Advertisment

କମିଶନରେଟ୍ ପୋଲିସକୁ ଖାତିର ନାହିଁ ! ଦିନ ଦ୍ୱିପହରେ ଘରେ ପଶି ଆତଙ୍କ ଖେଳାଉଛନ୍ତି ଦୁର୍ବୃତ୍ତ, ଭିଡିଓ ଭାଇରାଲ..

ରାଜଧାନୀରେ ପୋଲିସକୁ ଡରୁ ନାହାନ୍ତି ଦୁର୍ବୃତ୍ତ । ଦିନ ହେଉ କି ରାତି, ଘରେ ପଶି ଖେଳାଉଛନ୍ତି ଆତଙ୍କ । ଏଭଳି ଦୁଇ ଦୁର୍ବୃତ୍ତଙ୍କ ଭିଡିଓ ଭାଇରାଲ ହୋଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bhubaneswar Crime

Bhubaneswar Crime

ଭୁବନେଶ୍ୱର: ଦିନକୁ ଦିନ ବଢ଼ୁଛି ଅପରାଧ । ରାଜଧାନୀରେ ଆଉ ପୋଲିସକୁ ନାହିଁ ଭୟ । ଦିନ ହେଉ କି ରାତି, କମିଶନରେଟ୍‌ ପୋଲିସ ୨୪ ଘଣ୍ଟିଆ ପହରା ଦେଉଥିଲେ ବି ଲୋକଙ୍କୁ ଭୟ ନାହିଁ । ଦୁର୍ବୃତ୍ତମାନେ ଖୁଲମଖୁଲା ଘଟାଉଛନ୍ତି ଅପରାଧ । ଦିନ ଦିହିପହରେ ଖେଳାଉଛନ୍ତି ଆତଙ୍କରାଜ । ଏଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି । ଆଉ ତାହା ପୁଣି ରାଜଧାନୀ ଛାତି ଉପରେ ଥିବା ସହିଦ ନଗରସ୍ଥିତ ବଙ୍କୁଆଳରେଠାରେ ଥିବା ଏକ ଆପାର୍ଟମେଣ୍ଟରୁ ।

Advertisment

ଏଠାରେ ଦୁଇ ଜଣ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଆପାର୍ଟମେଣ୍ଟରେ ପଶି ଦୁଇଜଣ ଯୁବକ ଭଙ୍ଗାରୁଜା କରିବା ସହ ଲୋକମାନଙ୍କୁ ଭୟଭୀତ କରିଥିଲେ । ଏମିତିକି କାଚ ବୋତଲ ଓ ପଥର ମାରିଥିଲେ । ସାଇକେଲ ଗାଡ଼ି ଯାହା ଥିଲା ସବୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଗୋଟିଏ ସାଇକେଲକୁ ପାଚେରୀ ଆରପଟେ ଫିଙ୍ଗିଦେଉଥିବା ମଧ୍ୟ ଦେଖାଯାଇଛି । ଖାଲି ସେତିକି ନୁହେଁ ଏହି ଦୁଇ ଦୁର୍ବୃତ୍ତ ଲୋକମାନଙ୍କୁ ଗାଳିଗୁଳଜ କରିଥିଲେ ।

Advertisment

ତେବେ ଅଧିକାଂଶ ସମୟରେ ଏଭଳି ଘଟଣା ଘଟୁଥିବା ଥାନାରେ ଅଭିଯୋଗ କରିଛନ୍ତି ଆପାର୍ଟମେଣ୍ଟବାସୀ । ଦୁଇ ଦୁର୍ବୃତ୍ତ ଲୋକମାନଙ୍କୁ ମାରିବା ପାଇଁ ମଧ୍ୟ ଧମକ ଦେଇଛନ୍ତି । ତେଣୁ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ନିକଟରେ ଦାବି କରିଛନ୍ତି ଆପାର୍ଟମେଣ୍ଟବାସୀ । ତେବେ ଏହି ଘଟଣାର ପୁରା ଦୃଶ୍ୟକୁ କେହି ଜଣେ ନିଜ ମୋବାଇଲ୍‌ରେ କଏଦ କରିନେଇଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ପୋଲିସ ପାଖରେ ମଧ୍ୟ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜର ଭିଡିଓ ପହଞ୍ଚିସାରିଛି । ଭିଡିଓକୁ ଆଧାର କରି ପୋଲିସ ଘଟଣାର ଯାଞ୍ଚ କରୁଛି । ଖୁବ୍‌ଶୀଘ୍ର ଦୋଷୀକୁ ଦଣ୍ଡ ମିଳିବ ବୋଲି ପୋଲିସ କହିଛି ।

Bhubaneswar Crime Sahid Nagar
Advertisment
Advertisment