• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ମମିତା ହତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ । ମମିତା ହତ୍ୟାକାଣ୍ଡ ନେଇ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ସେ ପ୍ରଶ୍ନ କଲେ । ମୁଖ୍ୟମନ୍ତ୍ରୀ ଘରୁ ପଦାକୁ ବାହାରନ୍ତୁ, ସିବିଆଇ ତଦନ୍ତ ନେଇ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ଅପରାଜିତା ।

ଖାଲି ସେତିକି ନୁହେଁ, ଅପରାଜିତା ଆହୁରି କହିଛନ୍ତି ଯଦି ଭୁଲ୍ ନାହିଁ ତେବେ ସରକାର ସିବିଆଇକୁ ମାମଲା ହସ୍ତାନ୍ତର ପାଇଁ ଡରୁଛନ୍ତି କାହିଁକି ? NCRB ତଥ୍ୟ କହୁଛି ଓଡ଼ିଶା ରାଜ୍ୟ ମହିଳାଙ୍କ ପାଇଁ ଅସୁରକ୍ଷିତ । ରାଜ୍ୟରେ ମହିଳାଙ୍କ ଏଭଳି ସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ । ପରିବାରରେ ବିଶୃଙ୍ଖଳା ହେଲେ ମୁଖିଆ ଦାୟୀ ହୁଅନ୍ତି । ଠିକ୍‌ ସେମିତି ଏହି ସବୁ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ କହିଲେ ଅପରାଜିତା ।

ମୁଖ୍ୟମନ୍ତ୍ରୀ ସାମ୍ନାରୁ ନେତୃତ୍ୱ ନିଅନ୍ତୁ, ଆମେ ଛାୟା ସରକାର ଚାହୁଁନା । ଯଦି ମୁଖ୍ୟମନ୍ତ୍ରୀ ସବୁ ଜାଣି ଚୁପ୍ ଅଛନ୍ତି, ତେବେ ତାଙ୍କ ପାଖରେ ଉତ୍ତର ନାହିଁ । ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସନ୍ତୁ, ଘରୁ ବାହାରନ୍ତୁ, ସମସ୍ତଙ୍କୁ ସାମ୍ନା କରନ୍ତୁ । ମୁଁ ମହିଳା ମୁଁ ଅସୁରକ୍ଷିତ ନାରା ରାଜ୍ୟବ୍ୟାପୀ ପହଞ୍ଚାଇବୁ କହିଲେ ଅପରାଜିତା । ତଦନ୍ତ ଯଦି କରିବାର ଅଛି, ସିବିଆଇକୁ ଦାୟିତ୍ୱ ଦିଅନ୍ତୁ କହିଲେ ଅପରାଜିତା ।

ତେବେ ଅନେକ ଚର୍ଚ୍ଚା ପରେ ଅପରାଜିତା ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲଛନ୍ତି । ମମିତା ମେହେର ହତ୍ୟା ଘଟଣା ନେଇ ଅପରାଜିତା ବିଳମ୍ବରେ ମୁହଁ ଖୋଲିଥିଲେ ମଧ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି ।