୪୦ଫୁଟର ଜିରାଫ, ୬୦ଫୁଟର ଗିଟାର ସାଙ୍ଗକୁ ଆଇରନ୍ ମ୍ୟାନ୍, ପ୍ରିଡେଟର ଭଳି ବହୁ ପ୍ରତିକୃତି । ଆଇଟିଆଇ କଲେଜ୍ ପରିସରରୁ ବାହାରୁଥିବା ତଥା ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ସ୍କ୍ରାପ୍ ଜିନିଷରୁ ଯେଭଳିକି ଆଇରନ୍ ରଡ, ଟିଣ ଚଦର, ଗାଡ଼ିର ସ୍କ୍ରାପରୁ ପ୍ରତିକୃତି ତିଆରି କରାଯାଉଛି ।
ଘର ନିକଟରେ ଭୂସ୍ଖଳନ ହେଉଛି । ଶାନ୍ତିରେ ଶୋଇପାରୁ ନାହାନ୍ତି ଲୋକେ । କାଳେ ମାଡ଼ି ଆସିବ କାଳନ୍ଦୀ . .
ଶୌଚାଳୟ ଅଛି, ହେଲେ କାମରେ ଲାଗୁନି । କେଉଁଠି ପାଣିର ବ୍ୟବସ୍ଥା ନାହିଁ, ଆଉ କେଉଁଠି ତାଲା ପଡିଛି ।
ବିନା ସ୍ୱାର୍ଥ, ବିନା ପାରିଶ୍ରମିକରେ ସେଠୀ ସାର୍ ଫିଜିକାଲ ଟ୍ରେନିଂ ଦେଉଛନ୍ତି । ତାଙ୍କ ଠାରୁ ଟ୍ରେନିଂ ପାଇ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଲେଣି ୫ ହଜାରରୁ ଅଧିକ ।
ଆଣ୍ଟିଲିଆ ଭଳି ବିଳାସମୟ ଘର ଛାଡି ଲଣ୍ଡନ ଚାଲିଯିବେ କି ଅମ୍ବାନୀଙ୍କ ପରିବାର ? ଖବର ପଛର ସତ୍ୟତା କ’ଣ ?
ଆଜି ଦିନଟି ଭଲରେ ଅତିବାହିତ ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ସହିବାର ସମ୍ଭାବନା । ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହୋଇପାରେ ।
ପିଲାଙ୍କୁ ଷୁଷ୍ଟିକର ଖାଦ୍ୟ ବଦଳରେ ମିଳିଲା ପୋକ ସାଲୁବାଲୁ ଅଣ୍ଡା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମନୋହର ପୁର ଗାଁରେ ଏଭଳି ଘଟଣା ଘଟିଛି ।
ଆପଣ ଅନେକ ଅନ୍ତେଷ୍ଟିରେ ସାମିଲ ହୋଇଥିବେ। କ୍ରିୟାକର୍ମ ବି ଦେଖିଥିବେ। ହେଲେ ଏମିତିକା ଶୁଦ୍ଧିକ୍ରିୟା କେବେ ହେଲେ ଦେଖି ନଥିବେ ବି ଶୁଣି ନଥିବେ। ଶବ ନଥାଇ ମଶାଣି ଯାଇଥିଲା କୋକେଇ। ହେଲେ ଏମିତି କାହିଁକି ହେଲା ଜାଣନ୍ତୁ
ଘରେ ମାଛର ବିଭିନ୍ନ ପ୍ରକାର ରେସିପି ତିଆରି କରାଯାଏ । ଆଜି ଆମେ ମାଛର ଏକ ଦେଶୀ ଶୈଳୀରେ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ସିଝା ମାଛ ମସଲା’ । ଏହି ରେସିପିଟିକୁ ଆମେ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବା ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଗୁଣ୍ଡା, ଅସାମାଜିକ ବ୍ୟକ୍ତି ଏବଂ ସଂଗଠିତ ଅପରାଧୀଙ୍କ ବିରୋଧରେ ଏହି ବିଲ୍ ଆସିବ । ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦଣ୍ଡିତ କରିବାକୁ ଏଥିରେ ବ୍ୟବସ୍ଥା ରହିଛି ।
ମୁମ୍ବାଇର ୨ ଯୁବକଙ୍କ ୨ଟି ଆକାଉଣ୍ଟ ନମ୍ବର ଦେଇ ମାଗିଥିଲେ ୪୦ ହଜାର ଟଙ୍କା । ସେହି ଅନୁସାରେ ଅଭିଯୁକ୍ତ ଜଣକ ୨୦୨୧ ଏପ୍ରିିଲ୍ ୧୮ରେ ୨ଟି କିସ୍ତିରେ ଅନଲାଇନ୍ ପେମେଣ୍ଟ କରିଥିଲା ।
ପେଟର ଭୋକକୁ ମାରି, ସ୍ୱପ୍ନ ପୂରା କରିବାର ଭୋକକୁ ମେଣ୍ଟାଇବା ଅନେକଙ୍କ ପାଇଁ ସହଜ ହୋଇନଥାଏ । ଆଉ ଏହାକୁ ଯେଉଁମାନେ ସମ୍ଭବ କରି ଦେଖାନ୍ତି, ସେମାନଙ୍କୁ ମେଧାବୀ, ପ୍ରତିଭାବାନ ଅବା ଯୋଦ୍ଧା କୁହାଯାଏ । ସେଭଳି କିଛି ଦୃଶ୍ୟ ଓଡିଶାର ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ନିଟ୍ କୃତକାର୍ଯ୍ୟ ହୋଇ ଡାକ୍ତର ହେବାକୁ ଯାଉଥିବା ସମ୍ବଲପୁର ଓ ଭଦ୍ରକର ସେହିଭଳି ଦୁଇ ଗରିବ ଯୁବ ପ୍ରତିଭା
ସୁଦାମ ମାରାଣ୍ଡିଙ୍କର ରାଜସ୍ୱ ସମୀକ୍ଷା ବୈଠକ ଢେଙ୍କାନାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଥିଲା । ସର୍କିଟ ହାଉସଠାରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷକୁ ଯିବା ରାସ୍ତାରେ କଳାପତାକା ଦେଖାଇଥିଲେ ୪ ଯୁବକ ।
ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତତ୍ପରତା । ଆସନ ସଂରକ୍ଷଣର ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବାପରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଜୋରଦାର କସରତ ।
ତେଲ ଦରହ୍ରାସ ସାମନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ଚିନ୍ତା ବଢ଼ାଇଛି ମହଙ୍ଗା ଏଲ୍ପିଜି ଦର । ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ିଗଲାଣି ରନ୍ଧନ ଗ୍ୟାସ୍ ଦର । ଏହାକୁ ନେଇ ଚିନ୍ତାରେ ରହିଛନ୍ତି ଗୃହିଣୀ ।
ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ଓ ଘଟଣାର ସିବିଆଇ ତଦନ୍ତ ସହ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ତୀବ୍ର ହେଉଛି ପ୍ରତିବାଦ । ଏ ତିନି ବ୍ରହ୍ମାସ୍ତ୍ରକୁ ଧରି ରାଜ୍ୟ ସରକାରଙ୍କ ବିପକ୍ଷରେ ବିରୋଧୀ ଚଳାଇଥିବା ଶାଣିତ ଆକ୍ରମଣ ଥମିବାର ନାଁ ଧରୁନି ।
ଦିନେ ବିଜେଡି ଓ ନବୀନଙ୍କ ବିରୋଧରେ ଗର୍ଜୁଥିଲେ, ଆଜି ଶଙ୍ଖ ଫୁଙ୍କିଲେ। ଦିନେ ରାହୁଲ ଆଣିଥିଲେ ରାଜନୀତିକୁ, ରଖିଥିଲେ କୋର୍ କମିଟିରେ। ଆଜି ସେଇ ହାତକୁ କହିଲେ ବାଏ ବାଏ। ଆଉ ହାତରେ ଧରିଲେ ବିଜେଡି ଶଙ୍ଖ।
ଅତିକମ୍ରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏକାଠି ବସି ଆଲୋଚନା କରିଥିଲେ କୋଟିଆ ବିବାଦର ସମାଧାନ ହୋଇପାରିଥାନ୍ତା । ମୁଁ ଶୁଣୁଛି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏଠାକୁ ଆସୁଛନ୍ତି ଆଲୋଚନା କରିବାକୁ ।
ପୁଣି ଏକ ଓଡ଼ିଆ ପରିବାରକୁ ବିଦେଶରୁ ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବଜୟନ୍ତ ପଣ୍ଡାଙ୍କ ଉଦ୍ୟମ । ସିଙ୍ଗାପୁରକୁ ଚିଠି ଲେଖିଲେ ଶ୍ରୀ ପଣ୍ଡା ।
ରିପୋର୍ଟ ଦେବାର ୫ ଦିନ ଭିତରେ କେନ୍ଦ୍ରରୁ ରିଲିଜ ହେଲା ଟଙ୍କା । କିନ୍ତୁ ଓଡ଼ଶା ସରକାର ରିପୋର୍ଟ ନଦେଇ ଟଙ୍କା ପାଇଁ ଖାଲି ଚିଠି ଲେଖୁଛନ୍ତି କେନ୍ଦ୍ରକୁ ।
ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର । ଏହି ମାସରୁ ଲାଗୁ ହେବ ବର୍ଦ୍ଧିତ ଦରମା ।
ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କୁ ଜବାବ ଦେଇଛି ବିଜେଡି । ସସ୍ମିତ କହିଲେ ତୁଚ୍ଛା ରାଜନୀତି କରୁଛି ବିଜେପି ।
ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି । ତେଲ ଦର କମିବା ପରେ କମିଲା ବସ୍ ଭଡ଼ା ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଟାର୍ଗେଟ୍ କରିଛି। ସମ୍ବେଦନହୀନ ସରକାର, ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ଭଳି ବସିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।