• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିନିକା( ଦିଲ୍ଲୀପ କୁମାର ସାହୁ ) : ଦାଉ ସାଜୁଛି ଦଇବ । ରଶିରେ ବନ୍ଧା ପଡ଼ିଛି ଭେଣ୍ଡା ପୁଅ । ଯେଉଁ ବୟସରେ ପୁଅ ମା’ବାପାଙ୍କ ଆଶା ବାଡ଼ି ସାଜିବା କଥା, ସେହି ବୟସରେ ସେ ପରିବାର ପାଇଁ ପାଳଟିଛି ବୋଝ । ସ୍ଥିତି ଏଭଳି ଯେ ତାକୁ ଘରେ ସମ୍ଭାଳିବା ମୁସ୍କିଲ ହୋଇପଡ଼ୁଛି । ସେପଟେ ତାକୁ ବାହାରେ ଛାଡିବା ବି ସମ୍ଭବପର ନୁହେଁ । ତେଣୁ ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୨୦ ବର୍ଷ ହେଲା ରଶିରେ ବନ୍ଧା ହୋଇ ଜୀବନ ଜିଉଁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ରାଜକୁମାର ମାର୍ଥା ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ୩ ନମ୍ବର ୱାର୍ଡ ବ୍ଲକ କଳୋନୀର ରାଜକୁମାର ମାର୍ଥା । ମାନସିକ ସ୍ଥିତି ଭଲ ନଥିବାରୁ ରାଜକୁମାର ଘରୁ ବାହାରିଲେ ଲୋକଙ୍କୁ ଟେକା ପଥର ମାରନ୍ତି । ଫଳରେ ବାଧ୍ୟ ହୋଇ ଗୋଡରେ ରଶି ବାନ୍ଧି ରଖିଛି ମା’। ଖ ଗୋଟିଏ ସ୍ଥାନରେ ବର୍ଷ ବର୍ଷ ଧରି ପଡ଼ି ରହିଛନ୍ତି । ସେଇଠି ଶୁଅନ୍ତି ସେଇଠି ଖାଆନ୍ତି । କେତେବେଳେ କେମିତି କୁଡିଆ ଘରୁ ବାହାରି ଦୁନିଆ ଦେଖନ୍ତି । ଭେଣ୍ଡିଆ ବୟସର ପୁଅର ଗୋଡଟିକୁ ରଶିରେ ବାନ୍ଧି ରଖିଛନ୍ତି ମା ଓ ବାପା । ପୁଅକୁ ନିତ୍ୟକର୍ମ କରାଇବା ମଧ୍ୟ ବହୁତ କଷ୍ଟକର ।

୨୦୦୧ ମସିହାରେ ରାଜକୁମାରଙ୍କ ଜନ୍ମ ହେଲା ପରେ ପରିବାରରେ ହସର ଲହରୀ ଖେଳିଯାଇଥିଲା ଖୁସି ଫୁଟିଥିଲା । କିନ୍ତୁ ଜନ୍ମ ହେବାର ମାତ୍ର ୩ ଦିନ ପରେ ସେ ମାନସିକ ରୋଗର ଶିକାର ହୋଇଥିଲେ । ରାଜକୁମାରଙ୍କ ବାପା ବାଉଁଶ ସାମଗ୍ରୀ ତିଆରି କଲେ ପରିବାର ଚଳେ । ଆଉ ତାଙ୍କ ମା’ଙ୍କର ଗୋଟିଏ ଆଖି ଦିଶୁ ନଥିବା ବେଳେ ବାପାର ଗୋଡ ଅଚଳ ହୋଇପଡିଛି । ତଥାପି ଭାଗ୍ୟକୁ ଆଦରି ଦୀର୍ଘ ୨୦ ବର୍ଷ ହେଲା ଦାୟିତ୍ୱ ତୁଳାଇ ଆସୁଛନ୍ତି ମା ମଂଜୁ । ଏପରି ସ୍ଥିତିରେ ପୁଅକୁ କେମିତି ଡାକ୍ତରଖାନାକୁ ନେଇ ଚିକିତ୍ସା କରିବେ ସେ ଚିନ୍ତାରେ ପଡିଯାଇଛନ୍ତି ଅସହାୟ ବାପାମା’ ।

ରାଜକୁମାରଙ୍କୁ ୭ ଶହ ଟଙ୍କା ବଦଳରେ ୫ଶହ ଟଙ୍କା ମିଳୁଛି ଦିବ୍ୟାଙ୍ଗ ଭତ୍ତା । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ପକ୍କାଘର,ଚାଉଳ,ସରକାରୀ ସ୍ୱାସ୍ଥ୍ୟ ସାତ ସପନ ପାଳଟିଛି ।  ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ରାଜକୁମାରଙ୍କ ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକ । ଏବେ ଜୀବନ ଯନ୍ତ୍ରଣାରେ ଛଟପଟ ହୋଇ ହେଉଛନ୍ତି ରାଜକୁମାର ।

ତେଣୁ ଦୁଃଖିଲା ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅପରପକ୍ଷରେ ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବା ପରେ ଏ ସମ୍ପର୍କରେ ଜାଣିନଥିବା କହିଛନ୍ତି । ବର୍ତ୍ତମାନ ନିଜେ ଯାଇ ସମାଧାନର ରାସ୍ତା ଥିଲେ ନିଶ୍ଚୟ କିଛି କରିବେ ବୋଲି ସେ କହିଛନ୍ତି । ରାଜକୁମାରଙ୍କୁ ସହାୟତାର ହାତ ବଢାଇବାକୁ ରାଜକୁମାରର ବାପା  ଅନୁରୋଧ କରିଛନ୍ତି । 

ନାମ-ରାଜକୁମାର ମାର୍ଥା ।

ଗାଁ-ବିନିକା

ପୋ-ବିନିକା

ଭାୟା-ବିନିକା

ଜିଲ୍ଲା-ସୁବର୍ଣ୍ଣପୁର,

ପିନ୍ ନଂ-୭୬୭୦୧୯

ମୋବାଇଲ ନମ୍ବର-୮୧୧୭୮୬୫୧୭୨