Advertisment

ପିହୁ ନିଖୋଜକୁ ବିତିଲାଣି ୧୪ ମାସ, ଆଉ ଆଜି ତା’ର ଜନ୍ମଦିନ। ମାଆ କହିଲେ....

"ମୋ ଝିଅକୁ ନିଖୋଜ ହେବାର ୧୪ ମାସ ବିତିଲାଣି, କେବେ ଫେରିବ ମୋ ଝିଅ? ରାଜ୍ୟ ସରକାରଙ୍କୁ ଝିଅକୁ ଫେରାଇ ଦେବା ଲାଗି ଆକୁଳ ନିବେଦନ କରୁଛନ୍ତି ପିହୁର ମାଆ"

author-image
Sarbeswar
ଅଦ୍ୟତନ ହୋଇଛି
Pihu Missing Case

Pihu Missing Case

ଯାଜପୁର(ସଂଜୀବ ନାୟକ): ଆଜି ମୋ ଝିଅର ଜନ୍ମଦିନ। ସେ ଥିଲେ କେତେ କଣ ହୋଇଥାଆନ୍ତା। ପିଠା, କ୍ଷୀରି ଓ ପୁରୀରେ ଭାସିଥାଆନ୍ତା ଘର। ସକାଳେ କଳସ ପୂଜା ହୋଇଥାଆନ୍ତା, ପଡ଼ିଶା ଘରେ ପିଠା ବଂଟା ହୋଇଥାଆନ୍ତା। ଆଉ ସନ୍ଧ୍ୟାବେଳକୁ ଘର ବେଲୁନ୍‌ରେ ସଜା ହୋଇଥାଆନ୍ତା। କେକ୍‌ ଆସିଥାଆନ୍ତା ଓ ମୋ ଝିଅ କେକ୍‌ କାଟିଥାଆନ୍ତା। ଏହାସହ କେତେ କଣ ହୋଇଥାଆନ୍ତା। ଏମିତି କେତେ ଆଶା ନିଶ୍ଚୟ ରଖିଥିବେ ଯାଜପୁର ବିଝାଂରପୁର ଅଂଚଳରୁ ନିଖୋଜ ଥିବା ପିହୁର ମାଆ।

Advertisment

ବିଝାଂରପୁର ଥାନା ଅନ୍ତର୍ଗତ ମଧୁସୁଦନ ପୁର ଗ୍ରାମର ମୋନାଲିସା ନାୟକଙ୍କ ଝିଅ ପିହୁ ଦୀର୍ଘ ୧୪ ମାସ ହେବ ନିଖୋଜ ଅଛନ୍ତି। ଆଉ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ବି ମିଳିନାହିଁ। ଆଉ କୁନି ଝିଅ କେବେ ଫେରିବ କି ଆଉ ଫେରିବ ନାହିଁ ତାହାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପିହୁର ପରିବାର। ବିଶେଷ କରି ଆଜି ଜନ୍ମ ଦିନରେ ଝିଅ ପାଖରେ ନଥିବାରୁ ତା ଫେରିବା ବାଟକୁ ଅନାଇ ଅନାଇ ମା’ ଆଖିରେ ଲୁହ ଭରିଯାଇଛି । ଗତ ୨୦୨୦ ଅଗଷ୍ଟ ୯ ତାରିଖରେ ଝିଅ ନିଖୋଜ ହେବା ପରଠାରୁ ବିଝାଂରପୁର ଥାନା ଠାରୁ ଅଭିଯୋଗ ଆରମ୍ଭ କରି ଶିଶୁ ସୁରକ୍ଷା ,ଶିଶୁ ଅଧିକାର ଆୟୋଗ ସହ ମହିଳା ଶିଶୁ ବିକାଶ ମନ୍ତ୍ରୀ ଏବଂ ରାଜ୍ୟ ପୋଲିସ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।

Advertisment

ଆଉ ଏହାରି ଭିତରେ ୧୪ ମାସ ବିତିଗଲାଣି। କିନ୍ତୁ ଝିଅର କୌଣସି ଖୋଜ୍‌ ଖବର ନାହିଁ। ଝିଅକୁ ନପାଇ କାନ୍ଦି କାନ୍ଦି ଦିନ କାଟୁଛନ୍ତି ମାଆ। ଆଉ ଏହାରି ମଧ୍ୟରେ ତାଙ୍କ ଝିଅ କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ସହ ଝିଅର ଅପହରଣ ଓ ନିଖୋଜ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୁହାରି କରିଛନ୍ତି । ତେବେ ପିହୁର ଫେରିବା ବାଟାକୁ ଚାହିଁ ରହିଛନ୍ତି ପୂରା ପରିବାର।

Pihu Missing Case Govt Of Odisha
Advertisment
Advertisment