• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତେଲକୋଇ( ଚିନ୍ମୟ କୁମାର ସାହୁ) : ଫିଟନେସ୍ ସାର୍ଟିଫିକେଟରେ ଦସ୍ତଖତ କରିବାକୁ ଲାଞ୍ଚ ମାଗୁଛନ୍ତି ଡାକ୍ତର ବାବୁ । ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫିଟନେସ ସାର୍ଟିଫିକେଟ ଦେବା ପାଇଁ ଜଣେ ଆୟୁଷ ଡାକ୍ତର ୨୦୦ଟଙ୍କା ଲାଞ୍ଚ ନେଉଥିବାର ଭିଡିଓ ଭାଇରଲ ହେଉଛି । ଆଉ ଏହି ଭିଡିଓକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ବିଏସସି ନର୍ସିଂରେ ଆଡମିସନ ପାଇଁ ଫିଟନେସ ସାର୍ଟିଫିକେଟ ପାଇଁ କିଛି ଛାତ୍ରୀ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ ।

ସେଠି କାର୍ଯ୍ୟରତ ଆୟୁଷ ଡାକ୍ତର ସୁଧାକର ଖିଲାର ଫିଟନେସ୍ ସାର୍ଟିଫିକେଟ୍ ଦେବା ସହ ଛାତ୍ରୀଙ୍କ ଠାରୁ ୨ଶହ ଲେଖାଏଁ ନେଇଛନ୍ତି । ଡାକ୍ତର ସାର୍ଟିଫିକେଟରେ ଦସ୍ତଖତ କରୁଥିବା ସହ ଟଙ୍କା ନେଉଥିବା ଭାଇରଲ ଭିଡିଓରେ ଦେଖିବାକୁ ମିଳିଛି । ଏ ଭିଡିଓକୁ ନେଇ ଜଣେ ଅବିଭାବକ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଡାକ୍ତର ସାର୍ଟିଫିକେଟରେ ଦସ୍ତଖତ କରିବାକୁ ଝିଅ ମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରାଇଥିବା କହିଛନ୍ତି ।

ଆଉ ତା’ପରେ ଜଣକା ୨୦୦ଟଙ୍କାଏ ଲେଖାଏଁ ନେଇ ସାର୍ଟିଫିକେଟ୍‌ରେ ଦସ୍ତଖତ କରିଛନ୍ତି । ତେବେ ଏ ଭାଇରାଲ ଭିଡିଓ ସମ୍ପର୍କରେ ଡାକ୍ତର ସୁଧାକର ଖିଲାରଙ୍କ କହିବା କଥା ରୋଗୀ ଦେଖିବା ସମୟରେ ପିଲାମାନେ ସାର୍ଟିଫିକେଟ ପାଇଁ ଆସୁଛନ୍ତି । ମେଡିକାଲରେ ଭିଡ଼ କରୁଛନ୍ତି ।

ତେଣୁ ସେମାନଙ୍କୁ ୨ଶହ ଟଙ୍କା ଲେଖାଏଁ କହିଲେ ପଳାଇବେ ବୋଲି ଭାବି କହିଥିଲି । ପରେ କିଛି ଅବିଭାବକ ଆସି ଅନୁରୋଧ କରିବାରୁ ସାର୍ଟିଫିକେଟରେ ଦସ୍ତଖତ କରିଥିଲି । ସେମାନେ ୨ଶହ ଲେଖାଏଁ ଦେଇ ପଳାଇଥିଲେ, ପରେ ଜାଣି ଶୁଣି ଭିଡିଓ କରି ଭାଇରଲ କରିଛନ୍ତି ।