କୋଟି ଲୋକ BSKY ଦ୍ୱାରା ଉପକୃତ ହେବେ ବୋଲି କହିଛନ୍ତି।

Kaju paneer recipe
ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘କ୍ରିମି କାଜୁ ପନିର୍’

ଘରେ ଆମେ ପନିର୍‌ର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନିରର ଏକ ନୂଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘କ୍ରିମି କାଜୁ ପନିର୍’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

Minister DibyaShankar Mishra
ସନ୍‌ସାଇନ୍‌ ସ୍କୁଲକୁ ମୁଁ କେବେବି ଯାଇନି: ଦିବ୍ୟଶଙ୍କର

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରଠୁ ବିବାଦୀୟ ହୋଇପଡ଼ିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅନେକ ଦିନ ଧରି ଚୁପ୍‌ ରହିବା ପରେ ପ୍ରେସ୍‌ ବିବୃତ୍ତି ଜରିଆରେ ମୁହଁ ଖୋଲିଥିଲେ।

Daily Horoscope
Daily Horoscope: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ  ଜାଣିବା

ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। କିନ୍ତୁ ପ୍ରତିକାର ପାଇଁ କଣ କରିବେ?

Firecrackers On Diwali: SRC Issues Guidelines
ବାଣ ଫୁଟା ନେଇ ଗାଇଡ୍‌ଲାଇନ୍‌ ଜାରି କଲେ SRC

ରାଜ୍ୟରେ ଦୀପାବଳି, ଛଟ୍ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମାରେ ବାଣ ଫୁଟା ନେଇ ସ୍ୱତନ୍ତ୍ର ରିଲିଫ‍ କମିଶନର(SRC) ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ, ରାଜ୍ୟରେ କେବଳ ସବୁଜ ବାଣ ହିଁ ବିକ୍ରି ଓ ଫୁଟା ଯାଇ ପାରିବ। 

NEET Result
NEET Result 2021: ପ୍ରକାଶ ପାଇଲା ରେଜଲ୍ଟ,ନେକ୍ତା ନିୟତେନ୍ଦ୍ର ଓଡ଼ିଶା ଟପ୍ପର

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(NEET) ରେଜଲ୍ଟ ପ୍ରକାଶ ପାଇଛି। ଅଲ୍ ଇଣ୍ଡିଆ ରାଙ୍କ୍‌ରେ ପ୍ରଥମ ସ୍ଥାନରେ ରହିଛନ୍ତି ୩ ଜଣ ପରୀକ୍ଷାର୍ଥୀ। ତେଲେଙ୍ଗାନାର ମୃଣାଳ କୁତେରି, ଦିଲ୍ଲୀର ତନ୍ମୟ ଗୁପ୍ତା, ମହାରାଷ୍ଟ୍ରର କାର୍ତ୍ତିକ ନାୟର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।