• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରେଢାଖୋଲ (ରମାକାନ୍ତ ମହାନନ୍ଦ ) : ଆଜି କାହିଁକି ବାପାମା’ଙ୍କ କଥା ଭାରି ମନେ ପଡ଼ୁଛି । ମୁଣ୍ଡ ଉପରେ ମା’ର ସ୍ନେହବୋଳା ପଣତ ନାହିଁ କି ଅଝଟ କରିବାକୁ ବାପା ନାହାନ୍ତି । ଦୀପାବଳିରେ ଘରେ ଆମର ଦୀପ ଲାଗୁଥିଲା । ପର୍ବପବାଣୀ ଆସିଲେ ଘରେ ମା କେତେ କଣ ପିଠାପଣା କରେ । ବାପା ଭଳିକି ଭଳି ଜିନିଷ କିଣି ଦିଅନ୍ତି । ଆଉ ଭାଇ ସହ ହସି ଖେଳି ଜୀବନ ବିତୁଥିଲା । ହେଲେ ସମୟଚକ୍ରରେ ଆଜି ଏ ଦୁନିଆରେ ନିଜର କହିବାକୁ କେହି ଜଣେ ବୋଲି ନାହିଁ । ଜୀବନରେ ପୂରାପୂରି ଏକୁଟିଆ ହୋଇଗଲି । ଜଣକ ପରେ ଜଣେ ସଂସାରରୁ ସମସ୍ତେ ଚାଲିଗଲେ । ସେ ସବୁ ମନେ ପକାଇ ଆଜି ବାହୁନି ବାହୁନି କାନ୍ଦୁଛି ଅଭାଗିନୀ ଲିଲି । ଏକାକୀ ଜିବନ ସହ ଜୀବିକା ପାଇଁ ସଘର୍ଷ କରୁଛି ବଢ଼ିଲା ଝିଅ । ଲୁହ ପୋଛିବାକୁ ପାଖରେ କେହି ନାହିଁ ।

ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ କମଳାନାଳି ଗାଁର ୧୮ବର୍ଷୀୟ ଲିଲି ସାହୁ । ବାପା -ଗୁଜ ସାହୁ ମାଁ ଗେଲ୍ଲି ସାହୁଙ୍କ ତିନି ଝିଅ ଗୋଟିଏ ପୁଅ । ଲିଲିକୁ ୫ବର୍ଷ ହୋଇଥିଲା ବେଳେ ସଡକ ଦୁର୍ଘଟଣାରେ ବାପା ଚାଲିଗଲେ । ହେଲେ ୨୦୧୮ରେ ପୁଣି ପରିବାର ଉପରେ ଘୋଟିଗଲା ଦୁଃଖର କଳାବାଦଲ । ଏକମାତ୍ର ଭାଇ ପାଣିରେ ବୁଡି ଜୀବନ ଚାଲିଗଲା । ସ୍ୱାମୀ ଓ ପୁଅର ମୃତ୍ୟ ପରେ ଝୁରିହେଲା ମା’ । ଆଉ ସେହି ବର୍ଷ ପାରାଲିସିସରେ ଝିଅକୁ ଏକାକୀ କରି ସବୁ ଦିନ ପାଇଁ ଚାଲିଗଲା ମା’ । ଦୁଇ ଭଉଣୀଙ୍କର ବିବାହ ସରିଲାଣି । ନିଜ ଘର ସଂସାରରେ ସେମାନେ ବ୍ୟସ୍ତ । ଏମିତି ଜଣେ ପରେ ଜଣେ ଲିଲିର ଦୁନିଆରୁ ସମସ୍ତେ ଚାଲି ଗଲାପରେ ଏବେ ସେ ଏତେ ବଡ଼ ଦୁନିଆରେ ପୂରା ଏକା ।

ଯେଉଁ ବୟସରରେ ହସଖୁସିରେ ଜୀବନ କଟିବା କଥା, ସେହି ବୟସରେ ଜୀବନଜୀବିକାକୁ ନେଇ ସଘଂର୍ଷ ଜାରି ରଖିଛନ୍ତି ଲିଲି । ଆଗରେ ପଛରେ ସାହା ହେବାକୁ କେହି ନାହିଁ । ଗରିବ ପରିବାରୁ ଜନ୍ମ ହୋଇଥିବାରୁ ପେଟ ପୋଷିବା ପାଇଁ କେତେବେଳେ କୁଲିମଜୁରୀ କରୁଛନ୍ତି ତ ଆଉ କେତେବେଳେ ଘରେ ବସି ବିଡି ମୁଡି ଦୁଇ ପଇସା ରୋଜଗାର କରୁଛନ୍ତି । ଘରସଫା କରିବା କରିବା ଠାରୁ ଆରମ୍ଭ କରି ରୋଷେଇ କରିବା ,କସାଂବାଜନ ମାଜିବା, ଲୁଗାପଟା ରଖିବା ପରି ସମସ୍ତ କାମ ନିଜେ କରୁଛନ୍ତି ।

ବର୍ତ୍ତମାନ ସରକାରୀ ଯୋଜନାରେ ୫କେଜି ଚାଉଳ ପାଉଛନ୍ତି ଲିଲି, ଯାହା ସମୁଦ୍ରକୁ ଶଙ୍ଖେ । ସରକାରୀ ସହେଯାଗ ମିଳିଲେ ନିଜେ କିଛି କରି ଚଳିବି ବୋଲି ଲିଲି ଆଶା ରଖିଛି । ସେପଟେ ଅଭାଗୀନି ଲିଲିର ଦୁଖକୁ ଦେଖି ଭଗବାନ ଏମିତି ଦୁଖ କାହାକୁ ନଦେଉ ବୋଲି କୁହନ୍ତି ଅଞ୍ଚଳବାସୀ ।