• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Pihu Missing Case
ପିହୁ ନିଖୋଜକୁ ବିତିଲାଣି ୧୪ ମାସ, ଆଉ ଆଜି ତା’ର ଜନ୍ମଦିନ। ମାଆ କହିଲେ....

"ମୋ ଝିଅକୁ ନିଖୋଜ ହେବାର ୧୪ ମାସ ବିତିଲାଣି, କେବେ ଫେରିବ ମୋ ଝିଅ? ରାଜ୍ୟ ସରକାରଙ୍କୁ ଝିଅକୁ ଫେରାଇ ଦେବା ଲାଗି ଆକୁଳ ନିବେଦନ କରୁଛନ୍ତି ପିହୁର ମାଆ"

crime
ଋଣ ବୋଝରୁ ଦୁର୍ବୁଦ୍ଧି : ମହିଳାବେଶୀ ଅଭିଯୁକ୍ତ ରୂପେଶ ପଣ୍ଡାଙ୍କ ଗୁମର ଫିଟିଲା

ରାଜଧାନୀରେ ଘରେ ପଶି ମାଆ ଝିଅଙ୍କୁ ଆକ୍ରମଣ ମାମଲାର ପର୍ଦ୍ଦାଫାଶ । ଋଣ ଟଙ୍କା ସୁଝିବା ଲାଗି ଲୁଟ୍ ଯୋଜନାରେ ଯାଇଥିଲା ଅଭିଯୁକ୍ତ ରୂପେଶ ପଣ୍ଡା ।

Molnupiravir
ଆସିଲା ପ୍ରଥମ କରୋନା ବଟିକା: ମଲନୁପିରାଭିରକୁ ବ୍ରିଟେନର ଅନୁମତି

ବିଶ୍ୱବାସୀଙ୍କୁ ମିଳିଛି କରୋନା ବିରୋଧୀ ପ୍ରଥମ ବଟିକା । ମଲନୁପିରାଭିରକୁ ଆଜି ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।

Junior Teacher
ଠିକା କର୍ମଚାରୀଙ୍କ ପାରିଶ୍ରମିକ ବଢ଼ାଇଲେ, ହେଲେ କନିଷ୍ଠ ଶିକ୍ଷକଙ୍କୁ ଆଡ଼ ଆଖିରେ ଚାହିଁଲେନି ମୁଖ୍ୟମନ୍ତ୍ରୀ

କନିଷ୍ଠ ଶିକ୍ଷକ କଣ ସରକାରଙ୍କ ସାବତ ପୁଅ । ସରକାର ସବୁ ଠିକା କର୍ମଚାରୀ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ବଢ଼ାଇଛନ୍ତି । କିନ୍ତୁ ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲର କନିଷ୍ଠ ଶିକ୍ଷକଙ୍କୁ ଅଣଦେଖା କରିଛନ୍ତି ।

helpless lily
ବାପାମା’ ଆରପାରିରେ : ଏତେ ବଡ଼ ଦୁନିଆରେ ସମ୍ପୂର୍ଣ୍ଣ ଏକା ଲିଲି, ଭୂତିମୂଲ କରି ଚଳୁଛନ୍ତି . . .

କାନ୍ଦ ଲାଗିଲେ ନିଜ ହାତରେ ନିଜେ ଲୁହ ପୋଛୁଛି, ଭୋକ ଲାଗିଲେ ନିଜେ ରୋଷେଇ କରୁଛି । ଯେଉଁ ଦିନ ଦେହ ଖରାପ, ସେଦିନ ଖାଇବା ଗଣ୍ଡେ ଦେବାକୁ ବି କେହି ନାହିଁ ।

Kali Puja
୯ ହାତ ଦେଉଳରେ ୧୮ ହାତ କାଳୀ : ଏହା କେମିତି ସମ୍ଭବ?

ଯାଜପୁରର ଏମିତି ଏକ କ୍ଷେତ୍ର ଯେଉଁଠାରେ ମାଆ କାଳୀଙ୍କୁ କରାଯାଏ ସ୍ୱତନ୍ତ୍ର ପୂଜା। ଗୋଟିଏ ସହରର ତିନୋଟି ସ୍ଥାନରେ ମାଆଙ୍କର ଆଦ୍ୟରୂପକୁ କରାଯାଉଛି ପୂଜା

kali puja
ଭଦ୍ରକ ଓ ଯାଜପୁରରେ ଚାଲିଛି ଗଣପର୍ବ କାଳୀପୂଜା : କରୋନା କଟକଣାରେ ପୂଜା ପାଉଛନ୍ତି ମା’

ବିନା ଭକ୍ତରେ ଏଥର ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଶ୍ୟାମାକାଳୀ। ଭକ୍ତଙ୍କର ନାହିଁ କୋଳାହଳ, ପ୍ରଶାସନର ନିୟମ ଅନୁସାରେ ଚାଲିଛି ପୂଜାର୍ଚ୍ଚନା

bribe
ଫିଟନେସ ସାର୍ଟିଫିକେଟରେ ଦସ୍ତଖତ ପାଇଁ ଆୟୁଷ ଡାକ୍ତର ନେଉଛନ୍ତି ୨୦୦ଟଙ୍କା ଲାଞ୍ଚ, ଭିଡିଓ ଭାଇରାଲ

ଫିଟନେସ୍ ସାର୍ଟିଫିକେଟରେ ଦସ୍ତଖତ କରିବାକୁ ଲାଞ୍ଚ ମାଗୁଛନ୍ତି ଡାକ୍ତର ବାବୁ । ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫିଟନେସ ସାର୍ଟିଫିକେଟ ଦେବା ପାଇଁ ଜଣେ ଆୟୁଷ ଡାକ୍ତର ୨୦୦ଟଙ୍କା ଲାଞ୍ଚ ନେଉଥିବାର ଦୁଇଟି ଭିଡିଓ ଭାଇରଲ ହେଉଛି । ଆଉ ଏହି ଭିଡିଓକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ।

nilagiri
ମାଟି ମଣିଷର ମନ କଥା : ଲାଭ ନହେଲେବି ପରମ୍ପରା ପାଇଁ ବଞ୍ଚିଛି କୌଳିକ ବୃତ୍ତି, ଦୀପ ତିଆରି କରୁଛନ୍ତି ବାପପୁଅ

ଲାଭ କଥା ଦୂରେ ଥାଉ କିନ୍ତୁ ବୃତ୍ତି ଓ ପରମ୍ପରା ବଞ୍ଚିରହୁ । ଲାଭ ନହେଲେବି ମାଟି ଦୀପ ତିଆରି କରୁଛନ୍ତି କୁମ୍ଭକାର ବନମାଳୀ ।

  • Thursday, 04 November 2021
  • Diwali
Accused Rupesh Panda Arrested
କାହିଁକି ଝିଅ ଡ୍ରେସ୍‌ ପିନ୍ଧି ପଡ଼ୋଶୀଙ୍କ ଘରେ ପଶିଥିଲା ଯୁବକ ? ସ୍ପଷ୍ଟ କଲା ପୋଲିସ୍‌

ମାସେ ପୂର୍ବରୁ ୨ ଅଭିଯୁକ୍ତ ଲୁଟ୍ ପାଇଁ ପ୍ଲାନ୍ କରିଥିଲେ। ଏଥିପାଇଁ ଛୁରୀ, ଖେଳନା ବନ୍ଧୁକ ଓ ଝିଅଙ୍କ ଡ୍ରେସ୍ କିଣିଥିଲେ। ୧ ତାରିଖ ସକାଳେ ଅନ୍ୟତ୍ର ଯାଇ ଅଭିଯୁକ୍ତ ଝିଅ ଡ୍ରେସ୍ ପିନ୍ଧିଥିଲେ। ସେଠାରୁ ଏକ ଅଟୋ ଯୋଗେ ଅଭିଯୁକ୍ତ ସମ୍ପୃକ୍ତ ପଡ଼ୋଶୀଙ୍କ ଘରକୁ ଯାଇଥିଲେ।

binika
ଦୁଃଖୀ ମଣିଷଙ୍କ ଉପରେ ଦୁଃଖର ପାହାଡ଼ : ୨୦ ବର୍ଷ ହେଲା ରଶିରେ ବନ୍ଧା ପଡ଼ିଛି ଭେଣ୍ଡିଆ ପୁଅର ଜୀବନ

ମା’ର ଆଖିକୁ ଦିଶୁନି, ବାପାଙ୍କ ଗୋଡ଼ ଅଚଳ । ଘର ପରିବାର କଥା ବୁଝିବେ କ’ଣ, ରଶିରେ ବନ୍ଧା ପଡ଼ିଛି ୨୦ ବର୍ଷିୟ ପୁଅ । ଗୋଟିଏ ସ୍ଥାନରେ ବର୍ଷ ବର୍ଷ ଧରି ପଡ଼ି ରହିଛନ୍ତି ରାଜକୁମାର ।

Irasis Acharya
’ଲଢ଼େଇ ଆହୁରି ତୀବ୍ରତର ହେବ, ଦିବ୍ୟଶଙ୍କର ଯେଉଁଠିକି ଯିବେ ବିରୋଧ ହେବ’

ଲଢ଼େଇକୁ ଆହୁରି ତ୍ରୀବତର କରାଯିବ । ପୋଲିସ୍ ନାଲି ଆଖିକୁ କେହି ଡରିବେନି । ପ୍ରତିବାଦ ଆହୁରି ଜୋରଦାର ହେବ । ସମସ୍ତେ ଲଢ଼େଇ କରିବା ।

politics
କମିଲା ତୈଳ ଦର: କେନ୍ଦ୍ରକୁ ବିଜେଡିର ଚେତାବନୀ, ସନ୍ତୁଷ୍ଟ ନୁହେଁ ରାଜ୍ୟ ବିଜେପି !

ରାଜ୍ୟ ରାଜନୀତି ହାଲକା ଗରମ ହୋଇଛି । ବିଜେଡି ପକ୍ଷରୁ ପୁଣି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦିଆଯାଇଛି । ବିଜେଡି ପକ୍ଷରୁ କୁହାଯାଇଛି ଯେ, ଖାଲି ପେଟ୍ରୋଲ-ଡିଜେଲ ଦର କମାଇଲେ ହେବନାହିଁ ।

diwali
ଆଜି ଆଲୋକର ପର୍ବ ଦୀପାବଳି : ଅନ୍ଧାର ଉପରେ ଆଲୋକର ବିଜୟ

ଅଧର୍ମ ଉପରେ ଧର୍ମର ଜୟ । ସାରା ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପାଳନ ହେଉଛି ଦୀପାବଳି । ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରିଛନ୍ତି । ଉତ୍ତର ଭାରତରେ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ପୂର୍ବ ଭାରତରେ ମାଆ କାଳୀଙ୍କୁ ଆରାଧନା କରାଯାଉଛି ।

  • Thursday, 04 November 2021
  • Diwali
kalpataru
ଆଜୀବନ ଅନ୍ଧକାର ଯାହାର ସାଥୀ . . . ଦୀପାବଳିରେ ଆଲୋକ ବାଣ୍ଟୁଛନ୍ତି ଦୃଷ୍ଟିବାଧିତ କଳ୍ପତରୁ

ସେ କେବେ ଦୁନିଆ ଦେଖି ନାହାଁନ୍ତି । ଆଲୁଅ ବି ଦେଖିନାହାଁନ୍ତି । କିନ୍ତୁ ସେ ଏବେ ବାଣ୍ଟୁଛନ୍ତି ଆଲୋକର ଦୀପାଳି

Petrol Rate
କେନ୍ଦ୍ର ପରେ ରାଜ୍ୟ କମାଇଲା ପେଟ୍ରୋଲ-ଡିଜେଲ ଦର, ୨୪ ଘଣ୍ଟାରେ ୮ ଟଙ୍କା ହ୍ରାସ

କେନ୍ଦ୍ର ପରେ ଓଡ଼ିଶା କମାଇଲା ପେଟ୍ରୋଲ ଡିଜେଲ୍ ରେଟ୍‌ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ ଦୀପାବଳି ଉପହାର ପରେ ଓଡ଼ିଶା ସରକାରଙ୍କ ଉପହାର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର ।

Open All Doors Of Srimandir For Puri Residents
ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରର ସମସ୍ତ ୪ ଦ୍ୱାର ଖୋଲା ରଖିବା ପାଇଁ ଦାବି

ଶ୍ରୀମନ୍ଦିରର କେବଳ ପଶ୍ଚିମ ଦ୍ୱାର ନୁହେଁ, ସମସ୍ତ ୪ ଦ୍ୱାର ପୁରୀବାସୀଙ୍କ ପ୍ରବେଶ ଲାଗି ଖୋଲା ରଖିବା ଲାଗି ଦାବି। ଏବେ ଦର୍ଶନ ବ୍ୟବସ୍ଥା ଚାଲୁ ରହିଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। କେବଳ ପଶ୍ଚିମ ଦ୍ୱାର ଦେଇ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ନଭେମ୍ବର ୧ ତାରିଖରୁ ଚାଲୁ ରହିଛି।

Bhubaneswar Crime
କମିଶନରେଟ୍ ପୋଲିସକୁ ଖାତିର ନାହିଁ ! ଦିନ ଦ୍ୱିପହରେ ଘରେ ପଶି ଆତଙ୍କ ଖେଳାଉଛନ୍ତି ଦୁର୍ବୃତ୍ତ, ଭିଡିଓ ଭାଇରାଲ..

ରାଜଧାନୀରେ ପୋଲିସକୁ ଡରୁ ନାହାନ୍ତି ଦୁର୍ବୃତ୍ତ । ଦିନ ହେଉ କି ରାତି, ଘରେ ପଶି ଖେଳାଉଛନ୍ତି ଆତଙ୍କ । ଏଭଳି ଦୁଇ ଦୁର୍ବୃତ୍ତଙ୍କ ଭିଡିଓ ଭାଇରାଲ ହୋଇଛି ।

Puri Srimandir
ପୁରୀର ନାମ ପରିବର୍ତ୍ତନ ନେଇ ଉଠିଲା ଦାବି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି ଉଠିଛି। ‘ଶ୍ରୀଜଗନ୍ନାଥ ପୁରୀ’ କିମ୍ବା ‘ଶ୍ରୀଜଗନ୍ନାଥ ଧାମ ପୁରୀ’ କରାଯିବା ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିଛନ୍ତି। ମଙ୍ଗଳବାର ଏହି ଦାବି ନେଇ ପରିଚାଳନା କମିଟି ସଦସ୍ୟମାନେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠାଇଥିଲେ।

Raygada Fraud
ମନରେଗା ମହାଦୁର୍ନୀତି, ଖାଇଗଲେ ଶ୍ରମିକଙ୍କ ଟଙ୍କା

ମନରେଗାରେ ମହାଦୁର୍ନୀତି । ଟଙ୍କାଟିଏ ଖର୍ଚ୍ଚ ନକରି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଛି । ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତରୁ।

  • Thursday, 04 November 2021
Puri Lord Jagannath
ବଦଳିବ ଆଖଡ଼ାର ରୁପରେଖ, ଖାଲି କୁସ୍ତି ନୁହେଁ ବିଭିନ୍ନ ଖେଳରେ ଦିଆଯିବ ପ୍ରଶିକ୍ଷଣ ! ଅଣ୍ଟା ଭିଡ଼ିଛି ପ୍ରଶାସନ

ସଜେଇ ହେଉଛି ପୁରୀର ବିଭିନ୍ନ କ୍ଲବ୍ । କ୍ରୀଡ଼ାର ବିକାଶ ପାଇଁ ହେଉଛି ବୃହତ ଯୋଜନା । ବିଭିନ୍ନ ଆଖଡ଼ାକୁ ନୂଆ ରୂପ ଦିଆଯାଉଛି । ଆନୁସଙ୍ଗିକ ବ୍ୟବସ୍ଥାକୁ ବଢ଼ାଇବା ସହ ଭିିତ୍ତିଭୂମିକୁ ଉନ୍ନତ କରାଯାଉଛି ।

Odisha government hikes salary of contractual staff
ଓଡ଼ିଶା ସରକାରଙ୍କ ଦୀପାବଳି ଉପହାର: ବଢ଼ିଲା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା

ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ତଥା ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି କରାଯାଇଛି।

Crocodile
ମାତିଛନ୍ତି ମଣିଷ ଖିଆ ମଗର, ୩ ମାସରେ ନେଲେଣି ୩ ଜୀବନ

ମାତିଛି ମଣିଷ ଖିଆ ମଗର । ନଇ କୂଳିଆ ଲୋକଙ୍କୁ ଏବେ ଘାରିଛି କୁମ୍ଭୀର ଭୟ । ୧୨ ବର୍ଷ  ଭିତରେ ଶିକାର କରିଛି ୨୬ ଜଣଙ୍କୁ । ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା ।

Bhubaneswar Double Murder
ସ୍ତ୍ରୀ-ପୁଅକୁ ହତ୍ୟା ପଛରେ ଋଣ ଭାର, ଘରେ ପଶି ମା’ ଝଅକୁ ଛୁରାମାଡ଼ ପଛରେ ବି ସେଇ ଋଣ ବୋଝ

ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ଋଣ ଭାର । ପ୍ରତିଦିନ ଧାର ଟଙ୍କା ମାଗିବାକୁ ଲୋକେ ଘରକୁ ଆସୁଥିଲେ । ମାନସିକ ଦୁଶ୍ଚିନ୍ତା ଏତେ ହୋଇଥିଲା ଯେ, ଶେଷରେ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଥିଲେ ସ୍ୱାମୀ ।